କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଚୀନ୍ କମ୍ପାନୀକୁ ମିଳିଲା ପ୍ରଥମ ପେଟେଣ୍ଟ

1 min read
Chinese Company Says Coronavirus Vaccine Ready By Early 2021

ବେଜିଂ: ଚୀନ କ୍ୟାନସିନୋ କମ୍ପାନୀକୁ କରୋନା ଭାଇରସ୍ ଭ୍ୟାକ୍ସିନ୍ ପେଟେଣ୍ଟ ଅନୁମତି ଦେଇଛି । କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କରୋନା ଭାଇରସ୍ ଭ୍ଯାକ୍ସିନ୍ ପେଟେଣ୍ଟ ହାସଲ କରିଥିବା ପ୍ରଥମ ଚୀନ କମ୍ପାନୀ ଅଟେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସରେ କ୍ୟାନସିନୋ ଏହି ଭ୍ୟାକ୍ସିନର ନାମ Ad5-nCOV ରଖିଛି ।

ଅନ୍ୟ ଏକ ରିପୋର୍ଟ ମୁତାବକ, ଚୀନ ନ୍ୟାସନାଲ ଇଣ୍ଟେଲକ୍ଚୁଆଲ୍ ପ୍ରପଟି ଆଡମିନିଷ୍ଟ୍ରେସନ୍ ଅଗଷ୍ଟ ୧୧ ତାରିଖକୁ କ୍ୟାନସିନୋ ବାୟୋଲଜିକ୍ସ ଆଇଏନସିକୁ ଭ୍ୟାକ୍ସିନ ପେଟେଣ୍ଟ ମଞ୍ଜୁରୀ ଦେଇଥିଲା ।

corona

ଏହା ପୂର୍ବରୁ ସାଉଦି ଆରବ ପକ୍ଷରୁ କୁହାଯାଇଥିଲା- କ୍ୟାନସିନୋ କମ୍ପାନୀ କରୋନା ଭାଇରସ୍ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛି । କମ୍ପାନୀ ଋଷ, ବ୍ରାଜିଲ, ଚିଲିରେ ମଧ୍ୟ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ହଂକଂରେ କ୍ୟାନସିନୋ କମ୍ପାନୀର ସେୟାର ଦାମ ସୋମବାର ୧୪ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ସାଂଘାଇରେ କମ୍ପାନୀର ସେୟାରରେ ୬.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା ।

କ୍ୟାନସିନୋ ବାୟୋଲଜିକ୍ସ ଆଇଏନସି କମ୍ପାନୀ ଭ୍ୟାକ୍ସିନ୍ କ୍ୟାଣ୍ଡିଡେଟ୍ କମନ୍ କୋଲ୍ଡ ଭାଇରସରେ ପରିବର୍ତ୍ତନ କରି ତିଆରି କରାଯାଇଛି । ଏହି ଫର୍ମୁଲାରେ ମଧ୍ୟ ଅକ୍ସଫୋର୍ଡ ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣରେ ଭ୍ୟାକ୍ସିନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ । ଏହି ଭ୍ୟାକ୍ସିନ୍ ଆଣ୍ଟିବଡି ଓ ଟି ସେଲ୍ ତିଆରି କରିବାରେ ସକ୍ଷମ ଅଛି ।

Leave a Reply