ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଫୋନ୍‌ ଛଡ଼ାଇ ନେଲେ ସାଥି, ତାପରେ ଏମିତି କଲେ ଯୁବକ

ଚାନ୍ଦବାଲି: ଖେଳରୁ ଜିଦ୍‌ ଆଉ ତାପରେ ଆତ୍ମହତ୍ୟା । ପବ୍‌ଜି ଗେମ୍‌ ପାଲଟିଲା ଜୀବନର ଶେଷ ଖେଳ । ଗେମ୍‌ ସମୟରେ ସାଙ୍ଗ ମାନେ ଫୋନ୍‌ ଛଡ଼ାଇ ନେବାରୁ ଯୁବକ କଲେ ଆତ୍ମହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ମହୁଲିଆ ପଞ୍ଚାୟତରେ । ଯୁବକ ଜଣକ ଅଧିକ ସମୟ କେବଳ ଫୋନରେ ଲାଗି ରହୁଥିଲେ । ସେଥିପାଇଁ ସାଙ୍ଗ ମାନେ ଯୁବକଙ୍କର ଫୋନ ଛଡ଼ାଇ ନେଇଥିଲେ । ଏହା ପରେ ଯୁବକ ଜଣକ ରାଗରେ ଉତକ୍ଷିପ୍ତ ହୋଇ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଯୁବକଙ୍କର ନାମ ହେଉଛି  ଗଣେଷ ସାହୁ ବୟସ ୨୦ ବର୍ଷ ।

ସୂଚନା ଅନୁଯାୟୀ, ଗଣେଷ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କରୋନା ମହାମାରୀ କାରଣରୁ ପ୍ରବାସୀ ଓଡିଆଙ୍କ ସହ ଘରକୁ ଲେଉଟିଥିଲେ । ଘରକୁ ଆସିବା ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । କ୍ୱାରେଣ୍ଟାଇନରେ ରହିବା ପରେ ଧାମରା ପଞ୍ଚାୟତର ଗୁଆଁଳ ଗ୍ରାମର ପ୍ରମୋଦ ସାହୁଙ୍କ ଚିଙ୍ଗୁଡି ପ୍ଲାଣ୍ଟରେ ଶ୍ରମିକ ଭାବରେ ଦୁଇ ମାସ ଧରି କାମ କରୁଥିଲେ ଗଣେଷ  । ତାଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ରହୁଥିଲେ । ତେବେ ଗଣେଷ ଅଧିକ ସମୟ ପପ୍ ଜି ଗେମ୍ ଖେଳରେ ବିତାଉ ଥିବାରୁ ସାଥି ଶ୍ରମିକମାନେ ବିରକ୍ତ ହେଉଥିଲେ  । ଆଜି ଗେମ୍ ଖେଳୁଥିବା ବେଳେ ମୋବାଇଲ ଛଡେଇ ଆଣିବାରୁ ଏଥିରେ ଉତ୍ତେଜିତ ହୋଇ  ପ୍ଲାଣ୍ଟ ହୁଡାରେ ଥିବା ଏକ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଅନ୍ୟମାନେ  କାମ ସାରି ଖାଇବା ପାଇଁ ଯିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରି ଥିଲେ । ବାସୁଦେବପୁର ଡାକ୍ତରଖାନାରେ  ଚିକିତ୍ସାପାଇଁ  ଭର୍ତ୍ତି ହେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply