spot_img
Home Blog Page 6572

ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ବିଜୁ ଯୁବ ଜନତା ଦଳ । ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାସହ ମାଷ୍ଟର କ୍ୟାଣ୍ଟିନ ଛକରେ ମାସ୍କ ବଣ୍ଟନ ଓ ଜନ ସଚେତନତାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଓଡ଼ିଶା ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ କରାଯାଇଛି । ଯେଉଁଠିକି ବହୁସଂଖ୍ୟକ ଉତ୍ସାଇ ଯୁବକମାନେ ସ୍ୱଚ୍ଛ ପ୍ରବୃତ ଭାବେ ରକ୍ତଦାନ କରିଛନ୍ତି । ଯୁବ ଜନତା ଦଳ , ଓଡିଶା ମୋ ପରିବାର ଏବଂ ଓଡ଼ିଶା ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ରକ୍ତଦାନ ଚାଲିଛି । ତେବେ ଯୁବ ପିଢିକୁ ଉତ୍ସାହିତ କରିବାକୁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ କିନ୍ତୁ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ଜନ୍ମ ଦିନ ପାଳି ନାହାଁନ୍ତି ।  ଓଡିଶା ବାସୀଙ୍କ ଭଲ ପାଇବା ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି ତେଣୁ ଆଜି ତାଙ୍କ ନବୀନ ନିବାସ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ

ରାଜଧାନୀରେ ଯୁବକଙ୍କ ଆତଙ୍କ ରାଜ, କଟୁରୀ ଦେଖାଇ ଲୋକଙ୍କୁ ଡରାଇଲେ

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଅଂଚଳରେ ଯୁବକଙ୍କ ଆତଙ୍କ ରାଜ। ଟେନିସ ବ୍ୟାଗରେ କଟୁରୀ ଧରି ଲୋକଙ୍କୁ ଡରାଉଛି ଯୁବକ । ସକାଳୁ ସକାଳୁ କଟୁରି ଧରି ବୁଲିଥିଲେ ଯୁବକ। ସ୍ଥାନୀୟ ଲୋକଙ୍କୁ ଗାଲି ଗୁଳଜ କରିବା ସହ ଧମକ ବି ଦେଉଥିବା ଅଭିଯୋଗ ହୋଇଛି । ଲୋକେ ଆତଙ୍କିତ ଥିବା ବେଳେ ଖାରବେଳ ନଗର ଥାନାରେ ଏନେଇ ଅଭିଯୋଗ ହୋଇଛି ।

ସିସିଟିଭି ଜବତ କରି ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ତେବେ ଯୁବକ ଜଣଙ୍କ କେଉଁ କାରଣରୁ କଟୁରୀ ଧରି ଲୋକଙ୍କୁ ଡରାଉଥିଲେ ତାହା ଜଣାପଡ଼ିନାହିଁ ।

ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ଆଶ୍ୱସ୍ତି ଦେଲା ସୁସ୍ଥତା ହାର

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଅକ୍ଟୋବରରେ କମିଛି କରୋନା ସଂକ୍ରମଣ  । ଶୁକ୍ରବାରରେ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୨୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୫୧ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୮୮୭ଟି ସ୍ଥାନୀୟ ସଂକ୍ରମଣ ରହିଛି । ଅକ୍ଟୋବରରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି  ।

ଶୁକ୍ରବାର ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୧୫୬, ଅନୁଗୁଳରୁ ୧୫୧, ସୁନ୍ଦରଗଡ଼ରୁ ୧୩୭, ମୟୂରବଞ୍ଜରୁ ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫୧, ବାଲେଶ୍ୱରରୁ  ୫୭ , ବରଗଡ଼ରୁ  ୭୩, ଭଦ୍ରକରୁ ୪୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୨୧, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୩୮, ଗଜପତିରୁ ୮, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୬୬, ଯାଜପୁର ୭୧, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୫୧ , କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୭୨, କେନ୍ଦୁଝରରୁ ୪୬, କୋରାପୁଟରୁ ୩୮, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୪୧, ପୁରୀରୁ ୭୩ , ରାୟଗଡ଼ାରୁ ୨୫, ସମ୍ବଲପୁର ୫୩, ସୁନ୍ଦରଗଡ଼ରୁ ୧୩୭, ସୋନପୁରରୁ ୮୦,ଷ୍ଟେଟ ପୁଲ୍ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨ଲକ୍ଷ ୬୪ହଜାର ୧୪୯ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୨୪ହଜାର ୪୫୭, ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୮ହଜାର ୫୩୫କରୋନା ଆକ୍ରାନ୍ତ । ଆଉ ୧୫ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୧୦୪ରେ ପହଞ୍ଚିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା, କରୋନା ମୃତ୍ୟୁ ରୋକିପାରୁନି ରେମ୍‌ଡେସିଭର୍

ନୂଆଦିଲ୍ଲୀ: କରୋନା ମୃତ୍ୟୁ ରୋକିପାରୁନି ରେମ୍‌ଡେସିଭର୍‌ । ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଆମେରିକୀୟ ଫାର୍ମା କମ୍ପାନୀ ଗିଲିୟଡ୍‌ର ଔଷଧ ରେମ୍‌ଡେସିଭର୍‌ ସ୍ୱଳ୍ପ କିମ୍ବା ଜମା କାମ କରୁନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । କ୍ଲିନିକାଲ୍ ଟ୍ରାଏଲ ପରେ ଡବ୍ଲୁଏଚ୍‌ଓ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି ।

୩୦ଟି ଦେଶରେ ୧୧ହଜାର ୨୬୬ ରୋଗୀଙ୍କଠାରେ ରେମ୍‌ଡେସିଭର୍‌ କ୍ଲିନିକାଲ୍ ଟ୍ରାଏଲ୍ କରାଯାଇଥିଲା । ଏହାପରେ ପ୍ରଭାବ ନେଇ ମୂଲ୍ୟାଙ୍କନ କରାଯାଇଥିଲା । ଗବେଷଣାରୁ ରେମ୍‌ଡେସିଭର୍‌ ଦ୍ୱାରା କୋଭିଡ୍ ମୃତ୍ୟୁ ହାର ବା ଆକ୍ରାନ୍ତଙ୍କ ସୁସ୍ଥତା ଉପରେ ପ୍ରଭାବ ପଡିନଥିବା କୁହାଯାଇଛି । ତେବେ କ୍ଲିନିକାଲ୍ ଟ୍ରାଏଲ ନେଇ ବିସ୍ତୃତ ଭାବେ ସମୀକ୍ଷା କରାଯିବ ।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ରେମ୍‌ଡେସିଭର୍‌ ଇଞ୍ଜେକ୍ସନ୍ ଦିଆଯାଇଥିଲା । ଚଳିତବର୍ଷ ମେ’ ମାସରେ କୋଭିଡ୍ ସଂକ୍ରମିତଙ୍କଠାରେ ରେମ୍‌ଡେସିଭର୍‌ ଆଣ୍ଟିଭାଇରାଲ୍ ଔଷଧ କାମ କରୁଥିବା ନେଇ କୁହାଯିବା ପରେ ଏହାକୁ ନେଇ ଆଶା ଦେଖାଦେଇଥିଲା । ପ୍ରାଥମିକ ପରୀକ୍ଷାରୁ ଏହା କରୋନା ଆକ୍ରାନ୍ତଙ୍କଠାରେ କାମ କରୁଥିବା ଜଣାପଡିଥିଲା । ହେଲେ ଏବେ ଡବ୍ଲୁଏଚ୍‌ଓର ତଥ୍ୟ ବଡ଼ ଝଟ୍‌କା ଆଣିଛି ।

India Corona Update: ଦେଶରେ ୧,୧୨,୧୬୧କୁ ବୃଦ୍ଧି ପାଇଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ଖସୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୬୩ହଜାର ୩୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୯୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୭୩ଲକ୍ଷ ୭୦ହଜାର ୪୬୯ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ରହିଛି ୮ଲକ୍ଷ ୪ହଜାର ୫୨୮ । ସୁସ୍ଥ ହେଲେଣି ୬୪ଲକ୍ଷ ୫୩ହଜାର ୭୮୦ଜଣ କରୋନା ଆକ୍ରାନ୍ତ ।

ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୨ହଜାର ୧୬୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୫ଲକ୍ଷ ୬୪ହଜାର ୬୧୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୧ହଜାର ୧୯୬ଜଣ ପ୍ରାଣ ହରାଇଛନ୍ତି । ଆନ୍ଧ୍ର ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆନ୍ଧ୍ରରେ ୬ହଜାର ୩୫୭ ଓ କର୍ଣ୍ଣାଟକରେ ୧୦ହଜାର ୨୮୩ରେ ପହଞ୍ଚିଛି । ତାମିଲନାଡୁରେ ୬ଲକ୍ଷ ଟପିଛି କରୋନା ସଂକ୍ରମଣ । ୧୦ହଜାର ୪୭୨ଜଣ ପ୍ରାଣ ହରାଇଛନ୍ତି ।

ରାଜଧାନୀ ଦିଲ୍ଲୀରେ କରୋନା ମାମଲା ଦୃତ ଗତିରେ ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୩୪୮୩ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏଥିସହିତ ଦିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୦୩୧ରେ ପହଞ୍ଚିଛି । ସେହିଭଳି ୨୪ ମଧ୍ୟରେ ୨୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟ ହୋଇଛି । ଦିଲ୍ଲୀରେ ସଂକ୍ରମିତ ହାର ୬.୨୩ ପ୍ରତିଶତ ରହିଥିବାବେଳେ ଅନ୍ୟପଟେ ସୁସ୍ଥତା ହାର ୯୧.୧୧ ପ୍ରତିଶତ ରହିଛି । ବର୍ତ୍ତମାନ ଦିଲ୍ଲୀରେ କରୋନାର ସକ୍ରିୟ ମାମଲା ୨୨,୬୦୫ ରହିଛି ।

ସାରୁଅ ଜମି ଜାଲିଆତି ମାମଲା: ଜଗିଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚରା କରି ଫେରିଲା ପୋଲିସ୍

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ OTVର ଜମି ଜାଲିଆତି ଧରା ପଡ଼ିବା ପରେ ଏହାର ଖୋଳତାଡ ଆରମ୍ଭ କରିଛି ଜିଲ୍ଲାପ୍ରଶାସନ  । ବାଘମାରୀ ଥାନାରେ ରଣଧୀର ସିଂଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାର ତଦନ୍ତ କରୁଛି ପୋଲିସ ।  ତଦନ୍ତ ପାଇଁ ଆଜି ପୁଣି ଓଟିଭି ଷ୍ଟୁଡିଓରେ ପହଞ୍ଚିଥିଲା ପୋଲିସ । ଗତକାଲି ଜଗିଙ୍କ ବାପା ରଣଧୀର ସଂହ ପୋଲିସ ତଦନ୍ତରେ ସହଯୋଗ କରିନଥିବାରୁ ଆଜି ଦିନ ୧୧ଟାରେ ପୁଣି ପଚରାଉଚରା ପାଇଁ ଲଟ୍‌କା ଲଗାଇଥିଲା ପୋଲିସ ।

ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟୁଡିଓରେ ପହଞ୍ଚିଥିଲା ପୋଲିସ । ଆଜି ଜଗିଙ୍କ ବାପା ରଣଧୀର ସିଂଙ୍କୁ ପଚରାଉଚରା କରିଛି ଖୋର୍ଦ୍ଧା ପୋଲିସ  । ସ୍ୱଳ୍ପ ସମୟ ପାଇଁ ତଦନ୍ତରେ ସହଯୋଗ କରିଛନ୍ତି ଜଗିଙ୍କ ବାପା ରନ୍ଧିର ସିଂ । ଶାରୀରିକ ଅସୁସ୍ଥତା ଯୋଗୁଁ ଅଧିକ ପଚରାଉଚରା କରିପାରି ନଥିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା SDPO ସୁଶୀଲ ମିଶ୍ର ।

Illegal Boundary Constructed By OTV In Sarua Demolished By Khordha Dist Administration

ସେପଟେ ଗତକାଲି ମଲ୍ଲିକ ସାହିରେ OTV କରିଥିବା ମହିଳା ସମିତି କାର୍ଯ୍ୟାଳୟର ବେଆଇନ ପାଚେରିକୁ ଭାଙ୍ଗି ଦେଇଛି । ଗତ ଫେବ୍ରୁଆରୀ ମାସରେ ମହିଳା ସମିତି ଜରିଆରେ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରତିଶ୍ରୁତି ଦେଇ ଜମି କିଣିଥିଲା OTV । ହେଲେ ନିର୍ମାଣ କାମ ସରିବା ପରେ, ଅଫିସରେ ତାଲା ମାରିଦେଇ ଉଭାନ ହୋଇଯାଇଥିଲା। ଆଉ ଲୋକଙ୍କ ପ୍ରବେଶ ନିଷେଧ ପାଇଁ କୋଠା ଚାରିପଟେ ବୁଲାଇ ଦେଇଥିଲା ପାଚେରୀ । ଏପରିକି ଜମି ହଡ଼ପ ପାଇଁ ପୋଖରୀ ବି ଘେରାବନ୍ଦୀ କରାଯାଇଥିଲା। ଫଳରେ ଚାଷ ଜମିକୁ ପାଣି ଗଲାନି । ପାଣି ବି ଦୂଷିତ ହେଲା । ପଡିଆ ପଡିଲା ଜମି । ଏ ନେଇ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇଥିଲେ ମଲ୍ଲିକସାହି ଲୋକେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଆଇନ ପାଚେରିକୁ ଭାଙ୍ଗିଛି ପ୍ରଶାସନ।

ଭୋର୍‌ରୁ ଶୋଇବା ଘରେ ଲାଗିଗଲା ନିଆଁ, ଜୀଅନ୍ତା ଜଳିଗଲେ ଦମ୍ପତି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ପଞ୍ଜାବୀ ଧୋଉଡ଼ା ପଡ଼ାରେ ଅଭାବନୀୟ ଘଟଣା । ଘରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ଦମ୍ପତି । ମୃତ ଦମ୍ପତି ହେଲେ ଗିରିବର ଦାଶ ଓ ଗୀତା ଦାଶ। ଆଜି ଭୋର୍‌ରୁ କୌଣସି କାରଣରୁ ତାଙ୍କ ଶୋଇବା ଘରେ ନିଆଁ ଲାଗିଯାଇଥିଲା ।

ତେବେ ଚୁଲା ଯୋଗୁଁ ନିଆଁ ଲାଗିଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ବ୍ରଜରାଜନଗର ଇନ୍ସପେକ୍ଟର ଏବଂ ରାମପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଭୋର ରାତିରେ ଶୋଇବା ବେଳେ ଘରେ କେମିତି ଲାଗିଲା ନିଆଁ ସେ ନେଇ ତଦନ୍ତ କରିବ ପୋଲିସ । ଏହା ଏକ ଦୁର୍ଘଟଣା ନା କେହି ଜଣେ ଘରେ ନିଆଁ ଲଗାଇଦେଇଛି ସେ ନେଇ ଆରମ୍ଭ ହେବ ଖୋଳତାଳ ।

ସେ ସଂସାରୀ ନୁହଁନ୍ତି, କିନ୍ତୁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନେଇ ତାଙ୍କର ଏକ ବିରାଟ ସଂସାର

ଭୁବନେଶ୍ୱର: ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ପିତା ବିଜୁ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳ ମଣ୍ଡନ କରନ୍ତି ନବୀନ । ସେ ଦିନ ପ୍ରକୃତରେ ଥିଲା ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ସେଇ କୁନି ପିଲା ଦିନେ ଓଡ଼ିଶାକୁ ଦୁଇ ଦଶନ୍ଧି ଧରି ନିରବିଚ୍ଛିନ୍ନ ଶାସନ କରିବ, ଏ କଥା ବୋଧହୁଏ ନିଜେ ବାପା ବିଜୁ ପଟ୍ଟନାୟକ ଜାଣି ନ ଥିଲେ । ସେଥିପାଇଁ ସେ ଜୀବିତାବସ୍ଥାରେ ପୁଅ ନବୀନକୁ ରାଜନୀତିକୁ ଆଣିବାକୁ ଚିନ୍ତା ବି କରି ନ ଥିଲେ ।

ବିଜୁଙ୍କ ଅବସାନ ପରେ ସେ ଆଜି ଏକାଙ୍ଗଚକ୍ରବର୍ତ୍ତୀ ଶାସକ । ବୟସରେ ସାୟାହ୍ନରେ ପହଂଚିଥିଲେ ମଧ୍ୟ ଓଡ଼ିଶାବାସୀ କେବଳ ଆଉ କେବଳ ତାଙ୍କୁ ହିଁ ଶାସନ ଗାଦିରେ ବସାଇବାକୁ ପସନ୍ଦ କରିଛନ୍ତି । ଶାସନର ସ୍ୱପ୍ନ ଦେଖୁଥିବା ବିରୋଧୀମାନେ ତାଙ୍କ ଗଣିତଠୁ ବହୁ ଦୂରରେ ରହିଛନ୍ତି, ଆଉ ଆଧିପତ୍ୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି  । ତାଙ୍କର ରଣନୀତି ଆଗରେ ମୁଣ୍ଡ ନୁଆଁଇଛନ୍ତି ବଡ଼ ବଡ଼ ରାଜନେତା, ଓଡ଼ିଶାକୁ ବର୍ଷ ବର୍ଷ ଧରି ଶାସନ କରିଥିବା ଦଳ କଂଗ୍ରେସ ଦଳଠୁ ସେ ଶାସନଗାଦି ସତେ ଯେମିତି ଛଡ଼ାଇ ଆଣିଥିଲେ ।

୧୯୯୭ ମସିହାରେ ବିଜୁଙ୍କ ତିରୋଧାନ ପରେ ନବୀନ ରାଜନୀତିରେ ପାଦ ଥାପିଥିଲେ । ରାଜନୀତିକୁ ସେ ସ୍ୱତଃସ୍ଫୁର୍ତ୍ତ ଭାବେ ଆସି ନ ଥିଲେ । କିନ୍ତୁ ତାଙ୍କୁ ବିଜୁଙ୍କ ଦାୟାଦ ଭାବେ ରାଜନୀତିକୁ ଅଣାଯିବା ପରେ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ସେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରି ଦେଇଥିଲେ । ବର୍ଷକ ପରେ ସେ ଜନତା ଦଳରୁ ଅଲଗା ହୋଇ ବିଜୁ ବାବୁଙ୍କ ନାଁରେ ନୂଆ ଦଳ ଗଠନ କରିଥଲେ, ନାଁ ରଖାଯାଇଥିଲା ବିଜୁ ଜନତା ଦଳ । ଆନ୍ତର୍ଜାତିକ ସ୍ତରର ଲେଖକରୁ ସେ ବନିଯାଇଥିଲେ ନେତା ।

ରାଜନୀତିକୁ ଆସିବା ପୂର୍ବରୁ ତାଙ୍କ ପୁସ୍ତକ ଏ ସେକେଣ୍ଡ ପାରାଡାଇଜ୍- ଇଣ୍ଡିଆନ୍ କଣ୍ଟ୍ରି ଲାଇଫ, ଏ ଡେଜର୍ଟ କିଙ୍ଗଡମ୍ – ଦ ପିପୁଲ ଅଫ ବିକାନେର ଆଉ ଗାର୍ଡନ ଅଫ୍ ଲାଇଫ-ଆନ୍ ଇଣ୍ଟ୍ରୋଡକ୍ସନ୍ ଟୁ ଦ ହିଲିଙ୍ଗ ପ୍ଲାଣ୍ଟସ ଅଫ୍ ଇଣ୍ଡିଆ ପାଇଁ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । କେବଳ ସେତିକି ନୁହେଁ, ନବୀନ ଜଣେ ଭଲ ଚିତ୍ରକର ମଧ୍ୟ । ଏବେ ବି ଫୁରସତ ମିଳିଲେ ନବୀନ ଚିତ୍ର ଆଙ୍କନ୍ତି । କେତେକ କାର୍ଯ୍ୟକ୍ରମରେ ନବୀନ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳେ ।

ନବୀନଙ୍କ ବ୍ୟକ୍ତିତ୍ୱର ଆଉ ଏକ ବଡ଼ ଦିଗ ହେଉଛି ସେ କମ କଥା କୁହନ୍ତି । ଶତ ଚେଷ୍ଟା କଲେ ମଧ୍ୟ ତାଙ୍କ ମୁହଁରୁ ଆପଣ ସେଇ କଥା ଶୁଣିବାକୁ ପାଇବେନି, ଯାହା ସେ କହିବାକୁ ଚାହାନ୍ତି ନାହିଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ବହୁ ବଡ଼ ବଡ଼ ରଥୀ ମହାରଥୀ ତାଙ୍କୁ ବୁଲେଇ ବଙ୍କେଇ ବିଭିନ୍ନ ସମୟରେ ଅସୁବିଧାରେ ପକେଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ତାଙ୍କ ମାଇଣ୍ଡ ୱାଶ କରିବା ସମ୍ଭବ ନୁହେଁ, ଏକଥା ସେ ବାରମ୍ବାର ପ୍ରମାଣିତ କରିଛନ୍ତି । ଜଣେ ଲେଖକ ଭାବେ ସେ ଅଧିକ ଲେଖୁଥିଲେ ସତ୍ୟ, କିନ୍ତୁ ରାଜନୀତିରେ ପାଦ ଥାପିଲା ପରେ ତାଙ୍କ ବକ୍ତବ୍ୟ ହୋଇଛି ସର୍ଟ ଆଉ ସିଗ୍ନିଫିକାଣ୍ଟ । ସେ ଯେତିକି କହିବେ ସେତିକିରେ ଆପଣ ସବୁ ବୁଝିଯିବେ । କଥା କମ୍, କାମ ବେଶୀ ।

ଏ ଧରଣର ବ୍ୟକ୍ତିତ୍ୱ ବୋଧହୁଏ ଭାରତୀୟ ରାଜନୀତିରେ ବିରଳ । ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ବିରୋଧରେ ଯେଉଁମାନେ ଯେତେବେଳେ ଷଡ଼ଯନ୍ତ୍ର କରିଛନ୍ତି, ସେମାନେ ବିଫଳ ହୋଇଛନ୍ତି  । ସେ ଯେତେବଡ଼ ବ୍ୟକ୍ତିତ୍ୱ ହୁଅନ୍ତୁ ନା କାହିଁକି , ରାଜନୀତି ମାନଚିତ୍ରରୁ ସେମାନଙ୍କ ସତ୍ତା ହଜିଯାଇଛି, ସେମାନେ ରସାତଳକୁ ଯାଇଛନ୍ତି । ସତେ ଯେମତି ସେ ଜଣେ ଯୋଗଜନ୍ମା  ।

୨୦ରୁ ପ୍ରବଳ ବର୍ଷା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଗୋଟିଏ ପରେ ଗୋଟିଏ ଲଘୁଚାପର ଶିକାର ହେଉଛି ଓଡ଼ିଶା । ପୁଣି ଉବୁଟୁବୁ ହେବ ଅଧା ରାଜ୍ୟ । ଆସନ୍ତା ୧୯ରୁ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ୨୦ରୁ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୦ ତାରିଖ ପାଇଁ କୋରାପୁଟ,ରାୟଗଡା, ଗଜପତି, ଗଞ୍ଜାମ, ପୁରୀ ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

Rain Fore Cast Yellow Waring To 11 Districts Of Odisha

ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର କେରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ,କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟଲୋ ଆଲର୍ଟ ଜାରି କରାଯାଇଛି । ଏହା ସହ ବିଜୁଳି ଘଡଘଡି ପାଇଁ ନବରଙ୍ଗପୁର, କେରାପୁଟ, ବୌଦ୍ଧ, ଗଂଜାମ, ଗଜପତି, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ଯନ୍ତ୍ରଣାକୁ ଭୁଲି ସିଧା ହସପିଟାଲରୁ ସଚିବାଳୟ ଯାଇଥିଲେ ମୁଖ୍ୟମନ୍ତ୍ରୀ, ସେଦିନ କଥାକୁ ଏମିତି ମନେ ପକାଇଲେ ପାଣ୍ଡିଆନ…

ଦାନ୍ତ ଯନ୍ତ୍ରଣା ସବୁଠାରୁ ଅସହ୍ୟ ଯନ୍ତ୍ରଣା ମଧ୍ୟରୁ ଗୋଟିଏ । ଆଉ ଏହି ଯନ୍ତ୍ରଣା ଅଚାନକ, ଅଘୋଷିତ ଭାବେ ଆସିଥାଏ। ଏହେଉଛି କିଛି ବର୍ଷ ପୂର୍ବର ଘଟଣା । ସକାଳ ପାଖାପାଖି ୯ଟା ହେବ, ହଠାତ୍ ନବୀନ ନିବାସରୁ ଫୋନ ଆସିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି ସେ ଏହାର ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲ ଯିବାକୁ ଚାହୁଁଛନ୍ତି । ଆଉ ଏହାପରେ ମୁଁ ପୂରା ପ୍ରସ୍ତୁତ ହୋଇଯାଇଥିଲି ଏବଂ ୧୦.୩୦ଟା ସୁଦ୍ଧା ହସପିଟାଲ ବି ପହଞ୍ଚିବାର ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ସବୁ ବେଳେ ନିଜ କାମକୁ ବହୁତ ପସନ୍ଦ କରନ୍ତି । ପୂର୍ବ ପ୍ଲାନିଂ ଅନୁସାରେ ୧୧.୩୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କନଫରେନ୍ସ ହଲରେ ଏକ ବୈଠକ ହେବାର ଥିଲା । ଏହା ସହ ସଂଧ୍ୟା ବେଳେ ମଧ୍ୟ ଗୋଟିଏ କାର୍ଯ୍ୟକ୍ରମ ଥିଲା। ଉଭୟ ନିର୍ଧାରିତ କାର୍ଯ୍ୟକ୍ରମ କୁ ଘୁଞ୍ଚାଇ ଦେବାପାଇଁ ମୁଁ ସ୍ଥିର କରିଥିଲି।

ତାପରେ ମୁଁ ଅଫିସରେ ପହଞ୍ଚିଲି ଆଉ ପୂର୍ବନିର୍ଧାରିତ ସମୟକୁ ବଦଳାଇବା ଆରମ୍ଭ କରିଦେଇଥିଲି ଭାବିଲି କି RCT ଚିକିତ୍ସା ପରେ ଅତିକମରେ ଜଣେ ଗୋଟିଏ ଦିନର ବିଶ୍ରାମ ଆବଶ୍ୟକ କରିବେ। କାରଣ ସେତେବେଳେ ମୋର କଲେଜ ଜୀବନ କଥା ମନେ ପଡିଲା ଯେତେବେଳେ RCT ପରେ ମୁଁ ଦୁଇଦିନ ପାଇଁ କଲେଜ ଯିବା ବନ୍ଦ କରିଥିଲି । ଏକଥା ମନେ ପକାଇବା ବେଳକୁ ମୋତେ ହସ ଲାଗୁଥିଲା । ତେବେ ଠିକ୍ ସେତିକିବେଳେ ମୋ ସୁଖଦ ସ୍ମୃତିରେ ପୂର୍ଣ୍ଣଛେଦ ପଡିଲା ଯେତେବେଳେ ମୋ ପାଖରେ ଖବର ପହଞ୍ଚିଲା ଯେ, ମୁଖ୍ୟମନ୍ତ୍ରୀ RCT କରାଇବା ପରେ କ୍ୟାପିଟାଲ ହସପିଟାଲ ଛାଡି ସଚିବାଳୟ(ଏବେକାର ଲୋକସେବା ଭବନ) ଅଭିମୁଖେ ବାହାରି ଗଲେଣି ।

ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ କେମିତି ଜଣେ ସିଧାସଳଖ ଦନ୍ତ ଚିକିତ୍ସକଙ୍କ ପାଖରୁ ଅଫିସ ଯାଇପାରେ ? ମୋର ସେହି ଦାନ୍ତ ଯନ୍ତ୍ରଣା କଥା ମନେପଡ଼ିଲା କେମିତି ମେଡିକାଲରୁ ଦାନ୍ତ ଅପରେସନ କରାଇ ଫେରିବା ବେଳେ ମୋତେ କେତେ କଷ୍ଟ ହୋଇଥିଲା ଯଦିଓ ସେତେବେଳେ ମୋତେ ମାତ୍ର ୨୦ବର୍ଷ ବୟସ ହୋଇଥିଲା ।
ଏହାପରେ ହଠାତ୍ ମୋତେ ମୁଖ୍ୟମନ୍ତ୍ରୀଙ୍କ ଫୋନ ଆସିଲା ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମକୁ ପୂର୍ବ ପ୍ଲାନିଂ ଅନୁସାରେ ୧୧.୩୦ରେ ବୈଠକକୁ ଯିବାର ଅଛି । ଆଉ ତାପରେ ମୁଁ ସ୍ଥଗିତ ରଖିଥିବା ବୈଠକକୁ ପୁଣି ଡକାଇଥିଲି ଆଉ ବୈଠକରେ ମୁଖ୍ୟମନ୍ତ୍ରୀ ଘଣ୍ଟାଏରୁ ଅଧିକ ସମୟ ବିତାଇ ଥିଲେ ।
ବୈଠକପରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲି ଯେ, “ସାର ଆପଣ RCT ଓ ଦନ୍ତ ଯନ୍ତ୍ରଣା ପରେ ଆଜି ସକାଳେ ଆରାମ କରି ପାରିଥାନ୍ତେ”
ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ” ଯଦି ମୁଁ ଯନ୍ତ୍ରଣାକୁ ସହ୍ୟ କରିପାରିବି ତାହାଲେ ସମୟ କାହିଁକି ନଷ୍ଟ କରିବି । ଏମିତି ବି ଲୋକ ଥାଇପାରନ୍ତି ଯେଉଁମାନଙ୍କ ଯନ୍ତ୍ରଣା ଆମଠାରୁ ବହୁତ ଅଧିକ ଥିବ ଆଉ ସେମାନେ ଆମ ସମୟର ଆବଶ୍ୟକତା କରୁଥିବେ । ଏବଂ କାର୍ଯ୍ୟ ହେଉଛି ସବୁଠୁ ଉତ୍ତମ ‘ଯନ୍ତ୍ରଣା ନିବାରକ’ ମିଷ୍ଟର ପାଣ୍ଡିଆନ ” । ଏମିତି କହି ସେ ହସିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏ କଥା ଶୁଣି ଆମେ ସବୁ ଚୁପ ହୋଇଯାଇଥିଲୁ । ଆଉ ମୁଖ୍ୟମନ୍ତ୍ରୀ ଏତିକି କହି ନିଜ ଚିରପରିଚିତ ହସ ସହ ସେଠାରୁ ବାହାରି ଯାଇଥିଲେ

( କର୍ମକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଦିନର ସ୍ମୃତି କୁ ଏମିତି କିଛି ମନେ ପକାଇଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ )