spot_img
Home Blog Page 6528

ବାରହା ଫାସରେ ପଡ଼ି ଚାଲିଗଲା ପୁଣି ଏକ ନିରୀହ ଜୀବନ

ସୁନ୍ଦରଗଡ଼: ବାରହା ଫାସରେ ପଡ଼ି ଚାଲିଗଲା ପୁଣି ଏକ ନିରୀହ ଜୀବନ । ବାରହା ଧରିବା ପାଇଁ ବିଛା ଯାଇଥିବା କରେଣ୍ଟ ଜାଲରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ରସରାଜପୁର ଜଙ୍ଗଲରେ । ଖବର ପାଇ ସ୍ଥାନୀୟ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ନାଁ ପ୍ରଫୁଲ୍ଲ ଗଧି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ରାତିରେ ବାରହା ଧରିଵାକୁ ଵିଦ୍ୟୁତ ତାର ବିଛା ଯାଇଥିଲା । ଆଜି ଭୋର ସମୟରେ ବଡ଼ଵାହାଲ ଗାଁର ପ୍ରଫୁଲ୍ଲ ଗିଧ ଶୌଚ ପାଇଁ ଯାଇଥିବା ବେଳେ ସେଥିରେ ଛନ୍ଦି ହୋଇ ଯାଇଥିଲେ । ଆଜି ସକାଳୁ ଗାଁ ଲୋକେ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟଵଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଜାଲ କିଏ ବିଛାଇଥିଲା ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ଜଙ୍ଗଲରୁ ବାରହା ଆସି ଫସଲ ନଷ୍ଟ କରୁଥିବାରୁ ସେମାନଙ୍କ ପାଇଁ ଚାଷୀମାନେ କରେଣ୍ଟ ଜାଲ ବିଛାଇଥାନ୍ତି ।

ବିନା ଭକ୍ତରେ ଆରଡ଼ିଧାମରେ ମା’ଙ୍କ ବିଶ୍ରାମ ପୂଜା

0

ଆରଡ଼ି: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳି ଆରଡ଼ିଧାମ ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଚାଲିଥିବା ସାରଦୀୟ ପୂଜାର, ଆଜି ମାଙ୍କ ପୂଜା ମଣ୍ଡପରେ ବିଶ୍ରାମ ପୂଜା ଅନୁଷ୍ଠିତ ହୋଇଛି । ଭୋର ୫ଟାରେ ପାହାଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ, ହଳଦୀ ପଞ୍ଚାମୃତ ସ୍ନାନ ଆଦି ସରିବା ପରେ ମାଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଛି ।

ପରେ ଘଟସ୍ଥାପନ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଆଦି ସରିବା ପରେ ପୂଜା ମଣ୍ଡପରେ ବ୍ରାହ୍ମଣମାନଙ୍କ ଦ୍ୱାରା କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଗୁପ୍ତ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ତାହାସହିତ ଚଣ୍ଡିପାଠ ପଞ୍ଚ ଉପଚାର ପୂଜା କରାଯାଉଛି । ସେହିପରି ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବା ସହ ରାତିରେ ମା’ଙ୍କର ବିଶ୍ରାମ ପୂଜା ସହିତ ସନ୍ଧିପୂଜା ଅନୁଷ୍ଠିତ ହୋଇଛି । ଏହା ପରେ ହୋମ, ଆଳତୀ କରାଯିବ ।

ଚଳିତବର୍ଷ ମହାମାରୀ କରୋନା ପାଇଁ କଟକଣା ବଳବତ୍ତର ଥିବାରୁ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସମ୍ପୁର୍ଣ୍ଣ ବନ୍ଦ ରହିଛି । ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ୍‌ କଟକଣା ପାଇଁ ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳିବା ସହ ପ୍ରଣାମ କରି ଫେରିଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

NCB ହାତରେ ବଲିଉଡ୍ ସହ ଜଡ଼ିତ ଡ୍ରଗ୍ ସପ୍ଲାୟର ଗ୍ୟାଙ୍ଗ, ଧରାପଡ଼ିଲେ ଟିଭି ଅଭିନେତ୍ରୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ରହସ୍ୟ ଖୋଲୁ ଖୋଲୁ ବଲିଉଡ୍ ଡ୍ରଗ୍ସ କେସ୍ ଖୋଲିଥିଲା । ଯାହାର ତଦନ୍ତ ଜାରି ରଖିଛି ଏନସିବି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଟିମ୍ ବଲିଉଡ୍ ଅଭିନେତାଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ଗ୍ୟାଙ୍ଗ୍ସକୁ ଧରିବା ପାଇଁ ଲାଗିଛି । ଏନିସିବି ମୁମ୍ବାଇରେ ଏକ ଡ୍ରଗ୍ସ ସପ୍ଲାୟର ଗ୍ୟାଙ୍ଗକୁ ଧରିଛି ।

NCB Busted Another Module Of Drug Supply In Mumbai TV Actress Intercepted Red Handed Buying Drugs

ଖବର ଅନୁସାରେ ଏନସିବି ଅଧିକାରୀ ମୁମ୍ବାଇ ବର୍ସାବାର ୨ଟି ସ୍ଥାନକୁ ସାଧା ପୋଷାକରେ ଯାଇଥିଲେ । ସାଧା ପୋଷାକରେ ଯିବାର ଉଦ୍ଦେଶ୍ୟ ଥିଲା ଡ୍ରଗ୍ସ ସପ୍ଲାୟରଙ୍କୁ କୌଣସି ସୂଚନା ନମଳିବା, ଅପରେସନ୍ ସଫଳ ହେବା । ଏନସିବିର ଏହି ଯୋଜନାକୁ ସଫଳତା ମିଳିଛି । ଏନସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି । ଏବେ ବି ତଦନ୍ତ ଚାଲିଛି ।

ଡ୍ରଗ୍ସ ସହ ଧରାପଡ଼ିଲେ ଅଭିନେତ୍ରୀ

କୁହାଯାଉଛି- ଏହି ଅପରେସନ୍ ବେଳେ ଜଣେ ଟିଭି ଅଭିନେତ୍ରୀଙ୍କୁ ଏନସିବି ଡ୍ରଗ୍ସ ସହ ଧରିଛି । ଅଭିନେତ୍ରୀ ଜଣଙ୍କ ଜଣେ ଡ୍ରଗ ପେଡଲରଙ୍କ ଠାରୁ ଡ୍ରଗ୍ସ କିଣୁଥିଲେ । ଆଜି ଟିଭି ଅଭିନେତ୍ରୀ ଜଣଙ୍କୁ କୋର୍ଟରେ ହାଜର କରାଯିବ । ଏହା ଏକ ନୂଆ ମାମଲା ହୋଇଥିବାରୁ ଏନସିବି ଆଉ ଏକ କେସ୍ ରୁଜୁ କରିବ ।

NCB Busted Another Module Of Drug Supply In Mumbai TV Actress Intercepted Red Handed Buying Drugs

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଥିଲା । ସୁଶାନ୍ତଙ୍କ ପରିବାର ଅନୁଯାୟୀ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ଯେତେବେଳେ କି ସୁଶାନ୍ତଙ୍କ ଆପାର୍ଟମେଣ୍ଟରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା ।

ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପୂର୍ବ ମାସ ତୁଳନାରେ ଏବେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଯାହାକି ରାଜ୍ୟ ପାଇଁ ଏକ ଭଲ ଖବର । ୧୬୩୩ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୯୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୭୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସୁଦ୍ଧା ମୋଟ୍ ୨,୬୨,୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୮୮୬ ରହିଛି ।

୧୬୩୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୬, ବରଗଡରୁ ୫୩, ଭଦ୍ରକରୁ ୨୧, ବାଲାଙ୍ଗିରରୁ ୮୦, ବୌଦ୍ଧରୁ ୩୫, କଟକରୁ ୧୩୨, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୩୯, ଗଜପତିରୁ ୧୩, ଗଞ୍ଜାମରୁ ୩୩, ଜଗତ୍‌ସିଂହପୁରରୁ ୭୯, ଯାଜପୁରରୁ ୪୩, ଝାରସୁଗୁଡାରୁ ୫୪, କାଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୪, କେନ୍ଦ୍ରାପଡାରୁ ୧୦୫, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୧୫୮, କୋରାପୁଟରୁ ୩୫, ମାଲକାନଗିରିରୁ ୫୩, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୪୧, ନୟାଗଡ଼ରୁ ୨୩, ନୁଆପଡାରୁ ୮୯, ପୁରୀରୁ ୫୮, ରାୟଗଡାରୁ ୧୧, ସମ୍ବଲପୁରରୁ ୩୨, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୦୬ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ପୁଣି ୧୬ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅସ୍ତ୍ର ପୂଜା ପରେ ପଡ଼ୋଶୀଙ୍କୁ ରାଜନାଥଙ୍କ ବାର୍ତ୍ତା, ଦେଶର ଇଞ୍ଚେ ଇଞ୍ଚେ ଜମି ରକ୍ଷା କରିବ ସେନା

ଦାର୍ଜିଲିଂ: ବିଜୟା ଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗର ଦାର୍ଜିଲିଂ ସୁକନା ଯୁଦ୍ଧ ସ୍ମାରକରେ ଅସ୍ତ୍ର ପୂଜା କରିଛନ୍ତି । ସେ କହିଛନ୍ତି- ଭାରତ ଏଲଏସିରେ ଚୀନ ସହିତ ଶାନ୍ତି ଚାହେଁ, ଲାଗି ରହିଥିବା ଉତ୍ତେଜନା ହ୍ରାସ ଚାହେଁ । ମୋର ପୂରା ବିଶ୍ୱାସ ଅଛି ଆମ ସେନା କୌଣସି ବି ଦେଶକୁ ଗୋଟିଏ ଇଞ୍ଚ୍ ଜମି ବି କବଜା କରିବାକୁ ଦେବେ ନାହିଁ ।

Defence Minister Rajnath Singh Shastra Puja Darjeeling Dussehara Sukna War Memorial

ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦାର୍ଜିଲିଂ ଓ ସିକ୍କିମ୍ ଗସ୍ତରେ ଯାଇଛନ୍ତି । ଦାର୍ଜିଲିଂର ସୁକମା ଯୁଦ୍ଧ ମେମୋରିଆଲରେ ସେ ଅସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ସ୍ଥଳ ସେନା ଅଧ୍ୟକ୍ଷ ଏମଏନ୍ ନରୱଣେ ଉପସ୍ଥିତ ଥିଲେ । ବିଜୟା ଦଶମୀ ଦିନ ଅସ୍ତ୍ର ପୂଜା ପରମ୍ପରା ରହିଛି ।

Defence Minister Rajnath Singh Shastra Puja Darjeeling Dussehara Sukna War Memorial

ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅସ୍ତ୍ର ପୂଜା ପରେ ରାଜନାଥ ସିଂହ କହିଛନ୍ତି- ଏବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଭାରତ ଉତ୍ତେଜନା ହ୍ରାସ ଚାହେଁ, ଶାନ୍ତି ଫେରିଆସୁ ଚାହେଁ । କିନ୍ତୁ, କେବେ କେବେ ଏମିତି କିଛି ସ୍ଥିତି ଉପୁଜେ । ମୁଁ ପୂରା ଆଶ୍ୱସ୍ତ ଅଛି, ମୋତେ ପୂରା ଭରସା ଅଛି ଆମ ଯବାନ କୌଣସି ବି ସ୍ଥିତିରେ ଭାରତ ଏକ ଇଞ୍ଚ ଜମି ଅନ୍ୟ କାହାକୁ ଦେବି ନାହିଁ ।

ଉଦ୍ଧାର ହେଲେ ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା

ରାଉରକେଲା: ଉଦ୍ଧାର ହେଲେ ବୀରମିତ୍ରପୁର ଗଣଦୁଷ୍କର୍ମ ପୀଡ଼ିତା ନାବାଳିକା । ବୀରମିତ୍ରପୂର ଥାନା ଝୁରମୁର ଗାଁ ନିକଟରୁ ନାବାଳିକାଙ୍କୁ ଗତ ରାତିରେ ଉଦ୍ଧାର କରାଯାଇଛି । ତାଙ୍କୁ ଉଦ୍ଧାର କରାଯାଇ ପୁଣି ଏସଓଏସ ଶିଶୁ ଭିଲେଜ୍‌ରେ ରଖାଯାଇଛି । ଶନିବାର ଦିନ ଉକ୍ତ ନାବାଳିକା ଫେରାର ଥିବା କଥା ସାମ୍ନାକୁ ଆସିଥିଲା ।

ପୀଡ଼ିତା ନାବାଳିକା ଏସଓଏସ ଭିଲେଜରୁ ଫେରାର ହୋଇଥିବା ଜଣାପଡ଼ିଥିଲା । ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ପୀଡିତାଙ୍କୁ ଏସଓଏସ ଭିଲେଜରେ ରଖାଯାଇଥିଲା । ତେବେ ଶନିବାର ତାଙ୍କର ଦେଖା ମିଳିନଥିଲା । ପୋଲିସ ସୂଚନା ପାଇ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିବା ପରେ ନାବାଳିକାଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।

Minor-Girl Gangrape Case, Crime Branch Submitted Report In HC

ଉଲ୍ଲେଖଯୋଗ୍ୟ ଯେ, ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ତତ୍ପରତା ଦେଖାଇଥିଲା । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ମିଳିଥିବା ବେଳେ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପରେ ତାଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।

ଦଶହରାରେ ନିଶ୍ଚୟ କରନ୍ତୁ ଏହି ୧୦ଟି କାମ, ଧନ-ବ୍ୟବସାୟ ସମସ୍ୟା ହେବ ଦୂର

ବିଜୟା ଦଶମୀ ଦିନ ଭଗବାନ ରାମ, ରାବଣ ଉପରେ ବିଜୟ ଲାଭ କରିଥିଲେ । ଏହିଦିନ ନବରାତ୍ରି ଶେଷ ହୁଏ । ଏବଂ ଦେବୀଙ୍କ ପ୍ରତିମାକୁ ବିସର୍ଜନ କରାଯାଏ । ଦଶହରାରେ ଅସ୍ତ୍ରଶସ୍ତ୍ରର ପୂଜା କରାଯାଏ ଓ ବିଜୟ ପର୍ବ ପାଳନ ହୁଏ । ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ ଦଶହରା ଦିନ ସମସ୍ତଙ୍କୁ ଏହି ୧୦ଟି କାମ କରିବା ଉଚିତ୍ ।

୧) ବ୍ୟବସାୟରେ ଫସିଛି ଅର୍ଥ- ବାଣିଜ୍ୟରେ ଫସିଥିବା ଅର୍ଥ ପାଇବା ପାଇଁ ବିଜୟା ଦଶମୀ ଦିନ ଲକ୍ଷ୍ମୀ ନାରାୟାଣ ଭଗବାନଙ୍କ ମନ୍ଦିରକୁ ଖାଲି ପାଦରେ ଘରୁ ଯାଆନ୍ତୁ । ୧୧ଟି ନାଲି ଗୋଲାପ ଫୁଲ, ଚନ୍ଦନ ଓ ପଦ୍ମ ପତ୍ର ମାଳକୁ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଅର୍ପଣ କରନ୍ତୁ । ଏବଂ ବ୍ୟବସାୟରେ ଫସିଥିବା ଧନ ପ୍ରାପ୍ତି କରିବାକୁ ପ୍ରାର୍ଥନା କରନ୍ତୁ ।

୨) ଚାକିରିରେ ଉନ୍ନତି- ଚାକିରିରେ ଉନ୍ନତି ପାଇଁ ବିଜୟା ଦଶମୀ ଦିନ ଧଳା ସୂତାକୁ କେଶର ରଙ୍ଗରେ ଓମ୍ ନମୋ ନାରାୟଣ ମନ୍ତ୍ରକୁ ୧୦୮ଥର ଉଚ୍ଚାରଣ କରି ପାଖରେ ରଖନ୍ତୁ ।

୩) ବନ୍ଧୁଙ୍କୁ ଦେଇଥିବା ଟଙ୍କା ଫେରି ପାଇବେ- ଆପଣ ଧାର ଦେଇଥିବା ଟଙ୍କା ପାଇବା ପାଇଁ ବିଜୟା ଦଶମୀ ଦିନ ଲକ୍ଷ୍ମୀ ନାରାୟଣ ଭଗବାନଙ୍କୁ ୨ଟି ପଦ୍ମ ଫୁଲ ଓ ୨ଟି ଗୋଟା ହଳଦୀ ଅର୍ପଣ କରନ୍ତୁ ।

୪) ସନ୍ତାନଙ୍କ ଉନ୍ନତି- ବିଜୟା ଦଶମୀ ଦିନ ସନ୍ତାନଙ୍କ ଉନ୍ନତି ପାଇଁ ୧୧ଟି ଦୁବ ଓ ୫ଟି ନାଲି ଗୋଲାଫ ଫୁଲ ଙ୍ଗ ମନ୍ତ୍ର ଜପ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ ।

୫) ସନ୍ତାନ ପ୍ରାପ୍ତି- ବିଜୟା ଦଶମୀ ଦିନ ସନ୍ତାନ ପ୍ରାପ୍ତି ଲାଗି ହେଉଥିବା ଅସୁବିଧା ଦୂର ପାଇଁ ହଳଦିଆ ଆସନରେ ବସି ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ଓ ଛୁଆଙ୍କୁ ମିଠେଇ ଖାଇବାକୁ ଦିଅନ୍ତୁ ।

୬) ପିଲାଙ୍କ ଭୁଲ୍ ସୁଧାରିବେ କେମିତି- ବିଜୟା ଦଶମୀ ଦିନ ଦ୍ୱି ପ୍ରହରରେ ବିଷ୍ଣୁ ସ୍ତୁତି ୩ ଥର ପାଠ କରନ୍ତୁ । ଏବଂ ଭଗବାନ ବିଷ୍ଣୁଙ୍କୁ କେଶର ତିଳକ ଲଗାନ୍ତୁ । ଏହି ତିଳକକୁ ପ୍ରସାଦ ଭାବେ ପିଲାଙ୍କ ମଥାରେ ଲଗାନ୍ତୁ ।

୭) ଜମିଜମା ସମସ୍ୟା- ବିଜୟା ଦଶମୀ ଦିନ ଜମିଜମା ସମସ୍ୟାର ସମାଧାନ ପାଇଁ ମଙ୍ଗଳଙ୍କ ନାମକୁ ନାଲି ଆସନରେ ବସି ୨୧ଥର ସୁମରଣ ଦକ୍ଷିଣ ଦିଗକୁ ଚାହିଁ କରନ୍ତୁ ।

୮) ଆକସ୍ମିକ ସଂକଟ- ବିଜୟା ଦଶମୀରେ ଅଚାନକ ଆସୁଥିବା ସଂକଟରୁ ମୁକ୍ତି ଲାଗି ପୂର୍ବ ଦିଗକୁ ମୁହଁକରି ହଳଦିଆ ଆସନରେ ବସନ୍ତୁ ଏବଂ ରାମରକ୍ଷା ସ୍ତୁତି ୩ ଥର ପାଠ କରନ୍ତୁ । ସ୍ତୁତି ପାଠ ପୂର୍ବରୁ ପ୍ରଥମ ତମ୍ବାର ଲୋଟାରେ ଜଳ ପୂର୍ଣ୍ଣକରି ରଖିନ୍ତୁ । ସ୍ତୁତି ପାଠ ସାରି ଏହି ଜଳକୁ ଘର ଚାରିପଟେ ଛିଞ୍ଚନ୍ତୁ ।

୯) ନକରାତ୍ମକ କୁପ୍ରଭାବ- ବିଜୟା ଦଶମୀରେ ନିଜ କିମ୍ବା ପରିବାର ଉପରେ ପଡ଼ୁଥିବା ଖରାପ ପ୍ରଭାବକୁ ଏଡ଼ାଇବା ପାଇଁ ଦକ୍ଷିଣ ଦିଗକୁ ମୁହଁ କରି ହନୁମାନଙ୍କ ସାମନାରେ ରାଶି ତେଲର ଦୀପ ଜାଳନ୍ତୁ ଓ ସୁନ୍ଦରକାଣ୍ଡ ମନ୍ତ୍ର ଉଚ୍ଚ ସ୍ୱରରେ ପାଠ କରନ୍ତୁ ।

୧୦) ସମ୍ମାନ ପ୍ରାପ୍ତି- ବିଜୟା ଦଶମୀ ସକାଳେ ତମ୍ବା ଲୋଟାରେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ପୂର୍ବ ଦିଗକୁ ମୁହଁ କରି ଆଦିତ୍ୟ ହୃଦୟ ସ୍ତୁତି ୩ଥର ପାଠ କରନ୍ତୁ ।

ବର୍ଷା-ବନ୍ୟା ଯୋଗୁଁ ରାଜ୍ୟରେ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି

ଚଳିତବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି । ବନ୍ୟାରେ ଭିତ୍ତିଭୂମୀ, ଘର, ଚାଷ ଏବଂ ରିଲିଫ ଖର୍ଚ୍ଚ ବାବଦକୁ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏସ୍‌ଡିଆରଏଫ୍‌ ଓ ଏନ୍‌ଡିଆରଏଫ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ଚୂଡ଼ାନ୍ତ ରିପୋର୍ଟରେ ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ବର୍ଷା ଓ ବନ୍ୟା ଯୋଗୁଁ ମୋଟ ୧୬୪୨.୨୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ସେଥିରେ ଭିତ୍ତିଭୂମି କ୍ଷୟକ୍ଷତି ବାବଦରେ ୮୫୮.୧୨କୋଟି, ଘର ନଷ୍ଟ ଯୋଗୁଁ ୧୦୮.୯୨କୋଟି, ଫସଲ ନଷ୍ଟ ଯୋଗୁ ୫୪୨.୩୦କୋଟି ଏବଂ ରିଲିଫ ବାବଦରେ ୧୩୨.୯୨କୋଟି ଟଙ୍କା ସାମିଲ ରହିଛି । ବିଭାଗଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁସାରେ ଯେଉଁ ୮୫୮.୧୨ କୋଟି ଟଙ୍କାର ଭିତ୍ତିଭୂମି କ୍ଷୟକ୍ଷତି ହୋଇଛି । ସେଥିରେ ଜଳସମ୍ପଦ ବିଭାଗର ୩୨୮.୬୦କୋଟି, ପୂର୍ତ୍ତ ବିଭାଗର ୧୨୪.୩୭କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୦୧.୧୫କୋଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୩୪.୮୪କୋଟି, ପଞ୍ଚାୟତିରାଜ ବିଭାଗର ୧୪୧.୬୮କୋଟି ଟଙ୍କା, ଶକ୍ତି ବିଭାଗର ୧୬.୨୨କୋଟି, ବୟନ ଓ ହସ୍ତତନ୍ତ ବିଭାଗର ୨.୩୨କୋଟି, ଜଙ୍ଗଲ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୧.୫କୋଟି ଓ କୃଷି ବିଭାଗର ୭.୪୦କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଛି ।

ତେବେ କମିଟିର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ବିଭାଗରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର ଲାଗି ଏସଡିଆରଏଫରୁ ୩୧୭.୫୮ କୋଟି ଟଙ୍କା ପ୍ରଦାନ କରାଯିବ । ସେହିଭଳି ବନ୍ୟା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜର କାର୍ଯ୍ୟକାରିତା ନେଇ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦେଇଥିବା ପ୍ରସ୍ତାବ ଆଧାରରେ ବନ୍ୟା ପ୍ରଭାବିତଙ୍କୁ ଚାଉଳ ବଣ୍ଟନ ବାବଦକୁ ୭୦ କୋଟି ଅନୁମୋଦନ କରାଯାଇଛି । ବନ୍ୟାରେ ପ୍ରଭାବିତ ଜିଲ୍ଲାରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେବେ ମୋଟ ଆକଳନ ପରେ ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଅନୁସାରେ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ୧୯୭ କୋଟି ୮୫ ଲକ୍ଷ ୩୯ ହଜାର ଟଙ୍କାର ଆବଶ୍ୟକତା ରହିଛି । ଏଥିଲାଗି ଏସଡିଆରଏଫ ଗାଇଡଲାଇନ ଅନୁସାରେ ୨୨ଟି ଜିଲ୍ଲାରେ ହୋଇଥିବା ଚାଷ ଜନିତ କ୍ଷୟକ୍ଷତି ସହାୟତା ଦେବାକୁ କମିଟି ଉପରୋକ୍ତ ଅର୍ଥ ରାଶିକୁ ଅନୁମୋଦନ ପ୍ରଦାନ କରିଛି ।

A Fresh Low Pressure Area Likely To Form Over Central Bay Of Bengal Around 19th October

ତେବେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ସେପ୍ଟେମ୍ବର ୧୬ ଓ ୧୭ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତ କରିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଆକଳନ ଅନୁସାରେ ମୋଟ ୧୭୮୪.୩୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ।

ଯନ୍ତ୍ର-ମନ୍ତ୍ର-ତନ୍ତ୍ରର ସହର ସୋନପୁରରେ ଚାଲିଛି ମା’ ଦୁର୍ଗାଙ୍କ ଆବାହନ

ସୋନପୁର/ରାଉରକେଲା: ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସହର ଭାବେ ପରିଚିତ ସୁବର୍ଣ୍ଣପୁରରେ କରୋନା କଟକଣା ଭିତରେ ଜଗତଜନନୀ ଦେବୀ ଦୁର୍ଗାଙ୍କୁ ଆବାହନ କରାଯାଇଛି । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦୁର୍ଗା । ଆଶ୍ୱିନ ଅମାବାସ୍ୟା ଠାରୁ ସମସ୍ତ ଅଷ୍ଟଚଣ୍ଡୀଙ୍କ ପୀଠମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସହର ଭିତରେ ଥିବା ବିଭିନ୍ନ ଦୁର୍ଗା ମଣ୍ଡପରେ ମାଁଙ୍କ ମୃଣୟୀ ମୁର୍ତ୍ତି ପୂଜା ପାଉଥିବା ବେଳେ କୋଭିଡ କଟକଣାରେ ଚାଲିଛି ପୂଜାର୍ଚ୍ଚାନ ।

ପ୍ରତିବର୍ଷ ପୂଜା ସହ ରାବଣ ପୋଡି ବେଶ ଜାକଜମକରେ ଅନୁଷ୍ଠିତ ହୁଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାବଣ ପୋଡି ଉତ୍ସବ ବନ୍ଦ ହୋଇଛି । କେବଳ ସେତିକି ନୁହେଁ ବେଳେ ବିନା ଭକ୍ତରେ ପେଣ୍ଡାଲରେ ପୂଜା ପାଉଛନ୍ତି ମା ଦୁର୍ଗା । ମୁହଁରେ ମାକ୍ସ ଲଗାଇ ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁମାନେ ମାଁଙ୍କୁ ଦର୍ଶନ କରୁଛନ୍ତି ।

ସେହିଭଳି ରାଉରକେଲା ସହରର ସମସ୍ତ ଦୁର୍ଗାପୂଜା ମଣ୍ଡପରେ ରିତୀନିତୀ ଅନୁସାରେ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି । ସମସ୍ତ ପୁଜା ମଣ୍ଡପରେ ଆଜି ମା ଦୁର୍ଗାଙ୍କ ନଵମୀ ପୁଜା ରିତୀନିତୀ ଅନୁସାରେ ଅନୁଷ୍ଠିତ ହେଉଛି । ରାଉରକେଲା ସହରର ବନ୍ଧମୁଣ୍ଡା ଇ ସେକ୍ଟର ଠାରେ ରେଲୱେ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ୧୯୬୬ ମସିହାରୁ ଦୁର୍ଗାପୂଜା ପାଳନ କରି ଆସୁଛନ୍ତି । ପ୍ରତିବର୍ଷ ବେଶ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଉଥିଲେ ମଧ୍ୟ ଚଳିତ ବର୍ଷ କୋଭିଡ କଟକଣା ମାନି ନିରାଡମ୍ବର ଭାବେ ଦୁର୍ଗାପୂଜା ପାଳନ କରାଯାଉଛି ।

ଢ଼େଙ୍କାନାଳର ଏହି ନିରୋଳା ଓ ମନ ମୁଗ୍ଧକର ସ୍ଥାନ, ସମୟ ବିତାଇବା ପାଇଁ ବର୍ଷ ତମାମ ଲାଗେ ପର୍ଯ୍ୟଟକଙ୍କ ଭିଡ଼

ଢ଼େଙ୍କାନାଳ: ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଟିକିଏ ଶାନ୍ତି ପାଇଁ ନିରୋଳା ସ୍ଥାନ ଖୋଜିଥାଏ । ଯଦି ନିରୋଳା ସ୍ଥାନ ମିଳିଯାଏ, ସେଠାରେ ସମସ୍ତ ଦୁଃଖ ଭୁଲି କିଛି ସମୟ ବିତାଇବାକୁ ଚାହିଁଥାଏ । ଆଉ ଯଦି ସେହି ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥାଏ, ତେବେ ପ୍ରକୃତି ପ୍ରେମୀଙ୍କୁ ମିଳିଯାଏ ନୈସର୍ଗିକ ସୁଖ । ଏମିତି ଏକ ସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲାର ସାପୁଆ ଡ୍ୟାମ୍ ।

ପ୍ରାକୃତିକ ସୌନ୍ଦର୍ଯ୍ୟର ସୁସମା । ମାଳ ମାଳ ପାହାଡ଼ ସାଙ୍ଗକୁ ବିସ୍ତିର୍ଣ୍ଣ ଶାଳ ଜଙ୍ଗଲ, ତା’ ସାଙ୍ଗକୁ ଡ୍ୟାମର ଅଥୟ ଜଳରାଶି । ଆଉ ଏହାର ଆକର୍ଷଣ ପ୍ରକୃତି ପ୍ରେମୀଙ୍କୁ ଟାଣି ଆଣୁଛି ନିଜ ପାଖକୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଅବସ୍ଥିତ ସାପୁଆ ଡ୍ୟାମ୍ । ସାପ ପରି ଦେଖାଯାଉଥିବା ଏହି ଡ୍ୟାମ ଜଳସେଚନ ପାଇଁ ଉଦ୍ଧିଷ୍ଟ ହୋଇଥିଲେ ବି, ଏବେ ଏହା ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର ପେଣ୍ଠସ୍ଥଳୀ । ଡ୍ୟାମରେ ଗାଧୋଇବା ସହ ବଣଭୋଜି କରି ଏହାର ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରୁ ପର୍ଯ୍ୟଟକ ।

୧୯୯୨ ମସିହାରେ ଜଳସେଚନ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ସାପୁଆ ଡ୍ୟାମ । ଦୁଇଟି ପାହାଡ଼କୁ ଯୋଡି଼ ଝରଣା ପାଣିକୁ କରାଯାଇଥିଲା ରିଜର୍ଭ । ହେଲେ ଏହାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥିଲେ । ଆଉ ଧିରେ ଧିରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲା ସାପୁଆ ଡ୍ୟାମ୍ । ତେବେ ବର୍ଷ ତମାମ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ରାତି ହେଲେ ଜଙ୍ଗଲୀ ଜନ୍ତୁଙ୍କ ରହୁଛି ଭୟ ।