spot_img
Home Blog Page 6537

ପିଆଜ ଦର ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ

ଭୁବନେଶ୍ୱର: ପିଆଜ ଦର ରାଜ୍ୟରେ ଆକାଶ ଛୁଆଁ । ବନ୍ୟା ପରେ ଏଭଳି ସ୍ଥିତି ୨ୟ ଥର ପାଇଁ ଦେଖିବାକୁ ମିଳୁଛି । ଦର ବେକାବୁ ହେବା ପଛରେ ସବୁଠାରୁ ବଡ କାରଣ ହେଉଛି ଲଗାଣ ବର୍ଷା । ଆମଦାନୀ ନହେବା କେବଳ ସମସ୍ୟା ନୁହେଁ ବୋଲି ଯୋଗାଣ ବିଭାଗ ମନେ କରୁଛି । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳମାନେ  ପିଆଜ ଦରକୁ ଜିଲ୍ଲାରେ ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦିଅନ୍ତୁ । ଜିଲ୍ଲାରେ କିପରି କଳାବଜାରୀକୁ ସମୂଳେ ନାଶ କରି ହେବ ସେନେଇ ସମସ୍ତ ସମୟ ଉପଯୋଗୀ ପଦକ୍ଷେପ ନିଅନ୍ତୁ ।

ସରକାରଙ୍କ ଏହି ପଦକ୍ଷେପ ପରେ ବ୍ୟବୟାସୀ ସଂଘ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛି । ତେବେ ସରକାରଙ୍କ ଏହି ପଦକ୍ଷେପକୁ ଉପଯୁକ୍ତ କହିବା ସହ ପିଆଜର କଳାବଜାରୀ ରୋକିବାକୁ ଏହା କାମ କରିବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ  । ହେଲେ ପାଇକରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ରାଜ୍ୟ ସରକାର ସମନ୍ୱୟ ରଖିବାକୁ ଏକ ବୈଠକ ଡକାନ୍ତୁ । କାହିଁକି ପାଇକରୀ ଓ ଖୁଚୁରା ଦର ଅଧିକ ଫରକ ରହୁଛି, ଆଲୋଚନା କରାଯାଇପାରିବ ବୋଲି ବ୍ୟବସାୟୀ ସଂଘ କହିଛି  । ଦିନେ ଦୁଇ ଦିନ ଭିତରେ ପାଇକରୀ ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ପିଆଜ ଦର ଉପରେ ବୈଠକ ବସିବ  ବୋଲି କହିଛନ୍ତି ଯୋଗାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ।

କ୍ୱିଣ୍ଟାଲ୍ ପିଛା ପରିବହନ ଖର୍ଚ୍ଚ ୫ରୁ ୫ଟା ୩୦ ପଡ଼ୁଛି । ଯାହା ନାସିକ, ଅହମଦନଗରରୁ ଆସୁଛି । ଟ୍ରକ ପିଛା ୨୨ରୁ ୨୫ ଟନ୍ ପିଆଜ ଆସୁଛି । ଏହି ହିସାବରେ ୫୫୦ ଟଙ୍କା ପରିବହନ ଖର୍ଚ୍ଚ ପଡୁଛି ପାଇକରୀଙ୍କୁ। ତେଣୁ ୭୫ରୁ ୭୮ ଟଙ୍କାରେ କିଣି ସେମାନେ ୮୫ରେ ବିକି ପାରନ୍ତି। ହେଲେ ଏହାକୁ ଆମେ କଳା ବଜାରୀ କହି ପାରିବା ନାହିଁ। ଯିଏ ୫୦ରେ କିଣି ୭୦ରେ ବିକୁଛି, ସେ କଳା ବଜାରୀ କରୁଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବଳ ବର୍ଷା ହୋଇଛି। ଦୀପାବଳି ପରେ ଭଲ ପିଆଜ ଆସିବ। ସେ ସମୟରେ ହୁଏତ ଦର କମିବ ବୋଲି କହିଛନ୍ତି ଯୋଗାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ।

Odisha Corona Updates: ଆଜି ୧୭୯୩ ସଂକ୍ରମିତ ଚିହ୍ନଟ, ୧୮ ଜଣ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାର ଲାଗିଛି । ସ୍ଥିତି ନିୟନ୍ତ୍ରଣକୁ ଫେରୁଛି । ଏହି କ୍ରମରେ ଆଜି ରାଜ୍ୟରେ ୧୭୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ୭୬୨ ରହିଛି । ତେବେ ସବୁଦିନ ଭଳି ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୬୮, ବଲାଙ୍ଗିରରୁ ୭୬, କଟକରୁ ୧୬୦, ଜଗତସିଂହପୁରରୁ ୫୨,  ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୪୫, କେନ୍ଦ୍ରାପଡାରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କେନ୍ଦୁଝରରୁ ୬୩, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୫, ନୟାଗଡରୁ ୩୪, ନୂଆପଡାରୁ ୮୪ ଓ ସୁନ୍ଦରଗଡରୁ ୯୯ ଜଣ ସଂକ୍ରମିତ ରହିଛନ୍ତି  ।

ତେବେ ଆଜି କରୋନା ସଂକ୍ରମଣକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୭୭ରେ ପହଞ୍ଚିଥିବା ବେଳେ ଏବେ ରାଜ୍ୟରେ ୧୯ ହଜାର ୫୭୯ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିଭଳି ୨ ଲକ୍ଷ ୫୭ ହଜାର ୪୧ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସାରିଲେଣି । ଅନ୍ୟପକ୍ଷରେ ଟେଷ୍ଟିଂ ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଯାବତ୍ ରାଜ୍ୟରେ ୪୨ ଲକ୍ଷ ୪୦ ହଜାର ୨୪୧ ଜଣଙ୍କର କରୋନା ଟେଷ୍ଟିଂ ହୋଇସାରିଛି ।

ତେବେ ରାଜ୍ୟରେ ସଂକ୍ରମଣରେ ଶୀକାର ହୋଇ ଆଜି ୧୮ ଜଣ ମୃତ୍ୟୁବରଣ କରିଥିବାର ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଜଣେ ୩୫ ବର୍ଷୀୟ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗଜପତିରୁ ୩ ଜଣ, ଖୋର୍ଦ୍ଧାରୁ ୩, ଭଦ୍ରକରୁ ଜଣେ, ଯାଜପୁରରୁ ୨, ଢେଙ୍କାନାଳରୁ ଜଣେ, ମୟୁରଭଞ୍ଜରୁ ୧, ମାଲକାନଗିରିରୁ ୨, ନବରଙ୍ଗପୁରରୁ ଜଣେ ଓ ପୁରୀରୁ ଜଣେ ରହିଛନ୍ତି ।

 

 

ଆରବ ସାଗରରେ ଭାରତୀୟ ନୌସେନାକୁ ବଡ଼ ସଫଳତା, ଜାରି ହେଲା ଭିଡ଼ିଓ

ଭାରତୀୟ ନୌସେନାକୁ ବଡ଼ ସଫଳତା । ଆରବ ସାଗରରେ ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା । ମିସାଇଲଟିକୁ ଭାରତୀୟ ନୌସେନା ମିସାଇଲ କୋର୍ବେଟ ଜାହାଜ ଆଇଏନଏସ ପ୍ରବଲ (INS Prabal) ରୁ  ସଫଳ। ପରୀକ୍ଷଣ କରାଯାଇଛି । ତେବେ ମିସାଇଲଟି ସଫଳାତାର ସହ ଲକ୍ଷ୍ୟକୁ ଭେଦ କରିଥିବା ଜଣାପଡ଼ିଛି

ଭାରତୀୟ ନୌସେନା କହିଛି ଯେ, ଏହି ଆଣ୍ଟି ସିଫ୍ ମିସାଇଲଟି ନିଜ ଲକ୍ଷକୁ ସଠିକ ଭାବେ ଭେଦ କରିଛି । ଏବଂ ଲକ୍ଷ୍ୟ କରାଯାଇଥିବା  ଜାହାଜ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ପାଣିରେ ବୁଡ଼ିଯାଇଛି ।

ଏହି ପରୀକ୍ଷଣର ଏକ ଭିଡିଓ ଭାରତୀୟ ନୌସେନା ଜାରି କରିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜାହାଜ ନଷ୍ଟ କରୁଥିବା ଆଣ୍ଟି-ସିଫ୍ଟ ମିସାଇଲ INS Prabalରୁ କିପରି ନିକ୍ଷେପ କରାଯାଇଛି । ତେବେ ଏହି କ୍ଷେପଣାସ୍ତ୍ର ସର୍ବାଧିକ ସୀମାକୁ ଛୁଇଁପାରେ । ଭିଡିଓରେ ଦର୍ଶାଯାଇଛି ଯେ, ମିସାଇଲଟି ଯେଉଁ ଜାହାଜକୁ ଲକ୍ଷ କରିଛି ତାହା ସମୁଦ୍ରରେ ସମ୍ପୂର୍ଣ୍ମ ବୁଡ଼ି ଯାଇଛି।

କରୋନା ଚିକିତ୍ସା ପରେ କୃତିମ ଫୁସଫୁସ୍ ରୋପଣ; ସ୍ଥାୟୀ ଚିକିତ୍ସା ପାଇଁ ଏୟାର ଆମ୍ୱୁଲାନ୍ସରେ ଗଲେ ହାଇଦ୍ରାବାଦ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଯିବେ କରୋନା ରୋଗୀ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସରେ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର କୃତିମ୍ ଫୁସଫୁସ୍ ରୋପଣ କରାଯାଇଛି । ତେବେ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଉଛି । ଏଥିପାଇଁ ଏୟାର ଆମ୍ୱୁଲାନ୍ସର ବ୍ୟବହାର କରାଯିବ ।

ରୋଗୀ ଏବେ ଥିବା ଘରୋଇ ହସ୍ପିଟାଲଟି ନୟାପଲ୍ଲୀ ଅଞ୍ଚଳର ହୋଇଥିବା ହେତୁ ତାଙ୍କୁ ସେଠାରୁ ବିମାନବନ୍ଦର ନେବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି । ତେବେ ରୋଗୀ ଜଣକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅଭୟ ଜେନା ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଜରୁରୀକାଳୀନସ୍ଥିତିକୁ ପ୍ରାଥମିକତା ଦିଆଯାଇ ତାଙ୍କ ସହ ସମ୍ୱିତ ସାହୁଙ୍କ ସମେତ ଏକ ୫ ଜଣିଆ ଟିମ୍ ଏୟାର ଆମ୍ୱୁଲାନ୍ସରେ ହାଇଦ୍ରାବାଦ ପଠାଯାଉଛି ।

ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ ।  ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯିବ । ଗତକାଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରୁ ୨ଲକ୍ଷ ୩୪ହଜାର ୯୦୦ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଟଙ୍କାର ହିସାବ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି ।

ବାଲେଶ୍ୱର ସିଏସଓ ଅଫିସରେ ଗତକାଲି ଭିଜିଲାନ୍ସ ଚଢାଉ  କରିଥିଲା । ଭିଜିଲାନ୍ସର ୬ ଜଣିଆ ଟିମ୍ ଚଢାଉ କରିଥିଲା । ତେବେ ଜବତ ଟଙ୍କା ବିଭିନ୍ନ ମିଲର ଓ ସପ୍ଲାୟର ମାନଙ୍କଠାରୁ ଆଦାୟ କରାଯାଇଥିବା ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସୂଚନା ଦେଇଥିଲେ ଭିଜିଲାନ୍ସ ଏସ୍ପି  ।

ଜାଣନ୍ତୁ ପ୍ରଭାସଙ୍କ ଜୀବନର କିଛି ଅଜଣା କଥା

ମୁମ୍ବାଇ: ବାହୁବଳିରେ ଧମାଲ କରିଥିବା ଏହି ଅଭିନେତା ୨୩ ଅକ୍ଟୋବରରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ୧୯୭୯ରେ ପ୍ରଭାସଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା । ଏହାପୂର୍ବରୁ ତାଙ୍କ ଅଭିନୟର ଜାଦୁରେ ଦିୱାନା ହୋଇଥିଲେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତ । ଆଉ ବାହୁବଳି ଫିଲ୍ମ ପରେ ତାଙ୍କୁ ଦେଶରେ ଏକ ନୂଆ ପିରିଚୟ ମିଳିଥିଲା । ପରଦାରେ ଯେଉଁ ପ୍ରଭାସ ରୋମାନ୍ସ କରନ୍ତି ବାସ୍ତବ କିନ୍ତୁ ସେ ବହୁ ଲାଜଗୁଳା ସ୍ୱଭାବର । ତେବେ ତାଙ୍କ ଜନ୍ମଦିନରେ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା ।

୨୦୦୨ରେ, ପ୍ରଭାସ ତେଲୁଗୁ ଚଳଚ୍ଚିତ୍ର ଇଶ୍ୱରରେ ଡେବ୍ୟୁ କରିଥିଲେ । ଏହା ପରେ ସେ ରାଘବେନ୍ଦ୍ର, ଭାର୍ଷମ, ଯୋଗୀ, ଏକ ନିରଂଜନ, ବିଦ୍ରୋହୀ, ବାହୁବଲୀ: ଦି ବିଗିନିଂ ଓ ବାହୁବଲୀ: ଦି କନକ୍ଲୁଜନ ସହ ଅନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ବାହୁବଳି ଚଳଚ୍ଚିତ୍ରଟି ପାଞ୍ଚ ବର୍ଷ ହେବ ସୁଟିଂ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ଗୋଟିଏ ବି ଫିଲ୍ମରେ ସାଇନ୍ କରିନଥିଲେ । ବାହୁବଳି ପାଇଁ ପ୍ରଭାସ ଫିଟନେସ ପାଇଁ କଠିନ ପରିଶ୍ରମ କରିଥିଲେ। ନିର୍ଦ୍ଦେଶକ ରାଜାମୌଲି ଚାହୁଁଥିଲେ ଯେ ସେ ଓଜନ ବଢାନ୍ତୁ କିନ୍ତୁ ତାଙ୍କୁ ମୋଟା ଦେଖାଯିବାର ନଥିଲା । ବାହୁବଳି ପାଇଁ ପ୍ରଭାସଙ୍କୁ ୨୫ କୋଟି ଟଙ୍କା ମିଳିଥିଲା।

ପ୍ରଭାସଙ୍କ ପ୍ରସଂଶକ ତାଙ୍କୁ ଡାର୍ଲିଙ୍ଗ ବୋଲି ମଧ୍ୟ ଡାକନ୍ତି । ୨୦୧୦ରେ ପ୍ରଭାସଙ୍କ ରୋମାଣ୍ଟିକ୍ କମେଡି ଫିଲ୍ମ ଡାର୍ଲିଂ ଆସିଥିଲା, ଯାହା ପରେ ତାଙ୍କୁ ତେଲୁଗୁ ସିନେମାରେ ସମସ୍ତେ ଏହି ନାଁରେ ଡକିବାକୁ ଲାଗିଲେ । ଏହାପରେ ଯେତେବେଳେ ପ୍ରଭାସ ୨୦୧୨ ରେବେଲ ଫିଲ୍ମରେ ଆସିଲେ ସେତେବେଳେ ତାଙ୍କୁ ‘ରେବେଲ ଷ୍ଟାର’ କୁହାଯାଉଥିଲା।

ବାହୁବଳି ପୂର୍ବରୁ ପ୍ରଭାସ, ଅଜୟ ଦେବଗାନଙ୍କ ଫିଲ୍ମ ଆକ୍ସନ୍ ଜ୍ୟାକସନରେ ଅଭିନୟ କରିଥିଲେ। ଯଦିଓ ସେ ଏକ ଗୀତରେ କ୍ୟାମିଓ ଭୂମିକାରେ ଥିଲେ । ସେ ଫିଲ୍ମର ଏକ ଗୀତରେ ସୋନାକ୍ଷୀ ସିହ୍ନାଙ୍କ ସହ ନାଚୁଥିବା ନଜର ଆସିଥିଲେ । ପ୍ରଭାସ ସେତେବେଳେ ବଲିଉଡରେ ଜଣାଶୁଣା ଚେହେରା ନଥିଲେ। ୨୦୦୯ରେ ମଧ୍ୟ ପ୍ରଭାସ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସହ କାମ କରିଥିଲେ। ଖୁବ୍ କମ୍ ଲୋକ ଜାଣିଥିବେ ଯେ କଙ୍ଗନା ତାଙ୍କ କ୍ୟାରିୟର ଆରମ୍ଭରେ ଏକ ତେଲୁଗୁ ଚଳଚ୍ଚିତ୍ର ଏକ ନିରଂଜନ କରିଥିଲେ । ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ କଙ୍ଗନା ମୁଖ୍ୟଭୂମିକାରେ ଥିଲେ ।

ଆସୁଛି ବର୍ଷା; କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରକୁ ୟଲୋ ୱାର୍ଣ୍ଣିଂ…

ଭୁବନୋଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।  ତେବେ ଓଡ଼ିଶା ଉପକୂଳରୁ ଦୂରେଇ ଯାଉଛି ଅବପାତ   । ଉତ୍ତର ଉତ୍ତରପୂର୍ବ ଦିଗରେ ଅବପାତ ଗତିକରୁଛି  ।

Rain Forecast Yellow Alert Issued To Nine Districts

ଘଣ୍ଟା ପ୍ରତି ୧୪ କିମି ବେଗରେ ଗତିଶୀଳ ହେଉଛି  । ଆଜି ସାଗର ଦ୍ବୀପ ଓ ଖେପୁପଡ଼ା ଦେଇ ଅତିକ୍ରମ କରିବ  । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ  । କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରକୁ ଜିଲ୍ଲାକୁ ଏନେଇ ୟଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି  ।

ହିମାଳୟରେ ଆସିପାରେ ଶତାବ୍ଦୀର ବଡ଼ ଭୂକମ୍ପ ! ଏମିତି ହୋଇପାରେ ପରିସ୍ଥିତି

ହିମାଳୟ ପର୍ବତରେ ଯେକୌଣସି ସମୟରେ ବି ଏକ ବଡ଼ ଧରଣର ଭୂକମ୍ପ ଆସିପାରେ । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ରୁ ଅଧିକ ହୋଇପାରେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ହିମାଳୟର ଆଖପାଖ ଜନବହୁଳ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିପାରେ । ଏବଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇପାରେ । ତେବେ, କେତେବେଳେ ଏହି ଭୂକମ୍ପ ହେବ, ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ । କିନ୍ତୁ ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଏହି ଭୂକମ୍ପ ଆସନ୍ତା ୧୦୦ବର୍ଷ ମଧ୍ୟରେ ଆସିପାରେ ।

ବୈଜ୍ଞାନିକଙ୍କ ଅନୁଯାୟୀ, ପୂର୍ବ ଭାରତର ଅରୁଣାଚଳ ପ୍ରଦେଶଠାରୁ ଆରମ୍ଭକରି  ପଶ୍ଚିମରେ ଥିବା ପାକିସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିବା ହିମାଳୟ ପର୍ବତମାଳାରେ ପୂର୍ବରୁ ଅନେକ ଥରେ ଭୂକମ୍ପ ହୋଇଛି । କାରଣ ପୂର୍ବରୁ ଏହି ଅଞ୍ଚଳ ଭୂକମ୍ପର ଗଡ଼ ହୋଇଥିଲା । ଅନୁସନ୍ଧାନ ଅନୁଯାୟୀ, ବିଂଶ ଶତାବ୍ଦୀରେ ହୋଇଥିବା ଭୂକମ୍ପଠାରୁ ବି ଏହି ଭୂକମ୍ପ ଆହୁରି ଭୟାନକ ହେବାର ସମ୍ଭାବନା ରହିଛି ।

ପୂର୍ବ ଅନୁସନ୍ଧାନରେ ମଧ୍ୟ ଏଭଳି ଦାବି ହୋଇଛି

କୋଲକାତାରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ପୃଥିବୀ ବିଜ୍ଞାନ ବିଭାଗର ପ୍ରଫେସର ସୁପ୍ରିୟା ମିତ୍ରା ମଧ୍ୟ ଏହି ଅନୁସନ୍ଧାନକୁ ସଠିକ୍ ବୋଲି କହିଛନ୍ତି । ମିତ୍ରାଙ୍କ ଅନୁଯାୟୀ, ପୂର୍ବରୁ ହୋଇଥିବା କିଛି ଅନୁସନ୍ଧାନ ମଧ୍ୟ ଏହାକୁ ହିଁ ସୂଚିତ କରିଛି । ତେବେ ଏପରି ଭୟଙ୍କର ଭୂକମ୍ପ କେବେ ହେବ ସେନେଇ କୌଣସି ଅନୁମାନ କରିବା ଅସମ୍ଭବ । ସେ କହିଛନ୍ତି ଯେ, ପୂର୍ବରୁ ହୋଇଥିବା ଅଧ୍ୟୟନରେ ସାଟେଲାଇଟର ଫଟୋକୁ ଆଧାର କରି ଭୂକମ୍ପକୁ ନେଇ କିଛି ତଥ୍ୟ ଦିଆଯାଇଥିଲା । କିନ୍ତୁ ଏହି ଅନୁସନ୍ଧାନରେ ସାମ୍ପ୍ରତିକ ଐତିହାସିକ ଭୂକମ୍ପର ସମୟ ଏବଂ ଆକାର ଭୂବିଜ୍ଞାନ ଉପରେ ଆଧାର କରି ବ୍ୟାଖ୍ୟା କରାଯାଇଛି ।

ଦିଲ୍ଲୀରେ ମଧ୍ୟ ଭୂକମ୍ପର ସାମ୍ନା ଝଟକା ଅନୁଭବ ହେବ

ଅନୁସନ୍ଧାନ ଅନୁଯାୟୀ, ଭୂକମ୍ପ ଏତେ ଭୟଙ୍କର ହେବ ଯେ ହିମାଳୟର ଦକ୍ଷିଣରେ ଥିବା ରାଜଧାନୀ ଦିଲ୍ଲୀରେ କମ୍ପନ ଅନୁଭୂତ ହେବ।

ଗତ ଚାରି ମାସ ମଧ୍ୟରେ ଉତ୍ତର ଭାରତରେ ଅନେକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି

ଉତ୍ତର ଭାରତରେ ଗତ ଚାରିମାସ ମଧ୍ୟରେ ଅନେକ ମୃଦୁ ଭୂକମ୍ପ ହୋଇଛି, ଯାହା ସୂଚାଇ ଦେଇଛି ଯେ ବଡ଼ ଭୂକମ୍ପକୁ ନେଇ କରାଯାଉଥିବା ଦାବି ମିଥ୍ୟା ନୁହେଁ । ବୈଜ୍ଞାନିକଙ୍କ ଅନୁଯାୟୀ, ଏହିପରି ଏହି ଛୋଟ ଭୂକମ୍ପ, ଅନେକ ବଡ଼ ଭୂକମ୍ପର ସଙ୍କେତ ଅଟେ ।

India Corona Upadtes: କମୁଛି ସଂକ୍ରମଣ; ଦିନକରେ ୫୪ ହଜାର ୩୬୬ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ଦିନକରେ ୫୪ହଜାର ୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭ଲକ୍ଷ ୬୧ହଜାର ୩୧୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୬ଲକ୍ଷ ୯୫ହଜାର ୫୦୯ ରହିଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ୬୯ଲକ୍ଷ ୪୮ହଜାର ୪୯୭ଜଣରେ ପହଞ୍ଚିଛି ।

ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୭ ହଜାର ୩୦୬ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । 16ଲକ୍ଷ 25ହଜାର 197 ସଂକ୍ରମିତ ଥିବା ବେଳେ ମହାରାଷ୍ଟ୍ରରେ ମୃତ୍ୟୁ ୪୨ ହଜାର ଟପିଲାଣି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ୭ ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୫୨୪, ୧୦ହଜାର ୭୭୦ ଓ ୧୦ହଜାର ୮୨୫ରେ ପହଞ୍ଚିଛି ।

ପୀଠରେ ମହାଷ୍ଟମୀ; ବିଧି ଓ ପରମ୍ପରା ସହ ଚାଲିଛି ତ୍ରିଦିନାତ୍ମକ ପୂଜା

ଭୁବନେଶ୍ୱର/ କଟକ / ପୁରୀ: ଆଜି ପୀଠରେ ପବିତ୍ର ମହାଷ୍ଟମୀ | ଶ୍ରୀମନ୍ଦିରରେ ଅବସ୍ଥିତ ମା ବିମଳାଙ୍କ ପୀଠରେ ଆଜି ଗୁପ୍ତ ପୂଜା ବା ସନ୍ଧି ପୂଜା ଅନୁଷ୍ଠିତ ହେବ | ତ୍ରିଦିନାତ୍ମକ ପୂଜାରେ ଗତକାଲିଠାରୁ ମାଙ୍କ ପୀଠରେ ଵିଧି ପରମ୍ପରା ଅନୁସାରେ ପୂଜା ଆରମ୍ଭ ହୋଇଛି | ସେହିପରି ସହରର ବିଭିନ୍ନ ଦେବୀ ପୀଠ ଓ ଗୋଶାଣୀ ମେଢ଼ ମାନଙ୍କରେ ପୂଜାର୍ଚ୍ଚନା କରାଯାଉଛି | କରୋନା କଟକଣା ପାଇଁ ଭକ୍ତଙ୍କ ଗହଳି ଚହଳି ଏତେ ମାତ୍ରାରେ ଦେଖାଯାଉନଥିବା ବେଳେ ନିରାଡ଼ମ୍ବର ଭାବେ ପାରମ୍ପରିକ ଶୈଳୀରେ ପୂଜା କରାଯାଉଛି | ବିରାଟ କାୟ ଗୋଶାଣୀଙ୍କୁ ସଜ୍ଜିତ କରାଯାଇଥିବା ବେଳେ ମା ବିମଳାଙ୍କ ପ୍ରତିନିଧି ସ୍ଵରୁପା ମା କାକୁଡି ଖାଇଙ୍କ ନିକଟରେ ଵିଧି ଓ ପରମ୍ପରା ସହ ପୂଜାର୍ଚ୍ଚନା କରାଯାଉଛି |

ସେହିଭଳି ରାଉରକେଲା ସହରରେ କୋଭିଡ୍ କଟକଣା ମଧ୍ୟରେ ଗତକାଲି ସନ୍ଧ୍ୟାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି।  ଗତକାଲି ସନ୍ଧ୍ୟାରେ ମା ଦୁର୍ଗାଙ୍କ ବେଲବରଣୀ କରାଯାଇ ଷଷ୍ଠୀପୂଜା ଆରମ୍ଭ ହୋଇଥିଲା। ଆଜି ସମସ୍ତ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ସପ୍ତମୀ ପୁଜା ପାଳନ କରାଯାଉଛି। ରାଉରକେଲା ସହରରେ ପ୍ରତିବର୍ଷ ଶତାଧିକ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ପୁଜା ବେଶ ଧୁମଧାମରେ ଓ ଆଡମ୍ବର ସହକାରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ କରାଯାଉଛି। । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଯାଏ ମାଙ୍କ ପାର୍ବଣ ପୂଜା। ଆଜି ମା ଭଟ୍ଟାରିକାଙ୍କ ମହାଷ୍ଟମୀ ପୂଜା। ଆଜି ଦିନରେ ମାଙ୍କ ମହାକାଳୀ ବେଶ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ମନ୍ଦିରରେ ଲାଗିଥାଏ   ।

କିନ୍ତୁ କରୋନା କଟକଣା ଯୋଗୁଁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ପ୍ରବେଶ ଦ୍ୱାରରେ ତାଲା ପଡିଛି । ସାଧାରଣ ଭକ୍ତଙ୍କୁ ମାଙ୍କ ଦର୍ଶନ ବାରଣ କରାଯାଇଥିବା ବେଳେ ମାଆଙ୍କ ପୂଜା ରୀତି ନୀତିରେ କୌଣସି ପ୍ରକାର ବ୍ୟତିକ୍ରମ କରାଯାଉନାହିଁ। ସେହିଭଳି ରୌପ୍ୟ ନଗର କଟକରେ ଧରାବତରଣ କରିଛନ୍ତି ମା ଦୁର୍ଗତିନାଶିନୀ  । ଚଳିତ ବର୍ଷ ପୂଜା ଆଡମ୍ବର ସହକାରେ ହୋଇନି ସତ , କିନ୍ତୁ ପୂଜାର ପରିବେଶ ରହିଛି । ମଣ୍ଡପରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଲେ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । କୋଭିଡ ଯୋଗୁ ବିନା ଭକ୍ତ ଓ ସୀମିତ ସେବାୟତରେ ଚାଲିଛି ପୂଜାର୍ଚ୍ଚନା । କଟକର ସାମନ୍ତସାହିରେ ଧୂପ ଦୀପ ଭୋଗ ନୈବେଦ୍ୟରେ ମାଙ୍କ ଆବାହନ ଚାଲିଛି ।