ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ଦାବିରେ ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ

1 min read
12 Hour Ulunda Closed On Demand Of Sub Registrar Office

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳୁ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ ତଥା ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ସୋନପୁର-ସମ୍ବଲପୁର ରାଜରାସ୍ତାକୁ ବନ୍ଦ କରିଥିବା ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି ।

12 Hour Ulunda Closed On Demand Of Sub Registrar Office

ସହରରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ଆଖିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ସହରର ମୁଖ୍ୟ ଛକ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତ ୬ ଦିନ ହେବ ସଚେତନ ନାଗରିକ ମଞ୍ଚ ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା ପରେ କିଛି ସୁଫଳ ନମିଳିବାରୁ ବନ୍ଦ ପାଳନ କରାଯାଉଛି ।

Leave a Reply