ଆରପାରିରେ କଂଗ୍ରେସ ନେତା ଅହମ୍ମଦ ପଟେଲ, ମାସେ ପୂର୍ବରୁ ହୋଇଥିଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆଉ ନାହାନ୍ତି କଂଗ୍ରେସର ଚାଣକ୍ୟ । ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ । ଭୋର ପ୍ରାୟ ୩ଟା ୩୦ରେ ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି । ଏସଂପର୍କରେ ତାଙ୍କ ପୁଅ ଫୈଜଲ ପଟେଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରାୟ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ଅହମ୍ମଦ ପଟେଲ୍ । ଏହାପରଠୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡିଥିଲା ।

ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୫ ଥର ରାଜ୍ୟସଭାରୁ ଓ ୩ଥର ଲୋକସଭାରୁ ନିର୍ବାଚିତ ହୋଇଥିଲେ । ୨୦୦୪ ଓ ୨୦୦୯ରେ କଂଗ୍ରେସର ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୨୦୧୮ ଅଗଷ୍ଟ ମାସରେ ତାଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

Leave a Reply