spot_img
Home Blog Page 6645

ହାଥରସ୍: ପୋଷ୍ଟମର୍ଟମ ରିପୋର୍ଟରେ ନାହିଁ ଗଣଦୁଷ୍କର୍ମ ନେଇ ପ୍ରମାଣ

ନୂଆଦିଲ୍ଲୀ: ହାଥରସକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା, ପ୍ରତିବାଦର ସ୍ୱର ଉଠିଛି । ଘଟଣାକୁ ଚପାଇବା ପାଇଁ ପୋଲିସ-ପ୍ରଶାସନର ପ୍ରୟାସ ଜଳ ଜଳ ହୋଇ ଦିଶୁଛି । ପୀଡ଼ିତାଙ୍କ ଗାଁକୁ ବାହାରୁ କାହାରିକୁ ପ୍ରଶାସନ ଛାଡ଼ୁନାହିଁ । ଏକ ଭାଇରାଲ୍ ଭିଡିଓରେ ପୀଡ଼ିତାଙ୍କ ପିତା ଅଭିଯୋଗ କରିଛନ୍ତି- ପ୍ରଶାସନ ସେମାନଙ୍କ ଉପରେ ଚାପ ପକାଉଛି । ପରିବାରକୁ ନଜରବନ୍ଦୀ କରି ରଖାଯାଇଛି, କାହା ସହିତ କଥା ହେବାକୁ ଦିଆଯାଉ ନାହିଁ । ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଚାହୁଁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ୟୁପି ପୋଲିସ୍ ଯମୁନା ଏକ୍ସପ୍ରେସରେ ଅଟକାଇବା ପରେ ଦିଲ୍ଲୀ ଫେରାଇ ଦେଇଛି ।

ଏସବୁ ଭିତପରେ ହାଥରସ୍ ଗଣଦୁଷ୍କର୍ମ ମାମଲାରେ ୟୁପି ଏଡିଜି ଆଇନ୍ କାନୁନ୍ ପ୍ରଶାନ୍ତ କୁମାର ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀରେ ପୀଡ଼ିତାଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ସେଥିରେ ମୃତ୍ୟୁର କାରଣ ତଣ୍ଟିରେ ହୋଇଥିବା ଆଘାତ ବୋଲି ଦର୍ଶାଯାଇଛି । ଅନ୍ୟପଟେ ଫରେନ୍ସିକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି କି ଯୁବତୀଙ୍କ ଠାରୁ ସଂଗ୍ରହ ନମୁନାରେ କୌଣସି ପ୍ରକାର ଶୁକ୍ରାଣୁ ମିଳିନାହିଁ ।

ତଦନ୍ତରେ ଖୁସି ନୁହଁନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ତଦନ୍ତରେ ଖୁସି ନୁହଁନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ପୋଲିସ-ପ୍ରଶାସନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ । ମାମଲା ବିରୋଧରେ ନ କହିବା ପାଇଁ ପ୍ରଶାସନ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟ୍ୱିଟରରେ ପୀଡ଼ିତାଙ୍କ ବାପାଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏକ ମିନିଟ୍ ଏକ ସେକେଣ୍ଡରେ ଭିଡିଓରେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ପୀଡ଼ିତାଙ୍କ ପିତା । ସେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କରୁ ବୋଲି କହିଛନ୍ତି ।

ଏଥିସହ ପଢ଼ନ୍ତୁ ହାଥରସ୍ ମାମଲା: ମୋର ବି ୧୮ ବର୍ଷର ଝିଅ ଅଛି, ମାଆ ଭାବେ ରାଗ ଆସୁଛି କହିଲେ ପ୍ରିୟଙ୍କା ଗାନ୍ଧି

ପୀଡ଼ିତାଙ୍କ ପିତା କହିଛନ୍ତି‘ଆମେ ଏବେର ତଦନ୍ତରେ ସନ୍ତୁଷ୍ଟ ନାହୁଁ । ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ । ଏବେ ଆମ ପରିବାରକୁ ଗୃହବନ୍ଦୀ ବା ନଜରବନ୍ଦୀ କରି ରଖାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆସ ସହ ଭେଟିବାକୁ ବାରଣ କରାଯାଉଛି ।’ ଯୋଗୀ ସରକାର ଓ ପ୍ରଶାସନ ବିରୋଧରେ ପୀଡ଼ିତାଙ୍କ ବାପାଙ୍କ ଏହି ଅଭିଯୋଗର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଗୋଟିଏ ମିନିଟ୍ ଏକ ସେକେଣ୍ଡର ଏହି ଭିଡିଓକୁ ପ୍ରିୟଙ୍କା ହାଥରସ୍ ଗସ୍ତର ଠିକ୍ ପୂର୍ବରୁ ପୋଷ୍ଟ କରିଥିଲେ । ପ୍ରିୟଙ୍କା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି- ଅନ୍ୟାୟ ଉପରେ ଅନ୍ୟାୟ ହେଉଛି । ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ପୀଡ଼ିତାଙ୍କ ପରିବାରକୁ ପ୍ରଶାସନ ଡରାଇ, ଧମକାଇ ରଖିଛି । କଣ ସରକାର ଧମକ ଦେଇ ପରିବାରକୁ ନିରବ ରହିବାକୁ ଚାପ ପକାଉଛନ୍ତି ।

ଏଥିସହ ପଢ଼ନ୍ତୁ ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ, ପ୍ରିୟଙ୍କା ଅଟକ

ଅନ୍ୟପଟେ ପ୍ରଶାସନ ହାଥରସରେ ଗହଳି ରୋକିବାକୁ କରୋନା ଭାଇରସ୍ ଆଳରେ ଦିଲ୍ଲୀ ବର୍ଡରକୁ ସିଲ୍ କରି ଦେଇଛି । ସକାଳୁ ପୀଡ଼ିତାଙ୍କ ଗାଁକୁ ପ୍ରଶାସନ ମିଡିଆକୁ ଛାଡ଼ୁନାହିଁ । ୨୦ ବର୍ଷୀୟା ଦଳିତ ଯୁବତୀଙ୍କୁ ସେପ୍ଟେମ୍ବର ୧୯ରେ ଗଣଦୁଷ୍କର୍ମ କରି ଜିଭ କାଟି ଦେଇଥିଲେ । ଦେହର ଅଧିକାଂଶ ଅଙ୍ଗ ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ନାକ ମଧ୍ୟ କାଟି ଦିଆଯାଇଥିଲା । ଅତି ଗୁରୁତର ଅବସ୍ଥାରେ ପୀଡ଼ିତା ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରି ଦୁଇ ସପ୍ତାହ ପରେ ମଙ୍ଗଳବାର ଆଖି ବୁଜିଥିଲେ ।

Hathras Gang Rape Victim's Father Unhappy With Probe, Demands CBI Investigation

ପରେ ଉତ୍ତର ପ୍ରଦେଶ ପୋଲିସ ଅଧରାତିରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଘରେ ତାଲା ପକାଇ ମୃତଦେହକୁ ପୋଡ଼ି ଦେଇଥିଲା । ଝିଅର ମରଶରୀରକୁ ମଧ୍ୟ ଦେଖି ପାରିନଥିଲେ ପରିବାର ସଦସ୍ୟ ।

୭ ମାସ ପରେ ଚଳଚଞ୍ଚଳ ପୁରୀ ରେଳ ଷ୍ଟସନ୍‌

ପୁରୀ: ଦୀର୍ଘ ୭ ମାସ ପରେ ପୁରୀରୁ ଗଡ଼ିବ ଯାତ୍ରୀବାହି ଟ୍ରେନ୍ । କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ୍‌ ଆସିବା ପରେ ଗୁରୁବାରଠାରୁ ପୁରୀରୁ ଟ୍ରେନ୍‌ ଚାଲିବ ବୋଲି ନିଷ୍ପତି ହୋଇଛି । ଆଜି ପ୍ରଥମ ଦିନରେ ଅପରାହ୍ନ ୫ଟା ୩୦ରେ ପୁରୀ-ଅହମ୍ମଦାବାଦ, ସନ୍ଧ୍ୟା ୬.୩୦ରେ ପୁରୀ ଦୁର୍ଗ ଏବଂ ରାତି ୯.୪୫ରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରୁ ଛାଡ଼ିବ ବୋଲି ସୂଚନା ମିଳିଛି ।

Puriu railway Station

କୋଭିଡ୍‌ ୧୯ କଟକଣାକୁ ନେଇ ଦୀର୍ଘ ୭ ମାସ ଧରି ପୁରୀରୁ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଟ୍ରେନ୍‌କୁ କୋଚିଂ ଡିପୋରେ ସାନିଟାଇଜ୍‌ କରାଯିବା ସହ, ସମଗ୍ର ପ୍ଲାଟ୍‌ଫର୍ମ ଅଞ୍ଚଳକୁ ତିନିଥର ସାନିଟାଇଜ୍‌ କରାଯାଉଛି । ଯାତ୍ରୀ ମାନଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ପ୍ଲାଟଫର୍ମରେ ଗୋଲେଇ ମାର୍କିଂ କରାଯାଇଛି । ଯେଉଁଥିରେ ଯାତ୍ରୀମାନେ ସାମାଜିକ ଦୂରତା ରକ୍ଷାକରି ଟ୍ରେନକୁ ଅପେକ୍ଷା କରିପାରିବେ ।

ତେବେ ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶ କରିବା ସମୟରେ ଯାତ୍ରୀମାନେ ନିଜ ହାତ ସାନିଟାଇଜ କରିବାକୁ ସାନିଟାଇଜର ମେସିନ ମଧ୍ୟ ରହିଛି । ଆଇନ ଶୃଙ୍ଖଳା ଓ କରୋନା ଗାଇଡ୍‌ଲାଇନ୍‌କୁ କିଭଳି ଅନୁପାଳନ କରାଯିବ ସେନେଇ ଆରପିଏଫ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରୀମାନଙ୍କ ଲଗେଜ୍‌ ମଧ୍ୟ ଚେକ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

୧୨ ରୁ ୧୯ ଓଜେଇଇ, ୩ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଜେଇ ୨୦୨୦ ଚଳିତ ମାସ ୧୨ ରୁ ୧୯ ତାରିଖ ମଧ୍ୟରେ କରାଯିବ । ଚଳିତବର୍ଷ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ରହିଛନ୍ତି । ୭୯ ହଜାର ୮୦୦ ଜଣ ଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମଲ୍ଟିପୁଲ ସିଟିଂରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ବି.ଟେକ୍‌ ଲ୍ୟାଟେରାଲ ଏଣ୍ଟ୍ରି ପାଇଁ ୬ଟି ସିଟିଂ କରାଯାଇଥିବା ବେଳେ । ବି.ଫାର୍ମ ପାଇଁ ୪ଟି, ଏମ୍‌ବିଏ-ବିଟେକ୍‌ ପାଇଁ ୩ଟି ଲେଖାଏଁ ସିଟିଂ କରାଯାଇଛି । ସେହିପରି ଏମ୍‌ସିଏ ପାଇଁ ୨ଟି ଓ ଅନ୍ୟାନ୍ୟ କୋର୍ସ ପାଇଁ ଗୋଟେ ଲେଖାଏଁ ସିଟିଂ ଲାଗି ବ୍ୟବସ୍ଥା କରାଯାଇଛି । ଆର୍ଡମିଟ୍‌ କାର୍ଡର ଲିଙ୍କ୍ ୫ ତାରିଖରେ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ୫ ତାରିଖ ପରେ ପରୀକ୍ଷାର୍ଥୀ ମାନେ www.ojee.nic.in ରେ ଲଗ୍‌ଇନ୍‌ କରି ନିଜର ଆର୍ଡମିଟ୍‌ କାର୍ଡ ଡାଉନଲୋଡ଼ କରିପାରିବେ ।

OJEE-2020

ତେବେ ତିନୋଟି ସିଫ୍ଟ ମଧ୍ୟରୁ ପ୍ରଥମ ସିଫ୍ଟ୍‌ ସକାଳ ୯ଟା ରୁ ୧୧ଟା । ଦ୍ୱିତୀୟ ସିଫ୍ଟ ୧୨.୩୦ ରୁ ୨.୩୦ ଓ ତୃତୀୟ ସିଫ୍ଟ ୪ ରୁ ୬ ବୋଲି ସ୍ଥିର କରାଯାଇଛି ।

ହାଥରସ୍ ମାମଲା: ମୋର ବି ୧୮ ବର୍ଷର ଝିଅ ଅଛି, ମାଆ ଭାବେ ରାଗ ଆସୁଛି କହିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସର ଛାତିଥରା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ପରେ ହାଥରସ୍ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ଉଠିଛି ପ୍ରତିବାଦର ସ୍ୱର । ପଲ୍ଲୀରୁ ଦିଲ୍ଲୀ ସବୁ ଏକାକାର, ସବୁଠି ପ୍ରତିବାଦ । ଗଣଦୁଷ୍କର୍ମ ପ୍ରତି ସରକାରଙ୍କ ନରମ ମନୋଭାବକୁ ସମସ୍ତେ ସମାଲୋଚନା କରୁଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଘଟଣାକୁ ଅନ୍ୟାୟ କହିବା ସହ ସରକାର ଯାହା କରୁଛନ୍ତି ତାହା ତା’ଠୁ ବି ବଡ଼ ଅନ୍ୟାୟ ଅଟେ । ଦିଲ୍ଲୀରୁ ହାଥରସ୍ ଯିବା ବେଳେ ଗ୍ରେଟର ନୋଏଡାରେ ତାଙ୍କୁ ଅଟକାଯାଇଥିବା ବେଳେ ଏକଥା କହିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି- ମୋର ବି ଝିଅ ଅଛି । ଜଣେ ମାଆ ହିସାବରେ ଘଟଣାକୁ ନେଇ ତାଙ୍କୁ ବହୁତ ରାଗ ଆସୁଛି ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ତେବେ ଏତେ ରାଗ କାହିଁକି ପ୍ରଶ୍ନରେ ପ୍ରିୟଙ୍କା କହିଛନ୍ତି- ମୋର ୧୮ ବର୍ଷର ଝିଅ ଅଛି । ମୁଁ ନାରୀ ଅଟେ, ରାଗ ଆସୁଛି… ଆପଣ ତ ହିନ୍ଦୁ ଧର୍ମର ରକ୍ଷାକାରୀ ବୋଲି ପ୍ରଚାର କରନ୍ତି । ଆମ ଧର୍ମରେ କେଉଁଛି ଲେଖା ଅଛି ଜଣେ ପିତା ନିଜ ଝିଅର ଜୁଇ ଜାଳି ପାରିବ ନାହିଁ ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ସରକାର ବହୁତ ବଡ଼ ଅନ୍ୟାୟ କରିଛନ୍ତି: ପ୍ରିୟଙ୍କା

ହାଥରସ୍ ଘଟଣା ପରେ ପୋଲିସ ପ୍ରଶାସନ ରାତାରାତି ପୀଡ଼ିତାଙ୍କ ମୃତଦେହ ପରିବାର ଅନୁପସ୍ଥିତିରେ ଜାଳି ଦେଇଥିଲା । କଂଗ୍ରେସ ନେତା ଏହାକୁ ନେଇ ଯୋଗୀ ଆଦିତ୍ୟନାଥ ସରକାର ଓ ପୋଲିସ-ପ୍ରଶାସନର ଆଚରଣକୁ ନିନ୍ଦା କରିଛନ୍ତି । ପ୍ରିୟଙ୍କା କହିଛନ୍ତି- ଯେଉଁ ଘଟଣା ଘଟିଛି ତାହା ଅନ୍ୟାୟ । ଆଉ ସରକାର ଯାହା କରିଛନ୍ତା ତାହା ତା’ଠାରୁ ବଡ଼ ଅନ୍ୟାୟ ।

ପୋଲିସ ଗାଡ଼ି ଛାଡ଼ିଲାନି ଚାଲି ଚାଲି ଗଲେ

ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ପୀଡ଼ିତାଙ୍କ ପରିବାରକୁ ଭେଟିଥାଆନ୍ତି । କିନ୍ତୁ, ପୋଲିସ ଉଭୟଙ୍କୁ ଗ୍ରେଟର ନୋଏଡ଼ାର ପରୀ ଛକରେ ଅଟକାଇଥିଲା । ସେଠାରେ ପୋଲିସ-ପ୍ରଶାସନ ସହ ମୁହାଁମୁହିଁ ହୋଇଥିଲେ । ପ୍ରିୟଙ୍କା ଓ ରାହୁଲ କାରରୁ ଓହ୍ଲାଇ ପାଦରେ ଚାଲି ଚାଲି ହାତରସ୍ ଆଡ଼କୁ ବଢ଼ିଥିଲେ । ସେହି ସମୟରେ ପୋଲିସ ସହ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଏକାଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ପ୍ରିୟଙ୍କା ଟ୍ୱିଟ୍ କରିଛନ୍ତି ।

ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼, ଭାଇ-ଭଉଣୀ ଅଟକ

ନୋଏଡ଼ା: ହାଥରସକୁ ନେଇ ଦେଶରେ ପ୍ରତିବାଦ । ପୀଡ଼ିତାଙ୍କ ପରିବାରକୁ ସମବେଦନା ଦେବାକୁ ଆରମ୍ଭ ହୋଇଛି ନେତାଙ୍କ ରେସ୍ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉଭୟ ଆଜି ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ହାଥରସ୍ ଯିବା ବାଟରେ ପୋଲିସ ଯମୁନା ଏକ୍ସପ୍ରେସରେ ରାହୁଲ ଗାନ୍ଧିଙ୍କୁ ଅଟକାଇ ଥିଲା । ଏହି ସମୟରେ ଟଣାଓଟରା ବେଳେ ପୋଲିସର ମୁଥ ମାଡ଼ରେ ରାହୁଲ ତଳେ ପଡ଼ି ଯାଇଥିବା ଅଭିଯୋଗ ହୋଇଛି ।

Hathras Case Congress Leader Rahul Gandhi Roughed UP By Police

ଫଟୋରେ ଦେଖାଯାଉଛି ପ୍ରଥମେ ପୋଲିସ ରାହୁଲଙ୍କ ଦୁଇ ହାତକୁ ଧରି ଅଟକାଉଛି । ଅନ୍ୟ ଫଟୋରେ ପୋଲିସ ରାହୁଲଙ୍କ ପେଟକୁ ଧରି ପଛକୁ ଠେଲୁଛି । ଅନ୍ୟ ଏକ ଫଟୋରେ ରାହୁଲ ତଳେ ପଡ଼ି ଯାଇଥିବା ନଜର ଆସୁଛନ୍ତି । ତେବେ, ରାହୁଲ ତଳେ ପଡ଼ିଥିବା ଫଟୋରେ କୌଣସି ପୋଲିସ ନଜର ଆସୁଥିବା ବେଳେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ତାଙ୍କୁ ତଳୁ ଉଠାଉଛନ୍ତି । ପୋଲିସ ଆଇପିସି ଧାରା ୧୮୮ରେ ରାହୁଲ ଗାନ୍ଧିଙ୍କୁ ରଖିଛି ।

ଅନ୍ୟପଟେ କଂଗ୍ରେସ ମହସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ହାଥରସ୍ ଯିବା ବାଟରେ ପୋଲିସ ଅଟକାଇବା ସହ କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରିୟଙ୍କା ଏନେଇ ଟ୍ୱିଟ୍ କରିବା ସହ ଫଟୋ ସେୟାର କରିଛନ୍ତି ।

ପୁଣି ଓଲିଙ୍କ ପିଲାଳିଆମି, କହିଲେ ଅସଲି ଅଯୋଧ୍ୟା ନେପାଳରେ ! ମାଟି ଖୋଳି ପ୍ରମାଣ ଖୋଜିବେ…

ନୂଆଦିଲ୍ଲୀ: ନେପାଳରେ ରହିଛି ଅଯୋଧ୍ୟା ନଗରୀ । ଏଭଳି ଆଧାରହୀନ ଦାବି କରିଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବେ ଆଉ ଏକ ପାଗଳାମୀ କରିବାକୁ ଯାଉଛନ୍ତି । ଚିତବନ ଜିଲ୍ଲାରେ ଅଯୋଧ୍ୟାପୁରୀଧାମ ନିର୍ମାଣ କରିବାକୁ ଯାଉଛନ୍ତି ନେପାଳ ସରକାର । ଏଥିପାଇଁ ୪୦ ଏକର ଜମି ମଧ୍ୟ ଆବଣ୍ଟନ କରିଛନ୍ତି । ନେପାଳ ସରକାରଙ୍କ ଅନୁସାରେ ଚିତବନରେ ହିଁ ଭଗବାନ ରାମଙ୍କ ଜନ୍ମ ହୋଇଥିଲା । ଅଧିକ ପ୍ରମାଣ ପାଇଁ ଏହି ସବୁ ଅଞ୍ଚଳରେ ଖନନ କରାଯିବ ବୋଲି ଆଲୋଚନା ହେଉଛି ।

ଭାରତରେ ଥିବା ଅଯୋଧ୍ୟା ନକଲି ବୋଲି ପୂର୍ବରୁ ଓଲି କହିଥିଲେ ଏବଂ ଅସଲି ଅଯୋଧ୍ୟା ନେପାଳରେ ହିଁ ରହିଛି ବୋଲି ଦାବି କରିଥିଲେ । ନେପାଳ ଓ ଭାରତ ମଧ୍ୟରେ ପୂର୍ବରୁ ସୀମା ବିବାଦ ଚାଲିଥିବା ବେଳେ ଓଲି ସରକାର ବାରମ୍ବାର ଭାରତ ବିରୋଧୀ କାମ କରି ଆସୁଛନ୍ତି ।

ଅନ୍ୟପଟେ ମାଡି ମେୟର ଠାକୁର ପ୍ରସାଦ ଧାକଲ ନେପାଳ ନ୍ୟାସନାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ବୈଠକରେ ଅଯୋଧ୍ୟାଧାମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଧାକଲଙ୍କ ଅନୁଯାୟୀ ଅଯୋଧ୍ୟାପୁରୀ ଧାମ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି ଏବଂ ଖୁବ ଶୀଘ୍ର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ । ସୂଚନାଯୋଗ୍ୟ ଓଲିଙ୍କ ବୟାନ୍‌ ପରେ ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ଏହି ସ୍ପଷ୍ଟିକରଣରେ କୁହାଯାଇଥିଲା ଯେ, ଓଲିଙ୍କ ବିବୃତ୍ତି କାହାର ଧାର୍ମିକ ଭାବନାକୁ ଆଘାତ ଦେବା କିମ୍ବା ଅଯୋଧ୍ୟାର ଗୁରୁତ୍ୱକୁ ହ୍ରାସ କରିବା ପାଇଁ ନଥିଲା । ଓଲି କେବଳ ନେପାଳର ସାଂସ୍କୃତିକ ଐତିହ୍ୟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ ବିଷୟରେ କହୁଥିଲେ ।

ଓପିଟିସିଏଲ ଆଗରେ କର୍ମଚାରୀଙ୍କ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓପିଟିସିଏଲ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ସୁରକ୍ଷା କର୍ମୀ ସଙ୍ଘର ସଭାପତି ନିଲାମ୍ବର ଦଣ୍ଡସେନା ଦେହରେ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଓପିଟିସିଏଲ ଗ୍ରୀଡରେ ଏକ୍‌ଜିକ୍ୟୁଟିଭ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ଅଧିନରେ କାମ କରୁଥିବା କର୍ମଚାରୀମାନେ ଦୀର୍ଘ ୮ମାସହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି ।

ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି  । ତେଣୁ ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ୪ଦିନ ହେଲା କର୍ମଚାରୀମାନେ  ଧାରଣାରେ ବସିଛନ୍ତି । କିନ୍ତୁ କମ୍ପାନୀ କର୍ତ୍ତୁପକ୍ଷ  କିମ୍ବା ପ୍ରଶାସନ ଘଟଣାସ୍ଥଳକୁ ଆସିନଥିବାରୁ ନିଲାମ୍ବର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି  । ଅଭିଯୋଗର ତୁରନ୍ତ ସମାଧାନ ନହେଲେ ସମସ୍ତ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗ: ଶକ୍ତିମନ୍ତ୍ରୀଙ୍କ ଉତ୍ତର, ବିପିଏଲ କିମ୍ବା ଚାଷୀଙ୍କ ପାଇଁ ବଢିନି ଦର

ଭୁବନେଶ୍ୱର: ବିଦ୍ୟୁତ ଦର ନିର୍ଦ୍ଧାରଣ କରନ୍ତି OERC । ଶେଷ ଥର ପାଇଁ ୨୦୧୩-୧୪ ରେ ଦର ବଢିଥିଲା । ଗତ ୭ ବର୍ଷ ଯାଏ ବଢି ନଥିଲା । ହେଲେ ଏଦର ବୃଦ୍ଧି BPL କି ଚାଷୀଙ୍କ ପାଇଁ ନୁହେଁ । ଏହା କେବଳ ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଯେଉଁମାନେ ୫୦ ୟୁନିଟରୁ ଅଧିକ ବ୍ୟବହାର କରୁଛନ୍ତି । କୋଭିଡ଼ ସମୟରେ କେନ୍ଦ୍ର ସରକାରଙ୍କ NTPC, NHPC ଓ PGCIL ପ୍ରାୟ ୬୮ ପଇସା ଦର ବଢ଼ାଇଛନ୍ତି । ଏହି ତୁଳନାରେ ୨୦ ପଇସା ବଢ଼ାଇବା କେବଳ ୪ ପ୍ରତିଶତ ବୋଲି ବିଧାନସଭାରେ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି ।

ଦେଶର ଗୋଟିଏ ରାଜ୍ୟକୁ ଛାଡ଼ିଲେ ଆମ ରାଜ୍ୟର ବିଦ୍ୟୁତ ଦର କମ । ୨୦୨୦ ମସିହାରେ GRIDCOକୁ ୮ହଜାର ୨୭୫ କୋଟି ଟଙ୍କାର ଆବଶ୍ୟକତା ରହିଛି । ପ୍ରତି BPL ପରିବାରକୁ ବିଜୁଳି ସଂଯୋଗ ହୋଇଛି । ଟ୍ରାନସଫର୍ମର ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣର ଅପଗ୍ରେଡେସନ୍ ହୋଇଛି । ଅକ୍ଟୋବର ପହିଲାରୁ ନୂତନ ଦର ଲାଗୁ ହେବ। କରୋନା ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି ନୋଟିସ୍ ନେଇ ଶକ୍ତି ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେପଟେ ବଲାଙ୍ଗୀର କୋଭିଡ ସେଣ୍ଟର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେିଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତଦନ୍ତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ସେଣ୍ଟରରେ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ।

ଅନ୍ୟପଟେ ଗୃହରେ ବିଜେଡିର କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ସମର୍ଥନ ନେଇ କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେଡି କିପରି ଲୋକସଭାରେ ସମର୍ଥନ ଓ ରାଜ୍ୟସଭାରେ ବିରୋଧ କଲେ ବୋଲି ସେ ପ୍ରଶ୍ନ କରିଛି  କଂଗ୍ରେସ । ଏପରିକି ଏହା ଦ୍ୱାରା MSP ଉପରେ ପ୍ରଭାବ ପଡ଼ିବ ବୋଲି ମଧ୍ୟ କଂଗ୍ରେସ କହିଛି ।

ଏହି ପ୍ରସଙ୍ଗରେ ସନ୍ତୋଷଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି ଲୋକସଭାରେ ଏନେଇ ବିବୃତି ରଖିଥିଲେ ସାଂସଦ ଅନୁଭବ ମହାନ୍ତି । ରାଜ୍ୟସଭାରେ ବିରୋଧ କରିଥିଲେ ସାଂସଦ ଅମର ପଟ୍ଟନାୟକ । ତେଣୁ କଂଗ୍ରେସ ବିଧାୟକ ଭୁଲ ତଥ୍ୟ ଗୃହରେ ନଦିଅନ୍ତୁ ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି । ଗୃହରେ ଯେପରି ଭୁଲ ରେକର୍ଡ଼ିଂ ନହେଉ, ତାହା ବିଚାର ବାଚସ୍ପତି କରନ୍ତୁ ବୋଲି ସେ ମତ ପ୍ରକାଶ କରିଛନ୍ତି । ବାରମ୍ଭାର MSP ପାଇଁ  ରାଜ୍ୟ ସରକାର ଦାବି ଉଠାଉଛନ୍ତି । ହେଲେ ଫଳ ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି।

ମହିଳା କମିଶନଙ୍କ ସମ୍ମୁଖରେ OTV ଏମଡିଙ୍କ ବଦଳରେ ହାଜର ହେଲେ ପିଆର ମୁଖ୍ୟ

ଭୁବନେଶ୍ୱର: ଡିସିପିଙ୍କ ସମନକୁ OTV ଏମ୍‌ଡିଙ୍କ ବେଖାତିର । ମହିଳା କମିଶନଙ୍କ ସମ୍ମୁଖରେ ହାଜିରା ପାଇଁ ସମନ ପାଇଥିଲେ କିନ୍ତୁ ହାଜିର ହେଲେ ନାହିଁ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନରେ ହାଜର ହେଲେନି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଆଜି କମିଶନଙ୍କ ନିକଟରେ ଓଟିଭି ଏମଡି ହାଜର ନହେବାକୁ ନେଇ ନାନା ପ୍ରଶ୍ନ ଉଠୁଛି ।  କ’ଣ ଡ଼ରରେ କମିଶନଙ୍କ ନିକଟରେ  ଜଗି ମଙ୍ଗତ ପଣ୍ଡା ହାଜର ହେଲେ ନାହିଁ ? କଣ ଜେରାର ଭୟ ପଛରୁ ଟାଣି ଧରିଲାକି OTV ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ । ଯଦି OTV କର୍ମଚାରୀଙ୍କ ଏଥିରେ କୌଣସି ହାତ ନାହିଁ ତେବେ ପୋଲିର ଜେରାକୁ କାହିଁକି ଡରୁଛନ୍ତି ଜଗି । ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ  ଓଟିଭି ଏମଡି କମିଶନଙ୍କ ସମ୍ମୁଖରେ ନିଜେ ହାଜର  ହୋଇନଥିବା ବେଳେ  ତାଙ୍କ ପକ୍ଷରୁ ଓଟିଭି ଲୋକସଂପର୍କ ଅଧିକାରୀ ମହିଳା କମିଶନରେ ହାଜର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଦୁଷ୍କର୍ମ ଘଟଣାରେ ମହିଳା କମିଶନଙ୍କ ପକ୍ଷରୁ ଜଗି ମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ସମନ ଜାରି କରାଯାଇଥିଲା । ପୂର୍ବରୁ ମହିଳା କମିଶନରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ହାଜର ହୋଇଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଦର୍ଶାଇ ଚାଲିଯାଇଥିଲେ । ଏହାପରେ ଆଜି ପୁଣିଥରେ ହାଜର ହେବା ପାଇଁ ଭୁବନେଶ୍ୱର ଡିସିପିଙ୍କ ଜରିଆରେ ମହିଳା କମିଶନ ସମନ ଜାରି କରିଥିଲେ । କିନ୍ତୁ ସେ ପହଞ୍ଚି ନଥିଲେ । ନିଜେ ନଆସି ତାଙ୍କ ଓକିଲ ଏବଂ ପିଆର‌ ହେଡ଼ଙ୍କୁ ପଠାଇଦେଇଥିଲେ ।