ଧାନବିଲରେ ମୃତଦେହ; ପଚି ଯାଇଥିବାରୁ ଚିହ୍ନା ପଡୁନି ଶବ

1 min read

ଦିଗପହଣ୍ଡି: ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ନିକଟ ଆଡପଡା  ଗ୍ରାମ ନିକଟସ୍ଥ ଏକ ଧାନବିଲ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନାହିଁ ତେବେ ମୃତକଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଛି । ଏ ନେଇ ହିଞ୍ଜିଳି ଥାନାରେ ୩୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ହିଂଜିଳି ପୋଲିସ ।

ସୂଚନା ଅନୁଯାୟୀ, ସୋମବାର ସକାଳେ ହିଞ୍ଜିଳି ଥାନା ଓ ପାଟପୁର ଥାନା ମଧ୍ୟ ଡେଙ୍ଗାଡି ଏବଂ ଆଡପଡା ଗ୍ରାମ ଏକ ଧାନ ବିଲ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ବିଲୁଆ, କୁକୁର ଖାଉଥିବା ବେଳେ ଗ୍ରାମର କିଛି ଲୋକ ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।  ମୃତଦେହ ପଚିସଢି ଯାଇଥିବାରୁ ଚିହ୍ନଟ କରିବା ସମ୍ଭବପର ହୋଇପାରିନାହିଁ ।  ତେବେ ଏହା  ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ସ୍ଥାନୀୟ ଅଂଚଳ ରେ 3 ଦିନ ଭିତରେ ଏଭଳି ୫ଟି ଘଟଣା ଦେଖିବାକୁ ମିଳିଛି । ତେବେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ୱଷ୍ଟ ହେବ ଏବଂ ବିଭିନ୍ନ ଥାନା କେସ ରୁଜୁ ଫାଇଲ ରୁ ଚିହ୍ନଟ କିମ୍ବା DNA ଟେଷ୍ଟ ରୁ ଜଣା ପଡିବ ବୋଲି ସୂଚନା ମିଳିଛି ।

Leave a Reply