ଦେଶରେ ୯୪ ଲକ୍ଷ ଟପିଲା କରୋନା ସଂକ୍ରମଣ: ଦିନକରେ ୩୮ ହଜାରରୁ ଅଧିକ ଆକ୍ରାନ୍ତ, ୪୪୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୩୮ହଜାର ୭୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୪୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୨ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୮୮ଲକ୍ଷ ୪୭ହଜାର ୬୦୦ଜଣ । ଆକ୍ଟିଭ କେସ୍ ରହିଛି ୪ଲକ୍ଷ ୪୬ହଜାର ୯୫୨ । ଦେଶରେ ମୋଟ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୩୭ହଜାର ୧୩୯ରେ ପହଞ୍ଚିଛି ।

ମହାରାଷଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ଦିନକରେ ୫ହଜାର ୫୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫ହଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର୍ରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ଟପିଲାଣି । ସେହିପରି ଦିଲ୍ଲୀରେ ୪ହଜରା ୯୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ମୋଟ୍ ଆକ୍ରାନତଙ୍କ ସଂଖ୍ୟା ୫ଲକ୍ଷ ୬୬ହଜାର ପାର୍ । କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶରେ ୮ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବୈଶ୍ୱିକସ୍ତରରେ ପ୍ରତି ନିୟୁତ ଜନସଂଖ୍ୟାରେ ସର୍ବନିମ୍ନ ମୃତ୍ୟୁସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ।
ଗତକାଲି ହୋଇଥିବା ୮,୭୬, ୧୭୩ ନମୁନା ପରୀକ୍ଷାକୁ ମିଶାଇ ଦେଶରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ନିମନ୍ତେ ଏ ପର୍ଯ୍ୟନ୍ତ ୧୪, ୦୩, ୭୯, ୯୭୬ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ।

Leave a Reply