ତବଲିଗି ଜମାତ ପ୍ରସଙ୍ଗରେ ମିଡିଆ ରିପୋର୍ଟିଂକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ତବଲିଗି ଜମାତ ପ୍ରସଙ୍ଗରେ ମିଡିଆ ରିପୋର୍ଟିଂକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ମାମଲାରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ଉପରେ ଅସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ତବଲିଗି ଜମାତକୁ ନେଇ ପ୍ରସାରଣ ହୋଇଥିବା ଭଳି ଖବର ଉପରେ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର କଣ ବ୍ୟବସ୍ଥା କରିଛନ୍ତି ତାହା ଉଲ୍ଲେଖ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଯଦି ସେମିତି କିଛି ବ୍ୟବସ୍ଥା ନାହିଁ ତାହେଲେ ତୁରନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।

କରୋନା ମହାମାରୀ ସମୟରେ ତବଲିଗି ଜମାତକୁ ନେଇ ପ୍ରସାରଣ ହୋଇଥିବା ଖବର ଉପରେ ସୁପ୍ରିମକୋର୍ଟ ଆପତ୍ତି ଜଣାଇଛନ୍ତି । ଟିଭିରେ ପ୍ରସାରଣ ହେଉଥିବା ଏଭଳି ଖବର ଉପରେ ନଜର ରଖିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି । ଏଭଳି କାର୍ଯ୍ୟକ୍ରମ ଫେକ ନ୍ୟୁଜ ବା ମିଥ୍ୟା ଖବର ପ୍ରସାରଣ ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉଛି ।

ଦିଲ୍ଲୀରେ ତବଲିଗି ଜମାତରେ ସମାଗମ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ନେଇ ଗତ ଏପ୍ରିଲ ଅନେକ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲେ । ଏହାଦ୍ବାରା ଦେଶରେ ଗୋଟିଏ ବିଶେଷ ଧର୍ମ ପ୍ରତି ଲୋକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା । ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି ବେଳେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ ।

Leave a Reply