ଗତ ୫ ବର୍ଷ ମଧ୍ୟରେ ମୋଦି ଓ ମାଲ୍ୟାଙ୍କ ଭଳି ୩୮ ପଳାତକ

ନୂଆଦିଲ୍ଲୀ: କରୋନା କାଳରେ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଇଥିବା ସୂଚନା ଅନୁଯାୟୀ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୌକସି ସମେତ ୩୮ ଜଣ ୧ ଜାନୁଆରୀ ୨୦୧୫ଠାରୁ ୩୧ ଜାନୁଆରୀ ୨୦୧୯ ମଧ୍ୟରେ ଦେଶ ଛାଡ଼ି ଚାଲିଯାଇଛନ୍ତି । ସମସ୍ତଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି । ଯାହାର ତଦନ୍ତ ସିବିଆଇ କରୁଛି ।

            ଅପରପକ୍ଷରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ମାର୍କଣ୍ଡେୟ କାର୍ଟୁଜ୍ ଶୁକ୍ରବାର ଭାରତରୁ ଲାଇଭ୍‌ ଭିଡିଓ ଜରିଆରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାରେ ହୀରା ବ୍ୟବସାୟୀଙ୍କ ପକ୍ଷରୁ ସାକ୍ଷୀ ଦେଇଥିଲେ । ଯାହାକୁ ଭାରତ ସରକାର ଏବଂ ଅଭିଯୋଜନା ପକ୍ଷ ଚ୍ୟାଲେଞ୍ଜ କରିଛନ୍ତି । କାର୍ଟୁଜୁ କହିଥିଲେ କି ନିରବ ମୋଦି ଭାରତରେ ସ୍ୱତନ୍ତ୍ର ଏବଂ ନିଷ୍ପକ୍ଷ ଶୁଣାଣିର ସୁଯୋଗ ମିଳିବନାହିଁ ।

କରୋନା ଭ୍ୟାକ୍ସିନ୍ ଆସିଲେ ବି ୨୦୨୪ ଯାଏଁ ସମସ୍ତଙ୍କୁ ମିଳିବନି

             ୫ଦିନିଆ ଶୁଣାଣିର ଅନ୍ତିମ ଦିନରେ ଜଷ୍ଟିସ୍ ସେମୁଆଲ୍ ଗୁଜି କାର୍ଟୁଜଙ୍କ ବିସ୍ତୃତ ସାକ୍ଷୀ ଶୁଣିବା ପରେ ମାମଲାର ଶୁଣାଣି ୩ ନଭେମ୍ୱର ଯାଏଁ ସ୍ଥଗିତ କରିଦେଇଛନ୍ତି । ୩ ନଭେମ୍ୱରରେ ଭାରତୀୟ ଅଧିକାରୀଙ୍କ ଦ୍ୱାରା ଜାରି ସାକ୍ଷୀର ଗ୍ରହଣୀୟତା ସମ୍ପର୍କିତ ତଥ୍ୟ ଉପରେ ଶୁଣାଣି କରିବେ ।

            ତେବେ ମିଳିଥିବା ସୂଚନା ମୁତାବକ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସୁରକ୍ଷିତ ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ମାଲ୍ୟା ୨୦୧୭ ରେ କୋର୍ଟ ପକ୍ଷରୁ ଦିଆଯାଇଥିବା ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ପାଇଁ ଆବେଦନ କରିଥିଲେ । ଯେଉଁଥିରେ ୪୦ ମିଲିୟନ୍ ଡଲାର ବ୍ୟାଙ୍କରୁ ଋଣ ନେଇ ନିଜ ସମ୍ପର୍କୀୟଙ୍କ ଖାତାକୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟ ଅବମାନନା ମାମଲା ଭାବେ ଦର୍ଶାଇଥିଲେ ।

Leave a Reply