ପରମ୍ପରାରେ କରୋନା ବେଡ଼ି: ଏଥର ଫିକା ଫିକା କାର୍ତ୍ତିକ ପୂର୍ଣ୍ଣିମା… ଡଙ୍ଗା ଭସା ଉପରେ କଟକଣା

ଭୁବନେଶ୍ୱର: ଆଜି ହେଉଛି କାର୍ତ୍ତି  ପୂର୍ଣ୍ଣିମା  । ବାବା ଧବଳେଶ୍ୱର ଆଜି ଯୋଗୀ ବେଶରେ ସଜ୍ଜିତ ହୋଇଛନ୍ତି । କରୋନା କଟକଣା ପାଇଁ  ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଯେଉଁଠି ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମ ହେବାକଥା ଆଜି ବିନା ଭକ୍ତରେ ପୀଠ ଖାଁ  ଖାଁ ହୋଇପଡିଛି । ଆଜିର ଦିନରେ ବାବା ଧବଲେଶ୍ୱରଙ୍କ ପୀଠରେ ସ୍ୱତନ୍ତ୍ରତା ହେଉଛି, ଆଜି ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି କରାଯାଇଛି ବାବାଙ୍କର ପ୍ରିୟ ଭୋଗ ଗଜଭୋଗ ।

ସେହିପରି କଟକଣା ଭିତରେ ଫୁଲବାଣୀରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ  । ସହରର ବିଭିନ୍ନ ନଦୀ ଘାଟ, ପୋଖରୀରେ ବୋଇତ ବନ୍ଦାଣ କରିଛନ୍ତି ଅଞ୍ଚଳବାସୀ । କରୋନା କଟକଣା ପାଇଁ ପୂର୍ବବର୍ଷ ପରି ଗହଳିଚହଳି ନଥିଲା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଡଙ୍ଗା ଭସାଇଥିଲେ ଜନସାଧାରଣ । ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁମାନେ ମନ୍ଦିର ସାମ୍ନାରେ ଦୀପଜାଳି ଠାକୁରଙ୍କୁ ଆରାଧନା କରିଛନ୍ତି । କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛି ପ୍ରଶାସନ । ଲୋକଙ୍କୁ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ମୃତୟନ କରାଯାଇଛି  ।

ଯାଜପୁର ପବିତ୍ର ବୌତରଣୀ ନଦୀ ତଟ ଦଶାଶ୍ୱମେଧ ଘାଟ, ଜଗନ୍ନାଥ ମନ୍ଦିର ପରିସର  ଓ ମା ବିରଜା ମନ୍ଦିର ପରିସରରେ ମଧ୍ୟ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପବିତ୍ର ବୌତରଣୀ ନଦୀର ଦଶାଶ୍ୱାମେଧ ଘାଟରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇବାକୁ ଆସିଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ହେତୁ ଏକତ୍ରିତ ହୋଇ ଡଙ୍ଗା ଭସାକୁ ବାରଣ କରା ଯାଇଥିବା ବେଳେ ମନ୍ଦିରରେ ଦର୍ଶନ ମଧ୍ୟ ବନ୍ଦ କରାଯିବାକୁ ନିର୍ଦେଶ ରହିଛି । ଯାହାକି ଶ୍ରଦ୍ଧାଳୁ ମାନକୁ ନିରାଶ କରିଛି। ଅନ୍ୟ ପଟେ ଛୋଟ ଛୋଟ ଦେଵାଦେବୀ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ସାମଗମ ଦେଖିବାକୁ ମିଳିଛି ।

Leave a Reply