କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ହଙ୍ଗାମା,ରାହୁଲଙ୍କ ଅଭିଯୋଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ଖପ୍ପା

1 min read

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଆଜି ଓଲ୍ଡ ଗାର୍ଡ୍ ବନାମ ୟଙ୍ଗ୍ ଗାର୍ଡଙ୍କ ମଧ୍ୟରେ ଜମେଇକି  ହଙ୍ଗାମା ହୋଇଛି । କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠିକୁ ନେଇ ଆଜି ହଙ୍ଗାମା ହୋଇଛି । ଏହି ଚିଠିକୁ ଆଧାର କରି ରାହୁଲ କଂଗ୍ରେସର ପୁରୁଣା ନେତାଙ୍କୁ ଟାର୍ଗେଟକୁ ନେଇଥିଲେ । ଯେଉଁମାନେ ବର୍ତ୍ତମାନ ପରିସ୍ଥିତିରେ ଚିଠି ଲେଖିଛନ୍ତି ସେମାନେ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ । ରାହୁଲଙ୍କ ଏଭଳି ଆରୋପକୁ ସହଜରେ ନେଇ ନାହାନ୍ତି ଓଲ୍ଡ ଗାର୍ଡ ।  କଂଗ୍ରେସର ବରିଷ୍ଠ ନେତା ଏହି ଅଭିଯୋଗକୁ ନେଇ ରାହୁଲଙ୍କୁ ଘେରିଛନ୍ତି । ଏପରିକି ମିଟିଂ ମଝିରୁ ହିଁ କପିଲ ସିବଲ ଏନେଇ ଟ୍ୱିଟ୍ କରିଛନ୍ତି ।

kapil tweet

କପିଲ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ରାହୁଲ କହୁଛନ୍ତି କି ଆମେ ବିଜେପି ସହିତ ହାତ ମିଳାଇଛୁ । ମୁଁ ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସ ପାର୍ଟି ପକ୍ଷ ରଖିଥିଲି,ମଣିପୁରରେ କଂଗ୍ରେସ ସରକାରକୁ ବଂଚାଇଥିଲି । ଗତ ୩୦ ବର୍ଷ ମଧ୍ୟରେ ଏଭଳି କୌଣସି ବୟାନ ଦେଇ ନାହିଁ ଯାହା ବିଜେପିକୁ ଲାଭ ପହଂଚାଇବ । ତଥାପି କୁହାଯାଉଛି ଯେ, ଆମେ ଭାରତୀୟ ଜନତା ପାର୍ଟି ସହିତ ଅଛୁ ।

ତେବେ ପରେ କପିଲ ନିଜ ଟ୍ୱିଟକୁ ହଟାଇ ଦେଇଛନ୍ତି । ସେ କହିଛନ୍ତି ଯେ, ରାହୁଲ ବ୍ୟକ୍ତିଗତ ଭାବେ ମୋତେ ଏହା କହିନଥିବା କହିଥିବାରୁ ମୁଁ ମୋ ଟ୍ୱିଟକୁ ହଟାଇ ଦେଇଛି ।

କପିଲଙ୍କ ବ୍ୟତିତ ଗୁଲାମ ନବି ଆଜାଦ ମଧ୍ୟ କହିଛନ୍ତି ଯେ, ଯଦି ସେ କୌଣସି ପ୍ରକାରେ ବିଜେପି ସହିତ ହାତ ମିଳାଇଛନ୍ତି ତେବେ ସେ ନିଜ ଇସ୍ତଫା ଦେଇଦେବ । ଆଜାଦ କହିଛନ୍ତି ଯେ,ଚିଠି ଲେଖିବା କାରଣ ହେଉଛି କଂଗ୍ରେସ କାର୍ଯ୍ୟସମିତି ବୈଠକ । ସୂଚନାଯୋଗ୍ୟ ଯେ, କପିଲ ଓ ଗୁଲାମ ନବିଙ୍କ ସହ କଂଗ୍ରେସର ୨୩ ଜଣ ବରିଷ୍ଠ ନେତା କାର୍ଯ୍ୟସମିତି ବୈଠକ ପୂର୍ବରୁ ଚିଠି ଲେଖିଥିଲେ । ପତ୍ରରେ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ନେଇ ପ୍ରଶ୍ନ କରାଯାଇଥିଲା । ପତ୍ରରେ ଏହି ନେତା ମାନେ ଏଭଳି ଜଣେ କଂଗ୍ରେସ ଅଧ୍ୟକ୍ଷ ଦାବି କରିଥିଲେ ଯିଏ ନିଜର ସବୁ ସମୟ ଦଳକୁ ଦେଇ ପାରିବ ।

ସୋମବାର ଦିନ ଆରମ୍ଭ ହୋଇଥିବା ବୈଠକରେ ଏହି ଚିଠିକୁ ନେଇ ହଙ୍ଗାମା ହୋଇଥିଲା । ସୋନିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଛା ପ୍ରକାଶ କରିଥିଲେ । କିନ୍ତୁ ଦଳ ତାକୁ ଗ୍ରହଣ କରିନଥିଲା । ଏହାପରେ ରାହୁଲ ଚିଠି ଲେଖିଥିବା ନେତାଙ୍କ ଉପରେ ବର୍ଷିଥିଲେ । ଚିଠିର ଟାଇମିଂ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ପତ୍ର ଲେଖିବା ଟାଇମିଂ ଠିକ୍ ନୁହେଁ ବୋଲି ରାହୁଲ କହିଥିଲେ । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ସଂଘର୍ଷ କରୁଥିବା ବେଳେ ଓ ସୋନିଆଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ବେଳେ ପତ୍ର ଲେଖିବା ଉଚିତ ନଥିଲା ବୋଲି ସେ କହିଥିଲେ ।

 

Leave a Reply