spot_img
Home Blog Page 6623

ଲକ୍‌ଡାଉନ୍‌ରେ ବଢାଇଛି ମାନସିକ ଅବସାଦ, ବଢିଛି ଆତ୍ମହତ୍ୟା ମାମଲା

ଭୁବନେଶ୍ୱର: ଦୁଃଖ ଦେଇଛି କୋଭିଡ୍‌ କଟକଣା । ଲକ୍‌ଡାଉନ୍‌ରେ ବଢ଼ିଛି ଲୋକଙ୍କ ମାନସିକ ଯନ୍ତ୍ରଣା । କାହାର ରୋଜଗାର ଚାଲି ଯାଇଛି ତ’କାହାକୁ ଦୁଇ ବେଳା ଖାଦ୍ୟ ମିଳୁନି । ଆଉ ଭଡ଼ା ଦେଇ ନପାରିବାରୁ କାହାକୁ ମାଲିକ ଘରୁ ବି ତଡ଼ି ଦେଇଛି । ଏଭଳି ସ୍ଥିତିରେ ଅନେକଙ୍କର ମାନସିକ ସନ୍ତୁଳନ ବିଗିଡ଼ିଛି । ଯେଉଁଥିପାଇଁ କୋଭିଡ କଟକଣା ସମୟରେ ‘ଆତ୍ମହତ୍ୟା’ ଘଟଣାରେ ରାଜଧାନୀ ଭୁବନେଶ୍ୱର ସର୍ବକାଳୀନ ରେକର୍ଡ କରିଛି ।

୩ ମାସର କଟକଣା ଭିତରେ ସ୍ମାର୍ଟସିଟିରେ ୯୦ ଜଣ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ୧୦ ବର୍ଷ ଭିତରେ ତିନି ମାସରେ ଏତେ ସଂଖ୍ୟାରେ ଆତ୍ମହତ୍ୟା କେବେ ହୋଇନାହିଁ । ୨୦୧୯ରେ ଭୁବନେଶ୍ୱରରେ ଏପ୍ରିଲ, ମେ ଓ ଜୁନ୍‌ ୩ ମାସରେ ୫୭ଟି ଆତ୍ମହତ୍ୟା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିଲା । ଆତ୍ମହତ୍ୟାର ଏହି ଉଦ୍‌ବେଗଜନକ ସଂଖ୍ୟା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

କଟକଣା ସମୟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ସବୁଠାରୁ ଚର୍ଚ୍ଚିତ ରହିଛି । ଯଦିଓ ମାମଲାର ତଦନ୍ତ ଚାଲିଛି, ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ପ୍ରମାଣିତ ହୋଇ ନାହିଁ । ସେହିପରି ମେ ମାସରେ ଶ୍ରୀଲିଙ୍ଗରାଜ ଥାନା କୁମ୍ଭାରସାହି କେନାଲ ରୋଡ୍‌ରେ ନବବିବାହିତା ଗର୍ଭବତୀ ପତ୍ନୀ ମୀନାକ୍ଷୀ ରାଉତଙ୍କୁ ସ୍ୱାମୀ ରାକେଶ ରାଉତ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ ।

ସେହିପରି ନହରକଣ୍ଟାର ସସ୍ମିତା ନନ୍ଦ ଗତ ମାସରେ ଆତ୍ମହତ୍ୟା କରିଥିଲେ । ତେବେ ଏହିସବୁ ଘଟଣା ଅବସାଦ ଗ୍ରସ୍ତର ଶିକାର ହୋଇଥିବା କୁହାଯାଉଛି । ଲକ୍‌ଡାଉନ୍‌ ସମୟରେ ପେଟପାଟଣା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଜନିତ ଘଟମା ବଢିଥିବା କୁହାଯାଉଛି । କେବଳ ଭୁବନେଶ୍ୱର ନୁହେଁ, ସାରା ଦେଶରେ ଏବେ ବହୁ ହାଇପ୍ରୋଫାଇଲ ଆତ୍ମହତ୍ୟା ଘଟଣା ଘଟୁଥିବା ଦେଖାଯାଇଛି ।

(ଭୁବନେଶ୍ୱରରୁ ମାନସ ମହାପାତ୍ର)

ବୁର୍ଖା ପିନ୍ଧିିଥିବା ମହିଳା ଭାଙ୍ଗିଲେ ଭଗବାନ ଗଣେଶଙ୍କ ମୂର୍ତ୍ତି: ଜାଣନ୍ତୁ କେଉଁଠିି ଓ କାହିଁକି

ବାହାରିନ୍:  ଏଠାକାର ଏକ ସୁପରମାର୍କେଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ବିଷୟରେ ଜାଣିବା ପରେ ହିନ୍ଦୁ ଧର୍ମାବଲମ୍ୱି ଦୁଃଖିତ ହେବେ । ଏଠାକାର ଦୋକାନରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଗଣେଶ ମୂର୍ତ୍ତି ଭାଙ୍ଗିଛନ୍ତି । ଆଉ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବହାରେନର ରାଜଧାନୀ ମାନାମାର ଜାଫେୟାର ମାର୍କେଟର ହୋଇଥିବା ସୂଚନା ।

ଭାଇରାଲ ଭିଡିଓରେ ଦୁଇ ଜଣ ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ଦେଖିବାକୁ ମିଳିଛି । ସେମାନେ ଆସନ୍ତା  ଗଣେଷ ପୂଜା ପାଇଁ ରଖାଯାଇଥିବା ଭଗବାନ ଗଣପତିଙ୍କ ପ୍ରତିମୂର୍ତ୍ତିକୁ ଗୋଟିଏ ପରେ ଗୋଟିଏ ତଳେ କଚାଡି ଭାଙ୍ଗୁଛନ୍ତି  । ଭିଡିଓରେ ଶୁଣିବାକୁ ମିଳିଛି ଯେ, ଏହା ଏକ ମୁସଲମାନ ଦେଶ । ଏହା ଉପରେ ଅନ୍ୟ ଜଣେ ମହିଳା କହିଛନ୍ତି ଯେ, ଆମେ ଦେଖିବୁ ଏହି ମୂର୍ତ୍ତିଗୁଡ଼ିକୁ କିଏ ପୂଜା କରିବ | ପୋଲିସକୁ ଡାକ  ।

ପୋଲିସ ଏକ ମାମଲା ଦାୟର କରିଥିଲା

ଏହି ଘଟଣା ପରେ ଗଣେଶ ମୂର୍ତ୍ତି ଭାଙ୍ଗିଥିବା ମହିଳାଙ୍କ ବିରୋଧରେ ବାହାରିନ୍ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖବର ଅନୁଯାୟୀ, ୫୪ ବର୍ଷୀୟା ମହିଳା ଏକ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ବାହାରିନର ମନ୍ତ୍ରଣାଳୟ କହିଛି ଯେ, ଜଣେ ମହିଳାଙ୍କ ଦୋକାନକୁ କ୍ଷତି ପହଞ୍ଚାଇବା ସହ ଏକ ଦଳକୁ ବଦନାମ କରିବା ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ

ଯୋଗୀଙ୍କ ରାସ୍ତାରେ ୟେଦ୍ଦିୟୁରପ୍ପା, ବେଙ୍ଗଳୁରୁ ହିଂସାକାରୀଙ୍କ ଠାରୁ ଆଦାୟ କରିବେ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ

ବେଙ୍ଗଳୁରୁ: କେଜି ହଲ୍ଲି ଓ ଡିଜି ହଲ୍ଲିରେ ହୋଇଥିବା ହିଂସାକୁ ନେଇ କର୍ଣ୍ଣାଟକ ସରକାର କଠୋର ହୋଇଛନ୍ତି । ଏହି ହିଂସାରେ ସର୍ବସାଧାରଣ ଓ ଘରୋଇ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା । ନଷ୍ଟ ହୋଇଥିବା ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବ ବୋଲି କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ ରାଜ୍ୟ ସରକାର କ୍ଲେମ୍ ମିଶନର ନିଯୁକ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ।

ଡିଜେ ହଲ୍ଲି ଓ କେଜି ହଲ୍ଲିରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ସେମାନଙ୍କ ବିରୋଧରେ UAPA ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହିଂସା ଘଟଣାର ତଦନ୍ତ ଜାରି ରଖିଛି । ମାମଲାର ତ୍ୱରିତ ଶୁଣାଣି ପାଇଁ ୩ ଜଣ ସରକାରୀ ଓକିଲଙ୍କ ଟିମ୍ ଲାଗି ପଡ଼ିଛନ୍ତି । ଆବଶ୍ୟକ ହେଲେ ଏସ୍ଆଟି ଗୁଣ୍ଡା ଆକ୍ଟ ଧାରାରେ ମକଦ୍ଦମା ରୁଜୁ ଲାଗି ବିଚାର କରୁଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦିୟୁପ୍ପା ସୋମବାର କରିଥିବା ଟ୍ୱିଟ୍ ମୁତାବକ- କେଜି ହଲ୍ଲି ଓ ଡିଜି ହଲ୍ଲୀରେ ହୋଇଥିବା ହିଂସାରେ ବ୍ୟାପକ ଘରୋଇ ଓ ସର୍ବସାଧାରଣ ସମ୍ପତ୍ତି ନିଷ୍ଟ ହୋଇଛି । ଏହାର ଭରଣା ଦୋଷୀଙ୍କ ଠାରୁ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରକାରେ କ୍ଲେମ କମିଶନର ନିଯୁକ୍ତ ପାଇଁ ସରକାର ହାଇକୋର୍ଟ ଯିବେ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୨ ତାରିଖ ରାତିରେ କର୍ଣ୍ଣାଟକ ରାଜଧାନୀରେ ଭୟାନକ ହିଂସା ହୋଇଥିଲା । ଏହି ହିଂସାରେ ଏବେ ଯାଏଁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ୩ ଜଣଙ୍କ ମୃତ୍ୟୁ ଘଟଣା ଦିନ ରାତିରେ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖି ବୁଜିଥିଲେ । ଏହି ହିଂସାରେ ପ୍ରାୟ ୬୦ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ ।

ଭଲ ଖେଳିଲେ ହଷ୍ଟେଲରେ ଯାଗା ଅଛି : କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: ଏବେ ଭଲ ଖେଳ ପ୍ରଦର୍ଶନ କଲେ ମିଳିବ ହଷ୍ଟେଲରେ ରହିବାର ସୁଯୋଗ । କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ଏମିତି କଡା ତାଗିଦ କରିଛନ୍ତି ।  ଭଲ ପ୍ରଦର୍ଶନ ନ କଲେ,  ହଷ୍ଟେଲରେ ରହିବାର ସୁଯୋଗ ଖେଳାଳୀଙ୍କୁ ମିଳିବ ନାହିଁ      । ସବୁ ୧୮ ବର୍ଷରୁ ଅଧିକ ବୟସ୍କ ଖେଳାଳୀଙ୍କୁ ଟିମରୁ ବାହାର କରାହେବ ନାହିଁ। ଯିଏ ଭଲ ଖେଳିବେ, ସିଏ ଟିମରେ ରହିବ। ୧୬ଟି କ୍ରୀଡ଼ା ହଷ୍ଟେଲରେ ବି ଏବେଠାରୁ ଆଉ ସବୁ ଖେଳର ଛାତ୍ର ରହିବେ ନାହିଁ। ଏହା ୨ରୁ ତିନିକୁ ସୀମିତ ରହିବ। ଏଥିରେ ଭଲ ଭାବେ ସବୁ ଖେଳକୁ ସମୟ ଦେଇ ହେବ।
ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ସୁଧା ଫିଫା ଅଣ୍ଡର ୧୭  ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ (FIFA Under 17 Qualifying ) ପାଇଁ ତିନୋଟି ଷ୍ଟାଡିଅମ ପ୍ରସ୍ତୁତି ସରିବ। କଳିଙ୍ଗ ଷ୍ଟାଡିଅମରେ ଦୁଇଟି, ସପ୍ତମ ବଟାଲିଅନରେ ଗୋଟିଏ ଓ କ୍ୟାପିଟାଲ ହାଇସ୍କୁଲରେ ଗୋଟେ ପଡ଼ିଆ ଏଥିପାଇଁ ପ୍ରସ୍ତୁତ ହେବ । ଚଳିତ ବର୍ଷ ନଭେମ୍ବର ବଦଳରେ ଆସନ୍ତା ୨୦୨୧ରେ ଭୁବନେଶ୍ୱରରେ ହେବ ମ୍ୟାଚ। ତେବେ କରୋନା ପାିଁ କ୍ରୀଡା ଭିତ୍ତିଭୂମି ସଂପ୍ରସାରଣରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ବିଭିନ୍ନ କ୍ରୀଡା ସଂଘଙ୍କର  ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ୧୬ କ୍ରୀଡା ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ  ୧୮ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ହଷ୍ଟେଲରେ ରଖାଯିବା ପାଇଁ ସଂଘ ଦେଇଥିବା  ପ୍ରସ୍ତାବକୁ ସରକାର ଗ୍ରହଣ କରିବା ସହ ପ୍ରଦର୍ଶନକୁ ନେଇ କ୍ରୀଡା ମନ୍ତ୍ରୀ ଏଭଳି କଡା ତାଗିଦ କରିଛନ୍ତି ।

ଆସନ୍ତା ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ବିଜ୍ଞାନ ପରେ ଏବେ ପ୍ରକାଶ ପାଇବାକୁ ଯାଉଛି ବାଣିଜ୍ୟ ଫଳାଫଳ । ପୂର୍ବରୁ CHSEର ବିଜ୍ଞାନ ପରୀକ୍ଷାର ଫଳାଫଳ ପ୍ରକାଶ ପାଇସାରିଛି । ତେବେ ୧୯ ତାରିଖରେ ବାହାରିବ ବାଣିଜ୍ୟ ଫଳାଫଳ । ପୂର୍ବାହ୍ନ ୧୧.୩୦ ରେ ବାହାରିବ ବାଣିଜ୍ୟ ଫଳ । CHSE କାର୍ଯ୍ୟାଳୟରେ ରେଜଲ୍ଟ ଡିକ୍ଳାର ହେବ । ୱେବସାଇଟରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ମାସ ଶେଷ ଶେଷ ସୁଦ୍ଧା କଳା ରେଜଲ୍ଟ ବାହାରିବ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?

୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ

: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

୩ : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ

: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ

ଭୁବନେଶ୍ୱରରୁ ପୁଣି ୧୯୮ କରୋନା ସଂକ୍ରମିତ ଚିହ୍ନଟ, ସୁସ୍ଥ ହେଲେ ୧୩୨

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବଢ଼ୁଛି କରୋନା ସଂକ୍ରମଣ । ଆଜି ପୁଣି ୧୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜଧାନୀରେ ୫ ହଜାର ୪୮୭ ଜଣ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୋଇଛି । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୮୭ ଜଣ ଏବେ କାରୋନା ସକ୍ରିୟ ରହିଛନ୍ତି ।

ତେବେ କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନାରୁ ସୁସ୍ଥ ସଂଖ୍ୟା । ପ୍ରତି ଦିନ କ୍ରମାଗତ ଭାବେ ଅଧିକ ପରିମାଣରେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜଧାନୀରୁ ୧୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ସୁସ୍ଥ ସଂଖ୍ୟା ହେଉଛି  ୩ ହଜାର ୫୬୭ ରେ ପହଞ୍ଚିଛି  ।

କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଚୀନ୍ କମ୍ପାନୀକୁ ମିଳିଲା ପ୍ରଥମ ପେଟେଣ୍ଟ

ବେଜିଂ: ଚୀନ କ୍ୟାନସିନୋ କମ୍ପାନୀକୁ କରୋନା ଭାଇରସ୍ ଭ୍ୟାକ୍ସିନ୍ ପେଟେଣ୍ଟ ଅନୁମତି ଦେଇଛି । କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କରୋନା ଭାଇରସ୍ ଭ୍ଯାକ୍ସିନ୍ ପେଟେଣ୍ଟ ହାସଲ କରିଥିବା ପ୍ରଥମ ଚୀନ କମ୍ପାନୀ ଅଟେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସରେ କ୍ୟାନସିନୋ ଏହି ଭ୍ୟାକ୍ସିନର ନାମ Ad5-nCOV ରଖିଛି ।

ଅନ୍ୟ ଏକ ରିପୋର୍ଟ ମୁତାବକ, ଚୀନ ନ୍ୟାସନାଲ ଇଣ୍ଟେଲକ୍ଚୁଆଲ୍ ପ୍ରପଟି ଆଡମିନିଷ୍ଟ୍ରେସନ୍ ଅଗଷ୍ଟ ୧୧ ତାରିଖକୁ କ୍ୟାନସିନୋ ବାୟୋଲଜିକ୍ସ ଆଇଏନସିକୁ ଭ୍ୟାକ୍ସିନ ପେଟେଣ୍ଟ ମଞ୍ଜୁରୀ ଦେଇଥିଲା ।

corona

ଏହା ପୂର୍ବରୁ ସାଉଦି ଆରବ ପକ୍ଷରୁ କୁହାଯାଇଥିଲା- କ୍ୟାନସିନୋ କମ୍ପାନୀ କରୋନା ଭାଇରସ୍ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛି । କମ୍ପାନୀ ଋଷ, ବ୍ରାଜିଲ, ଚିଲିରେ ମଧ୍ୟ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ହଂକଂରେ କ୍ୟାନସିନୋ କମ୍ପାନୀର ସେୟାର ଦାମ ସୋମବାର ୧୪ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ସାଂଘାଇରେ କମ୍ପାନୀର ସେୟାରରେ ୬.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା ।

କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କମ୍ପାନୀ ଭ୍ୟାକ୍ସିନ୍ କ୍ୟାଣ୍ଡିଡେଟ୍ କମନ୍ କୋଲ୍ଡ ଭାଇରସରେ ପରିବର୍ତ୍ତନ କରି ତିଆରି କରାଯାଇଛି । ଏହି ଫର୍ମୁଲାରେ ମଧ୍ୟ ଅକ୍ସଫୋର୍ଡ ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣରେ ଭ୍ୟାକ୍ସିନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ । ଏହି ଭ୍ୟାକ୍ସିନ୍ ଆଣ୍ଟିବଡି ଓ ଟି ସେଲ୍ ତିଆରି କରିବାରେ ସକ୍ଷମ ଅଛି ।

ଆମେରିକା ରାଜନୈତିକ ସଭାରେ ପଢା ଯାଉଛି ବେଦ ଓ ମହାଭାରତ ଶ୍ଲୋକ

ନ୍ୟୁୟର୍କ: ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରୀୟ ଅଧିବେଶନ ଅନଲାଇନ୍ ପ୍ରାର୍ଥନାରୁ ଆରମ୍ଭ ହୋଇଛି । ସର୍ବଧର୍ମ ପ୍ରାର୍ଥନାରେ ବେଦ ଓ ମହାଭାରତ ଶ୍ଲୋକ ସହ ଶିଖ୍ ଧର୍ମର ଅରଦାସ ମଧ୍ୟ ପଢା ଯାଇଥିଲା । ଟେକ୍ସାସସରେ ଆୟୋଜିତ ସଭାରେ ଚିନ୍ମୟ ମିଶନର ଜଣେ ଅନୁଗାମୀ ପ୍ରଥମେ ମନ୍ତ୍ରୋଚାର କରିଥିଲେ । ସୋମବାରଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀରେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଓ ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହ୍ୟାରିସଙ୍କୁ ଉପ ରାଷ୍ଟ୍ରପତି ପଦ ପାଇଁ ବିଧିବଧ ପ୍ରାର୍ଥୀ ଭାବେ ଚୟନ କରାଯିବ ।

ଏହାପୂର୍ବରୁ ‘ବାଇଡେନ୍ ଫର ପ୍ରେସିଡେଣ୍ଟ୍’ ଅଭିଯାନ ପାଇଁ ରାଷ୍ଟ୍ରିୟ ଧର୍ମ ସହଭାଗିତ ନିର୍ଦ୍ଦେଶକ ଜୋଶ ଡିକ୍ସନ ରବିବାର ଦିନ ଆମେରିକାର ସାମୁହିକ ଶକ୍ତି,ବିବିଧାତା ତଥା ମାନବତାର ସମ୍ମାନରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ । ଟେକ୍ସାସସର ଆଟର୍ଣ୍ଣ ନିଲିମା ଗୋନୁଗୁଣ୍ଟଲା କହିଥିଲେ ଯେ, ଆମେ ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜ ସମୟର ସବୁଠାରୁ ଅନୁଭବି ଓ ସମ୍ମାନିତ ନେତାଙ୍କ ମଧ୍ୟରୁ ଜଣଙ୍କୁ ନାମିତ କରିବାକୁ ଯାଉଛୁ । ଏହାସହ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କିତ କରିବୁ । ତେଣୁ ଆମେ ଭଗବାନଙ୍କୁ ଆହ୍ୱାନ କରୁଛୁ ଓ ଶାଶ୍ୱତ ହିନ୍ଦୁ ଗ୍ରନ୍ଥରୁ ଅଲୌକିକ ପ୍ରେରଣା ପାଇବାକୁ ଚାହୁଁଛୁ । ଆମେରିକାର ସବୁଠୁ ବଡ ହିନ୍ଦୁ ସଂଗଠନ ଚିନ୍ମୟ ମିଶନ ଡଲାସ ଫୋର୍ଟ୍ ବର୍ଥର ବୋର୍ଡ ସଦସ୍ୟ ନିଲିମା ଶାନ୍ତି ମନ୍ତ୍ରପାଠ କରିଥିଲା ।

ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଫୋନ୍‌ ଛଡ଼ାଇ ନେଲେ ସାଥି, ତାପରେ ଏମିତି କଲେ ଯୁବକ

ଚାନ୍ଦବାଲି: ଖେଳରୁ ଜିଦ୍‌ ଆଉ ତାପରେ ଆତ୍ମହତ୍ୟା । ପବ୍‌ଜି ଗେମ୍‌ ପାଲଟିଲା ଜୀବନର ଶେଷ ଖେଳ । ଗେମ୍‌ ସମୟରେ ସାଙ୍ଗ ମାନେ ଫୋନ୍‌ ଛଡ଼ାଇ ନେବାରୁ ଯୁବକ କଲେ ଆତ୍ମହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ମହୁଲିଆ ପଞ୍ଚାୟତରେ । ଯୁବକ ଜଣକ ଅଧିକ ସମୟ କେବଳ ଫୋନରେ ଲାଗି ରହୁଥିଲେ । ସେଥିପାଇଁ ସାଙ୍ଗ ମାନେ ଯୁବକଙ୍କର ଫୋନ ଛଡ଼ାଇ ନେଇଥିଲେ । ଏହା ପରେ ଯୁବକ ଜଣକ ରାଗରେ ଉତକ୍ଷିପ୍ତ ହୋଇ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଯୁବକଙ୍କର ନାମ ହେଉଛି  ଗଣେଷ ସାହୁ ବୟସ ୨୦ ବର୍ଷ ।

ସୂଚନା ଅନୁଯାୟୀ, ଗଣେଷ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କରୋନା ମହାମାରୀ କାରଣରୁ ପ୍ରବାସୀ ଓଡିଆଙ୍କ ସହ ଘରକୁ ଲେଉଟିଥିଲେ । ଘରକୁ ଆସିବା ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । କ୍ୱାରେଣ୍ଟାଇନରେ ରହିବା ପରେ ଧାମରା ପଞ୍ଚାୟତର ଗୁଆଁଳ ଗ୍ରାମର ପ୍ରମୋଦ ସାହୁଙ୍କ ଚିଙ୍ଗୁଡି ପ୍ଲାଣ୍ଟରେ ଶ୍ରମିକ ଭାବରେ ଦୁଇ ମାସ ଧରି କାମ କରୁଥିଲେ ଗଣେଷ  । ତାଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ରହୁଥିଲେ । ତେବେ ଗଣେଷ ଅଧିକ ସମୟ ପପ୍ ଜି ଗେମ୍ ଖେଳରେ ବିତାଉ ଥିବାରୁ ସାଥି ଶ୍ରମିକମାନେ ବିରକ୍ତ ହେଉଥିଲେ  । ଆଜି ଗେମ୍ ଖେଳୁଥିବା ବେଳେ ମୋବାଇଲ ଛଡେଇ ଆଣିବାରୁ ଏଥିରେ ଉତ୍ତେଜିତ ହୋଇ  ପ୍ଲାଣ୍ଟ ହୁଡାରେ ଥିବା ଏକ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଅନ୍ୟମାନେ  କାମ ସାରି ଖାଇବା ପାଇଁ ଯିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରି ଥିଲେ । ବାସୁଦେବପୁର ଡାକ୍ତରଖାନାରେ  ଚିକିତ୍ସାପାଇଁ  ଭର୍ତ୍ତି ହେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ସୁଶାନ୍ତ ଅଲଗା ନମ୍ବରରୁ ଫୋନ୍ କରି ବନ୍ଧୁଙ୍କୁ ଭେଟିବାକୁ ଚାହୁଁଥିଲେ…

ମୁମ୍ବାଇ: ଦିବଙ୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନେଇ ନୂଆ ଖୁଲାସା, ନୂଆ ତଥ୍ୟ ଆସିବାରେ ଲାଗିଛି । ସୁଶାନ୍ତଙ୍କ ବନ୍ଧୁ କୁଶାଲ ଜାବେରୀଙ୍କ କଥା ସେ ସୁଇସାଇଡ୍ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଧାରଣା ଆଣୁଛି । ତାଙ୍କ ବନ୍ଧୁଙ୍କ ଅନୁଯାୟୀ ସୁଶାନ୍ତ ବର୍ଷ ଆରମ୍ଭରୁ ନିଜ ନମ୍ବରରୁ କଲ୍ ନକରି ଅଲଗା ନମ୍ବରରୁ ଫୋନ୍ କରିଥିଲେ । ଯେତେଶୀଘ୍ର ସମ୍ଭବ ଭେଟିବାକୁ କହୁଥିଲେ । କିନ୍ତୁ ଭେଟ ହୋଇପାରି ନଥିଲା ।

ସୁଶାନ୍ତଙ୍କ ବନ୍ଧୁ କୁଶାଲ ଏକ ଫୋନ୍ କଲ୍ ବିଷୟରେ କହିଛନ୍ତି । ତାଙ୍କ ଅନୁଯାୟୀ, ‘ସୁଶାନ୍ତଙ୍କ ମୋତେ ୨୦୨୦ ଜାନୁଆରୀ ମାସରେ ଏକ ଅନ୍ୟ ନମ୍ବରରୁ କଲ୍ କରିଥିଲେ । ସେତେବେଳେ ମୁଁ ଗୋଆରଏ ଏକ ସୁଟିଂରେ ବ୍ୟସ୍ତ ଥିଲି । ସେ ମୋତେ ଭେଟିବାକୁ କହୁଥିଲେ । ମୁଁ କହିଥିଲି ଫେରିଲେ ଦେଖା ହେବ । ସେ ଆତ୍ମହତ୍ୟା କରିଥିବା ନେଇ ମୁଁ ଭରସା କରିପାରୁ ନାହିଁ । କାରଣ ଜୁନ୍ ୨ ତାରିଖରେ ସୁଶାନ୍ତ ମେସେଜ କରିଥିଲେ । ସେତେବେଳେ ମୁଡ୍ ଭଲ ଥିବାବେଳେ ତାଙ୍କ ପାକରେ ଏନେକ ପ୍ଲାନ୍ ଥିଲା । ଯାହା ବିଷୟରେ ସେ କଥାହେବାକୁ ଚାହୁଁଥିଲେ ।‘

କାହା ନମ୍ବରରୁ ଫୋନ୍ କରୁଥିଲେ ସୁଶାନ୍ତ

ସୁଶାନ୍ତଙ୍କ ସାଙ୍ଗ କୁଶାଲଙ୍କ କହିବା ଅନୁଯାୟୀ, ସୁଶାନ୍ତ ଜାନୁଆରୀ ମାସରେ ନିଜ ନମ୍ବରରୁ କଲ୍ ନକରି ଅନ୍ୟ ଜଣେ ସାଙ୍ଗ ଦୀପେଶ ରାୱତଙ୍କ ନମ୍ବରରୁ ଫୋନ୍ କରିଥିଲେ । ସୁଶାନ୍ତ, ଦୀପେଶଙ୍କ ସହ ସବୁବେଳେ ମିଶୁଥିଲେ । ତେବେ ବଲିଉଡ୍ ଇଣ୍ଡଷ୍ଟ୍ରି ବାବଦରେ କିଛି କହୁନଥିଲେ । ଅଲଗା ବିଷୟରେ କଥା ହେଉଥିଲେ । ସେ ବଲିଉଡକୁ ବାଦ୍ ଦେଇ ସମାଜସେବା ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ପାଇଁ ଏକ କମ୍ପାନୀ ଖୋଲିବାକୁ ଚାହିୁଥିଲେ ।

ମୃତ୍ୟୁର ୧୦ ଦିନ ପୂର୍ବରୁ କଥା ହୋଇଥିଲେ

କୁଶାଲଙ୍କ ଅନୁଯାୟୀ ସେ ସୁଶାନ୍ତଙ୍କ ସହ ତାଙ୍କ ମୃତ୍ୟୁର ପ୍ରାୟ ୧୦ ଦିନ ପୂର୍ବରୁ କଥା ହୋଇଥିଲେ । ସେତେବେଳେ ସୁଶାନ୍ତ ଭବିଷ୍ୟତ ଯୋଜନା ନେଇ ବହୁତ ଗମ୍ଭୀର ଭାବେ ଚିନ୍ତା କରୁଥିଲେ । ସୁଶାନ୍ତ ସବୁବେଳେ ଆଗାମୀ ଦିନ କଥା ଭାବୁଥିଲେ, ଯୋଜନା ତିଆରି କରୁଥିଲେ । ମୋତେ ଲାଗୁନି ତାଙ୍କ ପ୍ରଫେସନାଲ ଜୀବନରେ ସେମିତି କିଛି ଥିଲା । ସବୁକିଛି ଠିକ୍ ସାମାନ୍ୟ ଥିବା ବେଳେ ସୁଶାନ୍ତ ଶାନ୍ତ ଥିଲେ ।

ରିୟାଙ୍କ ବିଷୟରେ କଥା ହେଉନଥିଲେ ସୁଶାନ୍ତ

କୁଶାଲ ଆହୁରି କହିଛନ୍ତି- ସେ କେବେ ବି ମୋତେ ତା ଚିକିତ୍ସା ବିଷୟରେ କହିନାହିଁ । ନାଁ କେବେ ସେ କୌଣସି ଔଷଧ ବିଷୟରେ କଥା ହୋଇଛି । ସେ ଡିପ୍ରେସନରେ ଥିବା କଥା ଉପରେ ମୋର ବିଶ୍ୱାସ ହେଉନାହିଁ । ସେ କେବେ ଚିକିତ୍ସା, ଔଷଧ କିମ୍ବା ଖରାପ ସମୟ ଚାଲିଥିବା ନେଇ କହିନାହିଁ । ଏପରିକି କଥାହେବା ବେଳେ ସେ କେବେ ରିୟା ବିଷୟର ଆଲୋଚନା କରୁନଥିଲା ।