ଆମେରିକା ରାଜନୈତିକ ସଭାରେ ପଢା ଯାଉଛି ବେଦ ଓ ମହାଭାରତ ଶ୍ଲୋକ

ନ୍ୟୁୟର୍କ: ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରୀୟ ଅଧିବେଶନ ଅନଲାଇନ୍ ପ୍ରାର୍ଥନାରୁ ଆରମ୍ଭ ହୋଇଛି । ସର୍ବଧର୍ମ ପ୍ରାର୍ଥନାରେ ବେଦ ଓ ମହାଭାରତ ଶ୍ଲୋକ ସହ ଶିଖ୍ ଧର୍ମର ଅରଦାସ ମଧ୍ୟ ପଢା ଯାଇଥିଲା । ଟେକ୍ସାସସରେ ଆୟୋଜିତ ସଭାରେ ଚିନ୍ମୟ ମିଶନର ଜଣେ ଅନୁଗାମୀ ପ୍ରଥମେ ମନ୍ତ୍ରୋଚାର କରିଥିଲେ । ସୋମବାରଠାରୁ ଆରମ୍ଭ ହୋଇଥିବା ୪ ଦିନିଆ ସମ୍ମିଳନୀରେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଓ ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହ୍ୟାରିସଙ୍କୁ ଉପ ରାଷ୍ଟ୍ରପତି ପଦ ପାଇଁ ବିଧିବଧ ପ୍ରାର୍ଥୀ ଭାବେ ଚୟନ କରାଯିବ ।

ଏହାପୂର୍ବରୁ ‘ବାଇଡେନ୍ ଫର ପ୍ରେସିଡେଣ୍ଟ୍’ ଅଭିଯାନ ପାଇଁ ରାଷ୍ଟ୍ରିୟ ଧର୍ମ ସହଭାଗିତ ନିର୍ଦ୍ଦେଶକ ଜୋଶ ଡିକ୍ସନ ରବିବାର ଦିନ ଆମେରିକାର ସାମୁହିକ ଶକ୍ତି,ବିବିଧାତା ତଥା ମାନବତାର ସମ୍ମାନରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ । ଟେକ୍ସାସସର ଆଟର୍ଣ୍ଣ ନିଲିମା ଗୋନୁଗୁଣ୍ଟଲା କହିଥିଲେ ଯେ, ଆମେ ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିଜ ସମୟର ସବୁଠାରୁ ଅନୁଭବି ଓ ସମ୍ମାନିତ ନେତାଙ୍କ ମଧ୍ୟରୁ ଜଣଙ୍କୁ ନାମିତ କରିବାକୁ ଯାଉଛୁ । ଏହାସହ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କିତ କରିବୁ । ତେଣୁ ଆମେ ଭଗବାନଙ୍କୁ ଆହ୍ୱାନ କରୁଛୁ ଓ ଶାଶ୍ୱତ ହିନ୍ଦୁ ଗ୍ରନ୍ଥରୁ ଅଲୌକିକ ପ୍ରେରଣା ପାଇବାକୁ ଚାହୁଁଛୁ । ଆମେରିକାର ସବୁଠୁ ବଡ ହିନ୍ଦୁ ସଂଗଠନ ଚିନ୍ମୟ ମିଶନ ଡଲାସ ଫୋର୍ଟ୍ ବର୍ଥର ବୋର୍ଡ ସଦସ୍ୟ ନିଲିମା ଶାନ୍ତି ମନ୍ତ୍ରପାଠ କରିଥିଲା ।

Leave a Reply