ଜାନୁଆରୀ ୧୫ରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା, ନୂଆ ଆବେଦନ କିମ୍ୱା ସଂଶୋଧନ ପାଇଁ ଜାନୁଆରୀ ୫ ଶେଷ ତାରିଖ…

1 min read

ଭୁବନେଶ୍ୱର: ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଏନେଇ ଜିଲ୍ଲାପାଳମାନଙ୍କ ସହ ଲୋହାନୀଙ୍କର ଆଲୋଚନା ଶେଷ ହୋଇଛି । ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ସାବାଳକମାନଙ୍କୁ ପଞ୍ଜୀକୃତ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ନୂଆ ଭୋଟରମାନେ ଆଗାମୀ ନିର୍ବାଚନରେ ଭୋଟ୍ ଦେଇପାରିବେ ।

ତେବେ ପଞ୍ଜୀକୃତ ହେବା ପାଇଁ ସାବାଳକମାନଙ୍କୁ ବୁଥ୍ ଶ୍ରେଣୀୟ ଅଧିକାରୀଙ୍କଠାରୁ ୬ ନମ୍ୱର ଫର୍ମ ନେଇ ଆବେଦନ କରିପାରିବେ । ସେହିଭଳି ଭୋଟ ପରିଚୟ ପତ୍ରରେ ତ୍ରୁଟି ଥିଲେ ସଂଶୋଧନ କରିପାରିବେ । ଏଥିପାଇଁ ଫର୍ମ ନମ୍ୱର ୮ର ଆବଶ୍ୟକ ହେବ । ସେହିଭଳି ୭ ନମ୍ୱର ଫର୍ମ ସହାୟତାରେ ଭୋଟର ତାଲିକାରୁ ନାମ ହଟାଇପାରିବେ । ତେବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଦିବସମାନ ଚୟନ ହୋଇଛି ।

ଚଳିତ ମାସର ୨୮, ୨୯ ଓ ଡିସେମ୍ୱର ୫ ଓ୬କୁ ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଛି । ଅଭିଯାନ ଦିବସରେ ବୁଥସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବେ । ସଂଶୋଧନ ପାଇଁ www. Nvsp.inରେ ମଧ୍ୟ ଲଗ୍ ଇନ୍ କରିପାରିବେ । ତେବେ ଜାନୁଆରୀ ୫ ତାରିଖ ମଧ୍ୟରେ ସଂଶୋଧନ କରିବାକୁ ପଡ଼ିବ । ଜାନୁଆରୀ ୧୫ରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ ।

Leave a Reply