spot_img
Home Blog Page 6536

ଟ୍ରେନରେ ଯୁବତୀଙ୍କୁ ଅସଦାଚରଣ ! ବ୍ୟାଗ୍ ଯାଞ୍ଚ ପରେ ଚମକି ପଡ଼ିଲା ପୋଲିସ, ମିଳିଲା ଏତେ ଟଙ୍କା…

ପାଟଣା: ଚମକି ପଡ଼ିଲା ପୋଲିସ । ମହାନନ୍ଦା ଏକ୍ସପ୍ରେସରେ ଯୁବକ ଜଣଙ୍କ କଟିହାର ଯାଉଥିବା ବେଳେ ଅସଦାଚରଣ ଅଭିଯୋଗରେ ଧରା ପଡ଼ିଥିଲେ । ଯୁବତୀଙ୍କ ଅଭିଯୋଗ ପ୍ରକାରେ ଆରପିଏଫ ଯୁବକଜଣଙ୍କୁ ଧରିଥିଲା । ଯାଞ୍ଚ ପରେ ଯୁବକଙ୍କୁ ଯାହା ମିଳିଲା ତାକୁ ଦେଖି ତାଜୁବ୍ ହୋଇ ଯାଇଥିଲେ ଆରପିଏଫ ଅଧିକାରୀ । ଯୁବକଙ୍କ ବ୍ୟାଗରୁ ୫୯ ଲକ୍ଷ ଟଙ୍କା ନଗଦ ମିଳିଥିଲା । ପରେ ଆୟକର ବିଭାଗ ପହଞ୍ଚି ଟଙ୍କାକୁ ନେଇ ଖୋଳତାଡ଼ କରୁଛି । ତେବେ ଏତେ ପରିମାଣର ଟଙ୍କା ଯୁବକ ଜଣଙ୍କ କେଉଁଠୁ ଆଣିଥିଲେ, କେଉଁଠିକୁ ନେଉଥିଲେ ଜଣାପଡ଼ିନାହିଁ ।

RPF Detained Man From Mahananda Express, Seized 59 Lakhs Bihar Election

ଦିଲ୍ଲୀରୁ ଅଲିପୁର ଦ୍ୱାରା ଯାଉଥିବା ମହାନନ୍ଦା ଏକ୍ସପ୍ରେସରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ- ଟ୍ରେନ୍ ପାଟଣ ଜଙ୍କସନରେ ରହିବା ପରେ ଶୀତତାପ ନିୟନ୍ତ୍ରିତ କୋଚରେ ବସିଥିବା ଛାତ୍ରୀଙ୍କୁ ଜଣେ ଯୁବକ ହଇରାଣ ହରକତ କରିଥିଲେ । ଛାତ୍ରୀ ଜଣଙ୍କ କଲ୍ ସେଣ୍ଟରକୁ ଫୋନ୍ କରି ସୂଚନା ଦେଇଥିଲେ କି କୋଚରେ ଜଣେ ଯାତ୍ରୀ ତାଙ୍କୁ ହଇରାଣ କରିଥିଲେ ।

ଏହି ସୂଚନା ପରେ ଟ୍ରେନରେ ଥିବା ଆରପିଏଫ୍ ଯବାନ ଅଭିଯୁକ୍ତକୁ ହେପାଜତକୁ ନେଇଥିଲେ । ଅଭିଯୁକ୍ତ ରିତ୍ରଶ କୁମାରକୁ ବସ୍ଖିୟାପୁର ଷ୍ଟେସନରେ ଓହ୍ଲାଇ ଆରପିଏଫ୍ ବ୍ୟାଗ୍ ଯାଞ୍ଚ କରିଥିଲା । ଆଉ ସେଥିରୁ ମିଳିଥିଲା ୫୮ ଲକ୍ଷ ଟଙ୍କା । ଯାହାକୁ ଦେଖି ଆଚମ୍ବିତ ହୋଇଯାଇଥିଲେ ଆରପିଏଫ୍ ଯବାନ ।

RPF Detained Man From Mahananda Express, Seized 59 Lakhs Bihar Election

ପଚାରଉଚରା ବେଳେ ଅଭିଯୁକ୍ତ କହିଛି- ସେ ଆହ୍ଲାବାଦର ମହୁଆମ୍ବାରେ ରୁହେ । ସେ ଜଣେ ବ୍ୟବସାୟୀ । ସାମଗ୍ରୀ କିଣିବାକୁ କଟିହାର ଯାଉଥିଲା । ଆରପିଏଫ୍ ସୂଚନା ଅନୁସାରେ ଅଭିଯୁକ୍ତକୁ ପାଟଣା ଜିଆରପି ଜିମା ଦିଆଯାଇଛି । ମାମଲାରେ ଆୟକର ବିଭାଗ ଅଭିଯୁକ୍ତକୁ ପଚରାଉଚରା କରୁଛି । ତେବେ, ଏଯାଏଁ ଜଣାପଡ଼ିନାହିଁ ଅଭିଯୁକ୍ତ ଜଣଙ୍କ ଏତେ ଟଙ୍କା କେଉଁଠୁ, କାହାଠାରୁ ଆଣି କୁଆଡ଼େ, କେଉଁଥି ପାଇଁ ନେଉଥିଲେ । ପୋଲିସ ଏହି ଘଟଣାକୁ ବିହାର ବିଧାନସଭା ନିର୍ବାଚନ ସହ ଲିଙ୍କ୍ କରି ଖୋଳତାଡ଼ କରୁଛି ।

କଥା କଥାକେ ଭାରତକୁ ବଦନାମ୍‌ କରିବାକୁ ଚେଷ୍ଟା କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ !

ନୂଆଦିଲ୍ଲୀ: କଥା କଥାକେ ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜଳବାୟୁ ପରିବର୍ତ୍ତନକୁ ନେଇ ଟ୍ରମ୍ପ ଭାରତକୁ ଟାର୍ଗେଟ କରିଛନ୍ତି । ଆମେରିକାରେ ଆଉ ମାତ୍ର ଦଶ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି ପ୍ରେସିଡେନସିଆଲ ଡିବେଟ ।

Trump

ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥି ଜୋ-ବିଡେନଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନକୁ ନେଇ ବିତର୍କ ହୋଇଛି । ଏଥିରେ ଆମେରିକାର ଜଳବାୟୁ ଅନ୍ୟ ଦେଶ ଅପେକ୍ଷା ଯଥେଷ୍ଟ ଭଲ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । କିନ୍ତୁ ଖରାପ ଜଳବାୟୁର ଉଦାହରଣ ଦେଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ଟ୍ରମ୍ପ । ଋଷିଆ, ଚୀନ ଓ ଭାରତର ଜଳବାୟୁ ଅତ୍ୟଧିକ ଖରାପ । ସେଠାକାର ସରକାର ଏଥିପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ଏଭଳି ଅଭିଯୋଗ ପରେ, ଏହାକୁ ନେଇ ଭାରତରେ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧୀ କଂଗ୍ରେସ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଟ୍ରମ୍ପଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବନ୍ଧୁ ବୋଲି କହୁଥିବା ବେଳେ, ସେପଟେ ଟ୍ରମ୍ପ ଭାରତକୁ ଏମିତି ପୁରସ୍କାର ଦେଇଛନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା କପିଲ ସିବ୍ବଲ କହିଛନ୍ତି ଯେ ଆମେରିକାରେ ହୋଇଥିବା ହାଉଡି ମୋଦିର ରେଜଲ୍ଟ ଏବେ ଆସିଲା ।

ତେବେ ସୋସିଆଲ ମିଡିଆରେ ମଧ୍ୟ ଟ୍ରମ୍ପଙ୍କ ଏଭଳି ବୟାନକୁ କଡ଼ା ନିନ୍ଦା କରାଯାଇଛି । ପୂର୍ବରୁ ମଧ୍ୟ କରୋନା ଟିକାକୁ ନେଇ ଭାରତକୁ ଧମକ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ମଝି ରାସ୍ତାରେ ଓଲଟିଲା ମାଛ ବୋଝେଇ ଭ୍ୟାନ୍, ବୋହିନେଲେ ଲୋକ

ପାରାଦୀପ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍ । ବାଟରେ ଯାଉଥିବା ଲୋକ ଯିଏ ଯେତେ ପାରିଲେ ବୋହିନେଲେ । ମାଛ ପାଇଁ ରାସ୍ତାରେ ଲାଗିଥିଲା ଲୋକଙ୍କ ରେସ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପ ଗଡ଼ ନିକଟରେ । ସୂଚନା ଅନୁସାରେ ପାରାଦୀପ ମାଛଧରା ବନ୍ଦରରୁ ଦୀଘା ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

Fish Pickup Turned Down In Mid Road Paradeep

ମାଛ ବୋଝେଇ ଭ୍ୟାନଟି ଓଲଟିବା ଫଳରେ ରାସ୍ତା ମଝିରେ ମାଛ ପେଟିଗୁଡ଼ିକୁରୁ ମାଛ ରାସ୍ତା ଉପରେ ପଡ଼ିଥିଲେ । ପାଖାପାଖି ୪ ଲକ୍ଷ ଟଙ୍କାର ମାଛ ରାସ୍ତାରେ ପଡ଼ିଥିଲା । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚିବା ବେଳକୁ ଲୋକ ପ୍ରାୟ ଅଧା ମାଛ ନେଇ ଯାଇଥିଲେ ।

Fish Pickup Turned Down In Mid Road Paradeep

ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଗାଡ଼ିଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହିତ ମାଛ ବ୍ୟବସାୟୀ ପହଞ୍ଚି ବଳକା ମାଛ ଗୁଡ଼ିକୁ ପ୍ୟାକିଂ କରି ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଦୀଘା ପଠାଇଛି ।

ବାହାରୁନି ସମାଧାନର ବାଟ: ମାଇନସ୍ ଡିଗ୍ରୀ ତାପମାତ୍ରାରେ ରୋଗାକ୍ରାନ୍ତ ହେଉଛନ୍ତି ଚୀନ ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ସୀମା ବିବାଦରେ ବାହାରିପାରୁନି ସମାଧାନର ସୁତ୍ର  । ଉଭୟ ସୀମାରୁ ସେନା ହଟାଇବା ପାଇଁ ଆଲୋଚନା କରାଯାଉଥିଲେ ମଧ୍ୟ ଚୀନ ନିଜ ଯିଦରେ ଅଟଳ ରହିଛି  । ସେନା ହଟାଇବା ପାଇଁ ଉଭୟ ପକ୍ଷ ଯେଉଁ ସର୍ତ୍ତ ରଖିଥିଲେ ତାକୁ ଆଲୋଚନା ବେଳେ ଖାରଜ କରିଦିଆଯାଇଛି  । ଚୀନ ସେନାର କହିବା କଥା ପ୍ରଥମେ ଭାରତ ସେନା ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରୁ । ତାପରେ ଯାଇ ଚୀନ ସେନା ହଟାଇବ ।

ଯୋଗାଯୋଗ ସହ ରାସ୍ତା ଭଲ ଥିବାରୁ ସୀମାରୁ ସେନା ହଟାଇବା ପାଇଁ ଚୀନକୁ ଖୁବ ସହଜ ହେବ ବୋଲି ସାମରିକ ସ୍ତରୀୟ ଆଲୋଚନାରେ କୁହାଯାଇଛି  । କିନ୍ତୁ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି  । ଚୀନ ପ୍ରଥମେ ସେନା ହଟାଇବା ଦରକାର ବୋଲି ଭାରତ କହିଛି । ପୂର୍ବ ଲଦାଖରେ ତାପମାତ୍ରା ମାଇନସ ଡିଗ୍ରିରେ ଥିବା ବେଳେ ସେଠାରେ ସେନା ମୁତୟନ ଚୀନ ପାଇଁ ଆଦୌ ସହଜ ହେଉନାହିଁ  । ସେଥିପାଇଁ ଚୀନ ସେନା ପ୍ରତ୍ୟାହାର ପାଇଁ ରାଜି ହେଉଥିଲେ ମଧ୍ୟ ପ୍ରଥମେ ଭାରତ ପ୍ରକ୍ରୀୟା ଆରମ୍ଭ କରିବା ଦରକାର ବୋଲି କହୁଛନ୍ତି  ।

ସେପଟେ ପ୍ରବଳ ଶୀତକୁ ସହ୍ୟ ନକରିପାରି ଚୀନର କିଛି ସେନା ଅଧିକାରୀ ରୋଗାଗ୍ରସ୍ତ ହୋଇଥିବା ମଧ୍ୟ ଖବର ଆସୁଛି । କିନ୍ତୁ ଶୀତ ଦିନ ପାଇଁ ଭାରତର ପ୍ରସ୍ତୁତ ଯଥେଷ୍ଟ ଥିବା ବେଳେ ସୀମାରେ ସେମାନଙ୍କୁ କୌଣସି ଅସୁବିଧା ହେଉନାହିଁ  । ଚୀନ ଯଦି ଆକ୍ରମଣ କରେ ସେମାନଙ୍କୁ ଉଚିତ ଯବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି  ।

ଆସନ୍ତା ୨୦ ବର୍ଷ ଯାଏଁ ଦୁନିଆକୁ ଦରକାର ହେବ କରୋନା ଟିକା: ପୁନାୱାଲା

ନୂଆଦିଲ୍ଲୀ: ଯଦି ଆପଣ ଭାବୁଛନ୍ତି କରୋନା ଭାଇରସ୍ ପ୍ରଭାବ ପୃଥିବୀରୁ କିଛି ମାସ ପରେ ପଳାଇବ ତ ଆପଣଙ୍କ ଚିନ୍ତା ବଦଳାଇ ଦିଅନ୍ତୁ । ଦୁନିଆର ସବୁଠୁ ବଡ଼ ଟିକା ନିର୍ମାଣକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲାଙ୍କ କହିବା ଅନୁସାରେ ଦୁନିଆରେ ଆଗାମୀ ୨୦ ବର୍ଷ ଯାଏଁ କରୋନା ସଂକ୍ରମଣ ଜାରି ରହିବ । ଆଉ ସେତେବେଳେ ଯାଏଁ କରୋନା ପାଇଁ ଟିକାର ଆବଶ୍ୟକତା ରହିବ ।

World Will Need Covid Vaccines For 20 Years Says Adar Poonawalla

କଣ କହିଲେ ପୁନାୱାଲା ?

ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦର ପୁନାୱାଲା କହିଛନ୍ତି- ଇତିହାସରେ ଏମିତି କେବେ ହୋଇନାହିଁ କି କେବେ ବି ଟିକାର ଆବଶ୍ୟକତା ଗୋଟିଏ ଥରରେ ସରିଯାଇଛି । ସେ କହିଛନ୍ତି- ଫ୍ଲୁ, ନିମୋନିଆ, ବସନ୍ତ, ଓ ପୋଲିଓ ଟିକା ବହୁ ବର୍ଷ ଧରି ଦିଆଯାଉଛି । ଏଥିରୁ କୌଣସି ବି ଟିକା ବନ୍ଦ ହୋଇନାହିଁ । ସେ ଆହୁରି କହିଛନ୍ତି ଶତ ପ୍ରତିଶତ ଜନସଂଖ୍ୟାକୁ ଟୀକାକରଣ କଲେ ମଧ୍ୟ କୋଭିଡ୍-୧୯ ଟିକାର ଆବଶ୍ୟକତା ଶେଷ ହୋଇଯିବ ନାହିଁ ।

ଟିକା କଣ କରେ ?

ସେ କହିଛନ୍ତି- ଟିକା କୌଣସି ନିର୍ଦ୍ଦିଷ୍ଟ ବିଜ୍ଞାନ ନୁହେଁ । ଏହା ଆପଣଙ୍କ ଇମ୍ୟୁନିଟିକୁ ବୃଦ୍ଧି କରେ । ଏହା ଆପଣଙ୍କୁ ସୁରକ୍ଷା ଦିଏ । ଟିକା ରୋଗର ପ୍ରଭାବକୁ କମ୍ କରିଥାଏ । କିନ୍ତୁ, ଏହା ୧୦୦ ପ୍ରତିଶତ ମାମଲାରେ ରୋଗର ସଂକ୍ରମଣ ଠାରୁ ବଞ୍ଚାଇପାରେ ନାହିଁ । ଯଦି ୧୦୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଏ ତ ତଥାପି ଆଗାମୀ ଦିନରେ ଟିକାର ଆବଶ୍ୟକତା ରହିବ ।

World Will Need Covid Vaccines For 20 Years Says Adar Poonawalla

୫ ପ୍ରକାର ଟିକା ତିଆରି କରିବ କମ୍ପାନୀ

ସିରମ୍ ଇନଷ୍ଟିଚ୍ୟୁଟ୍ ୨୦୨୧-୨୨ ମଧ୍ୟରେ ଦୁନିଆ ପାଇଁ ପ୍ରାୟ ୫ ପ୍ରକାରର ଅଲଗା ଅଲଗା କୋଭିଡ୍ ଟିକାର ପ୍ରାୟ ୧ ଅରବ ଡୋଜ୍ ପ୍ରସ୍ତୁତ କରିବ । ପୁନାୱାଲା କହିଛନ୍ତି- ଆମର ଯୋଜନା ଅଛି ପ୍ରତି ତିନିମାସରେ ଏକ ଟିକା ଆଣିବାକୁ । ଏହାର ଆରମ୍ଭ କୋଭିସିଲ୍ଡରୁ ହେବ । ଯାହାକି ଆସନ୍ତା ବର୍ଷ ଆସିଯିବ । ଏହାର ଲାଇସେନ୍ସ ଆମକୁ ଆଷ୍ଟ୍ରାଜେନେକାଠାରୁ ମିଳିଛି ।

World Will Need Covid Vaccines For 20 Years Says Adar Poonawalla

ସୂଚନାଯୋଗ୍ୟ, କୋଭିସିଲ୍ଡର ବିକାଶ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ଜେନର ଇନଷ୍ଟିଚ୍ୟୁଟ୍ କରିଛି । ଏହାର ଲାଇସେନ୍ସ ଆଙ୍ଗ୍ଲୋ- ସ୍ୱିଡିଶ ଔଷଧ କମ୍ପାନୀ ଆଷ୍ଟ୍ରାଜେନେକା ଠାରୁ ମିଳିଛି । ଏବେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ପ୍ରାୟ ୧୬୦୦ ଲୋକଙ୍କ ଉପରେ କରାଯାଉଛି ।

World Will Need Covid Vaccines For 20 Years Says Adar Poonawalla

କରୋନା ପାଇଁ କୋଭିସିଲ୍ଡ ଟିକା ଆସନ୍ତା ବର୍ଷ କୌଣସି ସମୟରେ ଆସିପାରେ । ପୁନାୱାଲା କହିଛନ୍ତି- ଆମେ ଟିକାର ପ୍ରାୟ ୨ରୁ ୩ କୋଟି ଡୋଜ୍ ତିଆରି କରିବା ଆରମ୍ଭ କରିଦେଇଛୁ । ଉତ୍ପାଦନ ବୃଦ୍ଧି କରି ପ୍ରତି ମସାରେ ୭ରୁ ୮ କୋଟି ଟିକା ଉତ୍ପାଦନ କରାଯାଇ ପାରିବ ।

ଦୁଇ ବର୍ଷର ଅପେକ୍ଷା ପରେ ରିଲିଜ ହେଲା ମିର୍ଜାପୁର ୨ ! ଭାଇରାଲ ହେଲା ଡାଇଲଗ୍

ଦୁଇବର୍ଷର ଲମ୍ବା ଅପେକ୍ଷା ପରେ ୱେବସିରିଜ ମିର୍ଜାପୁରର ୨ୟ ଭାଗ ରିଲିଜ ହୋଇଯାଇଛି । ଏହି ୱେବସିରିଜକୁ ୨୩ଅକ୍ଟୋବରରେ ରିଲିଜ କରିବାର ଥିଲା କିନ୍ତୁ ଗୋଟେ ଦିନ ପୂର୍ବରୁ ଏହାକୁ ରିଲିଜ କରିଦିଆଯାଇଛି । ଏହାସହ ମିର୍ଜାପୁର ୨ର ସମସ୍ତ ୧୦ଟି ଏପିସୋଡ଼ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି ।

ପୂର୍ବଥର ଭଳି ଏଥର ମଧ୍ୟ ଏହି ୱେବ ସିରିଜରେ ସବୁ ଚରିତ୍ରଗୁଡ଼ିକ ଦମଦାର ଅଭିନୟ କରିଛନ୍ତି । ମୁଖ୍ୟତ କାଲିନ ଭାଇ, ମୁନ୍ନା ଭାଇ ଏବଂ ଗୁଡୁ ଭାଇ ନିଜ ନିଜ ଚରିତ୍ରକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି । ମିର୍ଜାପୁରର ପ୍ରଥମ ଭାଗର ଡାଇଲଗ ଗୁଡିକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ । ଏହାପରେ ମିର୍ଜାପୁର ୨ ରିଲିଜ ହେବା ମାତ୍ରେ ଏହାର ଡାଇଲଗ ଗୁଡ଼ିକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେ ମଧ୍ୟରୁ ‘ନେତା ଜି ବନନା ହେ ତୋ ଗୁଣ୍ଡେ ପାଲୋ , ଗୁଣ୍ଡେ ମତ୍ ବନୋ’ ଡାଇଲଗଟି ପ୍ରଂଶସକଙ୍କୁ ଖୁବ୍ ପସନ୍ଦ ଆସିଛି ।

ୱେବ ସିରିଜ ମିର୍ଜାପୁର ୨ ଆମାଜନ ପ୍ରାଇମରେ ସ୍ଥିର କରାଯାଇଥିବା ସମୟ ପୂର୍ବରୁ ହିଁ ରିଲିଜ କରିଦିଆଯାଇଛି । ଏହି ସିରିଜରେ ୨୩ଅକ୍ଟୋବରରେ ରିଲିଜ ହେବାର ଥିଲା କିନ୍ତୁ ଏହାକୁ ଅକ୍ଟୋବର ୨୨ରେ ରଲିଜ କରିଦିଆଯାଇଛି ।

ମିର୍ଜାପୁର ୨ର ନିର୍ଦ୍ଦେଶନା ଦେଇଛନ୍ତି ମିହିର ଦୋସାଇ ଏବଂ ଗୁରମିତ ସିଂହ । ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ , ଅଲି ଫେଜଲ, ଦିବ୍ୟେନ୍ଦୁ ଶର୍ମାଙ୍କ ବ୍ୟତୀତ ସ୍ୱେତା ତ୍ରିପାଠୀ, ରାଜେସ ତେଲଙ୍ଗ, ଶ୍ରେୟା, ରସିକା ଦୁଗ୍ଗଲ, ଲିଲୀପୁଟ, କୂଲଭୁଷଣ ଖରବନ୍ଦା ଭଳି କଳାକାର ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେହିପରି ଫରହାନ ଅଖତର ଏବଂ ରିତେସ ସିଧବାନୀ ଏହି ସିରିଜକୁ ପ୍ରଡ୍ୟୁସ କରିଛନ୍ତି ।

କପିଲ ଦେବଙ୍କୁ ହୃଦଘାତ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭେଟରାନ ଭାରତୀୟ କ୍ରିକେଟର କପିଲ ଦେବ ହୃଦଘାତରେ ପୀଡ଼ିତ ହୋଇଛନ୍ତି । ଏକ ରିପୋର୍ଟର ଦାବି ଅନୁସାରେ ଦିଲ୍ଲୀର ଏକ ହସ୍ପିଟାଲରେ କପିଲ ଦେବଙ୍କ ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ତିର ଥିବା କୁହାଯାଉଛି । ସେ ଏବେ ବିପଦମୁକ୍ତ ଅଛନ୍ତି ।

Legendary Cricketer Kapil Dev Hospitalised In Delhi After Heart Attack Says Reports

କପିଲ ଦେବଙ୍କ ହୃଦଘାତ୍ ଖବର ମିଳିବା ପରେ ସୋସିଆଲ୍ ମିଡିଆରେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଲୋକ ପ୍ରାର୍ଥନା କରୁଛନ୍ତି । ଭାରତୀୟ କ୍ରିକେଟ ଟିମ୍ କପିଲ ଦେବଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଜିତିଥିଲା । ତାଙ୍କୁ ସମସ୍ତେ ଅଲରାଉଣ୍ଡର ଭାବେ ଜାଣନ୍ତି ।

Legendary Cricketer Kapil Dev Hospitalised In Delhi After Heart Attack Says Reports
FILE

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଓ କ୍ରିକେଟ ଜଗତର ଭଲ ରାଉଣ୍ଡର କପିଲ ଦେବଙ୍କ ନେତୃତ୍ୱରେ ଭାରତ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ଅନ୍ତଃରାଷ୍ଟ୍ରୀୟ କ୍ୟାରିୟରରେ ୧୩୧ଟି ଟେଷ୍ଟ ଓ ୨୨୫ଟି ଦିନିକିଆ ଖେଳିଛନ୍ତି କପିଲ ଦେବ । ଟେଷ୍ଟରେ ସେ ୫ ହଜାର ୨୪୮ ରନ୍ ଓ ୪୩୪ଟି ୱିକେଟ୍ ନେଇଛନ୍ତି । ଯେତେବେଳେ କି ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରେ ସେ ୩ ହଜାର ୭୮୩ ରନ୍ କରିବା ସହ ୨୫୩ଟି ୱିକେଟ୍ ନେଇଛନ୍ତି । ସେ ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଫରିଦାବାଦରେ ୧୯୯୪ରେ ଖେଳିଥିଲେ ।

ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲଣ କଲା ଭିଜିଲାନ୍ସ…

ଭୁବନେଶ୍ୱର: ରାସ୍ତା ଓ ସେତୁ ନିର୍ମାଣ ୫ ନମ୍ୱର ବିଭାଗର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଗତକାଲି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ହୋଇଥିଲା।

ଚଢ଼ଉ ସମୟରେ ଯନ୍ତ୍ରୀ ଶାରଦା ଗୌଡ଼ଙ୍କ ମୋଟ ସମ୍ପତ୍ତିର ଶତକଡା ୧୩୨ ପ୍ରତିଶତ ସମ୍ପତ୍ତି ଆୟ ବହିର୍ଭୁତ ବୋଲି ଜାଣିପଡିଥିଲା। ଆଜି  ସକାଳେ ଯନ୍ତ୍ରୀ ଶାରଦାଙ୍କୁ ଗିରଫ କରି  ପ୍ରଥମେ ଡାକ୍ତରଖାନାରେ କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିହାର ନିର୍ବାଚନ, ‘ପୁଣି ୩୭୦ ଧାରା ଲାଗୁ କରିବାକୁ ଚାହୁଁଥିବା ଲୋକ କେଉଁ ମୁହଁରେ ଭୋଟ୍ ମାଗୁଛନ୍ତି’: ପ୍ରଧାନମନ୍ତ୍ରୀ

ବିହାର: ବିହାରରେ ଆଜି ହାଇ-ଭୋଲଟେଜ୍ ପ୍ରଚାରର ମାହୋଲ ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ଜାତୀୟ ଚେହେରା ରାହୁଲ ଗାନ୍ଧୀ ଓ ନରେନ୍ଦ୍ର ମୋଦି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ଆଜି ବିହାର ସାସାରାମରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶ ବିରୋଧୀ କାର୍ଯ୍ୟରେ ଜଡିତ ଥିବା ଗୋଷ୍ଠୀ ସହ କଂଗ୍ରେସର ସଂପୃକ୍ତି ସବୁବେଳେ ଦେଶର ପ୍ରଗତୀରେ ବାଧକ ସାଜିଛି । ସେହିଭଳି ସାରା ଦେଶ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ପାହ୍ୟା ହଟାଇବାର ଆସ୍ପର୍ଦ୍ଧା କେବେଠାରୁ ରଖିଥିଲା ତାହା ସମସ୍ତେ ଜାଣନ୍ତି । କୌଣସି ସରକାର ଏହି ଧାରା ଉଠାଇବାର ସତସାହାସ କରିନଥିଲେ । ମାତ୍ର ଏସବୁ ସମ୍ଭବ ହେଲା ବିଜେପି ସରକାରରେ । ଜମ୍ମୁକଶ୍ନୀରରୁ ୩୭୦ ଧାରା ହଟାଇ ଆମେ ଦେଶବାସୀଙ୍କର ବହୁ ପ୍ରତୀକ୍ଷିତ ଆକାଂକ୍ଷାକୁ ପୂରଣ କରିଛୁ ।

ସେହିଭଳି ମୋଦୀ କହିଛନ୍ତି ଯେ, ବିରୋଧୀ କହୁଛନ୍ତି, ଯଦି କ୍ଷମତାକୁ ଆସନ୍ତି ତେବେ ପୁଣି ଥରେ ଧାରା ୩୭୦ ଲାଗୁ କରିବେ । ତେବେ ଦେଶ ଏହି ଧାରା ଉଚ୍ଛେଦକୁ ସମର୍ଥନ ଦେଉଥିବା ବେଳେ ବିରୋଧୀଙ୍କ ବିପରିତମୁଖୀ ଆଭିମୁଖ୍ୟ କେତେ ଯଥାର୍ଥ, ତାହା ବିହାରବାସୀ କହିବେ । ଜମ୍ମୁ କଶ୍ମୀର ବିବାଦର ସମାଧାନ ହୋଇ ସାରିଛି ଏବେ ବିହାରରେ ମୁଦ୍ଦା- କେବଳ ବିକାଶର । ସମ୍ପୂର୍ଣ୍ଣ ବିହାରରେ ବିଦ୍ୟୁତ୍, ସଡ଼କ, ପାନୀୟ ଜଳ ଭଳି ମୌଳିକ ସୁବିଧା ଦୀର୍ଘ ଦିନ ଧରି ଅପହଞ୍ଚ ହୋଇ ରହିଥିଲା । ନୀତିଶ ସରକାର କ୍ଷମତାସୀନ ହେବା ପରେ ଏସବୁ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତୀ ହୋଇଛି । ଆଗାମୀ ସମୟରେ ବିହାର ନିଜର ସ୍ୱତନ୍ତ୍ର ପରିଚୟ ପ୍ରସ୍ତୁତ କରିବ । ଏଥିପାଇଁ ଏନଡିଏ ସରକାର ପାଇଁ ବିହାରବାସୀଙ୍କର ଅକୁଣ୍ଠ ସମର୍ଥନ ଓ ଆସ୍ଥା ରହିବା ଦରକାର ।

ସେହିଭଳି ନିଜ ଅଭିଭାଷଣରେ ମୋଦି କୃଷି ବିଲ୍ ପ୍ରସଙ୍ଗ ଉପରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଚାଷୀ ଓ ଚାଷର ବିକାଶ ପାଇଁ ଚିନ୍ତା କରୁଥିବା ସରକାରକୁ ବିରୋଧୀ ବିନା ତର୍କରେ ବିରୋଧ କରୁଛନ୍ତି । ଆମେ ଦଲାଲଗିରିର ଅନ୍ତ କରିବାକୁ ଚାହୁଁଛୁ ଓ ଚାଷୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ, ମାତ୍ର ବିରୋଧୀ ଚାଷୀଙ୍କ ସ୍ୱାର୍ଥରେ ନାହାନ୍ତି ।  ମଣ୍ଡି ଏବଂ ଏମଏସପିର ବାହାନା କରି ଏକ ଯୁଗାନ୍ତକାରୀ ଆଇନକୁ ବିରୋଧ କରୁଛନ୍ତି ।

ତେବେ କୃଷି ଆଇନ ଆଣିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚାଷୀକୁ ତା ହକ୍ ଦେବା ଓ ମଧ୍ୟସ୍ଥିଙ୍କୁ ସମାପ୍ତ କରିବା । ସେହିଭଳି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବା ବେଳେ ହେଉ କିମ୍ୱା ରାଫେଲକୁ ଭାରତ ଆଣିବା ବେଳେ ହେଉ, ବିରୋଧୀ କେବଳ ବିରୋଧ କରୁଛନ୍ତି । ଏକ ଗଠନମୂଳକ ସମାଲୋଚନାଠାରୁ ଦୂରରେ ରହି ଜନସାଧାରଣଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ରହିଛନ୍ତି । ତେବେ ନିଜ ଅଭିଭାଷଣରେ ମୋଦି ଏକ ସଶକ୍ତ ଓ ନୂଆ ବିହାରର କଥା କହିଥିବା ବେଳେ ଏନଡିଏ ସପକ୍ଷରେ ଜନାଦେଶର ପ୍ରାର୍ଥନା କରିଛନ୍ତି ଓ ଭାରତ ବିରୋଧୀ ସ୍ୱରକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଛନ୍ତି ।

ଭାରତ ଓ ଆମେରିକାକୁ ଜିନପିଙ୍ଗଙ୍କ ଧମକ, ଚୀନର ସ୍ୱାର୍ଥକୁ ଛଡ଼ାଇନେଲେ ଚୁପ୍ ବସିବୁ ନାହିଁ

ନୂଆଦିଲ୍ଲୀ: ଭାରତ ଓ ତାଇୱାନକୁ ନେଇ ଆମେରିକା ସହିତ ଚୀନର ଉତ୍ତେଜନା ଲାଗି ରହିଛି । ଏସବୁ ଭିତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଧମକ ଦେଇଛନ୍ତି । ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଓ ବିକାଶରେ ବାଧା ଦେବାକୁ ଚେଷ୍ଟା କଲେ ଚୀନ ଚୁପ୍ ବସିବ ନାହିଁ । ଯଦି ଏହାକୁ ନେଇ ଗମ୍ଭୀର ସ୍ଥିତି ଉପୁଜେ ତ ଏହାର ମୁହଁତୋଡ଼ ଜବାବ ଦେବେ ଚୀନ ଜନତା ।

China President XI Jinping Threatened India US Never Sit Idly While China Sovereignty Undermined

ସି ଜିନପିଙ୍ଗ କହିଛନ୍ତି- ‘ଚୀନ ଆଧିପତ୍ୟ ଜାହିର୍ କରିବ ନାହିଁ କି ବିସ୍ତାରବାଦକୁ ମଧ୍ୟ କରିବ ନାହିଁ । କିନ୍ତୁ ଚୀନର ସାର୍ବଭୌମତ୍ୱ, ସୁରକ୍ଷା ଓ ବିକାଶ ସ୍ୱାର୍ଥକୁ ଅଣଦେଖା କଲେ ଆମେ ଚୁପ୍ ବସିବୁ ନାହିଁ । ଆମେ କାହାରିକୁ ଅନୁମତି ଦେଇନାହୁଁ କେହିବି ଆମ ଅଞ୍ଚଳରେ ଅନୁପ୍ରବେଶ କରି ତାକୁ କବଜା କରିବାକୁ ଚେଷ୍ଟା କରିବ ।’ ଯଦିଓ ଜିନପିଙ୍ଗ ତାଙ୍କ ଭାଷଣରେ କୌଣସି ଦେଶର ନାଁ ନେଇନାହାଁନ୍ତି ତଥାପି ସେ ଭାରତ ଓ ଆମେରିକାକୁ ନେଇ ଏମିତି କହିଛନ୍ତି । ଜିନପିଙ୍ଗଙ୍କ ଏଭଳି ଧମକଭରା ବୟାନ ଏମିତି ସମୟରେ ଆସିଛି ଯେତେବେଳେ କି ଭାରତ ଓ ଆମେରିକା ସହ ଚୀନର ସମ୍ପର୍କ ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି ।

ଆମେରିକାର ସାହାଯ୍ୟକୁ ନେଇ ଚୀନ ବିଚଳିତ

ଚୀନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଆମେରିକା ଲଗାତାର ଭାବେ ତାଇୱାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଉଛି । ଆମେରିକା ଗୁରୁବାର ପ୍ରଥମ ଥର ପାଇଁ ତାଇୱାନକୁ ଚୀନ ପର୍ଯ୍ୟନ୍ତ ଆକ୍ରମଣ କରାଯାଇ ପାରୁଥିବା ଅସ୍ତ୍ରଶସ୍ତ୍ର ବିକ୍ରିକୁ ଅନୁମୋଦନ ଦେଇଛି । ଆମେରିକାର ଏହି ସାହାଯ୍ୟକୁ ନେଇ ବିଚଳିତ ହୋଇପଡ଼ିଛି ଚୀନ । ତାଇୱାନରେ ଆମେରିକା କୌଣସି ପ୍ରକାରର ହସ୍ତକ୍ଷେପ କରିବା ଚୀନ ଚାହୁଁନାହିଁ ।

ଭାରତକୁ ନେଇ ବି ବିଚଳିତ ଚୀନ

ଗୋଟିଏ ପଟେ ଚୀନ ପାଇଁ ତାଇୱାନ୍ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଥିବା ବେଳେ ଭାରତ ସହ ସୀମା ବିବାଦକୁ ନେଇ ଚୀନ ବିବ୍ରତ ଅଛି । ବିଗ ୪ ମାସ ହେଲା ଲଦାଖରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ଅଛନ୍ତି । ଡ୍ରାଗନକୁ ଚାରିଆଡ଼ୁ ଘେରିବାକୁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି । ନଭେମ୍ବର ହେବାକୁ ଥିବା ମାଲୱାର ଯୁଦ୍ଧାଭ୍ୟାସରେ ୧୩ ବର୍ଷ ପରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନା ଏକାଠି ହୋଇ ଚୀନକୁ କଡ଼ା ସନ୍ଦେଶ ଦେଇ ଶକ୍ତି ପ୍ରଦର୍ଶନ କରିବେ ।