spot_img
Home Blog Page 6630

ଗୋଟିଏ ଦିନରେ ୪୮ହଜାର ୯୧୬ ପଜିଟିଭ୍ ଚିହ୍ନଟ, ମୋଟ ମୃତ୍ୟୁ ସଂଖ୍ୟା ୩୧ହଜାର ପାର୍

ନୂଆଦିଲ୍ଲୀ: ଦେଶରେ କରୋନା ନିୟନ୍ତ୍ରଣ ବାହାରେ । ଦିନ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪୮ହଜାର ୯୧୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୫୭ଜଣଙ୍କ ମୃତ୍ୟୁ ହେଲାଣି । ଏହାକୁ ମିଶାଇ ଦେଶରେ କରୋନାରେ ମୋଟ୍ ମୃତ୍ୟସଂଖ୍ୟା ୩୧ହଜାର ୩୫୮ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୩ଲକ୍ଷ ୩୬ହଜାର ୮୬୧ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୫୬ହଜାର ୭୧ । କରୋନାରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୪୯ହଜାର ୪୩୧ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

କରୋନା ସଂକ୍ରମିତଙ୍କ ସଂଖ୍ୟା ହିସାବରେ ଭାରତ ଦୁନିଆର ତୃତୀୟ ପ୍ରଭାବିତ ଦେଶ । ଆମେରିକା, ବ୍ରାଜିଲ ପରେ କରୋନା ମହାମାରୀଠାରୁ ସବୁଠୁ ଅଧିକ ପ୍ରଭାବିତ ଭାରତ ହୋଇଛି । ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଦେଖିବା ଅନ୍ୟଦେଶ ତୁଳନାରେ ଭାରତ ସ୍ଥିତି ବହୁତ ଭଲ ଅଛି । ଭାରତଠାରୁ ଅଧିକ ସଂକ୍ରମିତ ଆମେରିକା ଏବଂ ବ୍ରାଜିଲରେ ରହିଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୪୮ହଜାର ୧୯୪ ଥିବା ବେଳେ ବ୍ରାଜିଲରେ ୨ଲକ୍ଷ ୩୪୮ହଜାର ୨୦୦ମାମଲା ରହିଛି ।

ଦେଶରେ ସବୁଠୁ ଅଧିକ ପ୍ରଭାବୀତ ରାଜ୍ୟ

ମହାରାଷ୍ଟ୍ରରେ ୩ଲକ୍ଷ ୫୭ହଜାର ୧୧୭ରେ ପହଞ୍ଚିଛି କରୋନା ପଜିଟିଭ୍ ସଂଖ୍ୟା । କରୋନାରେ ୧୩ହଜାର ୧୩୨ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୨ଲକ୍ଷ ପାଖାପାଖି ହେଲେଣି ପଜିଟିଙ୍କ ସଂଖ୍ୟା । କରୋନା ନେଲାଣି ୩ହଜାର ୩୨୦ ମୁଣ୍ଡ । ଦିଲ୍ଲୀରେ ଲକ୍ଷେ ୨୮ହଜାର ୩୮୯ ପଜିଟିଭ୍ କେସ୍ ଥିବା ବେଲେ ୩ହଜାର ୭୭୭ଜଣଙ୍କ ମୃତ୍ୟୁ ହେଲାଣି ।କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮୫ହଜାର ଓ ୮୦ହଜାର  ପଜିଟିଭ୍ କେସ୍ ଥିବା ବେଳେ ୧୭ଶହ ୨୬ ଓ ଆନ୍ଧ୍ରପ୍ରଦେଶରେ ୯୩୩ଜଣଙ୍କ ମୃତ୍ୟୁ ହୋଇଛି । ୟୁପିରେ ୬୦ହଜାର ଟପିଲା ପଜିଟିଭ୍ ସଂଖ୍ୟା ୧୩୪୮ଜଣଙ୍କ ପ୍ରାଣ ନେଲାଣି କରୋନା ଭୂତାଣୁ ।

ପୁଣି ଗଲା ୧୦ ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ଜଣଙ୍କ ମୁଣ୍ଡ ନେଲା କରୋନା । କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୧୩୦ରେ ପହଞ୍ଚିଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏବେ କିଛି ଦିନ ହେବ ଲଗାତର ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଯାହାକି ଚିନ୍ତାର ବିଷୟ ।

ତେବେ ଗତ ୨୪ ଘଣ୍ଟାରେ ଦଶ ଜଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଛାନିଆ କରିଛି । ଏହି ୧୦ ଜଣଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ ରହିଥିବା ବେଳେ ଗଜପତିରୁ ଜଣେ, ଗଞ୍ଜାମରୁ ତିନି ଜଣ, ଝାରସୁଗଉଡ଼ାରୁ ଜଣେ, ରାୟଗଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ଶନିବାର ସକାଳୁ ରାଜ୍ୟରେ ପୁଣି ୧୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡ଼ର ୧୪, ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡ଼ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁୁ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩୯, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୧୭୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଗଞ୍ଜାମରେ ପୁଣି ସର୍ବାଧିକ ଆକ୍ରାନ୍ତ ! ଜାଣନ୍ତୁ ଆଜି କେଉଁଠୁ କେତେ ?

ପୁଣି ହାତୀ ଆତଙ୍କ, ଯୁବକଙ୍କୁ ଦଳିଦେଲା…

0

ଅନୁଗୁଳ/ ମୟୁରଭଞ୍ଜ: ପୁଣି ଅନୁଗୁଳରେ ହାତୀ ଆତଙ୍କ । ଯୁବକଙ୍କୁ ଦଳି ମାରିଦେଲା ହାତୀ । ଅନୁଗୁଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରୁଙ୍ଗ୍‌ଟା ଗେଟ୍‌ ସମୁଖରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମେରାମଣ୍ଡଳୀ ଗ୍ରାମର ରସା ନାଏକ । ବିଲକୁ ଚାଷ ପାଇଁ ଯିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେପଟେ ମୟୂରଭଞ୍ଜରେ ବି ହାତୀ ଆତଙ୍କ ଦେଖିବାକୁ ମିଳିଛି । ପାଖାପାଖି ୨୧ ଟିକିଆ ହାତୀ ପଲ କରଞ୍ଜିଆରେ ଉତ୍ପାତ କରୁଛନ୍ତି । ସୁକୃଳି, ରରୁଆଁ, କରଞ୍ଜିଆ, ଯଶୀପୁର ବ୍ଲକର ବିଭିନ୍ନ ଗାଁରେ ଘର ଦୁଆର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ତେବେ ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ହାତୀମାନଙ୍କୁ ଘଉଡ଼ାଇବାରେ ସେମାନେ ସଫଳ ହୋଇନାହାନ୍ତି ।

 

ଅନ୍ୟପଟେ ହାତୀ ଆକ୍ରମଣରେ ଶୁକ୍ରବାର ଜଣେ ଯୁବକଙ୍କ ଜୀବନ ଯାଇଛି । ମୃତକ ହେଲେ କେଁଝରାର ଖଗେଶ୍ୱର ମହାନ୍ତ । ହାତୀପଲ ରାସ୍ତା ପାର କରୁଥିବା ବେଳେ ଖଗେଶ୍ୱର ସେହି ରାସ୍ତା ଦେଇ ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକ ହାତୀ ଘଉଡ଼ାଇବା ପାଇଁ ରାତିରେ ନିଁଆଁ ହୁଳା ଧରି ମିଳିତ ଭାବେ ଜଗି ରହୁଛନ୍ତି ।

ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଗଞ୍ଜାମରେ ପୁଣି ସର୍ବାଧିକ ଆକ୍ରାନ୍ତ ! ଜାଣନ୍ତୁ ଆଜି କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ । ଏହି ୧୩୨୦ ଜଣଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ରେ ପହଞ୍ଚିଛି । ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮୮୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଏତେ ସଂଖ୍ୟାରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ଏବେ ପ୍ରତିଦିନ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଚିହ୍ନଟ ହେଉଛନ୍ତି । ଯାହାକି ବଡ଼ ଚିନ୍ତାର ବିଷୟ ।

୧୩୨୦ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୬, ବାଲେଶ୍ୱରର ୨୩, ବରଗଡ଼ର ୧୪, ଭଦ୍ରକର ୨୮, ବଲାଙ୍ଗିରର ୯, କଟକର ୪୭, ଦେଓଗଡ଼ର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁୁ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩୯, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୧୭୪, କୋରାପୁଟରୁ ୩୦, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଶେଷ ଥର ପାଇଁ ରାଜ୍ୟରେ ୮୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧାରେ ରାଜ୍ୟରେ ୪ ଲକ୍ଷ ୪୬ ହଜାର ୩୧୧ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୪ ହଜାର ୧୩ ରହିଛି । ସେପଟେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫ ହଜାର ୨୦୦ରେ ପହଞ୍ଚିଥିବା ବେଳେ ୮ ହଜାର ୬୫୦ଟି ମାମଲା ଏବେ ସକ୍ରିୟ ରହିଛି ।

ମହିଳା ଅପହରଣକାରୀ ଗିରଫ: ଅପହରଣ କରି ଦାବି କରିଥିଲେ ୪କୋଟି ଟଙ୍କା

ଗୋଣ୍ଡା: ୟୁପିର ଗୋଣ୍ଡାରୁ ଅପହରଣ ହୋଇଥିବା ଜଣେ ବ୍ୟବସାୟୀଙ୍କ ନାତିକୁ ପୋଲିସ ସଫଳତାର ସହ ଉଦ୍ଧାର କରିଛି। ଏହାସହ ଅପହରଣ କରି ୪ କୋଟି ଟଙ୍କା ମାଗିଥିବା ଝିଅଟିକୁ ମଧ୍ୟ ପୋଲିସ ଗିରଫ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରାଯାଇଛି। ଅପହରଣ ଘଟଣା ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ୟୁପି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ଗିରଫ ପୂର୍ବରୁ ପୋଲିସ ସହ ଏହି ଅଭିଯୁକ୍ତମାନ ହାତିହାତି ହେବାର ଖବର ମଧ୍ୟ ଆସିଛି ।

ଗିରଫ ହୋଇଥିବା ଚାରିଜଣ ଅପରାଧୀଙ୍କ ମାନେ ହେଲେ  ସୁରଜ ପାଣ୍ଡେ, ଛବି ପାଣ୍ଡେ, ଉମେଶ ଯାଦବ,ଦୀପୁ କଶ୍ୟପ । ତେବେ ଏହି ସଫଳତା ପରେସରକାର ଏସଟିଏଫ ଦଳକୁ ଦୁଇ ଲକ୍ଷ ପୁରସ୍କାର ପ୍ରଦାନ କରିଛନ୍ତି । ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିବା ମଧ୍ୟ ଜଣାପଡ଼ିଛି ।

ୟୁପି ଏଡିଜି ପ୍ରଶାନ୍ତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୋଲିସର କାର୍ଯ୍ୟରେ ଦୁଇ ଅଭିଯୁକ୍ତ ଉମେଶ ଯାଦବ ଏବଂ ଦୀପୁ କାଶ୍ୟପ ଆହତ ହୋଇଛନ୍ତି । ସୁରଜ ପାଣ୍ଡେ, ଛବି ପାଣ୍ଡେ ଏବଂ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଏକ ଅଲ୍ଟୋ ଗାଡି ଜବତ କରାଯାଇଛି। ଅପରାଧୀଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଆହତ ଅଭିଯୁକ୍ତଙ୍କୁ ଚିକିତ୍ସିତ ପାଇଁ ପଠାଇଦିଆଯାଇଛି । ପୋଲିସ ଅଭିଯୁକ୍ତମାନଙ୍କ ଚିକିତ୍ସା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି । ପୋଲିସ ସମଗ୍ର ଅଞ୍ଚଳରେ କମ୍ବିଂ ଅପରେସନ୍ ଚଲାଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯାଇଛି, ଏଥିରେ ଜଣେ ମହିଳା ମଧ୍ୟ ଅଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ଦିନ ଗୋଣ୍ଡାରେ ଜଣେ ବ୍ୟବସାୟୀଙ୍କ ନାତିକୁ ଅପହରଣ ହୋଇଥିଲା। ଅପହରଣକାରୀମାନେ ମାସ୍କ ବଣ୍ଟନ କରିବାର ବାହାନା କରି ବ୍ୟବସାୟୀଙ୍କ ନାତିକୁ ଅପହରଣ କରି ୪କୋଟି ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏହି ଘଟଣା ପରେ ପୋଲିସ ପ୍ରଶାସନ ଏବଂ ଏସଟିଏଫ ଖୋଜାଖୋଜି କରିଥିଲେ ।

ଟ୍ୟାଙ୍କର ଅଛି ପାଇପ୍‌ ବି ଅଛି, ତଥାପି ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

0

ଭୁବନେଶ୍ୱର: ଗ୍ରୀଷ୍ମ ନୁହେଁ, ବର୍ଷାରେ ବି ଜଳ କଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଦିନରେ ବି ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା । ଗ୍ରାମାଂଚଳର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ହେଲେ ସବୁ ଯୋଜନା ଯେମିତି କେବଳ କାଗଜ କଲମରେ ଅଟକି ଯାଇଛି । ସ୍ଥାନୀୟ ପ୍ରଶାସନ ଯେମିତି ସ୍ଥାଣୁ ପାଲଟିଯାଇଛି । ଆଉ ଶ୍ରାବଣ ମାସରେ ବି ଲୋକଙ୍କୁ ଘାରିଛି ପାନୀୟ ଜଳର ଚିନ୍ତା ।

Water Tank

ଟୋପାଏ ପିଇବା ପାଣି ପାଇଁ ଚାଲିବାକୁ ପଡ଼ୁଛି ଅନେକ ବାଟ । ପୁଣି ଗୋଟିଏ ସ୍ଥାନରୁ ପାଣି ଆଣିବା ପାଇଁ ଏକାଠି ହେଲେ, ରହୁଛି କରୋନା ସଂକ୍ରମଣର ଭୟ । ଏମିତିକି କରୋନା ଭୟ ଦେଖାଇ ତଡ଼ି ଦେଉଛନ୍ତି ସ୍ଥାନୀୟ ଲୋକ । ଏଭଳି ପରିସ୍ଥିତିରେ ପିଇବା ପାଣି ଟୋପାଏ ପାଇଁ, ଖୋର୍ଦ୍ଧା ଟାଙ୍ଗୀ ପଂଚାୟତର ପଣସପୁରରେ ଡହଳ ବିକଳ ହେଉଛନ୍ତି ଲୋକ ।

Water Tank

ଏହି ଗାଁରେ ପୂର୍ବରୁ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପାଇପ୍ ଯୋଗେ ପାଣି ଦିଆଯାଉଥିଲା । ହେଲେ ତାହା ଏବେ ଅଚଳ ହୋଇପଡ଼ିଛି । ପଂଚାୟତ ପକ୍ଷରୁ ୧୦୦୦ ଲିଟର ଓଭର ହେଡ୍‌ ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କମରେ ଆସୁନି । କିନ୍ତୁ ପୂର୍ବରୁ ଏହା ଦ୍ୱାରା ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଥିଲା । ଯାହା ଗତ ମାସେ ହେଲା ବନ୍ଦ ହୋଇ ପଡିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନାହାନ୍ତି ଆଉ ସମସ୍ୟା ଯଥା ପୂର୍ବଂ ତଥା ପରଂ ରହିଛି । ତୁରନ୍ତ ପାଣି ସମସ୍ୟା ସମାଧାନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

‘ଲକ୍‌ଡାଉନ୍‌ରେ ସମୟ ନଷ୍ଟ ନକରି ଆରମ୍ଭ କଲେ କିଚେନ୍‌ ଗାର୍ଡେନ୍‌’

ବାଲେଶ୍ୱର:  ଛାତ ଉପରେ ପରିବା ଚାଷ । ଭେଣ୍ଡି, ବାଇଗଣ, କଲରାଠୁ ନେଇ ଭଳିକି ଭଳି ସଜ ପରିବା ଫଳିଛି । ଲକଡାଉନରେ ଘରେ ରହି କିଚେନ୍‌ ଗାର୍ଡେନ ଆରମ୍ଭ କରିଥିଲେ ବାଲେଶ୍ୱର ବାଲିଆପାଳର ରବିନ୍ଦ୍ର ନାଥ ଅଣ୍ଡିଆ ।

Kitchen Garden

ଭେଣ୍ଡି, ବାଇଗଣ, କଲରା, ଲାଉ, ଅଦା, କଖାରୁ, କଞ୍ଚାଲଙ୍କା ଏମିତି ଅନେକ କିଛି ପରିବା । ଏସବୁ ଫଳିଛି ଛାତ ଉପରେ । ବାଲେଶ୍ୱର ବାଲିଆପାଳର ଯୁବ ବ୍ୟବସାୟୀ ରବିନ୍ଦ୍ର ନାଥ ଅଣ୍ଡିଆ ଘରେ କରିଛନ୍ତି ଏକ ଛୋଟିଆ କିଚେନ ଗାର୍ଡେନ୍‌ । ଗତ ଚାରି ମାସ ହେଲା କରୋନା କଟକଣା ଯୋଗୁ ସବୁଠି ତାଲାବନ୍ଦ ଥିବା ବେଳେ ଘର ଛାତ ଉପରେ ପରିବା ଚାଷ କରିବା କଥା ଭାବିଥିଲେ ରବିନ୍ଦ୍ର । ଅଯଥା ସମୟ ନଷ୍ଟ ନକରି ସମୟର ସଦ୍‌ଉପଯୋଗ କରି ରକମ ରକମର ତଟକା ପନିପରିବା ଫଳାଇଛନ୍ତି । ଆଉ ଏହି କାମରେ ତାଙ୍କୁ ସାହାଯ୍ୟ କରିଛନ୍ତି ତାଙ୍କ ସ୍ତ୍ରୀ ଜୟଲକ୍ଷ୍ମୀ ।

Kitchen Garden

ଘରେ ଥିବା ଅଦରକାରୀ ଡ୍ରମ, ପେଟି, ବସ୍ତା ଆଦିରେ ମାଟି ଖତ ପକାଇ ଗଛ ଲଗାଇଥିଲେ । ଏହାର ଉଚିତ୍‌ ଯତ୍ନ ନେବା ସହିତ ଜୈବିକ ସାର ଓ ଔଷଧ ପ୍ରୟୋଗ କରି ଚାଷ ଆରମ୍ଭ କରିଥିଲେ । ଏବେ ଘରେ ପ୍ରତିଦିନ ତଟକା ପରିବା ପାଇ ଆଉ ବଜାର ଯିବାକୁ ପଡୁନାହିଁ ।

Kitchen Garden

ଘରେ ରହି ଫ୍ରେସ୍‌ ପରିବା ରୋଷେଇ କରି ଖାଉଛନ୍ତି ପୁରା ପରିବାର । ରବିନ୍ଦ୍ରଙ୍କ ଏଭଳି ପ୍ରୟାସକୁ ଆଖପାଖ ଲୋକ ପ୍ରଶଂସା କରିବା ସହିତ ନିଜେ ଆପଣାଉଛନ୍ତି । ଲକଡାଉନରେ ଆରମ୍ଭ ହୋଇଥିବା ରବିନ୍ଦ୍ରଙ୍କ ଏ ଛୋଟିଆ କିଚେନ ଗାର୍ଡେନ ବହୁ ଲୋକଙ୍କୁ କିଛି କରିବାର ପ୍ରେରଣା ଯୋଗାଇଛି ।

ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଅଙ୍କିତା ଓ ରିୟା ଚକର୍ବତ୍ତିଙ୍କ ପୋଷ୍ଟ ଚର୍ଚ୍ଚାରେ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିଲିଜ ହୋଇସାରିଛି ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ ବହୁ ପ୍ରଭାବିତ ମଧ୍ୟ ହୋଇଛନ୍ତି । ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ବିଷୟରେ ଲଗାତାର ଭାବେ ଟ୍ୱିଟ୍ କରୁଛନ୍ତି। କେବଳ ସେତିକି ନୂହେଁ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ସୁଶାନ୍ତଙ୍କ ବିଷୟରେ ଟ୍ୱିଟ କରିଛନ୍ତି ଯାହା ଚାରିଆଡେ ଚର୍ଚ୍ଚା ବିଷୟ ପାଲଟିଛି ।

ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ‘ପବିତ୍ରା ରିସ୍ତା’ରେ ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଅଙ୍କିତା ଏ ବିଷୟରେ ଏକ ଟୁଇଟ୍ କରିଛନ୍ତି । ଅଙ୍କିତା ଟ୍ୱିଟରରେ ଲେଖିଛନ୍ତି, ‘ପବିତ୍ର ରିସ୍ତାଠାରୁ ଆରମ୍ଭ କରି ଦିଲ ବେଚାର ପର୍ଯ୍ୟନ୍ତ ଶେଷ ଥର ପାଇଁ।’

ଫିଲ୍ମ ରିଲିଜ୍ ପରେ  ଅଙ୍କିତାଙ୍କ ବ୍ୟତୀତ ଅନେକ ବଡ କଳାକାର ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ଲେଖିଛନ୍ତି । କେଦାରନାଥ ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ସହ କାମ କରିଥିବା ଅଭିନେତ୍ରୀ ସାରା ଅଲି ଖାନ ସୁଶାନ୍ତଙ୍କ ସ୍ମୃତିରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସାରା ସୁଶାନ୍ତ ଏବଂ ତାଙ୍କ ବାପା ସୈଫ ଅଲି ଖାନଙ୍କ ମଧ୍ୟରେ ତୁଳନା କରିଛନ୍ତି ।

https://www.instagram.com/p/CDBvwiQJSLv/?utm_source=ig_embed&utm_campaign=loading

ସାରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସୁଶାନ୍ତ ସିଂ ରାଜପୁତ ଏବଂ ସୈଫ ଅଲି ଖାନ ନଜର ଆସିଛନ୍ତି । ଫଟୋ କ୍ୟାପସନରେ ସାରା ଲେଖିଛନ୍ତି, ‘କେବଳ ଦୁଇଜଣ ଭଦ୍ରଲୋକ, ଯେଉଁମାନେ ମୋତେ ୱାନ୍ ଘୋଷ, ଟେଲିସ୍କୋପ୍, ତାରାମଣ୍ଡଳ, ଗିଟାର୍, କ୍ରିକେଟ୍, ପିଙ୍କ ଫ୍ଲାଏଡ୍, ନୁସରତ ସାବ ଏବଂ ଅଭିନୟ କୌଶଳକୁ ନେଇ ମୋ ସହ କଥା ହୋଇଛନ୍ତି । ତୁମ ଦୁହିଁଙ୍କ ମଧ୍ୟରେ ଏହି କଥା ସାଧାରଣ ଥିଲା ।

https://www.instagram.com/p/CDBHe9SH_Md/?utm_source=ig_embed&utm_campaign=loading

ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି

ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ତୁମକୁ ଦେଖିବା ପାଇଁ ମୋର ପ୍ରତ୍ୟେକ ମୁହୂର୍ତ୍ତର ଶକ୍ତି ଦରକାର । ତୁମେ ମୋ ସହିତ ମୋ ପାଖରେ ଅଛ, ମୁଁ ଜାଣେ ତୁମେ ଅଛ, ମୁଁ ତୁମକୁ ଏବଂ ତୁମର ପ୍ରେମକୁ ସେଲିବ୍ରେଟ୍ କରିବି । ମୋ ଜୀବନର ହିରୋ, ମୁଁ ଜାଣେ ତୁମେ ମଧ୍ୟ ଆମ ସହିତ ଏହାକୁ ଦେଖିବ | ‘