ଖଣିରୁ ବାହାରିଲା ୪୪୨ କ୍ୟାରେଟର ହୀରା, ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ!

1 min read

ଦକ୍ଷୀଣ ଆଫ୍ରିକା: ହୀରା ସମସ୍ତ ମୂଲ୍ୟବାନ ରତ୍ନପଥର ମଧ୍ୟରୁ ଗୋଟିଏ । ଏହାର ମୂଲ୍ୟ ଯଥେଷ୍ଟ ଅଧିକ ହୋଇ ଥିବାରୁ ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ ଏହାକୁ କିଣିବା ପାଇଁ ସକ୍ଷମ ନୁହଁନ୍ତି । ଖଣିରୁ ହୀରା ପଥର ମିଳେ ଏହା ସ୍ୱଭାବିକ କଥା । କିନ୍ତୁ ପ୍ରତ୍ୟେକ ହୀରାର ଗୁଣକୁ ଯଦି ପରୀକ୍ଷା କରିବା ତେବେ ତାହା ସମାନ ନୁହେଁ । ଏହାକୁ କ୍ୟାରେଟକୁ ନେଇ ଆକଳନ କରାଯାଏ । ନିକଟରେ ଏଭଳି ହୀରା ପଥର ମିଳିଛି ଯାହା ଚର୍ଚ୍ଚାର ବିଷୟ ସାଜିଛି । ଆଜ୍ଞା ହଁ, ଘଟଣାଟି ସାଉଥ ଆଫ୍ରିକାର । ସେଠାରେ Lesotho  Letseng ନାମକ ଖଣିରୁ ମିଳିଛି ଏକ ବଡ଼ ମୂଲ୍ୟର ହୀରା ଖଣ୍ଡ । ଉକ୍ତ ହୀରା ଖଣ୍ଡ ୪୪୨ କ୍ୟାରେଟର ହୋଇଥିବା କହିଛି ଜେମ ଡାଏମଣ୍ଡ ଲିମିଟେଡ ।

ବିଏମଓ କ୍ୟାପିଟାଲ ମାର୍କେଟ ଅନୁସାରେ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ହୀରା ପ୍ରାୟ ୧୩୫ କୋଟି ଟଙ୍କାରେ ବିକ୍ରି କରାଯାଇପାରେ । ଏକ ଗଣ ମାଧ୍ୟମର ଖବର ଅନୁସାରେ Letsent ଖଣି ଯାହା ତା ହୀରାର ଆକାର ଗୁଣବତ୍ତା ପାଇଁ ବେଶ୍‌ ପ୍ରସିଦ୍ଧ । ଏଠାରୁ ମିଳୁଥିବା ହୀରା ଯଥେଷ୍ଟ ମୂଲ୍ୟରେ ବିକ୍ରି ହୁଏ । ଦୁଇ ବର୍ଷ ପୂର୍ବେ ଏହି ଖଣିରୁ ୯୧୦ କ୍ୟାରେଟର ହୀରା ପଥର ମିଳିଥିଲା । କହିରଖୁଛୁ ଏହାର ଆକୃତି ଦୁଇଟି ଗଲ୍ଫ ବଲ ସହିତ ସମାନ ଥିଲା । ଉକ୍ତ ହୀରାକୁ ୪୦ ମିଲିୟନ ଡଲାରରେ ବିକ୍ରି କରାଯାଇଥିଲା । କ୍ଲିଫୋର୍ଡ଼ ଏଲଫିକ ଜେମ ହୀରା ଖଣିର ସିଇଓ ।

ତେବେ ନିକଟରେ ମିଳିଥିବା ପ୍ରାୟ ୧୩୫ କୋଟିର ହୀରା ଖଣ୍ଡ ଚଳିତ ବର୍ଷର ସବୁଠାରୁ ମୂଲ୍ୟବାନ ପଥର ବୋଲି  କହିଛନ୍ତି  କ୍ଲିଫୋର୍ଡ଼। ତେବେ ଏହାର ପ୍ରକୃତ ମୂଲ୍ୟ କେତେ ତାହା ଠିକ ଭାବରେ ଜଣାପଡ଼ିନାହିଁ ।

Leave a Reply