spot_img
Home Blog Page 6475

ରାଜ୍ୟରେ କରୋନାରୁ ଆଉ ସୁସ୍ଥ ହେଲେ ୧୪୬୦ ଜଣ

ଭୁବନେଶ୍ୱର: ସଂକ୍ରମଣ କମିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୪୬୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୫୩୩ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୧୧୦ ଜଣ, କଟକରୁ ୧୦୭ ଜଣ,  ସୁନ୍ଦରଗଡ଼ରୁ ୯୭ ଜଣ, ଜଗତସିଂହପୁରରୁ ୯୩ ଜଣ, କେନ୍ଦୁଝରରୁ ୯୦ ଜଣ, ଅନୁଗୁଳରୁ ୮୪ ଜଣ, ବଲାଙ୍ଗିରରୁ ୬୭ ଜଣ, ମୟୂରଭଞ୍ଜ ଓ ନୂଆପଡ଼ାରୁ ୬୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୦ ଜଣ, ଢେଙ୍କାନାଳରୁ ୪୧ ଜଣ, କଳାହାଣ୍ଡିରୁ ୪୦ ଜଣ, ନୟାଗଡ଼ରୁ ୩୫ ଜଣ, ଝାରସୁଗୁଡ଼ାରୁ ୩୩ ଜଣ, ବରଗଡ଼ ଓ ପୁରୀରୁ ୩୨ ଜଣ ଲଖାଏଁ, ଯାଜପୁରରୁ ୨୯ ଜଣ, ନବରଙ୍ଗପୁରରୁ ୨୮ ଜଣ, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫ ଜଣ, ଭଦ୍ରକରୁ ୧୪ ଜଣ, ସୋନପୁରରୁ ୧୩, ଦେବଗଡ଼ ଓ ମାଲକାନଗିରିରୁ ୧୧ ଜଣ, ଗଜପତିରୁ ୧୦ ଜଣ, ରାୟଗଡ଼ାରୁ ୮ ଜଣ ଏବଂ ରାଜ୍ୟପୁଲରୁ ୩୧ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୯୭ ହଜାର ୨୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଲକ୍ଷ ୮୩ ହଜାର ୫୩୩କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜଧାନୀ ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

ଜାମିନ ଦେବାକୁ ମନା କଲେ ବମ୍ୱେ ହାଇକୋର୍ଟ…

ବମ୍ୱେ ହାଇକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନକୁ ଖାରଜ କରିଛି । ଏହି ପ୍ରସଙ୍ଗରେ ଜାମିନ ଦେବା ପୂର୍ବରୁ କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିଜ ପକ୍ଷ ରଖିବା ପାଇଁ କହିଛି । ତେବେ କେବଳ ମହାରାଷ୍ଟ୍ର ସରକାର ନୁହେଁ ବରଂ ଅଭିଯୋଗକାରୀଙ୍କୁ ମଧ୍ୟ ତାଙ୍କର ପକ୍ଷ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି ।

ସବୁ ପକ୍ଷକୁ ନଶୁଣିବା ପର୍ଯ୍ୟନ୍ତ ଜାମିନ ନେଇ ନିଷ୍ପତ୍ତି ନେବା ସମ୍ଭବ ନୁହେଁ ବୋଲି କୋର୍ଟ କହିଛି । ଅଲିବାଗ କୋର୍ଟ ତାଙ୍କୁ ୧୮ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେଫାଜତକୁ ପଠାଇଥିଲା । ଏହାପରେ ଅର୍ଣ୍ଣବ ଗୋସ୍ୱାମୀ ବମ୍ୱେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅର୍ଣ୍ଣବଙ୍କୁ ବୁଧବାର ତାଙ୍କ ବାସଭବନରୁ ରାୟଗଡ ପୋଲିସ ଉଠାଇ ନେଇଥିଲା ।

୯୨, ୭୧୩ କୋଟି ଟଙ୍କାର ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଦୃତ ଶିଳ୍ପାୟନରେ ଆଉ ଗୋଟିଏ ପାଦ ଆଗେଇଲା ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାର ଶିଳ୍ପାୟନରେ ଗୁରୁବାର ଏକ  ନୂଆ ଫର୍ଦ୍ଦ  ଯୋଡି ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ରାଜ୍ୟରେ ୫ ମେଗା ପ୍ରକଳ୍ପକୁ ମଂଜୁରୀ ଦେଇଛି ।  ପ୍ରାୟ ୯୨ ହଜାର ୭୧୩ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି  ।  ଏହି ପ୍ରକଳ୍ପଗୁଡିକ ଦ୍ୱାରା  ୩୧ ହଜାର ୯୭୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ବୋଲି ଜଣାପଡିଛି।

Naveen Pandian

ଆଇପିଆର ୨୦୧୫ରେ ସର୍ବାଧିକ ପୁଞ୍ଜିନିବେଶକୁ ମଂଜୁରୀ ମିଳିଛି  । ରାଜ୍ୟର ଅନୁଗୁଳରେ ଜିନ୍ଦଲ ଷ୍ଟିଲର କ୍ଷମତା ୧୮.୬ ନିୟୁତ ଟନକୁ ବୃଦ୍ଧି କରାଯିବ  । ଏଥିସହ ଜିନ୍ଦଲର ୧୨,୫ ନିୟୁତ ଟନ ସିମେଣ୍ଟ କାରଖାନା, ୩୬ ନିୟୁତ ଟନ ସ୍ଲରି ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି ।  ଏଥିରେ ୭୬ ହଜାର ୧୮ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜେଏସପିଏଲ  । ଜିନ୍ଦଲ ଷ୍ଟେନଲେସ ଲିମିଟେଡକୁ ମଧ୍ୟ  ସମ୍ପ୍ରସାରିତ କରାଯିବ । ଜିନ୍ଦଲ ଷ୍ଟେନଲେସର କ୍ଷମତା ୧.୧ରୁ ୩.୨ ନିୟୁତ ଟନକୁ ବଢ଼ିବ  । କଳିଙ୍ଗ ନଗର ପ୍ରକଳ୍ପରେ ମଧ୍ୟ ୬,୮୪୦ କୋଟିର ପୁଞ୍ଜି ନିବେଶ  କରିବ  । ଏଥିସହ କେନ୍ଦୁଝର ଓ ପାରାଦୀପରେ ଏସାର ମିନମେଟର ପ୍ଲାଣ୍ଟ କରାଯିବ  । ଏଥିରେ ୬୬୫୦ କୋଟିର ନିବେଶ ସହ ୧୪୬୮ ଜଣଙ୍କୁ ନିଯୁକ୍ତି ମିଳିବ  ।

ସେହିପରି କେନ୍ଦୁଝରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ସମ୍ପ୍ରସାରଣ ମଧ୍ୟ କରାଯିବ । ଏଥିପାଇଁ ୨ ହଜାର କୋଟି ଟଙ୍କାର ନିବେଶ ହେବ  । ଏହି ପ୍ରକଳ୍ପ ମାଧ୍ୟମରେ ୬୫୫ ଜଣଙ୍କୁ ନିଯୁକ୍ତି ମିଳିବ  ବୋଲି ଜଣାପଡିଛି । ଅନୁରୂପଭାବେ ସମ୍ବଲପୁର ପାଣ୍ଡୋଲୋଇରେ ଶ୍ୟାମ ମେଟାଲିକ୍ସର ସମ୍ପ୍ରସାରଣ ହେବ  । ଏଥିରେ ୧୨୦୫ କୋଟି ଟଙ୍କାର ନିବେଶ ସହ ୩୨୭୦ଜଣଙ୍କୁ ନିଯୁକ୍ତି ମିଳିବ  ।

ଓଏଏସ୍ ଅଫିସରଙ୍କ ଘରେ ବାରମ୍ବାର ଦୁଷ୍କର୍ମ ପରେ ପୀଡ଼ିତା ନାବାଳିକା ଗର୍ଭବତୀ !

ଭୁବନେଶ୍ୱର: ରାଜଧାନୀରେ ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ । ଓଏଏସ୍ ଅଫିସରଙ୍କ ଘରେ ବାରମ୍ବାର ଦୁଷ୍କର୍ମ ପରେ ପୀଡ଼ିତା ନାବାଳିକା ଏବେ ଗର୍ଭବତୀ । ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ଯାଜପୁର ପୋଲିସ । ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଯାଜପୁରରେ ପହଞ୍ଚି ଆରମ୍ଭ କରିଛନ୍ତି ଖୋଳତାଡ଼ ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ରାଜଧାନୀରେ ଆଉଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଛି । ଘଟଣା ଘଟିଛି ଜଣେ ଓଏଏସ୍‌ ଅଫିସରଙ୍କ ଶୈଳଶ୍ରୀବିହାର ବାସଭବନରେ । ଓଏଏସ୍ ଅଫିସରଙ୍କ ଘରେ ସହାୟିକା ଭାବେ କାମ କରୁଥିବା ନାବାଳିକା ଜଣକ ଅଫିସରଙ୍କ ଶ୍ୱଶୁରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ୫ମାସ ଧରି ଦୁଷ୍କର୍ମ ପରେ ନାବାଳିକା ଗର୍ଭବତୀ ହୋଇଛନ୍ତି । ନାବାଳିକାଙ୍କ ଘର ଯାଜପୁର ଜିଲ୍ଲାରେ ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଅଭିଯୋଗ ପରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ପକ୍ଷରୁ ଯାଜପୁର ପୋଲିସର ହସ୍ତକ୍ଷେପ ଲୋଡ଼ା ଯାଇଥିଲା । ଯାଜପୁର ପୋଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ଓଏଏସ୍‌ ଅଫିସରଙ୍କ ଘରେ ଚଢ଼ାଉ କରାଯାଇଥିଲା । ଅଫିସରଙ୍କ ଅନୁପସ୍ଥିତି ଯୋଗୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଛି । ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ନିଜଆଡୁ ମାମଲା ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ସମେତ ଭୁବନେଶ୍ୱର ଡିସିପି, ଯାଜପୁର ପୋଲିସ ଏବଂ ବିଏମ୍‌ସି କମିଶନରଙ୍କୁ ରିପୋର୍ଟ ଦେବା ପାଇଁ ନୋଟିସ୍ ପଠାଯାଇଥିବା କମିଶନ ଅଧ୍ୟକ୍ଷା କହିଛନ୍ତି ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଓଏଏସ୍ ଅଫିସରଙ୍କ ଶ୍ୱଶୁର ଆଦିବାସୀ ନାବାଳିକାଙ୍କକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ଭଳି ଗୁରୁତର ଅପରାଧ କରିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ନିଜେ କମିଶନ ଅଧ୍ୟକ୍ଷା ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ପୀଡ଼ିତା ନାବାଳିକାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାକୁ ଯାଜପୁର ଗସ୍ତ କରିଥିବା ଜଣାପଡିଛି । ଏନେଇ ସଂପୃକ୍ତ ଓଏଏସ୍‌ ଅଫିସରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ କିମ୍ୱା ମହାଗଠବନ୍ଧନ ସହ ରହିବାର ପ୍ରଶ୍ନ ଉଠୁନି: ଚିରାଗ ପାଶୱାନ

ପାଟଣା: ବିହାର ରାଜନୈତିକ ମାହୋଲ ଏବେ ଉଷ୍ମ  । ୨ ପର୍ଯ୍ୟାୟ ମତଦାନ ସରିବା ପରେ ବିହାର ଏବେ ୩ୟ ପର୍ଯ୍ୟାୟକୁ ଅପେକ୍ଷା କରିଛି । ଏଇ ଭିତରେ ନିର୍ବାଚନୀ ରାଲ୍ଲୀରେ ପୁଣି ଥରେ ମୋଦିଙ୍କ ପ୍ରତି ନିଜ ଆନୁଗତ୍ୟ ଦର୍ଶାଇଛନ୍ତି ଚିରାଗ ପାଶୱାନ । ତାଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ଏଥର ନିର୍ବାଚନରେ ନୀତିଶଙ୍କ ବିରୋଧରେ ନିର୍ବାଚନ ଲଢୁଛି । କେବଳ ନୀତିଶ ଲଢୁଥିବା ନିର୍ବାଚନୀ କ୍ଷେତ୍ରରେ ହିଁ ପ୍ରାର୍ଥୀ ଦେଇଛି  ଓ ଏନଡିଏର ପ୍ରମୁଖ ଦଳ ବିଜେପି ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଥିବା କଥା ବାରମ୍ଭାର କହୁଛନ୍ତି । ମୋଟାମୋଟି ଭାବେ କହିଲେ, ଏଥର ନୀତିଶ ମୁକ୍ତ ବିହାର, ଏଲଜେପିର ଲକ୍ଷ୍ୟ ।

ମାତ୍ର ମୋଦି ଓ ବିଜେପି ଯେ ତାଙ୍କ ପ୍ରିୟ ଏକଥା ପ୍ରମାଣ କରିବାର କୌଣସି ସୁଯୋଗ ସେ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହନ୍ତି । ନିକଟରେ ବିଜେପିର ପ୍ରିୟ  ନାରଙ୍ଗୀ ରଙ୍ଗର ଗାମୁଛା ପିନ୍ଧି ଚିରାଗ ରାଲ୍ଲୀକୁ ଓହ୍ଲାଇଥିଲେ । ରାଲ୍ଲୀରେ ସେଇ ଏକା କଥାକୁ ଦୋହରାଇ କହିଥିଲେ, ମୁଁ ମୋଦିଙ୍କ ସହ ଅଛି ।  ସେହିପରି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ମୁଁ ଭାରତୀୟ ଜନତା ପାର୍ଟିକୁ ଭଲ ପାଏ ଓ ଏଥରର ସାଧାରଣ ନିର୍ବାଚନ ଫଳ ଘୋଷଣା ପରେ ବିଜେପି ଓ ଏଲଜେପି ଏକାଠି ହୋଇ ସରକାର ଗଢିବେ । ତେବ ବିହାରରେ ଅନ୍ୟ ଏକ ସମୀକରଣ ମଧ୍ୟ ଚର୍ଚ୍ଚାରେ ରହିଛି ।

ଚର୍ଚ୍ଚା ଏହା ଯେ, ଏଲଜେପି ନିର୍ବାଚନ ପରେ ଆରଜେଡି ସହ ମିଶି ସରକାର କରିପାରେ । ତୁଣ୍ଡ ବାଇଦ ସହସ୍ର କୋଶ  । କଥା ଗଣମାଧ୍ୟମ ଦେଇ ଏଲଜେପି ମୁଖ୍ୟଙ୍କ ପାଖରେ ପହଞ୍ଚିବା ପରେ ସେ ଏଭଳି ତର୍କକୁ ଖୋଲୋଖୋଲି ଭାବେ ଖାରଜ କରିଛନ୍ତି । କହିଛନ୍ତି ଆରଜେଡି ସହ ମିଶି ସରକାର କରିବା କଥା ମନକୁ ମଧ୍ୟ କେବେ ଆସିନି । ଏହା ଅସମ୍ଭବ ଅଟେ । ଅନ୍ୟପକ୍ଷରେ ସେ ମୁଖ୍ୟମନ୍ତ୍ରୀ ଦାବିଦାର ନୁହନ୍ତି ବୋଲି ସ୍ପଷ୍ଟ ଶଦ୍ଦରେ କହିଛନ୍ତି ।

ବିହାର ଭୋଟ୍ ସମୟରେ ପଶ୍ଚିମବଙ୍ଗରେ କ’ଣ କରୁଛନ୍ତି ଅମିତ ଶାହା, କାହାକୁ ଭାଜପା କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ… ଖୋଲିଲେ ରହସ୍ୟ

କୋଲକତା: ବିହାର ନିର୍ବାଚନ ଜାରି ରହିଛି । ୪୮ ଘଣ୍ଟା ପରେ ଭୋଟିଂ ହେବ । ବିହାର ସମେତ ସାରା ଦେଶର ରାଜନୈତିକ ମହଲର ନଜର ବିହାର ଫଳାଫଳ ରହିଛି । ବିଜେପିର ଆଭିମୁଖ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ’ଣ ରହୁଛି । ତାହା ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଛି । ହେଲେ ବିହାର ନିର୍ବାଚନ ନ ସରୁଣୁ, ବିଜେପି ପଶ୍ଚିମବଙ୍ଗ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଆରମ୍ଭ କରି ଦେଇଛି । ଏହି ପ୍ରକ୍ରିୟା ୨୦୧୯ ନିର୍ବାଚନ ସଫଳତା ପରେ ଆହୁରି ଜୋରରେ ହେଉଛି । ଗୃହ ମନ୍ତ୍ରୀ ଅମିଶ ଶାହା ନିଜେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାଙ୍ଗଠନିକ ଚର୍ଚ୍ଚା ଏବଂ ବୈଠକ କରୁଛନ୍ତି ।

ଏହି ଖବର ଲେଖା ହେଲା ବେଳକୁ ମଧ୍ୟ ପଶ୍ଚିମବଙ୍ଗ ବିଜେପି ନେତାଙ୍କ ସହ ଶାହା ଆଲୋଚନା କରିବା ଜାରି ରଖିଛନ୍ତି । ନିର୍ବାଚନକୁ ଆଉ ୭ ମାସ ସମୟ ରହିଛି । ବିଗତ ଦିନରେ ତୃଣମୂଳରେ ଭାଜପା ସମର୍ଥକ-ତୃଣମୂଳ କଂଗ୍ରେସ ସମର୍ଥକଙ୍କ ସଂଘର୍ଷ ଜାତୀୟ ଖବର ଶିରୋନାମା ପାଲଟିଛି । ବିଭିନ୍ନ ବିଜେପି ନେତାଙ୍କ ମୃତ୍ୟୁକୁ ହିଁ ଦଳ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ କରିଛି ।

ତେବେ ମମତାଙ୍କ ରାଜନୈତିକ ଛବିକୁ କଡ଼ା ଟକ୍କର ଦେଇ କେଉଁ ଚେହେରାକୁ ଆଗକୁ ଅଣାଯିବ । ସେ ନେଇ ଜୋରଦାର ବିଚାରବିମର୍ଶ ଜାରି ରହିଛି । ଦରକାର ପଡିଲେ ନିର୍ବାଚନ ଆଗରୁ ଏହି ଘୋଷଣା କରାଯିବ ବୋଲି ଶାହା କହିଛନ୍ତି । ସେହିପରି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାହା କହିଛନ୍ତି ଯେ, ଏଠାରେ ଜନତା ରାଜନୈତିକ ଦଳ ଅପେକ୍ଷା ନିର୍ବାଚନ ନେଇ ଅଧିକ ଉତ୍ସାହିତ ଅଛନ୍ତି ।

ତେବେ କିଏ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ, ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଭାଜପା ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ, ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟଙ୍କ ନାଁ ସର୍ବାଧିକ ଚର୍ଚ୍ଚାରେ ରହିଛି । ସେହିପରି ବର୍ତ୍ତମାନ ବିସିସିଆଇ ସଭାପତି ଥିବା ସୌରଭ ଗାଙ୍ଗୁଲିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ସୌରଭ ରାଜନୀତିକୁ ଆସିବା ନେଇ ମନସ୍ଥିର କରି ପାରୁ ନ ଥିବା ଜଣାପଡିଛି ।

 

 

KBC 12: ନାଜିୟା ନସୀମ ହେଲେ ପ୍ରଥମ କୋଟିପତି, ୭ କୋଟିର ଜ୍ୟାକପଟ ଜିତି ରଚିବେ କି ଇତିହାସ ?

ନୂଆଦିଲ୍ଲୀ: କୌନ କନେଗା କରୋଡପତି ସିଜିନ ୧୨ ଖୁବ ସୁନ୍ଦର ଭାବରେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି । ବର୍ତ୍ତମାନ ସୋ କୁ ଖୁବ ରୋମାଞ୍ଚକର ମୋଡ଼ରେ ଆସି ଛିଆ କରେଇଛନ୍ତି ପ୍ରତିଯୋଗୀ ନୟିସା ନସୀମ ଯିଏ କି ଚଳିତ ସିଜିନରେ ପ୍ରଥମ କୋଟିପତି ପ୍ରତିଯୋଗୀ ହୋଇଛନ୍ତି ।

ମେକର୍ସଙ୍କ ତରଫରୁ ସୋର ଏକ ପ୍ରମୋ ରିଲିଜ କରାଯାଇଛି । ପ୍ରମୋରେ ଦେଖିବାକୁ ମିଳିଛି ଯେ, ନାଜିୟା ଏକ କୋଟି ଟଙ୍କା ପ୍ରଶ୍ନର ସଠିକ ଉତ୍ତର ଦେଇସାରିଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ଖୁବ ଜୋଶର ସହିତ ଏହା ଘୋଷଣା କରୁଛନ୍ତି ଯେ ସେ ଏକ କୋଟି ଟଙ୍କା ଜିତିଯାଇଛନ୍ତି ।

ଚଳିତ ବର୍ଷ ସିଜିନରେ ନାଜିୟା ପ୍ରଥମ ପ୍ରତିଯୋଗୀ ହୋଇଛନ୍ତି ଯିଏ କି ଏକ କୋଟି ଟଙ୍କା ଜିତିଛନ୍ତି । ଏହି ଏକ କୋଟି ଟଙ୍କାର ପ୍ରଶ୍ନ ପର୍ଯ୍ୟନ୍ତ ଇନେକ ପ୍ରତିଯୋଗୀ ପହଞ୍ଚିଥାନ୍ତି କିନ୍ତୁ ପ୍ରଶ୍ନର ସଛିକ ଉତ୍ତର ଦେଇପାରନ୍ତି ନାହିଁ । କିନ୍ତୁ ନିଜ ଜ୍ଞାନ ବଳରେ ନାଜିୟା ଏହି ଚମତ୍କାର କରିଦେଖାଇଛନ୍ତି ।

ପ୍ରମୋରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ, ଅମିତାଭ ନାଜିୟାଙ୍କ ସାମ୍ନାରେ ସାତ କୋଟି ଟଙ୍କାର ଜ୍ୟାକପଟ ପ୍ରଶ୍ନ ମଧ୍ୟ ଉପସ୍ଥାପନା କରୁଛନ୍ତି । ଯଦି ନାଜିୟା ଏହି ପ୍ରଶ୍ନର ସଠିକ ଉତ୍ତର ଦେବେ ତେବେ ସେ ଇତିହାସ ରଚିବେ ।

ସୋସିଆଲ ମିଡିଆରେ କେବିସିର ଏହି ପ୍ରମୋ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ଏହି ଏପିସୋଡକୁ ଦେଖିବା ପାଇଁ ଚାହିଁରହିଛନ୍ତି । ଏହି ସ୍ପୋଶାଲ ଏପିସୋଡ ନଭେମ୍ବର ୧୧ ତାରିଖ ୯ଟାରେ ଟେଲିକାଷ୍ଟ ହେବାକୁ ଯାଉଛି ।

ଥାନାରେ ଘର କଳି, ସ୍ୱାମୀଙ୍କ ନାଁରେ ବହୁ ବିବାହ ଅଭିଯୋଗ ଆଣିଲେ ସ୍ତ୍ରୀ

ଜୟପୁର: ମୋ ସ୍ୱାମୀଙ୍କ ଏକାଧିକ ପତ୍ନୀ ଅଛନ୍ତି । ସ୍ୱାମୀଙ୍କ ସମାନ ଅଭିଯୋଗ ମୋ ସ୍ତ୍ରୀଙ୍କ ମଧ୍ୟ ଏକାଧିକ ପୁରୁଷ ସହ ସମ୍ପର୍କ ରହିଛି । ଅଭିଯୋଗର ଏଭଳି ଏକ ଅଜବ ମାମଲା ସାମନାକୁ ଆସିଛି କୋରାପୁଟ ଜିଲ୍ଲା ଜୟପୁରରୁ । ପତିପତ୍ନୀଙ୍କ ମନୋମାଳିନ୍ୟ ଥାନାରେ ପହଞ୍ଚିଛି । ପତ୍ନୀ, ସ୍ୱାମୀଙ୍କ ୨୦ଟି ସ୍ତ୍ରୀ ଥିବା କହୁଥିବା ବେଳେ ସ୍ୱାମୀ କହୁଛନ୍ତି ସେ ତାଙ୍କର ଦ୍ୱିତୀୟ ପତ୍ନୀ ।

Jeypore Women Alleged On His Husband Having 20 Wife's

ପରିବାରରେ ଆପଣ ଅନେକ ଝଗଡ଼ା ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ । ତେବେ, ଏ ମାମଲା ସମ୍ପୂର୍ଣ୍ଣ ଭିନ୍ନ । ଜୟପୁର ଟାଉନ୍ ଥାନାରେ ଏମିତି ଏକ ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସଞ୍ଜୁକ୍ତା ପାତ୍ର ନାମକ ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯେ- ତାଙ୍କ ସ୍ୱାମୀଙ୍କ ୨୦ ଜଣ ପତ୍ନୀ ଅଛନ୍ତି । ତାଙ୍କ ସ୍ୱାମୀ ପ୍ରଭାତ ଚେଟ୍ଟୀ ମିଛ ପ୍ରଲୋଭନ ଦେଖାଇ ଝିଅମାନଙ୍କୁ ବିବାହ କରୁଛନ୍ତି । ଏତିକି ନୁହେଁ ସ୍ୱାମୀଙ୍କ ଏକାଧିକ ପତ୍ନୀ କଥା ଜଣା ପଡ଼ିଯିବା ପରେ ପ୍ରଭାତ ନିର୍ଯାତନା ଦେଉଥିବା ସଞ୍ଜୁକ୍ତା ଅଭିଯୋଗ କରିଛନ୍ତି । ଅଭିଯୋର ଫର୍ଦ୍ଦ ଏତିକିରେ ସରିନି । ପ୍ରଭାତ ଚେଟ୍ଟୀ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଥିବା ସଞ୍ଜୁକ୍ତା ଓ ତାଙ୍କ ଝିଅ ଅଭିଯୋଗ କରିଛନ୍ତି ।

Jeypore Women Alleged On His Husband Having 20 Wife's

ଅନ୍ୟପଟେ ସଞ୍ଜୁକ୍ତାଙ୍କ ଅଭିଯୋଗକୁ ଅସ୍ୱୀକାର ନକଲେ ବି ସମ୍ପୂର୍ଣ୍ଣ ମାନିନାହାଁନ୍ତି ପ୍ରଭାତ । ସଞ୍ଜୁକ୍ତା ତାଙ୍କର ଦ୍ୱିତୀୟ ପତ୍ନୀ ବୋଲି ପ୍ରଭାତ କହିଛନ୍ତି । ସଞ୍ଜୁକ୍ତାଙ୍କ କଥାରେ ମୁଁ ଫସି ଯାଇଛି । ତାର ଅନ୍ୟ ସହ ସମ୍ପର୍କ ଅଛି । ଏପରି ସଞ୍ଜୁକ୍ତାଙ୍କ ୨ ଝିଅ ତାଙ୍କର କି ନୁହେଁ ଜାଣିନଥିବା ପ୍ରଭାତ କହିଛନ୍ତି । ସଞ୍ଜୁକ୍ତା ଡକାୟତି କରୁଥିବା ନେଇ ପ୍ରଭାତ ପାଲଟା ଅଭିଯୋଗ କରିଛନ୍ତି ।

Jeypore Women Alleged On His Husband Having 20 Wife's

ମାମଲା ଥାନାରେ ପହଞ୍ଚିଥିବା ବେଳେ ଘର ଓ ଜାଗାକୁ ନେଇ ବିବାଦ ଉଠିଥିବା ପୋଲିସ କହିଛି । ଜାଗାକୁ ନେଇ କୋର୍ଟରେ ସିଭିଲ୍ ମାମଲା ଚାଲିଥିବା ବେଳେ ସଞ୍ଜୁକ୍ତା ମାମଲା ଜିତିଛନ୍ତି । ମାମଲା କୋର୍ଟରେ ଥିବାରୁ ସଞ୍ଜୁକ୍ତା ଓ ପ୍ରଭାତ ପୁଣି କୋର୍ଟର ଆଶ୍ରୟ ନେବାକୁ ପୋଲିସ ଉଭୟଙ୍କୁ ପରାମର୍ଶ ଦେଇଛି ।

ଶେଷ ବିଧାନସଭା ନିର୍ବାଚନ ଲଢୁଥିବା ବୋଲି କାହିଁକି କହିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା : ‘’ଆପଣ ମାନେ ଜାଣି ରଖନ୍ତୁ । ଆସନ୍ତା ୭ ତାରିଖ ଶେଷ ବିହାର ବିଧାନସଭା ନିର୍ବାଚନ । ଗୁରୁବାର ଶେଷ ପ୍ରଚାର । ଆଉ ଏହା ମୋ ପାଇଁ ମଧ୍ୟ ଶେଷ ନିର୍ବାଚନ । ତେଣୁ ଅନ୍ତ ବା ଶେଷ ଭଲ ତ ସବୁ ଭଲ ।‘’ ଏହା ଥିଲା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭାଷଣ । ଗୁରୁବାର ପୂର୍ଣ୍ଣିଆରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନୀତିଶ ଏହିଭଳି ଭାବ ଗମ୍ଭୀର ବକ୍ତବ୍ୟ ରଖିଥିଲେ ।

nitish

ନୀତିଶଙ୍କ ଏହି ବୟାନକୁ ନେଇ ବିହାର ରାଜନୀତିରେ ଜୋର ଚର୍ଚ୍ଚା ଧରିଛି । ନୀତିଶ ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଏପରି ସମ୍ବେଦନଶୀଳ ଅପିଲ କରୁଛନ୍ତି ନା ଭବିଷ୍ୟତର ଜାତୀୟ ରାଜନୀତି ସମ୍ପର୍କରେ ଆଭାସ ଦେଇଛନ୍ତି, ତାହାକୁ ନେଇ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଛି । ବିହାର ଫଳାଫଳ ଯଦି ନୀତିଶଙ୍କ ସପକ୍ଷରେ ନ ଯାଏ, ତେବେ ନୀତିଶଙ୍କ ପ୍ଲାନ-ବି କ’ଣ ରହିବ ବୋଲି ଆଲୋଚନା ଚାଲିଲାଣି ।

ବିହାର ନିର୍ବାଚନ ପ୍ରଚାର ସମୟରେ ଏନଆରସି ପ୍ରସଙ୍ଗରେ ଭାଜପା ସହ ସ୍ୱର ନ ମିଳାଇବା, ଜାତି ଆଧାରରେ ଜନଗଣନା କରିବା କଥା ମଧ୍ୟ କହିଛନ୍ତି । ନବେ ଦଶକର ମଣ୍ଡଳ ଆନ୍ଦୋଳନରୁ ନେତା ହୋଇଥିବା ନୀତିଶ ସାମ୍ପ୍ରତିକ ସମୟରେ ଏହାର ଭିନ୍ନ ପ୍ରୟୋଗ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା କେମିତି ଥିଲା ନୀତିଶଙ୍କ ରାଜନୈତିକ ଯାତ୍ରା ।

ବିହାରରୁ ଇଂଜିନିୟରିଂ ଶିକ୍ଷା ସମାପ୍ତ କରିବା ପରେରାଜ୍ୟ ଶକ୍ତି ବୋର୍ଡରେ କିଛିଦିନ ପାଇଁ ଚାକିରୀ କରିଥିଲେ ନୀତିଶ । ହେଲେ ୧୯୭୪ର ଛାତ୍ର ଆନ୍ଦୋଳନ ଏବଂ ୧୯୭୫ର ସମ୍ପୂର୍ଣ୍ଣ କ୍ରାନ୍ତି ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲା । ୧୯୭୭ରେ ଲୋକସଭା ନିର୍ବାଚନ ଲଢି ପାରି ନ ଥିଲେ । ହେଲେ ସେହି ବର୍ଷ ବିଧାନସଭା ନିର୍ବାଚନରେ ଲଢି ମଧ୍ୟ ପରାସ୍ତ ହୋଇଥିଲେ । ୧୯୮୦ରେ ମଧ୍ୟ ତାଙ୍କୁ ପରାଜୟର ସାମନା କରିବାକୁ ପଡିଥିଲା ।ହେଲେ ୧୯୮୫ ଏବଂ ୧୯୯୫ରେ ସେ ବିଜୟୀ ହୋଇଥିଲେ । ସେ ଏକାଧିକ ଥର ସାଂସଦ ହେବା ସହ କେନ୍ଦ୍ର ମନ୍ତ୍ରୀ ପଦରେ ମଧ୍ୟ ଅଧିଷ୍ଠିତ ହୋଇଛନ୍ତି । ୧୯୯୪ ମସିହାର କୃମି ଚେତନା ରାଲି ତାଙ୍କ ରାଜନୈତିକ ଜୀବନର ମୋଡ଼ ବଦଳାଇ ଦେଇଥିଲା ।

 

ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ, ପ୍ରଶାସନ ନିକଟରେ ଫେରାଦ ହେଲେ ଆଦିବାସୀ

କେନ୍ଦୁଝର: ନିରୀହତାର ସୁଯୋଗ ନେଇ ଆଦିବାସୀଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା । ଟଙ୍କାର ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ ପାଇଁ ପ୍ରୟାସ । ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ସାହାକରଡ଼ା ଅଞ୍ଚଳରେ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଶାନ୍ତାଳୀ ସମ୍ପ୍ରଦାୟର ଲୋକ । ଏନେଇ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି ।

Tribal Peoples Of Keonjhar Alleged Conversion

ଅଭିଯୋଗ ଅନୁଯାୟୀ, ଗୋପୀନାଥପୁରରେ କିଛି ବାହାର ଲୋକ ଆସି ଆଦିବାସୀଙ୍କୁ ଟଙ୍କା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରୁଛନ୍ତି । ଯାହାକୁ ନେଇ ଗାଁରେ କିଛି ଦିନ ହେବ ଅଶାନ୍ତି ଲାଗି ରହିଥିବା ବେଳେ ପରମ୍ପରା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହା ସହିତ ଧର୍ମ ପରିବର୍ତ୍ତନ ପାଇଁ ଗାଁକୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଇନ୍ ଅନୁସାରେ ଦଣ୍ଡ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।