ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର, ତିର୍ତ୍ତୋଲ: ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଲଗି ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୩୯.୬୮.୯୩ ପ୍ରତିଶତ ମତଦାନ ହୋଇଥିବା ସୂଚନା  ।୧୧ଟା ସୁଦ୍ଧା ବାଲେଶ୍ୱରରେ ୨୭.୬ ପ୍ରତିଶତ ଓ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଥିଲା । ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଓ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା ।

ତେବେ କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣରେ ବିଳମ୍ୱ ହୋଇଥିଲା । ପରେ ୭ ଇଭିଏମ୍ ମେସିନ ବଦଳାଯିବା ପରେ ଏବେ ଭୋଟ ଗ୍ରହଣ ସ୍ୱାଭାବିକ ଚାଲିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ ପାଇଁ ମାସ୍କ ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ମଡେଲ୍ ବୁଥ୍‌ଗୁଡିକରେ ହୋଇଛି ହାଇଟେକ୍ ବ୍ୟବସ୍ଥା । ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରୁଛନ୍ତି ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି । ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ଓ୍ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ଓ୍ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।  ତିର୍ତ୍ତୋଲରେ ନିର୍ବାଚନମଣ୍ଡଳୀର ୧୫୫ ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖିଛି ପୋଲିସ । ୩୭ ବୁଥରେ ଓ୍ବେବ୍‌କାଷ୍ଟିଂ ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ତିର୍ତ୍ତୋଲରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ,୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବା ସହ ୧୫୦ ଜଣ ଇନ୍ସପେକ୍ଟର , ସବ ଇନ୍ସପେକ୍ଟର ଓ ଏଏସଆଇ ଡ୍ୟୁଟିରେ ନିୟୋଜିତ ଅଛନ୍ତି

Leave a Reply