ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

ପୁରୀ: ଦଳ ଆଗ, ଦିଅଁ ପଛ । ପାର୍ଟି ପାଇଁ ଶ୍ରୀଜଗନ୍ନାଥଙ୍କ ପୀଠର ପରିଚୟ ଖୋଜିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବାଢିଲେ ବିତଣ୍ଡା ଯୁକ୍ତି । ପୁରୀକୁ କୁଆଡେ ପରିଚୟ ଦେଇଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ଆଗରୁ ଦେଶବାସୀ ପୁରୀକୁ କଲିକତାରେ ବୋଲି ଭାବୁଥିଲେ । ହେଲେ ପୁରୀ ଲୋକସଭା ଆସନରୁ ବିଜେପି ନେତା ସମ୍ବିତ ପାତ୍ର ପ୍ରତିଦ୍ବନ୍ଦ୍ବିତା କରିବା ପରେ କୁଆଡ଼େ ସମସ୍ତ ଜାଣିପାରିଲେ ପୁରୀ ଓଡ଼ିଶାରେ ବୋଲି । ସୋସିଆଲ୍ ମିଡିଆରେ ଲେଖାଶ୍ରୀଙ୍କ ଏଭଳି ବିତଣ୍ଡା ଯୁକ୍ତି ଭାଇରା ହେଉଛି । ପୁରୀର ପରିଚୟ ନିଜେ ଶ୍ରୀଜଗନ୍ନାଥ । ସାରା ବିଶ୍ବ ଜାଣିଛି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତା ।

ପ୍ରତିଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ ହେଉଛି ଶ୍ରୀକ୍ଷେତ୍ର । ହେଲେ ଦଳୀୟ ପ୍ରଚାର ଆଗରେ କେମିତି ନିଜ ପରିଚୟକୁ ଭୁଲିଗଲେ ଲେଖାଶ୍ରୀ । ନିଜେ ଜଣେ ଓଡିଆ, ଓଡ଼ିଶାର ଝିଅ, ଓଡ଼ିଆ ଘରର ବୋହୂ । ହେଲେ କେମିତି ଓଡ଼ିଆଙ୍କ ସ୍ବାଭିମାନକୁ ପାଦରେ ଦଳିଦେଲେ । ପୁରୀର ପରିଚୟ ଖୋଜିବା ଅର୍ଥ, ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅଣଦେଖା କରିବା । ଯେଉଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସେଇ ପୁରୀକୁ କୁଆଡ଼େ ପରିଚୟ ଦେଲେ ସମ୍ବିତ ପାତ୍ର । ଯେଉଁ ଶ୍ରୀଜଗନ୍ନାଥ ଧାମ ସାତ ଦରିଆ ପାରିରୁ ଟାଣିଆଣିଛି ଭକ୍ତଙ୍କୁ, ତାର କୁଆଡ଼େ ପରିଚୟ ଲୋଡ଼ା । ପାର୍ଟି ପାଇଁ କେମିତି ଶ୍ରୀଜଗନ୍ନାଥ ପୀଠର ପରିଚୟରେ ପ୍ରଶ୍ନବାଚୀ ଲଗାଇଲେ ଲେଖାଶ୍ରୀ? ଦଳ କଣ ଆତ୍ମାଠୁ ଉପରେ ।

ଶ୍ରୀଜଗନ୍ନାଥଙ୍କ ଅପେକ୍ଷା କଣ ସମ୍ବିତ ପାତ୍ର ଅଧିକ ପରିଚିତ? ପବ୍ଲିସିଟି ପାଇଁ ଆଉ କେତେ ତଳକୁ ଖସିବେ ବିଜେପି ନେତ୍ରୀ? ଲେଖାଶ୍ରୀଙ୍କ ବୟାନକୁ ସୋସିଆଲ୍‌ ମିଡିଆରେ ଅନେକ ସମାଲୋଚନା କରିଛନ୍ତି । ସେପଟେ ଲେଖାଶ୍ରୀଙ୍କ ବୟାନ ନେଇ ସତ୍ୟବାଦୀ ଓ ପିପିଲିରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ପକ୍ଷରୁ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ କ୍ଷମା ମାଗିବାକୁ ଦାବି କରାଯାଇଛି । ପୁରୀର ମହାନତାକୁ ଭୃକ୍ଷେପ କରି ଲେଖାଶ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛି କଂଗ୍ରେସ ।…

Leave a Reply