ପରିଣତି ବୟସରେ ପରିବାର ପାଇଁ ପର ହେଲେ ବୃଦ୍ଧା, ଡ୍ରେନ କଡ଼ରେ ହାତଗୋଡ଼ ବାନ୍ଧିଦେଲା ବୋହୂ

Police Rescue 80 Years Old Lady Has Tie Up Conditions

ଭୁବନେଶ୍ୱର: ସମସ୍ତେ ଅଛନ୍ତି, ପରିବାର ବି ଅଛି । ହେଲେ ବୃଦ୍ଧ ବୟସରେ ଆହା ପଦେ କହିବାକୁ କେହି ନାହିଁ । ବରଂ ମାନବିକତାକୁ ମୋଡ଼ି ମକଚି ଦେଇଛନ୍ତି ପରିବାର । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଡ୍ରେନ୍ କଡ଼ରେ ଶିକୁଳିରେ ବାନ୍ଧି ଦିଆଯାଇଛି ଶୈଶବ ଭଳି । ବୃଦ୍ଧା ଜଣଙ୍କର ଭୁଲ୍ ସେ ଠିକରେ ଚାଲି ପାରୁଛନ୍ତି ନା କହି ପାରୁଛନ୍ତି ଭଲ କରି ଦୁଇପଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଇଶାନେଶ୍ୱର ବସ୍ତିରେ । ଗତ କିଛି ଦିନ ଧରି ୮୦ ବର୍ଷର ଏହି ବୃଦ୍ଧାଙ୍କୁ ପରିବାର ଲୋକଙ୍କ ଦ୍ୱାରା ଦିଆଯାଉଛି ଅକଥନୀୟ ନିର୍ଯାତନା । ଯନ୍ତ୍ରଣା ସହ୍ୟ ନପାରି କାନ୍ଦିଲେ ମାଡ଼ ସହ ଦିଆଯାଉଛି ଗାଳି । ଶିକୁଳିରେ ଦୁଇ ଗୋଡ ଓ ଦଉଡିରେ ଦୁଇ ହାତକୁ ବନ୍ଧାଯାଇଛି ।

 Police Rescue 80 Years Old Lady Has Tie Up Conditions

ଏଭଳି ଦୃଶ୍ୟ ନଜରକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଭିଡିଓ ଉଠାଇ ଭାଇରାଲ କରିଥିଲେ । ଉଦ୍ଦେଶ୍ୟ ଥିଲା ବୃଦ୍ଧାଙ୍କୁ ମୁକୁଳାଇବା । ଭିଡିଓ ଭାଇରାଲ ପରେ ବସ୍ତିବାସିନ୍ଦା ଚେତିଛନ୍ତି । ଶିକୁଳିରେ ବନ୍ଧା ଜୀବନରୁ ମୁକ୍ତି ପାଇଛନ୍ତି  ବୃଦ୍ଧା ।

 Police Rescue 80 Years Old Lady Has Tie Up Conditions

ବୟସର ଅପରାହ୍ଣରେ ସେ ପରିବାର ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛନ୍ତି । ସେହି କାରଣରୁ ତାଙ୍କୁ ବିତାଇବାକୁ ପଡ଼ୁଛି ଶିକୁଳିରେ ବନ୍ଧା ଜୀବନ । ଯାହାକୁ ସ୍ୱୀକାର ମଧ୍ୟ କରିଛନ୍ତି ବୃଦ୍ଧାଙ୍କ ବୋହୂ । ତେବେ ଏନେଇ ତାଙ୍କ ମନରେ ତିଳେମାତ୍ର ଅନୁତାପ ନାହିଁ । ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଇଶାନେଶ୍ୱର ବସ୍ତି ଉନ୍ନୟନ ଟ୍ରଷ୍ଟ ଘଟଣାକୁ ନିନ୍ଦା କରିଛି ।

 Police Rescue 80 Years Old Lady Has Tie Up Conditions

ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କୁ ତାଗିଦ୍ କରିବା ସହ ଉଦ୍ଧାର ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ।

Leave a Reply