ଆଦିତ୍ୟ ଦାସ ମୃତ୍ୟୁ ମାମଲା: ୪ ଜଣଙ୍କର କରାଯିବ ଲାଏଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି ମୃତ୍ୟୁର ରହସ୍ୟ । ରେଲଓ୍ୱେ ପୋଲିସ ତଦନ୍ତରେ କୌଣସି ପ୍ରକାରର ସନ୍ଧାନ ପାଇନଥିଲା । ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ହସ୍ତାନ୍ତର କରିଥିଲା ରେଲଓ୍ୱେ ପୋଲିସ । କ୍ରାଇମବ୍ରାଞ୍ଚ ପୂର୍ବରୁ ସମସ୍ତଙ୍କୁ ଜେରା କରିବା ପରେ ଆଦିତ୍ୟଙ୍କ ସୁଇସାଇଡାଲ ନୋଟର ମଧ୍ୟ ହଣ୍ଡରାଇଟିଂ ଜାଞ୍ଚ କରିଥିଲା । ସେଥିରୁ କୌଣସି ପ୍ରକାରର ସୁରାକ ନପାଇବା ପରେ ଏବେ କରିବାକୁ ଯାଉଛି ଲାଏଡିଟେକ୍ସନ ଟେଷ୍ଟ ।

ଲୁଚି ରହିଥିବା ସତର ପର୍ଦାଫାସ କରିବ ଏହି ଟେଷ୍ଟ । ତେବେ  ୪ ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଲାଏ ଡିଟେକ୍ସନ କରିବା ପାଇଁ ଫରେନସିକ ଲ୍ୟାବକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ଫରେନସିକ ଲ୍ୟାବ ପକ୍ଷରୁ ତାରିଖ ମିଳିଲେ ହେବ ଲାଇ ଡିଟେକ୍ସନ ଟେଷ୍ଟ । ମୃତ ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ, ପପୁ, ବିକାଶ ସହ ଆଉ ଜଣଙ୍କ ହେବ ଟେଷ୍ଟ । ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

Leave a Reply