ଝିଅକୁ ଘରେ ରଖିବାକୁ ଚାହୁଁ ନଥିଲେ ବାପା ! ଶେଷରେ ଶୋଇଥିବା ଅବସ୍ଥାରେ…

ବଲାଙ୍ଗୀର: ବଲାଙ୍ଗୀର ବେଲପଡା ବ୍ଲକ ଡେବରୀପାଲି ଗାଁରେ ବର୍ବର କାଣ୍ଡ । ଝିଅକୁ ନିଆଁରେ ପୋଡି ହତ୍ୟା ଉଦ୍ୟମ କଲା ବାପା । ଗୁରୁତର ଅବସ୍ଥାରେ ଝିଅ ସୂର୍ଯ୍ୟକାନ୍ତି ନାଗଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଭୋରରୁ ଘରେ ଶୋଇଥିବା ବେଳେ ସୂର୍ଯ୍ୟକାନ୍ତିଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବାପା ଅରକ୍ଷିତ ନାଗ । ବାପାଙ୍କ ନାଁରେ ଅଭିଯୋଗ ଅଣିଲେ ମାମୁଘର ଲୋକେ ।

ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ଡେବରୀପାଲି ଗାଁରେ ଅଭାବନୀୟ ଘଟଣା । ଝିଅକୁ କିରୋସିନୀ ଢାଳି ବାପା ପୋଡି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।  ଗୁରୁତର ନାବାଳିକା ସୂର୍ଯ୍ୟକାନ୍ତୀ ରାତିରେ ଶୋଇଥିବା ବେଳେ ଦେହରେ କିରୋସିନି ଢାଳି ବାପା ଅରଖିତ ନାଗ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ସୂର୍ଯ୍ୟକାନ୍ତୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହତ୍ୟା ଉଦ୍ୟମର କାରଣ କଣ ?

ଝିଅର ବାପା ଅରକ୍ଷିତ ନାଗହିଁ ଏଭଳି କାଣ୍ଡ ଘଟାଇଥିବା ନେଇ ସୂର୍ଯ୍ୟକାନ୍ତୀର ମାମୁଁ ମାନେ ଅଭିଯୋଗ କରିଛନ୍ତି । ଅରକ୍ଷିତ ଦୁଇଜଣଙ୍କୁ ବିବାହ କରିଥିଲେ । ସୂର୍ଯ୍ୟକାନ୍ତି ହେଉଛି ପ୍ରଥମ ସ୍ତ୍ରୀର ଝିଅ । ଝିଅଟି ଛୋଟବେଳୁ ମାମୁଁ ଘରେ ରହୁଥିଲା । ଗତ ୧୫ ଦିନ ତଳେ ଗାଁରେ ବୈଠକ ପରେ ବାପା ପାଖକୁ ଆସିଥିଲା ସୂର୍ଯ୍ୟକାନ୍ତି । କିନ୍ତୁ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିଲା । ତେଣୁ ତାର ବାପା ହିଁ ନିଜ ଝିକୁ ହତ୍ୟା ଉଦ୍ୟମ କରିଥିବା ମାମୁଁ ଘର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସୂର୍ଯ୍ୟକାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି ।

Leave a Reply