ସେନାକୁ ବଡ଼ ସଫଳତା, ହିଜବୁଲର ଟପ୍ କମାଣ୍ଡର ଏନକାଉଣ୍ଟରରେ ନିହତ

1 min read
Srinagar Hizbul Mujahideen Top Commander Killed In Encounter

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୋଲିସ ଓ ସୁରକ୍ଷାବଳର ମିଳିତ ଅପରେସନକୁ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ ନିହତ ହୋଇଛି ଆତଙ୍କୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ସୈଫୁଲ୍ଲା । ଜମ୍ମୁ କାଶ୍ମୀର ଡିଜିପ ଦିଲବାଗ ସିଂହଙ୍କ ଅନୁସାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ତିନି ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପଛରେ ସୈଫୁଲ୍ଲା ହାଥ ଥିଲା । ବିଜେପି ନେତାଙ୍କ ହତ୍ୟାର ୭୨ ଘଣ୍ଟା ମଧ୍ୟରେ ସେନା ସୈଫୁଲ୍ଲାକୁ ନିହତ କରିଛି ।

ସୂଚନା ଅନୁଯାୟୀ ଶ୍ରୀନଗର ଜିଲ୍ଲାର ରଙ୍ଗରେତ ଅଞ୍ଚଳରେ ହୋଇଥିବା ଗୁଳିବିନିମୟରେ ସୈଫୁଲ୍ଲା ନିହତ ହୋଇଛି । ଏଥିସହ ସେନା ଅନ୍ୟଜଣେ ଆତଙ୍କବାଦୀକୁ ଗିରଫ କରିଛି । ସୈଫୁଲ୍ଲା ଚଳିତ ବର୍ଷ ହିଜବୁଲର ମୁଖ୍ୟ ହୋଇଥିଲା । ହିଜବୁଲ ଚିଫ୍ କମାଣ୍ଡର ରିୟାଜ ନାଇକୁ ନିହତ ହେବା ପରେ ସୈଫୁଲ୍ଲା ମୁଖ୍ୟ କମାଣ୍ଡର ହୋଇଥିଲା । ଏବେବି ରଙ୍ଗରେତରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave a Reply