କାଲିଠାରୁ କ୍ୱାଡ୍ ଦ୍ୱିତୀୟ ପର୍ଯ୍ୟାୟ,ଚୀନକୁ ଦେଖାଇବେ ତାକତ୍ ସୁପର ୪

1 min read

ନୂଆଦିଲ୍ଲୀ: ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାଭ୍ୟାସ (Malabar Exercise)ର ଦ୍ୱିତୀୟ ପର୍ଯ୍ୟାୟ କାଲିଠୁ ଆରମ୍ଭ ହେବ । ଉତ୍ତର ଆରବ ସାଗରରେ ଆରମ୍ଭ ହେବ ଏହି ଯୁଦ୍ଧାଭ୍ୟାସ । ୧୭-୨୦ ନଭେମ୍ୱର ଯାଏଁ ଏହି ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେବ । ୪ ଦିନିଆ ଏହି ଅଭ୍ୟାସରେ ଭାରତ ସହିତ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ନ୍ୟାଭି ନିଜ ନିଜ କଳା କୌଶଳ ପ୍ରଦର୍ଶନ କରିବେ । ଏହା ପୂର୍ବରୁ ୩ରୁ ୬ ନଭେମ୍ୱର ମଧ୍ୟରେ ମାଲାବର ଯୁଦ୍ଧାଭ୍ୟାସର ପ୍ରଥମ ଚରଣ ବଙ୍ଗୋପସାଗରରେ ପୂରା ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧାଭ୍ୟାସରେ ଆମେରିକା ବିମାନବାହକ ଯୁଦ୍ଧତୋପ ୟୁଏସ୍ ନିମିଜ୍ଜ ଏବଂ ଭାରତୀୟ ନୈସେନାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧତୋପ ବିକ୍ରମାଦିତ୍ୟ ସହିତ ଅଷ୍ଟ୍ରେଲିଆ ଏବଂ ଜାପାନୀ ନୈସେନାର ଦୁଇ ବିଧ୍ୱସଂକ ପୋତ ଭାଗନେବେ । ଭାରତର ବିକ୍ରମାଦିତ୍ୟରେ ମିଗ୍ ୨୯ ପ୍ଳେନ୍ ମଧ୍ୟ ସାମିଲ ରହିବ । ଏଥିସହିତ ଏଫ୍‌-୧୮ ଫାଇଟର୍ ପ୍ଳେନ୍ ମଧ୍ୟ ଉପସ୍ଥିତ ରହିବ । ଏହି ଯୁଦ୍ଧାଭ୍ୟାସରେ ୪ ଦେଶର ନୈସେନା ପ୍ରଶିକ୍ଷଣ ଦିଆଯିବ ।

ବର୍ତ୍ତମାନର ସୂଚନା ମୁତାବକ ଯୁଦ୍ଧାଭ୍ୟାସ ୭୦ ବିଦେଶୀ ଯୁଦ୍ଧପୋତ ପହଞ୍ଚିଥିବା ଖବର ରହିଛି । ଶୀର୍ଷ ନୈସେନା କମାଣ୍ଡରଙ୍କ ଅନୁସାରେ ଭାରତୀୟ ନୈସେନା ସମ୍ପୂର୍ଣ୍ଣ ଭାବେ ପୂର୍ବ ଏବଂ ପଶ୍ଚିମ ସମୁଦ୍ର ତଟରେ ମୁତୟନ ହୋଇଛି । ଯଦି ପୂର୍ବ ଲଦାଖରେ ସ୍ଥିତି ପୂର୍ବାପେକ୍ଷା ଖରାବ ହୁଏ ତେବେ ଯେ କୌଣସି ପ୍ରକାର ଆକସ୍ମିକ ପରିସ୍ଥିତ ଉପୁଜେ ତାହାର ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

Leave a Reply