ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ

ଖୋର୍ଦ୍ଧା: ପୁଣି ଖୋର୍ଦ୍ଧା ମେଡିକାଲ ପରିସରରେ ହାତୀପଲ ଖେଳାଇଛନ୍ତି ଆତଙ୍କ । ଗତକାଲି ଜରିପୁଟ ନିକଟ ଚନ୍ଦକା ଜଙ୍ଗଲରୁ ୧୮ ଟିକିଆ ହାତୀପଲ ଖୋର୍ଦ୍ଧା ମେଡିକାଲ କ୍ୟାମ୍ପସକୁ ପଶି ଆସିଥିଲେ । ଘଟଣାସ୍ଥଳରେ ବନ ବିଭାଗ ଜଗିରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରି ମୁଖ୍ୟ ରାସ୍ତା କଡରେ ରହି ଆତଙ୍କ ଖେଳାଇଥିବା ଜଣାପଡିଛି ।

ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଛନ୍ତି ହାତୀପଲ । ବେରୁଁହା ରାସ୍ତାରେ ଯାଉଥିବା ଲୋକମାନେ ଗଲାବେଳେ ହାତୀ ହାବୁଡ଼ରେ ପଡି ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଖବର ପାଇ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବା ପ୍ରୟାସ ଆରମ୍ଭ କରିଥିଲେ । ବାଣ ଫୁଟାଇ, ଉଜାଲ ଆଲୋକ ପକାଇ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଚାଲିଥିବା ବେଳେ । ହାତୀ ପଲ ଜରିପୁଟ, ପାନ ବରଜ, ବେରୁଁ  ହା, ସରଧାପୁର ଗାଁ ପାଖରେ ଉତ୍ପାତ କରୁଥିବା ବେଳେ ଧାନ ଫସଲ ସବୁ ଚକଟି ନଷ୍ଟ ଚଳାଇଛନ୍ତି ।

Leave a Reply