spot_img
Home Blog Page 6592

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ସନ୍ଧ୍ୟାରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହଠାତ୍‌ କାହିଁକି ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ତାଙ୍କୁ ରୁଟିନ୍ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିବା ଖବର ସରବରାହ ସଂସ୍ଥା ପକ୍ଷରୁ ପ୍ରକାଶ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସାର୍ ଗଙ୍ଗାରାମ ହସ୍ପିଟାଲର ଚେୟାରମ୍ୟାନ୍ ଡ.ଡି.ଏସ୍ ରାଣା କହିଛନ୍ତି ।

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ଚାରିଟି ସ୍ତରରେ ହେବ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ: ଦଶମ ବୋର୍ଡ ପରୀକ୍ଷା ସହ ଦ୍ୱାଦଶ ପରୀକ୍ଷା ବି ହେବ

ଭୁବନେଶ୍ୱର, (ପ୍ରିୟ ପ୍ରୀତମ ମହାନ୍ତି) : କେନ୍ଦ୍ରର ନୂତନ ଶିକ୍ଷା ନୀତି ପ୍ରଣୟନ ହେଲେ ଉଚ୍ଛେଦ ହେବ ଯୁକ୍ତ ଦୁଇ । ଚାରିଟି ସ୍ତର ଦେଇ ପ୍ରଥମରୁ ଦ୍ୱାଦଶ ଯାଏଁ ଛାତ୍ରଛାତ୍ରୀଙ୍କ ସମୀକ୍ଷା କରାଯିବ । ଉଚ୍ଚମାଧ୍ୟମିକ ଶିକ୍ଷାରୁ ବାଦ୍ ପଡ଼ି ନବମରୁ ଦ୍ୱାଦଶ ଯିବ ମାଧ୍ୟମିକ ଶିକ୍ଷା ପରିଷଦକୁ । ତେବେ ଛାତ୍ରଛାତ୍ରୀଙ୍କୁ ଅଷ୍ଟମ ଶ୍ରେଣୀରୁ ମନମୁତାବକ ପାଠ୍ୟକ୍ରମ ବାଛିବାର ସୁଯୋଗ ରହିବ । ହେଲେ ପୂର୍ବ ଦୁଇଟି ଶିକ୍ଷା ନୀତିର ଅଧା ବି ଲାଗୁ ନ ହୋଇଥିବାରୁ, ୨୦୨୦ ଶିକ୍ଷା ନୀତି ପ୍ରଣୟନ ନେଇ ସନ୍ଦେହ ଉପୁଜିଛି ।

ଏପରି ଭାବେ ବିଭକ୍ତ ହୋଇଛି ନୂତନ ଶିକ୍ଷା ବର୍ଷର ନୂଆ ଢାଞ୍ଚା । ଯାହା ପ୍ରଣୟନ ହେଲେ ରହିବନି ଯୁକ୍ତ ଦୁଇ । ତା ବଦଳରେ ଚାରିଟି ସ୍ତରରେ ହେବ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ । ଦଶମ ବୋର୍ଡ ପରୀକ୍ଷା ସହ ଦ୍ବାଦଶ ପରୀକ୍ଷା ବି ହେବ । ହେଲେ ଏହାକୁ ପରିଚାଳନା କରିବ ନାହିଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ । ଏହା ସଂପୂର୍ଣ୍ଣ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ରହିବ । ଉଭୟ ସରକାରୀ ଓ ଘରୋଇ ସ୍କୁଲ ଏହି ମାପଦଣ୍ଡକୁ ଆସିବ ।

ଶିକ୍ଷାର ମାନ ଯାଞ୍ଚ କରିବ ରାଜ୍ୟ ସ୍କୁଲ ନିୟନ୍ତ୍ରଣ କର୍ତ୍ତୃପକ୍ଷ । ଅଷ୍ଟମ ପରେ ଅର୍ଥାତ୍ ନବମରୁ ହିଁ କଲେଜ ପରି ପାଠ୍ୟକ୍ରମ ବାଛିବାର ସ୍ବାଧୀନତା ପାଇବେ ଛାତ୍ରଛାତ୍ରୀ । ପୂର୍ବରୁ କଳା, ବିଜ୍ଞାନ ଓ ବାଣିଜ୍ୟର ଷ୍ଟ୍ରିମ ବି ବାଦ୍ ପଡ଼ିବ । ଯେଉଁଥି ପାଇଁ ପଦାର୍ଥ ବିଜ୍ଞାନ ସହ ମ୍ୟୁଜିକ୍ କିମ୍ବା କ୍ରୀଡ଼ା ପଢିବାର ବି ସୁଯୋଗ ମିଳିବ । ଶିକ୍ଷାର ଅଗ୍ରଗତି ନେଇ ପ୍ରତି ଦୁଇରୁ ତିନି ବର୍ଷରେ ଛାତ୍ରଛାତ୍ରୀଙ୍କ ସମୀକ୍ଷା ହେବ ।

ତେବେ ଯୁକ୍ତ ଦୁଇ ଉଚ୍ଛେଦକୁ ନେଇ ଦ୍ବନ୍ଦ୍ବ ବି ଉପୁଜିଛି । କିଛି ଏହାକୁ ଛାତ୍ରଛାତ୍ରୀଙ୍କ ମଲଟିଡିସିପ୍ଲିନାରି ବା ବିବିଧଶିକ୍ଷା ବିକାଶ ଦିଗରେ ସହାୟକ ହେବା ନେଇ ମତ ଦେଇଛନ୍ତି । ହେଲେ ଶିକ୍ଷକ ଏଦିଗରେ କେଉଁଠାରୁ ଆସିବେ ବୋଲି ବି ଅନେକ ପ୍ରଶ୍ନ କରିଛନ୍ତି । ଏହାକୁ ବ୍ୟୟ ବହୁଳ ଶିକ୍ଷା ନୀତିର ଆଖ୍ୟା ବି ଦେଇଛନ୍ତି କିଛି ଶିକ୍ଷାବିତ୍ ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ କୌଶଳ ନେଇ ପ୍ରଶିକ୍ଷଣ ପାଇବେ । ଶିକ୍ଷାଦାନରେ ସୃଜନାତ୍ମକ, ସହଭାଗୀତାମୂଳକ ସମେତ ଆବିଷ୍କାରମୂଳକ କାର୍ଯ୍ୟ ମଧ୍ୟ ସାମିଲ ହେବ  ।

ରାଫେଲକୁ ନେଇ ପାକିସ୍ତାନ ଛାନିଆଁ, ଭାରତ ଅସ୍ତ୍ରଶସ୍ତ୍ର ଠୁଳ ଉପରେ ରୋକ୍ ଲଗାଉ ବିଶ୍ୱ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ସାମିଲ ହେବାକୁ ନେଇ ପାକିସ୍ତାନ ଛାନିଆଁ ହୋଇପଡ଼ିଛି । ଏଥିରେ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବା ପାକିସ୍ତାନ ବିଶ୍ୱ ସମୁଦାୟ ଆଗରେ ଗୁହାରୀ ଲଗାଇଛି । ଭାରତ ଜମା କରୁଥିବା ଅସ୍ତ୍ରଶସ୍ତ୍ର ଉପରେ ରୋକ୍ ଲଗାଇବା ପାଇଁ ସାରା ଦୁନିଆକୁ ଅନୁରୋଧ କରିଛି । ଭାରତର ଏହି ପଦକ୍ଷେପ ପରେ ଦକ୍ଷିଣ ଏସିଆରେ ଅସ୍ତ୍ର ଯୁଦ୍ଧ ଆଶଙ୍କା କରିଛି ପାକିସ୍ତାନ ।

ପାକିସ୍ତାନ ବିଦେଶ ମନ୍ତ୍ରାଳୟ ଗୁରୁବାର ଏନେଇ ଏକ ବିବୃତି ଜାରି କରିଛି । ଭାରତ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ଓ ଶକ୍ତି ଉଭୟ ବୃଦ୍ଧି କରୁଛି । ଭାରତ ଏବେ ବିପୁଳ ଅସ୍ତ୍ରଶସ୍ତ ରଖିଥିବା ଦେଶ । ସୂଚନାଯୋଗ୍ୟ ଯେ, ବୁଧବାର ଭାରତର ଅମ୍ବାଲା ଏୟାରବେସରେ ୫ଟି ରାଫେଲ ବିମାନ ଲ୍ୟାଣ୍ଡିଂ କରିଥିଲା । ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆର୍.କେ.ଏସ୍ ଭଦୌରିୟା ଉପସ୍ଥିତ ଥିଲେ ।

ଫ୍ରାନ୍ସରୁ ଭାରତ ଆଣିବାକୁ ଥିବା ୩୬ଟି ରାଫେଲ୍ ବିମାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫ଟି ପହଞ୍ଚିଛି । ଏହି ସବୁ ବିମାନ ମଙ୍ଗଳବାର ଫ୍ରାନ୍ସରୁ ଉଡ଼ାଣ ଭରିଥିଲା । ଆବୁଧାବିରେ ପହଞ୍ଚିବା ପରେ ସେଠାରୁ ଭାରତ ଅଭିମୁଖେ ପୁଣି ଉଡ଼ାଣ ଭରିଥିଲା । ବୁଧବାର ଦ୍ୱିପ୍ରହରରେ ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା ରାଫେଲ । ଏହା ବାୟୁସେନାର ଶକ୍ତି ବଢ଼ାଇଥିବା ବେଳେ ଏହାକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି । ରାଫେଲ ପହଞ୍ଚିବାର ଦିନକ ପରେ ପାକିସ୍ତାନର ଏଭଳି ପ୍ରତିକ୍ରିୟା ତାର ବାଚଳାମିକୁ ପ୍ରମାଣିତ କରୁଛି ।

ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ବିମାନକୁ ସ୍ୱାଗତ କରିଥିଲେ । ସେ କହିଥିଲେ- ରାଫେଲ ଭାରତୀୟ ବାୟୁ ସେନାର ଆବଶ୍ୟକତା ପୂରଣ କରିପାରିବ । ଏହି ଲଢ଼ୁଆ ଯୁଦ୍ଧ ବିମାନ ଏକ ନୂଆ  ଯୁଗର ଆରମ୍ଭ କରିବ ବୋଲି କହିଥିଲେ ।

ଖୋଲିଲା ସୁଟିଂ ସେଟ୍‌ର ଶୋଷଣ କାହାଣୀ

ଭୁବନେଶ୍ୱର: ଓଲିଉଡରେ ଅସଦାଚରଣ ମାମଲା !  ଜଣେ ନବାଗତାଙ୍କୁ ଫିଲ୍ମରେ ରୋଲ୍ ଦେବାକୁ କହି ଓଡଆ ଫିଲ୍ମ ଜଗତର ଯୁବ ଅଭିନେତା ପିଣ୍ଟୁ ନନ୍ଦ ଶୋଷଣ କରିଥିବା ଅଭିଯୋଗ ହୋଇଛି । ରାଜ୍ୟର ଆଗଧାଡ଼ିର ଅଭିନେତା ତଥା ବିଜେପି ନେତା ପିଣ୍ଟୁ ନନ୍ଦ ଫିଲ୍ମରେ ରୋଲ୍ ଦେବାକୁ କହି ସୃପୃକ୍ତ ଯୁବତୀଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରିଣୀ ଥାନାରେ ଏତଲା ଦେଇଛନ୍ତି । ସେପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି  ପିଣ୍ଟୁ ।  କହିଛନ୍ତି, ଥାନାକୁ ଆସିବା ପୂର୍ବରୁ ସେ ପୀଡ଼ିତାଙ୍କୁ ଜାଣିନାହାନ୍ତି କି ଦେଖିନାହାଁନ୍ତି । ତେବେ ନନ୍ଦିଘୋଷ ଟିଭିରର ଏକ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ଆଜି ପୁରା ଘଟଣା ବାବଦରେ ଗୋଟି ଗୋଟି କଥା କହିଛନ୍ତି ଅଭିଯୋଗକାରିଣୀ ।

ଅଭିନେତାରୁ ରାଜନେତା ସାଜିଲେ, ହେଲେ ବଦଳିଲାନି ରଙ୍ଗୀନ ମିଜାଜ । ବିଜେପି ନେତା ତଥା ଓଡିଆ ଫିଲ୍ମର ସିଜିନ୍‌ଡ କଳାକାର ପିଣ୍ଟୁ ନନ୍ଦଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଫିଲ୍ମରେ ସୁଯୋଗ ଦେବାକୁ କହି ନବାଗତାଙ୍କୁ ଶୋଷଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏପରକି ଟଣାଓଟରା କରିବାକୁ ମଧ୍ୟ ପଛାଇ ନାହାଁନ୍ତି ପିଣ୍ଟୁ । କଟକ ଓ ଭୁବନେଶ୍ବରର ବିଭିନ୍ନ ଜାଗାକୁ ଡାକିବା ସହ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ନବାଗତା । କାଷ୍ଟିଂ ନାଁରେ କେମିତି ପିଣ୍ଟୁ ରଚିଥିଲେ ଶୋଷଣ ଜାଲ ଶୁଣନ୍ତୁ ପୀଡ଼ିତାଙ୍କ ମୁହଁରୁ ।

ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ଆଗରୁ ଅଭିଯୋଗକାରିଣୀଙ୍କୁ ସେ ଜାଣିନାହାନ୍ତି । କିମ୍ବା କେବେ ତାଙ୍କୁ ସୁଟିଂ ସେଟରେ ଦେଖିନାହାନ୍ତି ବୋଲି କହିଛନ୍ତି ପିଣ୍ଟୁ । ସେପଟେ ଏହାର ଜବାବ ରଖିଛନ୍ତି ଅଭିଯୋଗକାରିଣୀ । କହିଛନ୍ତି,ମାନସ ନାମକ ଜଣେ ବ୍ୟକ୍ତି ଏକ ପ୍ରତିଷ୍ଠିତ ବ୍ୟାନରେ ନିର୍ମିତ ହେବାକୁ ଚଳଚ୍ଚିତ୍ରରେ ପିଣ୍ଟୁଙ୍କ ସ୍ତ୍ରୀ ଭୂମିକା ପାଇଁ ସିଡିଏ-9କୁ ଡାକିଥିଲେ ।

ପରେ ପଟିଆରେ ସୁଟିଂ ହେବ ବୋଲି କହି ଭୁବନେଶ୍ବର ନେଇଥିଲେ । ସେଠାରୁ ପୁଣି ସ୍ଥାନ ପରିବର୍ତ୍ତନ କରି ନୟାପଲ୍ଲୀର ଅରୁଣ ହୋଟେଲକୁ ଡାକିଥିଲେ । ଏପରିକି ଆମ କଥା ବୁଝିବାକୁ ପଡିବ ବୋଲି ମାନସଙ୍କ ମାଧ୍ୟମରେ କହିଥିଲେ ପିଣ୍ଟୁ । ସେଠାରେ ପ୍ରାୟ ରାତି ପର୍ଯ୍ୟନ୍ତ ସୁଟିଂ ନହେବାରୁ ଘରକୁ ବାହାରିଥିଲେ ପୀଡ଼ିତା । ମାତ୍ର ତାଙ୍କୁ ଘରକୁ ଯିବାକୁ ନଦେଇ ରୁମକୁ ନେଇଯିବାକୁ କହିଥିଲେ ପିଣ୍ଟୁ । ଏପରିକି ହାତ ଧରି ଟଣାଟଣି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପୀଡ଼ିତା ଆହୁରି ମଧ୍ୟ କହିଛନ୍ତି ଯେ ଯଦି, ମୋତେ ସେ ଜାଣି ନାହାଁନ୍ତି, କେମିତି ଘଟଣାର ସମାଧାନ ପାଇଁ ମୋତେ ଫୋନ୍ କରି ବିଭିନ୍ନ ଜାଗାକୁ ଡାକୁଥିଲେ ପିଣ୍ଟୁ ।

କେବଳ ସେତିକି ନୁହେଁ, ଥାନାରେ ଅଭିଯୋଗ କରିବା ପରେ ପିଣ୍ଟୁ କୁଆଡ଼େ ତାଙ୍କୁ କ୍ଷମା ମାଗିଥିଲେ । ଯାହାର ସିସିଟିଭି ଫୁଟେଜକୁ ଯାଞ୍ଚ କଲେ ସତ୍ୟାସତ୍ୟ ଜଣା ପଡିବ ପୋଲି ପୀଡିତା କହିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ଏଠି ପ୍ରଶ୍ନ ପୀଡ଼ିତା ଟଣାଓଟରା ବେଳେ ସିସିଟିଭି କଥା ଉଠାଇଛନ୍ତି, ଏନେଇ କଣ କହିବେ ପିଣ୍ଟୁ ? ପିଣ୍ଟୁ ଏବଂ ପୀଡ଼ିତାଙ୍କୁ ପୋଲିସ କେବେ କରିବ ମୁହାଁମୁହିଁ ଜେରା ?

୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପିଥିବା ବେଳେ ପ୍ରତିଦିନ ସଂକ୍ରମଣ ବଢ଼ୁଛି । କୋଭିଡ୍ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ସଂକ୍ରମଣରୁ ବାଦ୍ ପଡ଼ୁନାହାଁନ୍ତି ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ । ଏଭଳି ସ୍ଥିତିରେ କୋଭିଡ୍ ଚିକିତ୍ସାକୁ ଆହୁରି ମଜଭୁତ୍ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।

କୋଭିଡ୍ ମୁକାବିଲାରେ ସହଯୋଗ ପାଇଁ ଆଜି ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।  ସ୍ୱାସ୍ଥ୍ୟ ବିଭାଗ ନିଯୁକ୍ତି ଦେଇଥିବା ନୂଆ ୨୪୧ ଜଣ ପୋଷ୍ଟ ପିଜି ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ କାମ କରିବେ । ଏହି ପୋଷ୍ଟ ପିଜି ଡାକ୍ତରମାନେ କଟକ ଏସସିବି, ବୁର୍ଲା ଭୀମସାର, ଏମକେସିଜି ବ୍ରହ୍ମପୁରରେ ପଢ଼ୁଥିଲେ । ଏମାନଙ୍କ ନିଯୁକ୍ତି ଦ୍ୱାରା କୋଭିଡ୍ ଚିକିତ୍ସା ଆହୁରି ଉନ୍ନତ ହେବ ବୋଲି ଆଶା କରାଯାଉଛି ।

ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଜିଲ୍ଲା କିମ୍ୱା ଅଞ୍ଚଳକୁ ଲକ୍‌ଡାଉନ୍ କରାଯିବ କି?

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟର ୪ ଜିଲ୍ଲା ଓ ରାଉରକେଲା ସହରରେ ଲକ୍‌ଡାଉନ୍ ସରିବ । ଶନିବାର ଆରମ୍ଭ ହେବ ଅନ୍‌ଲକ୍‌-୩ । କେନ୍ଦ୍ର ସରକାର ଏନେଇ ଗାଇଡ୍‌ଲାଇନ୍‌ ଜାରି କରିସାରିଛନ୍ତି  । କେମିତି ରହିବ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌। ସେପଟେ କରୋନା ନିୟନ୍ତ୍ରଣ ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ବିଜେଡି ଓ ବିଜେପି ସ୍ୱାଗତ କରିଛନ୍ତି । କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ତରିକାକୁ ପସନ୍ଦ କରିନାହିଁ ।

ଅଗଷ୍ଟ ୧ରୁ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୩  । କିନ୍ତୁ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ? ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଜିଲ୍ଲା ବା ଅଞ୍ଚଳକୁ ଲକ୍‌ଡାଉନ୍ କରାଯିବ କି ? କରୋନା ନିୟନ୍ତ୍ରଣକୁ ନଆସିଲେ, ସପ୍ତାହର ନିର୍ଦ୍ଦିଷ୍ଟ‌ ଦିନ ନିର୍ଦ୍ଦିଷ୍ଟ ଅଞ୍ଚଳ ସଟ୍‌ଡାଉନ୍‌ ହେବ କି ? ତେବେ କରୋନା ସ୍ଥିତିକୁ ରାଜ୍ୟ ସରକାର ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଆଗକୁ ବି ନେବେ । କରୋନା ମୁକାବିଲା ପାଇଁ ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି ବିଜେଡି ଓ ବିଜେପି । ଆଗକୁ ଆହୁରି ପଦକ୍ଷେପ ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ପରାମର୍ଶ ପ୍ରଦାନ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ରାଜ୍ୟ ସରକାର କଣ କରିଛନ୍ତି ଓ କଣ କରିବାକୁ ଯାଉଛନ୍ତି ସେ କଥା କହିଲେ । କିନ୍ତୁ ବିଧାୟକମାନଙ୍କ ମତାମତ ଠିକ୍‌ଭାବେ ନିଆଯାଇ ନଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

କଂଗ୍ରେସ ଅଭିଯୋଗ ଉପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିରୋଧୀଙ୍କ ଆଭିମୁଖ୍ୟ ଆଲୋଚନା ନକଲେ କହିବେ ଓ କଲେ ଠିକଭାବେ ହେଉନାହିଁ ବୋଲି ଅଭିଯୋଗ ଆଣିବେ । ତେଣୁ ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର ସବୁ ପଦକ୍ଷପ ନେଉଥିବା ଦେବୀ ପ୍ରସାଦ ମିଶ୍ର କହିଛନ୍ତି । କରୋନା ସଂକ୍ରମଣ ଆରମ୍ଭରୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ନୀତିରେ ରାଜ୍ୟ ସରକାର କାମ କରୁଛନ୍ତି ।

ମିଛ ଖବର ପ୍ରଚାରରେ ସୀମା ଟପୁଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର: ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ୱାଦିକ ସମ୍ମିଳନୀର ଜବାବା ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଶ୍ରୀ ପାତ୍ର ଆହୁରୀ କହିଛନ୍ତି ଯେ, ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନଓ୍ୱାଡ଼ୀକର୍ମୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ପାଇଁ ଆହା ପଦେ କହିବା ବଦଳରେ ବିଜେପି ନେତା ସାମ୍ୱାଦିକ ସମ୍ମିଳନୀ ଜରିଆରେ ସେମାନଙ୍କୁ ତାତ୍ସଲ୍ୟ କରିବାରେ ଲାଗିଛନ୍ତି ।

Sasmit Patra catches up on books, helps wife in kitchen amid ...

            ଗଞ୍ଜାମ ଜିଲ୍ଲାରେ ତିନି ଚାରି ମାସ ଧରି କାର୍ଯ୍ୟ କରୁଥିବା ଏହି କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ବଦଳରେ ବିଜେପି ନେତାମାନେ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଛନ୍ତି । କରୋନା ବିରୋଧରେ ଲଢ଼େଇ ପାଇଁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନ୍‌ରେ ଯାଇଥିବା ଡାକ୍ତରଙ୍କୁ କିଭଳି ବିରୋଧ ହେଉଛି ତାହା ସମସ୍ତେ ଦେଖୁଛନ୍ତି । ଏଥିରୁ ସ୍ପଷ୍ଯ ହେଉଛି ଯେ, ଗଞ୍ଜାମ ଜିଲ୍ଲାରେ ମହାମାରୀ ନିୟନ୍ତ୍ରଣ ଲାଗି ଅଧିକ ଡାକ୍ତର ନିଯୁକ୍ତି ହେବା ସେମାନେ ଚାହାନ୍ତିନାହିଁ । ଗତକାଲି ମଧ୍ୟ ବିରୋଧୀଦଳ ନେତା କରୋନା ଯୁଦ୍ଧରେ ଗଞ୍ଜାମକୁ ସମର୍ଥନ କରିନଥିଲେ । ଏଥିରୁ ମଧ୍ୟ ବିଜେପିର ମନୋଭାବ ପଦାରେ ପଡ଼ିଯାଇଛି ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର ।

        ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ପ୍ରତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇ ସେମାନଙ୍କୁ ହତୋତ୍ସାହିତ  ନ କରିବାକୁ ବିଜେଡି ପକ୍ଷରୁ ଶ୍ରୀ ବକ୍ସିପାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଗଞ୍ଜାମ ବିରୋଧୀ ମନୋଭାବ ପଦାରେ ପଡ଼ିଥିବାବେଳେ ଗଞ୍ଜାମବାସୀ କେବେହେଲେ ଏହାକୁ ଭୁଲିବେନାହିଁ ଏବଂ ଏଥିପାଇଁ ରାଜ୍ୟ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଡକ୍ଟର ପାତ୍ର ସତର୍କ କରାଇଦେଇଛନ୍ତି । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଯାଇଛି ।

ରାହୁଲଙ୍କ ଟାର୍ଗେଟରେ ’ରାଫେଲ୍’ ଡିଲ୍: ୫୨୬ କୋଟିର ରାଫେଲ୍ ଜେଟ୍, କେମିତି ୧୬୭୦ କୋଟି ହେଲା?

ଅଯୋଧ୍ୟାରେ ପିଏମ୍ ମୋଦି କରିବେ ଭୂମି ପୂଜନ, ସେପଟେ ଆମେରିକା ଟାଇମ୍ସ ସ୍କୋୟାରରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚ ଅଗଷ୍ଟକୁ ଅଯୋଧ୍ୟା ପହଞ୍ଚିବେ । ସେଠାରେ ଭୂମି ପୂଜା କରି ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିବେ । ଠିକ୍ ସେତିକି ବେଳେ ଆମେରିକାରେ ମଧ୍ୟ ଉତ୍ସବ ପାଳନ ହେବ । ଯେଉଁଥିପାଇଁ ସେଠାରେ ପ୍ରସ୍ତୁତି ଚାଲିଛି । ନ୍ୟୁୟର୍କର ପ୍ରତିଷ୍ଠିତ ଓ ବିଶ୍ୱ ବିଖ୍ୟାତ ଟାଇମ୍ସ ସ୍କୋୟାରର ବୁଧବାର ଶ୍ରୀ ରାମଙ୍କ ବଡ଼ ବଡ଼ ହୋର୍ଡିଂ ଲଗାଯିବ । ଅଗଷ୍ଟ ୫ରେ ଭୂମି ପୂଜନ ଓ ଶିଳାନ୍ୟାସ ସମାରୋହ ବେଳେ ସେଠାରେ ରାମଙ୍କ ଥ୍ରୀଡି ଛବି ଦେଖାଯିବ । ଆମେରିକୀୟ ଆୟୋଜକ ଏହି କାର୍ଯ୍ୟକ୍ରମକୁ ଐତିହାସିକ ବନାଇବାକୁ ଚାହୁଁଛନ୍ତି ।

ଆମେରିକାରେ ଥିବା ଇଣ୍ଡିଆ ପବ୍ଲିକ ଆଫେୟର୍ସ କମିଟି ଅଧ୍ୟକ୍ଷ ଜଗଦୀଶ ସେହବାନିଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୫ ଅଗଷ୍ଟକୁ ଅଯୋଧ୍ୟାରେ ଭୂମି ପୂଜା କରିବେ । ଆମେ ଏହି ଐତିହାସିକ କ୍ଷଣକୁ ଉତ୍ସବ ଭାବେ ପାଳନ କରିବାକୁ ପ୍ରସ୍ତୁତି କରିଛୁ ।

ସେ ଆହୁରି କହିଛନ୍ତି ଏହି ସମାରୋହକୁ ଟାଇମ୍ସ ସ୍କୋୟାରର କେତକ ଗୁରୁତ୍ୱପୂର୍ଣ୍ଣ ହୋର୍ଡିଂ ଲଗାଯିବ । ୧୭ ହଜାର ବର୍ଗ ଫୁଟର ଚାରୋଟି ଏଲଇଡି ଡିସପ୍ଲେ ଲାଗିବ । ଏହାକୁ ଟାଇମ୍ସ ସ୍କୋୟାରର ସବୁଠୁ ଉଚ୍ଚା ଏଲଇଡି ଡିସପ୍ଲେ ସ୍କ୍ରିନ୍ କୁହାଯାଏ । ଏହା ଦୁନିଆର ସବୁଠୁ ବଡ଼ ଡିସପ୍ଲେ ।

ଏଠାରେ ସକାଳ ୮ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ରମ ଚାଲିବ । ଏହି ସମୟରେ ହିନ୍ଦୀ ଓ ଇଂରାଜୀରେ ‘ଜୟ ଶ୍ରୀ ରାମ’ ଲେଖାଯିବ । ଏହା ସହିତ ଫଟୋ ଓ ଭିଡିଓ, ମନ୍ଦିରର ଡିଜାଇନ୍ ଓ ଆର୍କିଟେକ୍ଚରର ଥ୍ରୀ଼ଡି ଚିତ୍ର ସହିତ ପିଏମ୍ ମୋଦିଙ୍କ ଦ୍ୱାରା ଭୂମି ପୂଜନର ଚିତ୍ର ଦେଖାଯିବ । ଏହି ସମୟରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଲୋକ ଉତ୍ସବ ମନାଇବେ । ଏଥି ସହିତ ଲୋକଙ୍କୁ ମିଠା ବଣ୍ଟାଯିବ ।

ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିବାରୁ ପୋଲିସ୍ ହେପାଜତରେ ଆଇପିଏସ

ନୂଆଦିଲ୍ଲୀ: ଲକଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ମହିଳା ଆଇପିଏସ ଅଧିକାରୀଙ୍କୁ ମଣିପୁର ପୋଲିସ ହେପାଜତକୁ ନେଇଛି । ପଶ୍ଚିମ ଇମ୍ଫାଲର ପୋଲିସ ଏନେଇ ମଙ୍ଗବଳାର ସୂଚନା ଦେଇଛି । ଆଇପିଏସ୍ ଅଧିକାରୀ ଥୋନାଉଜମ ବୃନ୍ଦା ଓ ଅନ୍ୟ ୨ ଜଣ ଲକଡାଉନ୍ ନିୟମ ମାନିନଥିବାରୁ ସେମାନଙ୍କୁ କଷ୍ଟୋଡିରେ ରଖାଯାଇଛି । ତେବେ, ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଅନୁସାରେ IPS ବୃନ୍ଦା ମଣିପୁର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ପୂର୍ବରୁ ମଧ୍ୟ ସରକାର ବିରୋଧୀ ଆଲୋଚନା ପାଇଁ ବୃନ୍ଦା ଚର୍ଚ୍ଚାରେ ରହିଥିଲେ ।

ପୂର୍ବ ବିଜେପି ନେତାଙ୍କ ସହ ବିବାଦ

ବୃନ୍ଦା ଅଭିଯୋଗ କରିଥିଲେ କି- ଜଣେ ପୂର୍ବତନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ତଦନ୍ତରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂହ ବାଧା ଦେଇଥିଲେ । ପ୍ରକୃତରେ ଉକ୍ତ ପୂର୍ବତନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁରେ ସ୍ଲଗଲିଂ ନେଇ ଗୁରୁତ୍ୱର ଅଭିଯୋଗ ରହିଛି । ବୃନ୍ଦା ଏହି ଅଭିଯୋଗ ଏଫିଡେବିଟ୍ ମାଧ୍ୟମରେ କୋର୍ଟରେ କରିଛନ୍ତି । ପରେ ବୃନ୍ଦାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଚାଲିଛି । ଉକ୍ତ ନେତାଙ୍କୁ ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିବା ବେଳେ ବୃନ୍ଦା ଉକ୍ତ ନିଷ୍ପତ୍ତିକୁ ନେଇ ଫେସବୁକରେ ପୋଷ୍ଟ କରିଥିଲେ । ଯାହାକୁ ନେଇ କୋର୍ଟ କ୍ଷୁବ୍ଧ ହେବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ।

କୋର୍ଟ ଅବମାନା ଅଭିଯୋଗ

ଏତିକି ନୁହେଁ ବୃନ୍ଦା କୋର୍ଟ ରୁମରେ ଜଜଙ୍କୁ ଆପତ୍ତିଜନକ ଇସାରା କରିଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ବୃନ୍ଦା ଏଫିଡେବିଟରେ ଏହାକୁ ଖଣ୍ଡନ କରିଛନ୍ତି । ଏବେ ତାଙ୍କୁ ପୋଲିସ ହେପାଜତକୁ ନେବା ପରେ ମାମଲା ଗମ୍ଭୀର ରୂପ ଧାରଣ କରିଛି । ଇମ୍ଫାଲର ଇନ୍ସପେକ୍ଟର ଜେନରାଲ ଜୟନ୍ତ କହିଛନ୍ତି- ପୋଲିସ ବୃନ୍ଦାଙ୍କ ଉପରେ ନଜର ରଖିନାହିଁ କି ତାଙ୍କୁ ଟାର୍ଗେଟ୍ କରିବା ନେଇ କୌଣସି ଉଦ୍ଦେଶ୍ୟ ନାହିଁ ।

ତେବେ. ପୋଲିସ ହେପାଜତରେ ନେବା ପରେ ବୃନ୍ଦା ଆଉ ଏକ ପୋଷ୍ଟ ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ମୋ ସ୍ୱାମୀ କର୍ଫ୍ୟୁ ନିୟମ ଭାଙ୍ଗିଥିବାରୁ ଜରିମାନା ଦେବା ପାଇ ପ୍ରସ୍ତୁତ ଥିଲେ । କିନ୍ତପ ତାଙ୍କଠାରୁ ଜରିମାନା ନେବା ପାଇଁ ମନା କରାଯାଇଥିଲା । ଆମକୁ ପୋଲିସ ଚାରିପଟୁ ଘେରି ରହିଥିଲା । ବୃନ୍ଦା ଆହୁରି ଲେଖିଛନ୍ତି ପୋଲିସ ତାଙ୍କୁ ହେପାଜତକୁ ନେଇଥିଲେ ମଧ୍ୟ ତାର କାରଣ ଜଣାଇନାହିଁ ।

ପୁଣି ଦୁଇ ଦିନ ପାଇଁ କୋରାପୁଟ ସଟ୍‌ଡାଉନ୍

କୋରାପୁଟ: ସଂକ୍ରମଣ ରୋକିବାକୁ ଜାରି ରହିଛି ପ୍ରୟାସ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଦୁଇ ଦିନ ପାଇଁ ସଟଡାଉନ୍  ଘୋଷଣା କରିଛନ୍ତି ଜିଲ୍ଲାପାଳ । ପୂର୍ବରୁ ବି ଦୁଇ ଦିନ ସଟଡାଉନ୍‌ କରାଯାଇଥିଲା । ଏହି ସମୟରେ ବାହାର ଜିଲ୍ଲାରୁ କୌଣସି ଲୋକଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରାଯାଇପାରିବ ନାହିଁ ଜିଲ୍ଲାପାଳ କହିଛନ୍ତି । ସେପଟେ ବଲାଙ୍ଗିର ଜିଲ୍ଲାରେ ଚାରିଶହ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲିଠୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନ, ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ କଟକଣା ଜାରି ହୋଇଛି ।

ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ଆବଶ୍ୟକସ୍ଥଳେ ଦୈନିକ ୨୦ ହଜାର ଟେଷ୍ଟିଂ କରାଯାଉଛି