spot_img
Home Blog Page 6567

Amazon ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍: ୬୪୯୯ ଟଙ୍କାରେ କିଣନ୍ତୁ ଏହି ସ୍ମାର୍ଟଫୋନ୍, ମାତ୍ର ୧,୯୯୯ରେ ସ୍ମାର୍ଟ ସ୍ପିକର

ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଗ୍ରାହକଙ୍କ ପାଇଁ ଆମାଜନର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍ ଆରମ୍ଭ ହୋଇଛି । ଗତକାଲି ଠାରୁ ଏହି ସେଲ୍ ଆରମ୍ଭ ହୋଇଥିଲା କିନ୍ତୁ କେବଳ କିଛି ସଦସ୍ୟମାନଙ୍କ ପାଇଁ, ଆଜି ସମସ୍ତ ଗ୍ରାହକ ଏହି ଅଫରର ଲାଭ ଉଠାଇ ପାରିବେ । ସେଲରେ ସ୍ମାର୍ଟଫୋନ୍, ଟିଭି, ଲାପଟପ୍, ସ୍ପିକର, ହେଡଫୋନ୍, ରୋଷେଇ ଘର ଜିନିଷ, ଫ୍ୟାଶନ୍ ପ୍ରଡକ୍ଟ, ଇ-ବୁକ୍ ରିଡର୍ ଭଳି ଅନେକ ପ୍ରଡ଼କ୍ଟ ଉପରେ ରିହାତି ପାଇପାରିବେ । ଏହି ସେଲ୍ ଗୋଟେ ମାସ ଯାଏଁ ଚାଲିବ । ସେଲ୍ ପାଇଁ ଆମାଜନ HDFC ବ୍ୟାଙ୍କ ସହ ମିଶିଛି ଫଳରେ କମ୍ପାନୀର କାର୍ଡ ବ୍ୟବହାରକାରୀମାନେ ମଧ୍ୟ ଏହାର ୧୦ ପ୍ରତିଶତ ରିହାତିର ଲାଭ ପାଇବେ । ତେବେ ଏହି ବିଗ୍ ସେଲ୍ ରେ ୧୦ ହଜାର ଟଙ୍କା ମଧ୍ୟରେ କିଛି ପ୍ରଡକ୍ଟ ମିଳିବ ।

୫୦୦୦mAh ବ୍ୟାଟେରୀ ସହିତ ରେଡମି 9A ୬,୪୯୯ ଟଙ୍କାରେ ଉପଲବ୍ଧ ଅଛି । ଏହି ଅଫର କିଛି ଦିନ ପାଇଁ ରହିଛି । ରେଡମି 9 ପ୍ରଥମ ଥର ପାଇଁ ୮,୯୯୯ ଟଙ୍କାରେ ଅଫର ସହିତ ଉପଲବ୍ଧ ହୋଇଛି । ଏହା ୪GB ରାମ୍ ସହିତ ଆସିଥାଏ । ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି M01 କୋର ମାତ୍ର ୪,୯୯୯ ଟଙ୍କାରେ କିଣି ପାରିବେ । ଆମାଜନର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲରେ ଅନେକ କିଣ୍ଡଲ୍ ଇ-ବୁକ୍ ରିଡର୍ସଙ୍କୁ ମଧ୍ୟ ରିହାତି ଦିଆଯାଇଛି । ୬-ଇଞ୍ଚ ଡିସପ୍ଲେ , Wi-ଏଫ୍ ଏବଂ ବିଲ୍ଟ-ଇନ୍ ଲାଇଟ୍ ସହିତ କିଣ୍ଡଲ୍ ୬୪୯୯ ଟଙ୍କାରେ ଉପଲବ୍ଧ ରହିଛି ।

ଫାୟାର ଟିଭି ଷ୍ଟିକ୍ ନନ୍ ସ୍ମାର୍ଟ ଟିଭିକୁ ସ୍ମାର୍ଟ ଟିଭିରେ ବଦଳିପାରିବ । ତେବେ ଗ୍ରାହକମାନେ ମାତ୍ର ୧,୯୯୯ ଟଙ୍କାରେ ଫାୟାର ଟିଭି ଷ୍ଟିକ୍ ଲାଇଟ୍ ଏବଂ ୩୫୯୯ ଟଙ୍କାରେ ଫାୟାର ଟିଭି ଷ୍ଟିକ୍ 4K କିଣି ପାରିବେ। ଆଲେକ୍ସା ଇକୋ ସ୍ମାର୍ଟ ସ୍ପିକର, ମ୍ୟୁଜିକ୍ ପ୍ଲେ ଏବଂ ସ୍ମାର୍ଟ ହୋମକୁ କଣ୍ଟ୍ରୋଲ କରିବା ଭଳି ଏଥିରେ ଅନେକ ଫିଚର୍ସ ରହିଛି । ଇକୋ ଡଟ୍ ହେଉଛି ସବୁଠାରୁ ଛୋଟ ସ୍ମାର୍ଟ ସ୍ପିକର । ଏହାର ତୃତୀୟ ଜେନେରେସନ ମଡେଲ୍ ମାତ୍ର ୧,୯୯୯ ଟଙ୍କାରେ ଗ୍ରାହକମାନେ କିଣିପାରିବେ । ଏହା ସହ ଆମାଜନ ଇକୋକୁ ମଧ୍ୟ ୫,୯୯୯ ଟଙ୍କାରେ କିଣାଯାଇପାରିବ ।

ପୁଣି ଜଗିଙ୍କ ଆଳ, ଜେରା ପାଇଁ ଆସିଲେନି EOW

ଭୁବନେଶ୍ୱର: ପୁଣି ଆଳ ଦେଖାଇଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ଆଜି ହାଜର ହେଲେନି ଜଗି । ହାଜର ପାଇଁ ଇମେଲ୍ ଜରିଆରେ ସମୟ ମାଗିଲେ । ଏହାସହ କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସ ନୁହେଁ, ଓଟିଭି ଅଫିସରେ ପଚରାଉଚରା ପାଇଁ ଇମେଲ୍ ଜରିଆରେ ଅନୁରୋଧ କରିଛନ୍ତି ଓଟଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଆଜି କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ହାଜର ହେବା ପାଇଁ ଜଗିଙ୍କୁ ନୋଟିସ୍ ହୋଇଥିଲା ।

jagi mangat Panda

ତେବେ କ୍ରାଇମବ୍ରାଞ୍ଚ୍‌ ନାବାଳିକା ଗଣଦୁଷ୍କର୍ମର ତଦନ୍ତ ଭାର ଗ୍ରହଣ କରିବା ପରେ ଏଯାଏଁ ଓଟିଭିର ତିନି ଜଣ ଅଧିକାରୀଙ୍କୁ ଜେରା କରିସାରିଛି । ଖୁବ୍‌ଶୀଘ୍ର କ୍ରାଇମ୍‌ବ୍ରାଞ୍ଚ୍‌ ସତ୍ୟର ପର୍ଦ୍ଦାଫାସ କରିବ ବୋଲି ନାବାଳିକାଙ୍କ ପରିବାର ଲୋକ ଆଶା ବାନ୍ଧିଛନ୍ତି । ଶନିବାର ଦିନ ୧୧ଟାରେ EOWରେ ହାଜର ହେବାକୁ ଶୁକ୍ରବାର ନୋଟିସ ଜାରି କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ଅଫିସରେ ଜଗି ଅନୁପସ୍ଥିତ ଥିବାରୁ ଓଟିଭିର ଜଣେ ବରିଷ୍ଠ ଅଧିକାରୀ ନୋଟିସ ଗ୍ରହଣ କରିଥିଲେ ।

ସେପଟେ ପୀଡ଼ିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଜଗିମଙ୍ଗତ ପଣ୍ଡାଙ୍କୁ ପୁଣି ସମନ ଜାରି କରିଛି ରାଜ୍ୟ ମହିଳା କମିଶନ । ଆସନ୍ତା ୨୧ ତାରିଖରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ୩ ଜଣଙ୍କୁ ସାନି ସମନ ଜାରି ହୋଇଛି । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ପରେ ଓଟିଭି ଅଫିସ୍‌ର ଆଭ୍ୟନ୍ତରୀଣ କମିଟି କଣ ପଦକ୍ଷେପ ନେଇଥିଲା, ସେ ବିଷୟରେ ଜାଣାଇବାକୁ ସମନ ଜାରି ହୋଇଛି ।

ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଜଣେ ବିଜେଡି ନେତା କରୋନା ଆକ୍ରାନ୍ତ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ପାଇବା ପରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନବୀନ ପଟ୍ଟନାୟକ ନିଜ ଟ୍ୱିଟ୍‌ ହ୍ୟାଣ୍ଡଲରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଶ୍ରୀ ଆଚାର୍ଯ୍ୟ କରୋନା ସଂକ୍ରମିତ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ପଜିଟିଭ୍‌ ଚିହ୍ନଟ ହେବା ପରେ ବରଗଡ଼ର ବିକାଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପରିବାର ଲୋକଙ୍କ କହିବାନୁଯାୟୀ ସେ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ । ଭୁବନେଶ୍ୱରରୁ ବରଗଡ଼ ଫାରିବା ପରେ ସେ ଆଂଶିକ ଜ୍ୱରରେ ପୀଡ଼ିତ ଥିଲେ । ଏହା ପରେ ତାଙ୍କର RT-PCR ଟେଷ୍ଟ କରାଯାଇଥିଲା । ସେଥିରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ତେବେ ଏହା ପୂର୍ବରୁ ଅନେକ ବିଜେଡି ନେତା କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି । କେବଳ ବିଜେଡି ନୁହେଁ ରାଜ୍ୟ ବିଜେପି ବିଧାୟକମାନେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟ କିଛି ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ବି କିଛି ନେତା ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି ।

ସଞ୍ଜୟଙ୍କ ଜନ୍ମଦିନରେ ଜାଣନ୍ତୁ ବିବାହ ପୂର୍ବରୁ କେଉଁ ଦୁଇ ଅଭିନେତ୍ରୀଙ୍କ ସହ ଥିଲା ସମ୍ପର୍କ…

ମୁମ୍ବାଇ: ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଏବଂ ନିର୍ମାତା ହେଉଛନ୍ତି ସଞ୍ଜୟ କପୁର । ସେ ଷ୍ଟାର ପ୍ଲସରେ ପ୍ରସାରିତ ‘ଦିଲ୍ ସମ୍ଭଲ୍ ଜା ଜରା’ ସହିତ ବଲିଉଡର ହିଟ୍ ଫିଲ୍ମ ‘ରାଜା’ରେ ଅନନ୍ତ ମାଥୁର୍ ଭାବରେ ଅଭିନୟ ପାଇଁ ସେ ବେଶ୍ ଚର୍ଚ୍ଚିତ । ୧୯୬୫ ମସିହା ଅକ୍ଟୋବର ୧୭ ତାରିଖ ମହାରାଷ୍ଟ୍ରରରେ ଜନ୍ମ ହୋଇଥିଲେ ସଞ୍ଜୟ କପୁର । ଆଜି ଅଭିନେତାଙ୍କର ଜନ୍ମଦିନ । ସେ ନିର୍ମଳା କପୁର ଏବଂ ଚଳଚ୍ଚିତ୍ର ନିର୍ମାତା ସୁରିନ୍ଦର୍ କପୁରଙ୍କ ସୁପୁତ୍ର । ତାଙ୍କର ତିନି ବଡ ଭାଇ ଅଛନ୍ତି । ସେମାନେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ । ସେମାନେ ହେଉଛନ୍ତି ବୋନି କପୁର, ଅନିଲ କପୁର ଏବଂ ରେନା ମାରୱା । ସେ ଅଭିନେତ୍ରୀ ମହେପ ସାନ୍ଧୁଙ୍କୁ ୧୯୯୭ ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି, ଶନାୟା ଏବଂ ଜାହାନ କପୁର ।

ପତ୍ନୀ ମହେପ ସାନ୍ଧୁଙ୍କ ସହ ସଞ୍ଜୟ କପୁର ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ । ସେମାନଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ ଡେବ୍ୟୁ ଚଳଚ୍ଚିତ୍ରଟି ଥିଲା ‘ତେଓ୍ୱର୍’ ।  ୧୯୯୫ ମସିହାରେ ନିର୍ମିତ ହିନ୍ଦୀ ସିନେମା “ପ୍ରେମ”ରେ କପୁର ବଲିଉଡରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ଟେଲିଭିଜନ୍ ଦୁନିଆରେ ସଞ୍ଜୟ କପୁର ୨୦୦୩ ମସିହାରେ କ୍ରିଷ୍ଣା ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

ମହେପଙ୍କୁ ବିବାହ କରିବା ପୂର୍ବରୁ ସଞ୍ଜୟ କପୁର ଅଭିନେତ୍ରୀ ତବ୍ବୁ ଏବଂ ସୁସ୍ମିତା ସେନଙ୍କ ସହ ରିଲେସନଶିପରେ ଥିଲେ। ୧୯୯୫ ମସିହାରେ ଚଳଚ୍ଚିତ୍ର “ପ୍ରେମ”ରେ ସଞ୍ଜୟଙ୍କ ବିପକ୍ଷରେ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ଦୁହେଁ ପରସ୍ପରଙ୍କ ସହ ଅଧିକ ସମୟ ବିତାଉଥିଲେ । ଏହା ବ୍ୟତୀତ ସଞ୍ଜୟ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, ତବୁ ତାଙ୍କର ପ୍ରଥମ କ୍ରସ୍ ।

ରିପୋର୍ଟ ଅନୁସାରେ ସଞ୍ଜୟ ଲମ୍ବା ଯୁବତୀମାନଙ୍କୁ ପସନ୍ଦ କରୁଥିଲେ। ତବୁଙ୍କ ପରେ ତାଙ୍କ ନାଁ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ଫିଲ୍ମ “ସିର୍ଫ ତୁମ୍” ସୁଟିଂ ସମୟରେ ସୁସ୍ମିତା ସେନଙ୍କ ପ୍ରେମରେ ପଡିଥିଲେ ଏହି ଅଭିନେତା । ଉଭୟ କିଛି ସମୟ ପରସ୍ପରକୁ ଡେଟ କରିବା ପରେ ଅଲଗା ହୋଇଯାଇଥିଲେ । ସୁସ୍ମିତାଙ୍କ ସହ ବ୍ରେକଅପ୍ ପରେ ସଞ୍ଜୟ ମହେପଙ୍କୁ ଭେଟିଥିଲେ । ପରେ ତାଙ୍କ ପ୍ରେମରେ ପଡି ସେ ତାଙ୍କୁ ବିବାହ କରିଥିଲେ । ସଞ୍ଜୟ ପ୍ରଥମେ ଦିଲ୍ଲୀରେ ମହେପଙ୍କୁ ଭେଟିଥିଲେ। ମହେପଙ୍କୁ ଦେଖିବା ପରେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଦେଖି ତାଙ୍କୁ ପସନ୍ଦ କରିଥିଲେ । ଏହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସଞ୍ଜୟ ତାଙ୍କ କ୍ୟାରିୟରେ ୩୭ ଟି ଚଳଚ୍ଚିତ୍ର ଏବଂ ୫ଟି ଟେଲିଭିଜିନ୍ ଧାରାବାହିକରେ ଅଭିନୟ କରିଛନ୍ତି । ସେ ତେଭର୍, କ୍ୟା ଟାଇମ୍ ହେ ୟାର୍ ଭଳି ୨ଟି ସିନେମାରେ ପ୍ରଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଣେ ଅଭିନେତା ଭାବେ ସେ ବିଭିନ୍ନ ସଂସ୍ଥା ଓ ସାଂସ୍କୃତିକ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସଞ୍ଜୟଙ୍କ ଜନ୍ମଦିନ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟୁଛି ।

କରୋନାରେ ୨୧୯୬ ନୂଆ ଆକ୍ରାନ୍ତ, ୧୭ ମୃତ; ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୨୧୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମଣ ସଂଖ୍ୟାକୁ ଦେଖିବା ପରେ ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । କାରଣ ରାଜ୍ୟରେ ଏବେ ନିୟମିତ ଭାବେ ସଂକ୍ରମଣ ସଂଖ୍ୟା କମୁଥିବା ନଜିର ରହିିଛି ।

୨୧୯୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦୭ ଜଣ ଚିହ୍ନଟ ହୋଇଥିବା ବେଳେ, ବାଲେସୋରରୁ ୧୦୪, ବରଗଡରୁ ୮୦,  ଭଦ୍ରକରୁ ୧୬, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୩୨, କଟକରୁ ୧୭୫, ଢ଼େଙ୍କାନାଳରୁ ୩୩, ଗଜପତିରୁ ୭, ଗଞ୍ଜାମରୁ ୧୩, ଜଗତ୍‌ସିଂହପୁରରୁ ୮୬, ଯାଜପୁରରୁ ୧୧୩, ଝାରସୁଗୁଡାରୁ ୭୧, କାଳାହାଣ୍ଡିରୁ ୯୪, କନ୍ଧମାଳ ୩୪,  କେନ୍ଦ୍ରାପଡାରୁ ୮୨, କେନ୍ଦୁଝରରୁ ୬୭, ଖାେର୍ଦ୍ଧାରୁ ୨୫୯, କୋରାପୁଟରୁ ୨୯,  ମାଲକାନଗିରିରୁ ୩୮, ମୟୂରଭଞ୍ଜ ୧୧୯, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୨୦, ନୁଆପଡାରୁ ୧୦୮, ପୁରୀରୁ ୭୭, ରାୟଗଡାରୁ ୧୪, ସମ୍ବଲପୁରରୁ ୩୭, ସୋନପୁରରୁ ୭୦, ସୁନ୍ଦରଗଡରୁ ୧୪୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ୫୦ ଜଣ ଆକ୍ରାନ୍ତ ଷ୍ଟେଟ୍‌ପୁଲ୍‌ରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ତେବେ ୨୮୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଏବେ ସୁଦ୍ଧା ୪ ଲକ୍ଷ ୧ ହଜାର ୬୫ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଦୁଇ ଲକ୍ଷ ୬୬ ହଜାର ୩୪୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ସେଥିରୁ ୨ ଲକ୍ଷ ୪୧ ହଜାର ୩୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ ୨୩ ହଜାର ୭୮୬ ଟି ମାମଲା ସକ୍ରିୟ ରହିଛି ।

ଅନ୍ୟପଟେ ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୨୧କୁ ବୃଦ୍ଧି ପାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଥିବା ଜଣାପଡିଛି । କଟକରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ପୁରୀ, ରାଉରକେଲା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ପୁଣି ହାତୀ ଆତଙ୍କ, ଗାଁ ଭିତରେ ୨୨ ଟିକିଆ ହାତୀ ପଲ

ମୟୂରଭଞ୍ଜ/ କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ଦେଢ଼ ମାସ ବ୍ୟବଧାନ ପରେ ଶୁକ୍ରବାର ସୀମାନ୍ତ ଜିଲ୍ଲା କେନ୍ଦୁଝରରୁ ବୈତରଣୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୨ ଟିକିଆ ହାତୀ ପଲ । ସେମାନଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ଓ ବନବିଭାଗ ପକ୍ଷରୁ ପ୍ରୟାସ କରାଯାଇଥିଲେ ସୁଦ୍ଧା ସେଥିରେ ସେମାନେ ବିଫଳ ହୋଇଥିଲେ । ରାତିରେ ଘନ କୁହୁଡି ଯୋଗୁଁ ହାତୀ ପଲଙ୍କୁ ଘଉଡାଇବାରେ ସମସ୍ୟା ହୋଇଥିଲା ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ସଂଖ୍ୟା କମିବାରେ ନାଁ ନେଉନାହିଁ । କେବେ ଶିକାରୀ ଆକ୍ରମଣରେ ତ କେତେବେଳେ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ହେଉଛି । ତେବେ ପୁଣି ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବିଜେପି ରେଞ୍ଜ ଯାତ୍ରା ପଞ୍ଚାୟତର ନାଡାପାଣି ଗ୍ରାମ ନିକଟସ୍ଥ ବିଲରେ ଏହି ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ଅଞ୍ଚଳରେ ୯ ଟିକିଆ ହାତୀ ପଲ ଥିବା ବେଳେ ଆଜି ସକାଳୁ ଏହି ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ହାତୀ ଛୁଆଟିର ବୟସ ଦୁଇ ବର୍ଷ ହେବ ବୋଲି ଜଣାପଡ଼ିଛି । ଖବରପାଇ ସ୍ଥାନୀୟ ବନଖଣ୍ଡ ଅଧିକାରୀ ଓ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ହାତୀ ଛୁଆଟିର ମୃତ୍ୟୁ ହୋଇଛି ତାହା ବ୍ୟବଛେଦ ପରେ ଜଣାପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।

VIMSARର ୯ ମହଲା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ସବୁଜ ସଂକେତ

ସମ୍ବଲପୁର: ଭିମସାରର ବହୁ ପ୍ରତୀକ୍ଷିତ କୋଭିଡ୍‌ ହସ୍ପିଟାଲକୁ ମିଳିଛି ଗ୍ରୀନ ସିଗନାଲ । ମାସକ ମଧ୍ୟରେ ସମସ୍ତ ସର୍ତ୍ତ ପୂରଣ କରିବା ପରେ ହସ୍ପିଟାଲକୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।  ଅଗ୍ନିନିରାପତ୍ତା ନିମନ୍ତେ ମିଳିଛି ଏକ ମାସର ସର୍ତମୂଳକ ଅନୁମତି । ଭୀମସାରର ନବନିର୍ମିତ ୯ ମହଲା କୋଠାକୁ କୋଭିଡ ହସ୍ପିଟାଲ କରିବା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ । ଏହି ହସ୍ପିଟାଲରେ ୧୦୦ ଟି ଶଯ୍ୟା ସହିତ ୨୪ ଟି ଆଇସିୟୁ ରହିବ ନେଇ ଘୋଷଣା ହୋଇଥିଲା ।

ଗତ ୧୨ ତାରିଖରେ ଏହି କୋଭିଡ୍‌ ହସ୍ପିଟାଲ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବ କଥା । ହେଲେ ବର୍ତ୍ତମାନ ସୁଦ୍ଧା ଅଗ୍ନିନିରାପତ୍ତା ବ୍ୟବସ୍ଥା ସଠିକ ଭାବେ ସମ୍ପୂର୍ଣ୍ଣ ହୋଇନଥିବା ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଏହାର NOC ଦିଆଯାଇନାହିଁ । ଫଳରେ ଏହି ୯ ମହଲା କୋଠାରୁ କେବଳ ଗୋଟାଏ ମହଲାକୁ ହିଁ କୋଭିଡ ରୋଗୀଙ୍କ ପାଇଁ ତରବରିଆ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେବଳ ୩୨ଟି ଶଯ୍ୟା ରହିବ ।

ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସମସ୍ତ ଆଇସିୟୁ ବ୍ୟବସ୍ଥା କରାଯିବା ସହ ଏହାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଂପୂର୍ଣ କରାଯାଇ ଏହାକୁ ପୂର୍ଣ ଭାବରେ କାର୍ଯ୍ୟକ୍ଷମ କରାଯିବ ବୋଲି ଭୀମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମାସ ମଧ୍ୟରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଂପୂର୍ଣ୍ଣ କରିବା ପରେ ଯାଇ କୋଠାକୁ କୋଭିଡ ହସ୍ପିଟାଲ ନିମନ୍ତେ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଭାରତରେ ଆହୁରି ତଳକୁ ଖସିବ ଅଭିବୃଦ୍ଧି ହାର: IMF

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଶ୍ୱର କୌଣସି ଦେଶ ଏହାର ପ୍ରଭାବରୁ ମୁକ୍ତ ହୋଇପାରିନାହାନ୍ତି । ୨୦୨୦ରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୪.୪ ପ୍ରତିଶତ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, IMF ପୂର୍ବାନୁମାନ କରିଛି ।

ଭାରତ ସମ୍ପର୍କରେ ଆଇଏମଏଫ୍‌ କହିଛି ଯେ, ଚଳିତ ବର୍ଷ ଏହାର ଜିଡିପି ଅଭିବୃଦ୍ଧି ୧୦.୩ ପ୍ରତିଶତ କମିବ । କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ପଥକୁ ଫେରିବ ଓ ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବ । ସେହିପରି ବିଶ୍ୱ ଅର୍ଥନୀତି ମଧ୍ୟ ଆସନ୍ତା ଆର୍ଥିକ ବର୍ଷରେ ୫.୨ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିବ ।

Indian Economy: ବଡ଼ ହ୍ରାସ ଆଡ଼କୁ ଭାରତୀୟ ଅର୍ଥନୀତି, ଫିଚର ଅନୁମାନ- ଚଳିତ ବର୍ଷ ୧୦.୫ ଖସିବ GDP

ଗତ ସପ୍ତାହରେ ପ୍ରକାଶିତ ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଥିଲା ଯେ, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୬ ପ୍ରତିଶତ ହ୍ରାସ ପାଇବ । କିନ୍ତୁ ୨୦୨୧-୨୨ରେ ଭାରତୀୟ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ଓ ୫.୪ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାସଲ କରିବ । ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ପୂର୍ବାନୁମାନ କରିଥିଲେ ।

ଦେଶରେ ତଳମୁହାଁ କରୋନା ଗ୍ରାଫ୍, ୭୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ଦିନକରେ ୬୨ହଜାର ୨୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ୭୪ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୧୨ହଜାର କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନାର ଆକ୍ଟିଭ କେସ୍ ୭ଲକ୍ଷ ୯୫ହଜାର ୮୭ ଥିବା ବେଳେ ସୁସ୍ଥ ହେଲେଣି ୬୫ଲକ୍ଷ ୨୪ହଜାର ୫୯୬ଜଣ । ମହାରାଷ୍ଟ୍ରରେ ସର୍ବାଧିକ କରୋନ ସଂକ୍ରମିତ ୧୫ଲକ୍ଷ ୭୬ହଜାର ୬୨ରେ ପହଞ୍ଚିଥିବା ବେଳେ ୪୧ହଜାର ୫୦୨ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୩୮୨ଓ ୧୦ହଜାର ୩୫୬ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୬ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ଟପିଲାଣି ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ଆଇସିଏମଆର ଅନୁଯାୟୀ, ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ମୋଟ ୯୩୨ କରୋନା ଭୂତାଣୁ ସାମ୍ପୁଲ ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ । ତେବେ ଆଶ୍ୱସ୍ତିର ବିଷୟ ଏହା ଯେ ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି ।  ଏବଂ ସକ୍ରିୟ ମାମଲା ହାର କମୁଛି । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି |

ଶ୍ରୀଜିଉଙ୍କର ବିଶେଷ ନୀତି, ଗୁପ୍ତଗୁଣ୍ଡିଚାର ଅୟମାରମ୍ଭ

ପୁରୀ: ପୁରୀରେ ଆଜିଠାରୁ ଶ୍ରୀଜିଉମାନଙ୍କର ବିଶେଷ ନୀତି ବା ଗୁପ୍ତଗୁଣ୍ଡିଚା ଅୟମାରମ୍ଭ । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ନେଇ ମା ନାରାୟଣୀ ମନ୍ଦିରକୁ ବିଜେ କରିବେ । ମା’ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଗୁଣ୍ଡିଚା ଘରକୁ ନନେଇଥିବା ବେଳେ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

ତେବେ ସେହି ପ୍ରତିଶ୍ରୁତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଶରତମାସରେ ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ କରାଯିବାର ପରମ୍ପରା ରହିଛି । ଦୁର୍ଗାମାଧବ ଉପାସନାର ଏହା ଏକ ବିଶିଷ୍ଟ ଲୀଳା ହୋଇଥିବା ବେଳେ ସକାଳ ଧୂପ ପରେ ମାତା ମହାଲକ୍ଷ୍ମୀ ମା ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ । ଏହି ସ୍ୱତନ୍ତ୍ର ନୀତିକାନ୍ତି ଓ ପରମ୍ପରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ ।