spot_img
Home Blog Page 6486

ବଢ଼ିଲା ପିଆଜ ଦର: ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଆଉ ଦେଶ ବାହାରକୁ ଯିବନି ପିଆଜ । ଦେଶରେ ବଢିଚାଲିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ଦେଶ ବାହାରକୁ ରପ୍ତାନୀ ହେବନାହିଁ ପିଆଜ । ବୈଦେଶିକ ବାଣିଜ୍ୟ ନୀତି 2015-20ରେ ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ବର୍ଷା ଯୋଗୁଁ ଏଥର ପିଆଜ ଚାଷରେ ବାଧାପ୍ତାପ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଉତ୍ପାଦନ ହ୍ରାସ ପାଇଛି । ଏଣୁ ଆଗାମୀ ଦିନରେ ଯେଭଳି ପିଆଜର ଅଭାବୀ ଦେଶରେ ଦେଖାନଯାଏ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Nashik News Onion Worths Rs One Lakh Stone From Farmer's Store

ସୂଚନା ଯୋଗ୍ୟ ଯେ, ମହାରାଷ୍ଟ୍ରର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର କିଲୋ ପ୍ରତି ୩୦ ଟଙ୍କା ଅତିକ୍ରମ ହୋଇଛି । ଏହା ପରେ ପିଆଜର ବିଦେଶ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ଗତ ମେ’ ମାସ ଠାରୁ ନାସିକ ଜିଲ୍ଲାର ଲାସାଲଗାଁ ହୋଲସେଲ୍ ମାର୍କେଟରେ ପିଆଜ ଦର ବଢ଼ିଆସିଛି । ଏଥିସହିତ ଅଗଷ୍ଟ ମାସର ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଟାଟକାରେ ପିଆଜ ଅମଳ ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ଏଭଳିକି ଗଚ୍ଛିତ ପିଆଜ ଉପରେ ମଧ୍ୟ ବଡ଼ ଧରଣର ପ୍ରଭାବ ପକାଇଥିବା କହିଛନ୍ତି ଜଣେ ବ୍ୟବସାୟୀ । ଯାହାର ପ୍ରଭାବ ସେପ୍ଟେମ୍ୱରେ ବଜାରରେ ଦେଖିବାକୁ ମିଳିବ । ବର୍ତ୍ତମାନ ସମୟରେ କେବଳ ମହାରାଷ୍ଟ୍ର ବଜାରେ ପିଆଜ ଗଚ୍ଛିତ ରହିଛି । ଏଣୁ ନଭେମ୍ୱର ମାସରେ ବଜାରକୁ ନୂଆ ପିଆଜ ଆସିବା ପର୍ଯ୍ୟନ୍ତ ଦର ବଢ଼ିପାରେ ।

ସେକ୍ସ ରାକେଟ୍ ଠାବ୍‌: ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା

ପୁରୀ: ହୋଟେଲରୁ ଅସଞ୍ଜତ  ଅବସ୍ଥାରେ ଜଣେ ନେତାଙ୍କୁ ଉଦ୍ଧାର କଲା ପୋଲିସ୍ । କେବଳ ସେତିକି ନୁହେଁ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବେ ପୁରୀରେ ଘୂରି ବୁଲୁଛି । ଏହି ନେତାଙ୍କ ଘର ଯାଜପୁର ରୋଡ୍‌ରେ ବୋଲି କୁହାଯାଉଛି । ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଫଟୋଗୁଡ଼ିକୁ ଦେଖିଲେ ସ୍ପଷ୍ଟ ଭାବେ ଜଣା ପଡୁଛି, ସେ ଏକ ରାଜନୈତିକ ଦଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ଘରୋଇ ହୋଟେଲରେ ଗତକାଲି ବିଳମ୍ବିତ ରାତିରେ ଦେହ କାରବାର ଚାଲୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ବିଶେଷ ସୂତ୍ରରୁ ସୂଚନା ଅନୁସାରେ, ତାଙ୍କୁ ବଳିଆପଣ୍ଡା ଥାନାରେ ଅଟକ ରଖାଯାଇଛି । ତେବେ ଆଶ୍ଚର୍ଯ୍ୟ କରିଛି ହୋଟେଲରେ ପ୍ରସ୍ତୁତ ହୋଇଥିବା ଏଏମ୍ଏମ୍ଏସ୍ । ଯାହା ଏବେ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି । ଆମେ ଏଠି କହି ରଖୁଛୁ ଯେ, ଥାନାରେ ଅଟକ ଥିବା ନେତାଙ୍କ ସଂପୂର୍ଣ୍ଣ ପରିଚୟ ଆମର ହସ୍ତଗତ ହୋଇଛି । ତେବେ ପୋଲିସ୍‌ର ବିଧିବଦ୍ଧ ଘୋଷଣା ପରେ ଆମେ ତାଙ୍କ ପରିଚୟ ଆପଣଙ୍କୁ ଅବଗତ କରାଇବୁ ।

https://www.facebook.com/NandighoshaTV/videos/1896152667190415/

Fact Check: କଣ ପୁଣି ଥରେ ଦେଶରେ ଲାଗୁ ହେବ ଲକଡାଉନ୍ ?

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦେଶରେ ପୁଣି ଥରେ ଲାଗୁ ହେବ ଲକଡାଉନ୍ । ସେପ୍ଟେମ୍ବର ୨୫ରୁ ଦେଶବ୍ୟାପୀ ପୁଣି ଲକଡାଉନ୍ ଲାଗୁ ନେଇ ସୁପାରିସ୍ କରାଯାଇଛି । ଏଭଳି ଏକ ସ୍କ୍ରିନ୍ ସଟ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ପିଆଇବି ପକ୍ଷରୁ ଏକ ପୋଷ୍ଟ କରାଯାଇ ଏହାକୁ ‘ଫେକ୍ ନ୍ୟୁଜ୍’ କୁହାଯାଇଛି ।

ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ସ୍କ୍ରିନସଟଟି NDMA ଆଦେଶ ବୋଲି ଲେଖାଯାଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ସ୍କ୍ରିନସଟରେ ଲେଖାଯାଇଥିଲା- କୋଭିଡ୍ ୧୯ ସଂକ୍ରମଣ ରୋକିବା ଓ ମୃତ୍ୟୁ ହାର କମାଇବା ପାଇଁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଯୋଜନା ଆୟୋଗ ସହିତ କେନ୍ଦ୍ର ସରକାର ଓ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସେପ୍ଟେମ୍ବର ୨୫ ମଧ୍ୟରାତ୍ରୀରୁ ଲକଡାଉନ୍ ଲାଗୁ ହେବ । ୪୬ ଦିନିଆ ଲକଡାଉନ୍ ଦେଶବ୍ୟାପୀ କଡ଼ାକଡ଼ି ପାଳନ କରାଯିବ । ଏହି ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୦ରେ ପ୍ରକାଶ ପାଇଥିବା ଭାଇରାଲ ସ୍କ୍ରିନସଟରେ ଉଲ୍ଲେଖ ରହିଛି ।

ପିଆଇବି ଏହି ଭାଇରାଲ ଖବରକୁ ମିଛ ବୋଲି କହିଛି । ପିଆଇବି ପକ୍ଷରୁ କୁହାଯାଇଛି- NDMA ଦ୍ୱାରା ଦାବି କରାଯାଉଥିବା ୨୫ ସେପ୍ଟେମ୍ବରରୁ ଦେଶବ୍ୟାପୀ ଲକଡାଉନ୍ ନିର୍ଦ୍ଦେଶ ମିଥ୍ୟା । ପିଆଇବି ଏହି ତଥ୍ୟର ଯାଞ୍ଚ କରିଛି । ଯାଞ୍ଚରୁ ଜଣାପଡ଼ିଛି ଏହି ନିର୍ଦ୍ଦେଶନାମା ନକଲି । NDMA ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଥିଲେ । ଯାହାପରେ ଦେଶର ଅର୍ଥ ବ୍ୟବସ୍ଥା ବହୁତ କ୍ଷତି ସହିଥିଲା । ଏଥିସହ କରୋନା ସଂକ୍ରମଣ ହାରରେ କୌଣସି କମି ଆସି ନଥିଲା ।

ସୁସ୍ଥ ହେଲେ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ, ବିଏମସିରୁ ୩୫୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁର ୧୭୭, ମୟୂରଭଞ୍ଜ ୧୭୫, ଭଦ୍ରକ ୧୬୭, ବାଲେଶ୍ୱର ୧୫୬, ଢେଙ୍କାନାଳ ୧୪୬, ପୁରୀ ୧୧୨, ଜଗତସିଂହପୁର ୧୦୨, ରାୟଗଡ଼ା ୯୫, ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଜଣ ଲେଖାଏଁ, ଅନୁଗୁଳ ୯୧, ନୟାଗଡ଼ ଓ ସୋନପୁରରୁ ୯୦ ଜଣ ଲେଖାଏଁ, ବଲାଙ୍ଗିର ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରି ୭୦ ଜଣ ଲେଖାଏଁ, ଝାରସୁଗୁଡ଼ା ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪, କେନ୍ଦୁଝର ୫୧, କନ୍ଧମାଳ ୪୫, ନୂଆପଡ଼ା ୪୦, କଳାହାଣ୍ଡି ୩୯, ଗଜପତି ୨୯, ବୌଦ୍ଧ ୨୭, ମାଲକାନଗିରି ୨୫ ଓ ଦେବଗଡ଼ରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୫ ହଜାର ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୩୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୩ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୩୮ଟି ମାମଲା ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୭୧ ଜଣ ଜଣ ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି । ବିଏମସି ଅଞ୍ଚଳରୁ ଏଯାବତ୍ ୧୬ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ହଜାର ୯୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୧୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

୨୦୧୭ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ଦୋକାନ ଘର ଓ ମଣ୍ଡପ ଲିଜ୍ ମାମଲା, ଆଶୀର୍ବାଦ ନିର୍ଦ୍ଦୋଷ

କଟକ: ୨୦୧୭ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ଘର ଓ ମଣ୍ଡପ ଲିଜ୍ ଅନିୟମିତତା ମାମଲାରେ ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ୍ । ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍ ଦେଇଛନ୍ତି । ୨୦୧୭ ମସିହା ଜୁନ୍ ମାସରେ ଅଲିମ୍ପିକ୍ ଆସୋସିଏସନର ୨୩ ଦୋକାନ ଘର ଓ ମଣ୍ଡପ ଲିଜ ଅନିୟମିତତା ନେଇ ସିବିଆଇ ଆଶୀର୍ବାଦ ଓ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲା ।

OOA land grabbing Case, Supreme Court Gives Clean Chit TO Ashirbad Behera

ଆକାଉଣ୍ଟସ୍ ଜେନେରାଲଙ୍କ ରିପୋର୍ଟ ଉପରେ ତଦନ୍ତ କରି ସିବିଆଇ, ସୁପ୍ରିମକୋର୍ଟକୁ ରିପୋର୍ଟ ଦେଇଥିଲା । ସିବିଆଇ ରିପୋର୍ଟକୁ ତର୍ଜମା କରି ଆଶୀର୍ବାଦଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ମାମଲାର ତଦନ୍ତ ସମୟରେ ସିବିଆଇ ଜବତ କାଗଜପତ୍ର ଅଲିମ୍ପିକ୍ ଆସୋସିଏସନକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

OOA land grabbing Case, Supreme Court Gives Clean Chit TO Ashirbad Behera

୨୦୧୭ ମସିହାରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ଘର ସମେତ ବାରବାଟୀ ଷ୍ଟାଡିୟମରେ ଥିବା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର କାର୍ଯ୍ୟାଳୟରେ ରେଡ୍ କରିଥିଲା । ମାମଲାରେ ସୁପ୍ରିମକୋର୍ଟ କୋର୍ଟ କ୍ଲିନଚିଟ୍ ଦେବା ପରେ ଆଶୀର୍ବାଦ ବେହେରା କହିଛନ୍ତି ମୋତେ ଶେଷରେ ନ୍ୟାୟ ମିଳିଛି । ସତ୍ୟ ଓ ନ୍ୟାୟପାଳିକା ଉପରେ ଦୃଢ ବିଶ୍ୱାସ ଥିଲା । ଏହା ସତ୍ୟର ଜୟ ।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍ । ମହିଳା କମିଶନ ଦୁଷ୍କର୍ମ ଘଟଣାରେ ଓଟିଭି ପକ୍ଷରୁ ପକ୍ଷ ରଖିବାକୁ ପରିଚାଳିନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ କରିଛନ୍ତି । ପୂର୍ବରୁ ଶିଶୁ ସୁରକ୍ଷା ଆୟୋଗ ଜଗୀଙ୍କୁ ୪୮ ଘଣ୍ଟା ଭିତରେ ପକ୍ଷ ରଖିବାକୁ ମହଲତ ଦେଇଥିଲେ ।

Women Comission Noticed OTV MD In Minor Girl Gang Rape Case

୧୩ ବର୍ଷର ନାବାଳିକାଙ୍କୁ ୧୫ ଦିନ ଧରି ଗଣଦୁଷ୍କର୍ମ । ହେଲେ କମିଶନରେଟ୍ ପୋଲିସ୍‌ର ଆକ୍ସନ ଜିରୋ । ମାଆଙ୍କ ଏତଲା, ପୀଡ଼ିତାଙ୍କ ବୟାନ ପରେ ବି ଏଯାଏଁ ଜଣଙ୍କୁ ଗିରଫ କରି ପାରିନି ପୋଲିସ୍ । କମିଶନରେଟ୍ ପୋଲିସ୍‌ର ନୀରବତାକୁ ନେଇ ଏବେ ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ସିଧାସିଧା କହିଚି, ଓଟିଭିର ଅଭିଯୁକ୍ତ କର୍ମଚାରୀଙ୍କୁ ତୁରନ୍ତ ଗିରଫ କର ।

Women Comission Noticed OTV MD In Minor Girl Gang Rape Case

ସେପଟେ ଏତଲାକୁ ୧୬ ଦିନ ବିତିଲାଣି । ହେଲେ ଏଯାଏଁ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ୍ କରି ପାରିନି ପୋଲିସ୍ । ଏପରିକି ଘଟଣାର ସମ୍ବେଦନଶୀଳତାକୁ ଅନୁଭବ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ୍ ପୋଲିସକୁ ଦେଇଥିଲା ଡେଡ୍‌ଡାଇନ୍ । ହେଲେ ନୋଟିସ୍‌ର ତିନିଦିନ ପରେ କରୋନା ସଂକ୍ରମଣର ଆଳ ଦେଖାଇଛି ପୋଲିସ୍ । ଅଭିଯୁକ୍ତ ଓ ତଦନ୍ତ ପାଇଁ ଗଠନ ହୋଇଥିବା ଟିମର ସଦସ୍ୟ କରୋନା ସଂକ୍ରମିତ ହୋଇଥିବାରୁ ତଦନ୍ତ ବିଳମ୍ବ ହେଉଥିବା ପୋଲିସ୍ ଜଣାଇଛି । ଏଥିପାଇଁ ୩ ସପ୍ତାହର ସମୟ ମାଗିଛି କମିଶନରେଟ୍ ପୋଲିସ୍ । ତେବେ ଅଧ୍ୟକ୍ଷା କହିଛନ୍ତି, ୨୧ଦିନ ନୁହେଁ ୧୪ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କର ।

Women Comission Noticed OTV MD In Minor Girl Gang Rape Case

ନାବାଳିକାଙ୍କ ବୟାନ ରେକର୍ଡ ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ମାମଲାରେ ଟ୍ୱିଷ୍ଟ ନାଁରେ କିଛି ଅଡିଓ ଟେପ୍‌କୁ ଚ୍ୟାନେଲରେ ବାରମ୍ବାର ପ୍ରସାରଣ କରାଯାଉଛି । ଯାହାକୁ ନେଇ ଉଠିଛି ପ୍ରଶ୍ନ । ମାମଲା ସମ୍ପର୍କିତ ଦସ୍ତାବିଜକୁ ପୋଲିସ୍ ପାଖରେ ଦାଖଲ ନକରି, ମାମଲାକୁ ଦିଗହରା କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ଆଜି ଓଟିଭିର ଇନ୍‌ପୁଟ ଏଡିଟରଙ୍କୁ ମହିଳା ଥାନାକୁ ଡାକି ଏନେଇ ପଚରାଉଚରା କରିଛି ପୋଲିସ । ସେପଟେ ନାବାଳିକା ମାମଲାରେ ହସ୍ତକ୍ଷେପ କରିଛି କଟକର ଲିଗାଲ ସେଲ ସଂଗଠନ ଆଶ୍ଵସ୍ତି ଫାଉଣ୍ଡେସନ । ଘଟଣା ବାବଦରେ ସମସ୍ତ ତଥ୍ୟ ମିଳିଲା ପରେ ନାବାଳିକା ଓ ତାଙ୍କ ମାଆଙ୍କୁ ସମସ୍ତ ପ୍ରକାର ଆଇନଗତ ସହାୟତା ଯୋଗାଇ ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Women Comission Noticed OTV MD In Minor Girl Gang Rape Case

ଆଶ୍ଚର୍ଯ୍ୟର କଥା, ଛୋଟମୋଟ ଚୋରକୁ ଧରିଲେ ପ୍ରେସ୍ କନଫରେନ୍ସ କରୁଥିବା କମିଶନରେଟ୍ ପୋଲିସ୍ କାହିଁକି ଏ ମାମଲାରେ ନୀରବ ? ମାମଲା ପଛରେ କିଛି ବଡ଼ ରାଜ୍ ଅଛି ନା ଘଟଣାକୁ ଘୋଡ଼ାଇବାକୁ ହୋଇଛି ଅଲିଖିତ ରାଜିନାମା ?

ପରିଣତି ବୟସରେ ପରିବାର ପାଇଁ ପର ହେଲେ ବୃଦ୍ଧା, ଡ୍ରେନ କଡ଼ରେ ହାତଗୋଡ଼ ବାନ୍ଧିଦେଲା ବୋହୂ

ଭୁବନେଶ୍ୱର: ସମସ୍ତେ ଅଛନ୍ତି, ପରିବାର ବି ଅଛି । ହେଲେ ବୃଦ୍ଧ ବୟସରେ ଆହା ପଦେ କହିବାକୁ କେହି ନାହିଁ । ବରଂ ମାନବିକତାକୁ ମୋଡ଼ି ମକଚି ଦେଇଛନ୍ତି ପରିବାର । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଡ୍ରେନ୍ କଡ଼ରେ ଶିକୁଳିରେ ବାନ୍ଧି ଦିଆଯାଇଛି ଶୈଶବ ଭଳି । ବୃଦ୍ଧା ଜଣଙ୍କର ଭୁଲ୍ ସେ ଠିକରେ ଚାଲି ପାରୁଛନ୍ତି ନା କହି ପାରୁଛନ୍ତି ଭଲ କରି ଦୁଇପଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଇଶାନେଶ୍ୱର ବସ୍ତିରେ । ଗତ କିଛି ଦିନ ଧରି ୮୦ ବର୍ଷର ଏହି ବୃଦ୍ଧାଙ୍କୁ ପରିବାର ଲୋକଙ୍କ ଦ୍ୱାରା ଦିଆଯାଉଛି ଅକଥନୀୟ ନିର୍ଯାତନା । ଯନ୍ତ୍ରଣା ସହ୍ୟ ନପାରି କାନ୍ଦିଲେ ମାଡ଼ ସହ ଦିଆଯାଉଛି ଗାଳି । ଶିକୁଳିରେ ଦୁଇ ଗୋଡ ଓ ଦଉଡିରେ ଦୁଇ ହାତକୁ ବନ୍ଧାଯାଇଛି ।

 Police Rescue 80 Years Old Lady Has Tie Up Conditions

ଏଭଳି ଦୃଶ୍ୟ ନଜରକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଭିଡିଓ ଉଠାଇ ଭାଇରାଲ କରିଥିଲେ । ଉଦ୍ଦେଶ୍ୟ ଥିଲା ବୃଦ୍ଧାଙ୍କୁ ମୁକୁଳାଇବା । ଭିଡିଓ ଭାଇରାଲ ପରେ ବସ୍ତିବାସିନ୍ଦା ଚେତିଛନ୍ତି । ଶିକୁଳିରେ ବନ୍ଧା ଜୀବନରୁ ମୁକ୍ତି ପାଇଛନ୍ତି  ବୃଦ୍ଧା ।

 Police Rescue 80 Years Old Lady Has Tie Up Conditions

ବୟସର ଅପରାହ୍ଣରେ ସେ ପରିବାର ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛନ୍ତି । ସେହି କାରଣରୁ ତାଙ୍କୁ ବିତାଇବାକୁ ପଡ଼ୁଛି ଶିକୁଳିରେ ବନ୍ଧା ଜୀବନ । ଯାହାକୁ ସ୍ୱୀକାର ମଧ୍ୟ କରିଛନ୍ତି ବୃଦ୍ଧାଙ୍କ ବୋହୂ । ତେବେ ଏନେଇ ତାଙ୍କ ମନରେ ତିଳେମାତ୍ର ଅନୁତାପ ନାହିଁ । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଇଶାନେଶ୍ୱର ବସ୍ତି ଉନ୍ନୟନ ଟ୍ରଷ୍ଟ ଘଟଣାକୁ ନିନ୍ଦା କରିଛି ।

 Police Rescue 80 Years Old Lady Has Tie Up Conditions

ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ତାଗିଦ୍ କରିବା ସହ ଉଦ୍ଧାର ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ।

ଗତ ୫ ବର୍ଷ ମଧ୍ୟରେ ମୋଦି ଓ ମାଲ୍ୟାଙ୍କ ଭଳି ୩୮ ପଳାତକ

ନୂଆଦିଲ୍ଲୀ: କରୋନା କାଳରେ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଇଥିବା ସୂଚନା ଅନୁଯାୟୀ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୌକସି ସମେତ ୩୮ ଜଣ ୧ ଜାନୁଆରୀ ୨୦୧୫ଠାରୁ ୩୧ ଜାନୁଆରୀ ୨୦୧୯ ମଧ୍ୟରେ ଦେଶ ଛାଡ଼ି ଚାଲିଯାଇଛନ୍ତି । ସମସ୍ତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି । ଯାହାର ତଦନ୍ତ ସିବିଆଇ କରୁଛି ।

            ଅପରପକ୍ଷରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ମାର୍କଣ୍ଡେୟ କାର୍ଟୁଜ୍ ଶୁକ୍ରବାର ଭାରତରୁ ଲାଇଭ୍‌ ଭିଡିଓ ଜରିଆରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାରେ ହୀରା ବ୍ୟବସାୟୀଙ୍କ ପକ୍ଷରୁ ସାକ୍ଷୀ ଦେଇଥିଲେ । ଯାହାକୁ ଭାରତ ସରକାର ଏବଂ ଅଭିଯୋଜନା ପକ୍ଷ ଚ୍ୟାଲେଞ୍ଜ କରିଛନ୍ତି । କାର୍ଟୁଜୁ କହିଥିଲେ କି ନିରବ ମୋଦି ଭାରତରେ ସ୍ୱତନ୍ତ୍ର ଏବଂ ନିଷ୍ପକ୍ଷ ଶୁଣାଣିର ସୁଯୋଗ ମିଳିବନାହିଁ ।

କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି

             ୫ଦିନିଆ ଶୁଣାଣିର ଅନ୍ତିମ ଦିନରେ ଜଷ୍ଟିସ୍ ସେମୁଆଲ୍ ଗୁଜି କାର୍ଟୁଜଙ୍କ ବିସ୍ତୃତ ସାକ୍ଷୀ ଶୁଣିବା ପରେ ମାମଲାର ଶୁଣାଣି ୩ ନଭେମ୍ୱର ଯାଏଁ ସ୍ଥଗିତ କରିଦେଇଛନ୍ତି । ୩ ନଭେମ୍ୱରରେ ଭାରତୀୟ ଅଧିକାରୀଙ୍କ ଦ୍ୱାରା ଜାରି ସାକ୍ଷୀର ଗ୍ରହଣୀୟତା ସମ୍ପର୍କିତ ତଥ୍ୟ ଉପରେ ଶୁଣାଣି କରିବେ ।

            ତେବେ ମିଳିଥିବା ସୂଚନା ମୁତାବକ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସୁରକ୍ଷିତ ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ମାଲ୍ୟା ୨୦୧୭ ରେ କୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ପାଇଁ ଆବେଦନ କରିଥିଲେ । ଯେଉଁଥିରେ ୪୦ ମିଲିୟନ୍ ଡଲାର ବ୍ୟାଙ୍କରୁ ଋଣ ନେଇ ନିଜ ସମ୍ପର୍କୀୟଙ୍କ ଖାତାକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟ ଅବମାନନା ମାମଲା ଭାବେ ଦର୍ଶାଇଥିଲେ ।

ସେପ୍ଟେମ୍ୱର ୨୯ରୁ ମୌସୁମୀ ଅଧିବେଶନ: କରୋନା କାଳରେ ବନ୍ଦ ହେଲା ପ୍ରଶ୍ନକାଳ

ଭୁବନେଶ୍ୱର: ସେପ୍ଟେମ୍ୱର ୨୯ରୁ ଅକ୍ଟୋବର ୭ ଯାଏଁ ଚାଲିବ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ୮ ଦିନ ଯାଏଁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ତେବେ ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ । କରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରଶ୍ନକାଳ ହେବନାହିଁ । କେବଳ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ମିଳିବ । ସୂଚନା ଯୋଗ୍ୟ ଯେ, ଆଜିଠାରୁ ସଂସଦର ମଧ୍ୟ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅଧିବେଶନ ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଏବଂ ଚଳିତ ସଂସଦ ଅଧିବେଶନରୁ ପ୍ରଶ୍ନକାଳକୁ ବାଦ୍ ଦିଆଯାଇଛି ।

ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ, ବିଜେଡି ଦେଲା ସମର୍ଥନ

ନୂଆଦିଲ୍ଲୀ: ରାଜ୍ୟସଭା ଉପସଭାପତି ଭାବେ ଆରଜେଡି ନେତା ହରିବଂଶ ନାରାୟଣ ସିଂହ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ଆରଜେଡି ନେତା ହରିବଂଶ NDA ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ବାଚନିକ ଭୋଟରେ ସେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Harivansh Narayan Singh Elected As Rajya Sabha Deputy Speaker For Second Time
FILE

କଂଗ୍ରେସ ସମେତ ବିପକ୍ଷ ଦଳ ୫୩ ବର୍ଷୀୟ ଆରଜେଡି ନେତା ମନୋଜ ଝାଙ୍କୁ ହରିବଂଶଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲେ । ଦୁଇ ବିହାର ସାଂସଦଙ୍କ ମଧ୍ୟରେ ଲଢ଼େଇରେ ହରିବଂଶ ପୁଣି ଥରେ ବାଜି ମାରି ନେଇଛନ୍ତି । ବିଜୁ ଜନତା ଦଳ ହରିବଂଶଙ୍କୁ ସମର୍ଥନ ଦିଆଯାଇଛି ।

Harivansh Narayan Singh Elected As Rajya Sabha Deputy Speaker For Second Time

ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି- ହରିବଂଶ ସମ୍ପୂର୍ଣ୍ଣ ଭାବେ ଏହି ପଦ ପାଇଁ ଯୋଗ୍ୟ । ଆଶା ଅଧ୍ୟକ୍ଷ ଅନୁପସ୍ଥିତିରେ ଗୃହ ପରିଚାଳନା ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ହେବ ।