ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି ଆଜି

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା । ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି । ବ୍ୟକ୍ତିଗତ ହାଜର ହେବା ପାଇଁ ଓଟିଭି ଏମଡି ଜଗି ପଣ୍ଡାଙ୍କ ସମେତ ପୀଡିତାଙ୍କ ମାଆ, ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି କରିବେ ଆୟୋଗ ଅଧ୍ୟକ୍ଷା । ପୂର୍ବରୁ ବି ଘଟଣାରେ ଓଟିଭି ଏମଡିଙ୍କୁ ପକ୍ଷ ରଖିବାକୁ ନୋଟିସ ପଠାଇଥିଲେ ଆୟୋଗ ଅଧ୍ୟକ୍ଷା । ହେଲେ ନିଜ ପ୍ରତିନିଧିଙ୍କ ମାଧ୍ୟମରେ ପକ୍ଷ ରଖି ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ଜଗି । କିନ୍ତୁ ଏଥିରେ ଶିଶୁ ଅଧିକାର ସୁରକ୍ଷା କମିଶନ ସନ୍ତୁଷ୍ଟ ହୋଇନଥିଲେ ।

ମାମଲା ରଦ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସ୍ପଷ୍ଟ କରିଥିଲେ । ମାମଲା ଚାଲିବ କି ରଦ୍ଦ ହେବ, ସେନେଇ କମିଶନଙ୍କୁ ପ୍ରାର୍ଥନା କରାଯାଇପାରିବ । କେହି ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସଫା ସଫା ଶୁଣାଇଥିଲେ କମିଶନ ଅଧ୍ୟକ୍ଷା । ଏନେଇ  ଘଟଣାର ଶୁଣାଣି ପାଇଁ ପୁଣି ଥରେ ଗତ ୧୦ ତାରିଖରେ ଜଗିଙ୍କୁ ନୋଟିସ ଜାରି କରିଥିଲେ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ।

Leave a Reply