spot_img
Home Blog Page 6474

ଷଷ୍ଠ ଦିନରେ ସାରୁଅ ଧାରଣା, ୫ ଦଫା ଦାବିରେ ଓଟିଭି ଷ୍ଟୁଡିଓ ଆଗରେ ପଡିରହିଛନ୍ତି ଠିକା କମର୍ଚାରୀ

ଭୁବନେଶ୍ୱର: ଷଷ୍ଠ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ସାରୁଅରେ ଥିବା ଓଟିଭି ଷ୍ଟୁଡିଓ ୟୁନିଟରେ କାର୍ଯ୍ୟରତ ଠିକା କର୍ମଚାଚାରୀଙ୍କୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟ ଧମକ ଦେଇଥିଲେ । ଏନେଇ ଦୁହିଁଙ୍କୁ ଅକ୍ଟୋବର ୩୧ ତାରିଖରେ ଗିରଫ କରାଯାଇଥିଲା ।

ସେପଟେ ସାରୁଅ ଜମି ଜାଲିଆତି ମାମଲାରେ ଓଡ଼ିଶା ଇନଫ୍ରାଟେକ୍‌ର ପୂର୍ବତନ ଟଲ୍ ମ୍ୟାନ୍ ବିଭୁପ୍ରସାଦ ରଥଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ ୩ ଘଣ୍ଟାଧରି ଜେରା କରିଥିଲା । ଜେରାରୁ ବାହାରିବା ପରେ ବିଭୁ କହିଥିଲେ, କ୍ରାଇମବ୍ରାଞ୍ଚକୁ ଜେରାରେ ସଂପୂର୍ଣ୍ଣ ସହଯୋଗ କରିବି । ଏହି ଘଟଣାରେ ପୂବର୍ରୁ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ।

ଏହି ଦୁଇ କର୍ମଚାରୀଙ୍କ ଗତକାଲି ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବା ବେଳେ ତାହା ଆସନ୍ତା ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି  । କେବଳ ସେତିକି ନୁହେଁ, ମାମଲାରେ ପକ୍ଷଭୁକ୍ତ ସମସ୍ତ ୨୨ଜଣ କ୍ଷତିଗ୍ରସ୍ତଙ୍କୁ ନୋଟିସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ।

ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୭୮ଟି ଆସନ ପାଇଁ ହେବ ଭୋଟିଂ

ପାଟଣା: ଦିନକ ପରେ ବିହାର ବିଧାନସଭା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୫ ଜିଲ୍ଲାର ୭୮ଟି ଆସନ ପାଇଁ ହେବ ଭୋଟିଂ  । ଏନେଇ ପ୍ରଚାର ମଧ୍ୟ ଶେଷ ହୋଇଛି । ଶେଷଦିନରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ସବୁ ଦଳର ଜୋରଦାର ପ୍ରୟାଶ କରାଯାଇଛି  । ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ନିଜ ନିଜ ଦଳର ବରିଷ୍ଠ ନେତା ଲଗାଇଥିଲେ ପୂରା ଶକ୍ତି  । ଶେଷ ଦିନର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନଡ୍ଡା  ।

ଜେପି ନଡ୍ଡା ପ୍ରଚାର ବେଳେ ମହାଗଠବନ୍ଧନ ଉପରେ ବର୍ଷିଥିଲେ  । ଗୋଟିଏ ପଟେ ବିହାର ବିକାଶ ଓ ଅନ୍ୟପଟେ ବିହାରର ବିନାଶ କରୁଥିବା ଲୋକ ରହିଛନ୍ତି । ଏଥିପାଇଁ ବହୁ ଭାବି ଚିନ୍ତି ନିଜ ମତସାବ୍ୟସ୍ତ କରନ୍ତୁ ବୋଲି କହିଥିଲେ ନଡ୍ଡା । ସେପଟେ ନିଜ ପ୍ରଚାର ବେଳେ ଭାବୁକ ହୋଇପଡିଥିଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁର୍ନିଆରେ ରାଲି କରି ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ପୁର୍ନିଆ ରାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ। ଉପସ୍ଥିତ ଲୋକମାନଙ୍କୁ ସେ କହିଥିଲେ, ଆଜି ହେଉଛି ପ୍ରଚାରର ଶେଷ ଦିନ। ଦିନକ ପରେ ଭୋଟ୍‌ ଗ୍ରହଣ। ଏହା ମଧ୍ୟ ତାଙ୍କର ଶେଷ ନିର୍ବାଚନ। ନିର୍ବାଚନୀ ପ୍ରଚାରର ଶେଷ ଦିନରେ ନୀତୀଶ ଏଭଳି ଘୋଷଣା କରିଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟପଟେ ନୀତିଶ କୁମାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ନେଇ ସମାଲୋଚନା କରିବା ସହ ରାଜ୍ୟରେ ସୁଶାସନ ପାଇଁ ମହାଗଠବନ୍ଧନକୁ ଭୋଟ ଦେବାକୁ ଅପିଲ କରିଛନ୍ତି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ।

କରୋନାର ଦ୍ଵିତୀୟ ଲହରୀର ଆଶଙ୍କାରେ ବଦଳିଲା ନିଷ୍ପତ୍ତି, ସ୍କୁଲ ଖୋଲିବା ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର: କରୋନା କାୟାରେ ପୁରା ରାଜ୍ୟ । ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଡିସେମ୍ବରରେ ବଢ଼ିବା ଆଶଙ୍କା କରାଯାଉଛି । ସେଥିପାଇଁ ନଭେମ୍ବର ମାସରେ ଖୋଲିବନି ସ୍କୁଲ ବୋଲି ନିଷ୍ପତ୍ତି ନିଆଯାଇଛି । କରୋନାର ଦ୍ଵିତୀୟ ଲହରୀର ଆଶଙ୍କା ଯୋଗୁ ଏପରି ନିଷ୍ପତ୍ତି ହୋଇଛି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ୧୫ ପରେ ସ୍ଥିତି ପରଖି ସ୍କୁଲ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବାର ଗାଇଡଲାଇନ ଜାରି କରିଥିଲେ ।

ଏହାର ମଧ୍ୟ ଏକ ପ୍ରକାରର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ସବୁ ସ୍କୁଲକୁ ସାନିଟାଇଜ କରାଯାଇ ଶିକ୍ଷକ ମାନଙ୍କୁ ମଧ୍ୟ କେମିତି କଣ ସବୁ ବଦକ୍ଷେପ ନେବାକୁ ପଡ଼ିବ ତାହା ଉପରେ ଜ୍ଞାନ ଦିଆଯାଉଥିଲା ।  ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ନଭେମ୍ବର ମାସରେ ହିଁ ଖୋଲିବାର ଘୋଷଣା କରିଥିଲେ । ହେଲେ ପୁଣି ଥରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁ ପ୍ରକ୍ରୀୟା ଆରମ୍ଭ କରାଯାଇଥିଲା ତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ପୂର୍ବରୁ ଯେଉଁଭଳି ଭାବରେ ଅନଲାଇନ କ୍ଲାସ କରାଉଥିଲା ଏବେ ସେହିଭଳି କ୍ଲାସ ଜାରି ରହିବ । ଡିସେମ୍ବର ମାସରେ କରୋନା ସଂକ୍ରମଣର ଦ୍ୱୀତିୟ ଲହରୀ ଆସିବା ଆଶଙ୍କାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଲୋକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଡ଼ରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲୁ ଖୋଲୁ ସଂକ୍ରମଣ ବ୍ୟାପିବାରୁ ଚିନ୍ତା ବଢ଼ି ଯାଇଛି । ତେଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାୟାଇଛି ।

ବିଧାନସଭାରେ କାଗଜ କଲମର ଯୁଗଶେଷ, ଆଜିଠୁ ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର: ଅନ୍‌ଲାଇନ୍‌ ହେବ ବିଧାନସଭା । ଇଣ୍ଟରନେଟ୍ ମାଧ୍ୟମରେ ଚାଲିବ ବିଧାନସଭାର ସବୁକାର୍ଯ୍ୟ । ଆଜିଠୁ ଇ- ବିଧାନସଭା ପାଇଁ ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବ । ସମ୍ପୂର୍ଣ୍ଣ ଓ୍ଵାଇଫାଇ ସହ ବିଧାନସଭା କମ୍ପ୍ୟୁଟରାଇଜେସନ୍ ହୋଇଛି । ହିମାଚଳ ପ୍ରଦେଶ ପରେ ଓଡ଼ିଶା ବିଧାନସଭା ସମ୍ପୂର୍ଣ୍ଣ ଇ- ବିଧାନସଭାରେ ପରିଚାଳିତ ହେବ । ଅଧିବେଶନଠାରୁ ଆରମ୍ଭ କରି ସମସ୍ତ ଫାଇଲ କାମ ଡିଜିଟାଲ କରାଯାଇଛି । ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ଵାଇଫାଇ କରାଯିବା ସହ ବିଧାୟକମାନଙ୍କୁ ଡିଜିଟାଲ ଉପକରଣ ଦିଆଯାଇଛି ।

ଆଉ କିଛିଦିନ ପରେ ବିଧାୟକମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ । ବିଧାନସଭାର ୩୮୩ ଜଣ କର୍ମଚାରୀଙ୍କୁ ଅନ୍‌ଲାଇନ୍‌ରେ କାମ କରିବା ପାଇଁ କମ୍ପ୍ୟୁଟର ଦିଆଯାଇଛି । ଇ- ବିଧାନସଭା ପ୍ରସ୍ତୁତି ଓ ଶୀତ ଅଧିବେଶନ ପରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ବାଚସ୍ପତି କହିଛନ୍ତି । ଏହାସହ ବିଧାନସଭାରେ ଦୁଇଟି ଭିଡିଓ କନଫରେନ୍‌ସ ହଲ୍‌ ବ୍ୟବସ୍ଥା କରାଯାଇଛି । ଫୋନ ନେଟୱର୍କ ପୂରା ବିଶ୍ଵକୁ ଯୋଡ଼ାଯାଇଛି । ୨୪ ଘଣ୍ଟାରେ ସମସ୍ତ ଫାଇଲ କାମ କରିବାକୁ ରହିଛି ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଭିଜନ ଅନୁସାରେ ଇ- ବିଧାନସଭା ପ୍ରସ୍ତୁତ କରାଯାଇଛି ବୋଲି ବାଚସ୍ପତି କହିଛନ୍ତି । କୋଭିଡ୍‌ କଟକଣା ଭିତରେ ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଡିସେମ୍ବର ୩୧ଯାଏଁ ଚାଲିବ । ମୌସୁମୀ ଅଧିବେଶନ ଢାଞ୍ଚାରେ ଚାଲିବ ଶୀତ ଅଧିବେଶନ । ତେବେ ପ୍ରଶ୍ନକାଳ ରହିବ କି ନାହିଁ ତାହା ସ୍ଥିର ହୋଇନନାହିଁ । ନିୟମ ଅନୁସାରେ ସବୁ କାର୍ଯ୍ୟ ହେବ ବୋଲି ବାଚସ୍ପତି କହିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭତ୍ସ ହତ୍ୟା, ଅଭିଯୁକ୍ତ ହୋଇଗଲା ଫେରାର

ଭୁବନେଶ୍ୱର: କରୋନା କାଳରେ ବଢ଼ିବାରେ ଲାଗିଛି ଆତଙ୍କର ସାମ୍ରାଜ୍ୟ । ଲୁଟପାଟ ଠାରୁ ଆରମ୍ଭକରି ହତ୍ୟା, ସବୁକ୍ଷେତ୍ରରେ ମିଳୁଛି ପୋଲିସକୁ ଚ୍ୟାଲେଞ୍ଜ । କରୋନା ଭିତରେ ରାଜଧାନୀ ଦେଖୁଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । ପୁଣି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ରାଜଧାନୀର ସାମନ୍ତରାପୁରରେ ହତ୍ୟାକାଣ୍ଡର ଲାଇଭ ଦୃଶ୍ୟ ମନରୁ ନ ଲିଭୁଣି ହୋଇଛି ଆଉ ଏକ ହତ୍ୟା ।

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସହଯୋଗୀ ଶ୍ରମିକଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କଲେ ଅନ୍ୟ ଜଣେ ଶ୍ରମିକ । ମୃତକ ହେଉଛନ୍ତି ମୟୂରଭଞ୍ଜର ବୁଧୁରାମ ସିଂ । ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ସହିଦନଗର ଥାନା ପୋଲିସ ପହଞ୍ଚିଥିଲା । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା ପୋଲିସ ।

ହତ୍ୟାକାରୀକୁ ଧରିବା ଲାଗି ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । କ୍ୟାମ୍ପସରେ ନିର୍ମାଣ ହେଉଥିବା ନ୍ୟୁ ବିଲ୍‌ଡିଂ କାର୍ଯ୍ୟରେ ଉଭୟ ଶ୍ରମିକ ନିୟୋଜିତ ଥିଲେ । ଗତ ୧୫ ଦିନ ହେଲା ବିଭିନ୍ନ କାରଣରୁ ଉଭୟ ଶ୍ରମିକଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା ।

ସ୍କୁଲ ଖୋଲିବାର ମାତ୍ର ୩ଦିନ ପରେ ଏମିତି ହେଲା ଅବସ୍ଥା

ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ସ୍କୁଲ ଖୋଲିବା ଆନ୍ଧ୍ର ସରକାରଙ୍କୁ ମହଙ୍ଗା ପଡ଼ିଛି । ନଭେମ୍ବର ୨ ରେ ରାଜ୍ୟରେ ଥିବା ୯ମ ଓ ୧୦ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା। କିନ୍ତୁ ସ୍କୁଲ ଖୋଲିବାର ୩ ଦିନ ମଧ୍ୟରେ ୨୬୨ ଜଣ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସରକାର ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଅଛନ୍ତି ।

କହିଛନ୍ତି,  ଯେଉଁ ସଂଖ୍ୟାରେ ସ୍କୁଲକୁ ପିଲାମାନେ ଆସୁଛନ୍ତି, ସେମାନଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ। ନଭେମ୍ବର ୪ରେ ସାରା ରାଜ୍ୟରେ ପ୍ରାୟ ୪ ଲକ୍ଷ ଶିକ୍ଷାର୍ଥୀ ସ୍କୁଲ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨୬୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ମୋଟ ଶିକ୍ଷାର୍ଥୀଙ୍କର ୦.୧% ଠାରୁ ବି କମ୍‌। ଏଣୁ ସେମାନେ ସ୍କୁଲ ଆସି ଯେ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି କହିବା ଭୁଲ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଆନ୍ଧ୍ରସରକାର ।

ସେହିପରି ୧.୧୧ ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ ୯୯ ହଜାର ଶିକ୍ଷକ ସ୍କୁଲ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଣୁ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବିଲରେ କଚାଡ଼ି ମାରିଲା ହାତୀ, ଫସଲ ନଷ୍ଟ କରୁଥିବାରୁ ରାତିରେ ଘଉଡ଼େଇବାକୁ ଯାଇଥିଲେ

ସୁବର୍ଣ୍ଣପୁର: ବଢ଼ିବାରେ ଲାଗିଛି ହାତୀଙ୍କ ଉପଦ୍ରବ । ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଚ ହାତିପାଉଲ ଗାଁରେ ହାତୀ ଆତଙ୍କ । ହାତୀ  ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଉଗ୍ରସେନ ଭୋଇ । ହାତିପାଉଲ ଗାଁ ଜଙ୍ଗଲରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ ।

ସୂଚନା ଅନୁଯାୟୀ, ଗାଁ ଲୋକଙ୍କ ସହ ମିଶି ରାତିରେ ହାତୀ ଘଉଡେଇବାକୁ ଯାଇଥିଲେ ଉଗ୍ରସେନ। ତେବେ ହାତୀ ପଲଙ୍କ ହାବୁଡରେ ପଡିଯାଇଥିଲେ। ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଆଜି ଏହି ରାଶିର ଲୋକଙ୍କର କାର୍ଯ୍ୟସ୍ଥଳରେ ହେବ ଅସୁବିଧା, ଜାଣନ୍ତୁ

୦୬.୧୧.୨୦୨୦ – ଶୁକ୍ରବାର

ଆଜିର ପଞ୍ଚାଙ୍ଗ:

୦୬/୧୧/୨୦୨୦ ଶୁକ୍ରବାର, ତୁଳା ୨୧ଦିନ, କାର୍ତ୍ତିକ ମାସ କୃଷ୍ଣପକ୍ଷ ୬ଷ୍ଠି ତିଥି, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍,

– ମିଥୁନ ଚନ୍ଦ୍ର

– ପୂନବସୁ ନକ୍ଷତ୍ର

– ଘାତ ଚନ୍ଦ୍ର – କନ୍ୟା ରାଶିର

– ଘାତ ବାର – ବିଛା ଧନୁ ଓ ମୀନ ରାଶିର

– ଯୋଗିନି – ପଶ୍ଚିମେ

– ପୁଷ୍କର ଦୋଷ – ପ୍ରାତଃ ୦୬:୪୪ ଠାରୁ ୧ପାଦ ଦୋଷ

– ନିଷିଦ୍ଧ ଖାଦ୍ୟ – ନିମ୍ବ

– ଶୁଭ ସମୟ –

ପ୍ରାତଃ ୦୭:୨୩ ରୁ ୦୮:୪୨

ଦିବା ୧୨:୫୩ ରୁ ୦୨:୫୨

ଦିବା ୦୩:୩୬ ରୁ ୦୫:୦୬

ସଂଧ୍ୟା ୦୫:୫୭ ରୁ ୦୮:୧୮

– ଅଶୁଭ ସମୟ –

ଦିବା ୦୮:୪୨ ରୁ ୧୧:୩୦

ରାତ୍ର ୦୮:୧୮ ରୁ ୦୯:୫୪

ମେଷ ରାଶି

ଆଶ୍ୱିନୀ ନକ୍ଷତ୍ର – ଆଜି ନିଜର ପରିବାର ମଧ୍ୟରେ ଆନନ୍ଦରେ ଦିନ କଟିବ, ବିବାହ ଯୋଗ୍ୟ ପିଲାମାଙ୍କର ମନର ଆଶା ପୁରଣ ହେବ ।

ଦ୍ୱିଜା ନକ୍ଷତ୍ର – ଆଜି ସୁଖଶାନ୍ତିଭରା ଦିନ ରହିବ, ସମୟ ସାଥ ଦେବ ତେଣୁ ମନରେ ଥିବା ପ୍ରତ୍ୟେକ କାଯ୍ୟ ପୁରଣ ହେବ ।

କୃତ୍ତିକା ନକ୍ଷତ୍ର – କାର୍ଯ୍ୟସ୍ଥଳରେ ସହକର୍ମିଙ୍କ ସହିତ ମତଭେଦ ହେବ ଏବଂ ପିତାଙ୍କର ଓ ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ ସେଥିଲାଗି ଚିନ୍ତିତ ରହିବେ ।

ଶୁଭ ରଙ୍ଗ – ଧଳା ଏବଂ ହଳଦିଆ

ସ୍ନାନପରେ ସୂର୍ଯ୍ୟଙ୍କୁ କ୍ଷିର ଏବଂ ଗୁଡ ମିଶାଇ ଅର୍ଘ୍ୟ ଦେବେ ଏବଂ ଲାଲଚନ୍ଦନ ମଥାରେ ଟିକା ମାରିବେ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଆଜି ଆୟ ପ୍ରାୟ ଭଲ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ଆଶାଠାରୁ ଅଧିକ ହେବ, ଆଜି କିଛି ଚଣାଡାଲି ଗାଇଙ୍କୁ ଖାଇବାକୁ ଦିଆନ୍ତୁ ରିଷ୍ଟ କମିବ ।

ରୋହିଣି ନକ୍ଷତ୍ର – ଆଜି ଶୁଭଦିନ ରହିବ, ଗାଡିମଟର କିମ୍ବା ଘରକରଣା ସାମଗ୍ରୀ କିଣିବାର ସମ୍ଭାବନା ଅଧିକ ରହିବ, ମନ ସତେଜ ରହିବ ।

ମୃଗଶିରା ନକ୍ଷତ୍ର – ଆଜି ପେଟଜନିତ ବ୍ୟାଧି ଭୋଗିବେ,ଖର୍ଚ୍ଚ ଆଶା ଠାରୁ ଅଧିକ ହେବ, ମନ ଦୁର୍ବଳ ରହିବ ।

ଶୁଭ ରଙ୍ଗ – ସବୁଜ

ଆଜି ଲାଲମନ୍ଦାର ଫୁଲ ୭ଟି ଗୃହର ଇଷ୍ଟ ଦେବୀଙ୍କୁ ଚଢାନ୍ତୁ ଏବଂ କାଉଙ୍କୁ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ ଫଳରେ ମନ ଦୁର୍ବଳ ରହିବ କାର୍ଯ୍ୟ ବିଗିଡିଯିବ ।

ଆର୍ଦ୍ରା ନକ୍ଷତ୍ର – ମାନସମ୍ନାନ କ୍ଷୁନ୍ନ ହେବ, ମନ ଅସ୍ଥିର ହୋଇ ମୁଣ୍ଡବିନ୍ଧିବ ଏବଂ ଟଙ୍କାପଇସାର ଅଭାବ ବଢିବ ।

ପୂନର୍ବସୁ ନକ୍ଷତ୍ର – ଆଜି କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ, ନିଜର କାମଗୁଡିକ ବାଧାବିଘ୍ନରେ ପୁରଣ ହେବ ।

ଶୁଭ ରଙ୍ଗ – ସୁନେଲି(ଗୋଲ୍ଡେନ)

ସ୍ନାନପରେ ନୈଋତ ଦିଗକୁ ମୁଖ କରି ୨୭ଥର ଓଁ ନମଃ ଶିବାୟ ଜପ କରିବେ ଏବଂ ତ୍ରିଶାଖା ବେଲପତ୍ର ୭ଟି ଖାଇବେ

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଶୁଭ ସନୟ ଦିନଭରି ରହିବ, ଶତୃ ଆଜି ମିତ୍ର ପାଲଟିଯିବେ, ନହେଉଥିବା କାମ ସହଜରେ ହେଇଯିବ, ମନ ଉତ୍ସାହିତ ରହିବ ।

ପୂଷ୍ୟା ନକ୍ଷତ୍ର – ପ୍ରତି କାମ ବାଧାବିଘ୍ନରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ ।

ଅଶ୍ଲେଷା ନକ୍ଷତ୍ର – କମ୍ପ୍ୟୁଟର କିମ୍ବା ଯାନ୍ତ୍ରିକ ବିଭାଗରେ କାମକରୁଥିବା ବ୍ୟକ୍ତିଙ୍କର ଶୁଭଫଳ ଅଧିକ ଏବଂ ବ୍ୟବସାୟି ମାନେ ଲାଭାନ୍ୱିତ ହେବେ ।

ଶୁଭ ରଙ୍ଗ – ଧଳା

କଳା ଗାଇ, ଷଣ୍ଡ କିମ୍ବା କୁକୁରକୁ ନିଜ ହାତରେ ଖାଇବାକୁ ଦିଅନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଆଜି ଅନୁକୁଳ ସମୟ ରହିବ, ପ୍ରତି କାର୍ଯ୍ୟରେ ସାହାଯ୍ୟ ସହଯୋଗ ମିଳିବ, ଲାଲ ପିମ୍ପୁଡିଙ୍କୁ ମିଠା ଦିଅନ୍ତୁ ମନମୁତାବକ ଫଳ ମିଳିବ ।

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି କ୍ଷେତ୍ରରେ ଆଶା ଠାରୁ ଅଧିକ ମିଳିବ, ମନ ସମ୍ପୁଣ୍ଣ ଉତ୍ସାହିତ ରହିବ,ନୁଆ କିଛି ଅର୍ଥ ଉପାର୍ଜନର ବାଟ ଖୋଲିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – ମହିଳା ମାନଙ୍କର ମାନସିକ ଚିନ୍ତା ବଢିବ, ପୁରୁଷମାନେ କୌଣସି କାରଣରୁ ଅପମାନିତ ହେବେ, ଅର୍ଥାଭାବ ରହିବ ।

ଶୁଭରଙ୍ଗ – ହଳଦିଆ

ଆଜି ସୁନ୍ଦରାକାଣ୍ଡ ପଢନ୍ତୁ କିମ୍ବା ଶୁଣନ୍ତୁ ଏବଂ ତମ୍ବା ପାତ୍ରରେ ଜଳ ପିଅନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ପ୍ରତି କାର୍ଯ୍ୟ ବାଧାବିଘ୍ନରେ ପୁରଣ ହେଵ, କାର୍ଯ୍ୟସ୍ଥଳରେ ଅସହଯୋଗ ଜନିତ ଅସୁବିଧା ଭୋଗିବେ ।

ହସ୍ତା ନକ୍ଷତ୍ର – ଆର୍ଥିକ ଅଭିବୃଦ୍ଧି ହେବ, ବ୍ୟବସାୟରେ ଆଶାଜନକ ଲାଭହେବ କିନ୍ତୁ ମାନସମ୍ନାନରେ କମି ରହିବ ।

ଚିତ୍ରା ନକ୍ଷତ୍ର – ନୂଆ କୌଣସି ଦ୍ରବ୍ୟ କିଣିବେ, ରୋଗରୁ ଉପସମ ମିଳିବ ମାତ୍ର ଛୋଟମୋଟ ଦୁର୍ଘଟଣାର ଭୟ ରହିଛି ସତର୍କ ରହିଥିବେ ।

ଶୁଭ ରଙ୍ଗ – ଧଳା

ତମ୍ବା ପାତ୍ରରେ ଜଳ ସହିତ ଲାଲଚନ୍ଦନ ଏବଂ ଗୁଡମିଶା

ଓଁ ଘୃଣି ସୂଯ୍ୟାୟ ନମଃ ୭ଥର ଜପ କରି ସୂର୍ଯ୍ୟଙ୍କୁ ଅଘ୍ୟ ଦିଅନ୍ତୁ ରିଷ୍ଟ କଟିବ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଆର୍ଥିକ ସ୍ଥିତି ଏବଂ ପାରିବାରିକ ଜୀବନ ଭଲ ରହିବ କିନ୍ତୁ ଅଚାନକ ପେଟବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିବ ।

ସ୍ୱାତୀ ନକ୍ଷତ୍ର – ପିଲାମାନଙ୍କ ମଧ୍ୟରେ ଆତ୍ମବଳ କମି ବିଦ୍ୟା ଏବଂ ନିଜର ଲକ୍ଷଭ୍ରଷ୍ଟ ହେବେ, ଲୋକସଂପର୍କରେ ଧୋକାମିଳିବ ।

ବିଶାଖା ନକ୍ଷତ୍ର – ସମୟ ସାଥ ଦେବ ନାହିଁ ତେଣୁ ହେବାକୁ ଥିବା କାଯ୍ୟ ବିଗିଡିଯିବ ତେଣୁ ଆଜି ଘରୁ ବାହାରିଲା ବେଳେ ବାରିଅଁଳା ଗଛର ଚେର ନିଜ ପାଖରେ ରଖି ବାହାରନ୍ତୁ ରିଷ୍ଟ କମିବ ।

ଶୁଭ ରଙ୍ଗ – ଧଳା

ଜଳରେ ହଳଦି ମିଶାଇ ସ୍ନାନ କରନ୍ତୁ କିମ୍ବା ହଳଦି ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବ

ବିଛା ରାଶି

ବିଶାଖା ନକ୍ଷତ୍ର – ଆର୍ଥିକ ଉର୍ଣ୍ଣତି ସହିତ କର୍ମକ୍ଷେତ୍ରରେ ଶୁଭ ସୂଚନା ବଢିବ ଯୋଜନାରେ ସଫଳ ହେବେ ମାତ୍ର ଅଚାନକ ଦୁର୍ବଳତା ଅନୁଭୁତ ହେବ ।

ଅନୁରାଧା ନକ୍ଷତ୍ର – ପାରିବାରିକ ପରିବେଷ ହସଖୁସି ଭରା ରହିବ, ଆର୍ଥିକ ସ୍ଥିତି ସୁଧୁରିବ, ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃଷ୍ଟି ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ନିତିଦିନ ଜିବନରେ ସଂଘର୍ଷ ବଢି ଚାଲିବ, ଜିବନ ଜିବିକାକୁ ନେଇ ଚିନ୍ତା ଦେଖାଦେବ ।

ଶୁଭ ରଙ୍ଗ – କମଳା ବା ମଠା ରଙ୍ଗ

ଗଙ୍ଗାଜଳରେ ଗୃହର ଦେବତାଙ୍କୁ ସ୍ନାନକରି ପାଦୁକା ପାଇବେ ଏବଂ ଓଁ ରାଂ ରାହବେ ନମଃ ୨୭ଥର ଜପ କରିଵେ ॥

ଧନୁ ରାଶି –

ମୂଳା ନକ୍ଷତ୍ର – ଆଜି ଭାଗ୍ୟ ସାଥଦେବ ନାହିଁ କୌଣସି କାମ ପୁରଣ ହେବ ନାହିଁ ତେଣୁ କଳା ରଙ୍ଗର ଜିବଙ୍କୁ ଖାଇବାକୁ ଦିଅନ୍ତୁ ରିଷ୍ଟ ଖଣ୍ଡନ ହେବ ।

ପୂର୍ବଷାଢା ନକ୍ଷତ୍ର – କିଛି ନା କିଛି ମନମୁତାବକ ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ ।

ଉତ୍ତରାଷାଢା ନକ୍ଷତ୍ର – ଚାକିରି ଏବଂ ବ୍ୟବସାୟରେ ବାଧାବିଘ୍ନ ରହିବ, ଆର୍ଥିକ ସ୍ଥିତି ବିଗିଡିବ ଫଳରେ ଆତ୍ମବଳ କମିଯିବ ତେଣୁ ଦିନଭରି ଲବଙ୍ଗ ପାଟିରେ ରଖି ଦିନ କାଟନ୍ତୁ ରିଷ୍ଟ କମିବ ।

ଶୁଭ ରଙ୍ଗ – ସବୁଜ

ଫିଟିକିରି ମିଶାଇ ସ୍ନାନ କରିବେ ଏବଂ ଓଁ ନୃସିଂହାୟ ନମଃ ୨୭ଥର ଜପ କରନ୍ତୁ

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ଆୟ ବଢିବ, କୌଣସି ପୁରୁଣା କାର୍ଯ୍ୟ ପୁରଣ ହେବ ଏବଂ ବାଦବିବାଦର ସମାଧାନ ସହିତ କୌଣସି ବୃତିଗତ ନୁଆ କାମ ହାତକୁ ଆସିବ ।

ଶ୍ରବଣା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗୃହନିର୍ମାଣ ଆଦି କାଯ୍ୟ ତ୍ବରାନିତ ହେବେ ।

ଧନିଷ୍ଠା ନକ୍ଷତ୍ର – ସମୟ ଏତେ ଶୁଭ ରହିବ ନାହିଁ ତେଣୁ ହଳଦିଆ ବସ୍ତ୍ର ପରିଧାନ କରି ଦିନ କାଟିବେ ଏବଂ ଗାଇକୁ ମିଠାଫଳ ନିଜ ହାତରେ ଖୁଆଇବେ ।

ଶୁଭ ରଙ୍ଗ – ଧଳା

ଆଜି ମା ତାରିଣିଙ୍କର ବ୍ରତ ରଖିବେ ଏବଂ ହଳଦିଆ ଖେଚୁଡି ଦିନଭରି ଥରଟିଏ ଖାଇବେ

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର – ଆଜି ସମୟ ସାଥଦେବ ତେଣୁ ପ୍ରତି କ୍ଷେତ୍ରରେ ଆଶାଜନକ ସାହାଯ୍ୟ ସହଯୋଗ ମିଳିବ, ଆତ୍ମବଳ ଅଧିକ ରହିବ ।

ଶତଭିଷା ନକ୍ଷତ୍ର – ଆଜି ସତର୍କ ରହିଥିବେ କୌଣସି ନା କୌଣସି ପ୍ରକାରର ଦୁଘଟଣା ଘଟିବ କିମ୍ବା ବାଦବିବାଦ ହେବ, ମହାମୃତ୍ୟୁଞ୍ଜୟ ମନେ ମନେ ଜପ କରୁଥିବେ ।

ପୂର୍ବଭାଦ୍ର ନକ୍ଷତ୍ର – ମନକୁ ଅଜଣା ଭୟ ମଧ୍ୟରେ ଦିନଭରି ରହିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ ।

ଶୁଭ ରଙ୍ଗ – ଇଶତ୍ ଲାଲ

ସ୍ନାନସାରି ତମ୍ବାପାତ୍ରରେ ଜଳଭରି ଲାଲଚନ୍ଦନ ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦିଅନ୍ତୁ

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ଘରଲୋକ କିମ୍ବା ସଙ୍ଗସାଥିଙ୍କର ସହାୟତାରେ କୌଣସି ଭାବିଥିବା କାମ ଆଗକୁ ବଢିବ, ଦିନଭରି ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଉତ୍ତରଭାଦ୍ର ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିବ ସତର୍କ ରହିଥିବେ ଏବଂ କଳା ରଙ୍ଗ ଓ ଲୁହାର ଦ୍ରବ୍ୟ ବ୍ୟବହାର କରିବେ ନାହିଁ ।

ରେବତୀ ନକ୍ଷତ୍ର – ଶୁଭରେ ଶୁଭରେ ସମୟ ଅତିବାହିତ ହେବ, ବ୍ୟବସାୟରେ ଆୟ ଭଲହେବ ଏବଂ ଚାକିରିରେ ଆଶାଜନକ ପରିବେଷ ମିଳିବ ।

ଶୁଭ ରଙ୍ଗ – ନୀଳ

ଆଜି ୨୧ଥର ଗାୟତ୍ରିମନ୍ତ୍ର ଜପ କରନ୍ତୁ ଏବଂ ପିମ୍ପୁଡିଙ୍କୁ ଅଟା ଓ ଚିନି ଖାଇବାକୁ ଦିଅନ୍ତୁ

 

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ 

IPL 2020: ଫାଇନାଲରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ, ବିନା ରନରେ ୩ ଉଇକେଟ ହରାଇଥିଲା ଦିଲ୍ଲୀ

0

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରି ମୁମ୍ବାଇ  ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଆଇପିଏଲରେ ଦିଲ୍ଲୀ କଦାପି ଫାଇନାଲ ଖେଳି ନ ଥିଲା । ତେଣୁ ଏହି ମ୍ୟାଚ ଜିତି ଥିଲେ ସିଧା ଫାଇନାଲ ଖେଳିବାର ସମ୍ଭାବନା ରହିଥିଲା । ମୁମ୍ବାଇ ଦ୍ୱାରା ପ୍ରଦାନ କରାଯାଇଥିବା ୨୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।ଦଳର ୨ ଓପନର ଏବଂ ଅନ୍ୟ ଜଣେ ବ୍ୟାଟ୍ସମ୍ୟାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଏହା ମଧ୍ୟରେ ସାମିଲ ଥିଲେ ଇନଫର୍ମ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ପୃଥ୍ୱୀ ସ ଏବଂ ଅଜିଙ୍କ ରାହାନେ । ଏକଦା ବିନା କୌଣସି ରନରେ ୩ ଉଇକେଟ ପଡିଥିଲା । ଦିଲ୍ଲୀ ମାତ୍ର ୧୪୩ ରନ କରିପାରିଥିଲା ।

ଏହା ପରେ ଶ୍ରେୟାସ ଆୟାର ଏବଂ ଷ୍ଟଏନିସ ପାଳି ସମ୍ଭାଳିବାକୁ ଚାହିଁଥିଲେ । ହେଲେ ଶ୍ରେୟାସ ମାତ୍ର ୧୨ ଏବଂ ଋଷଭ ପନ୍ଥ ୩ ରନ କରି ଫ୍ୟାଭିଲିୟନକୁ ଫେରିଥିଲେ । ୫ ଉଇକେଟ ପଡିବା ପରେ ଷ୍ଟଏନିସ ଏବଂ ଅକ୍ଷର ପଟେସ ଖେଳ ସମ୍ଭାଳିବାକୁ ଚାହିଁଥିଲେ ।

ଷ୍ଟଏନିସ ୩୬ ବଲରେ ଅର୍ଦ୍ଦଶତକ ପୂରଣ କରିଥିଲେ । ହେଲେ ସେ ୪୬ ବଲରେ ୬୫ ରନ କରି ଆଉଟ ହୋଇଯାଇଥିଲେ । ଷ୍ଟଏନିସଙ୍କ ଆଉଟ ହେବା ପରେ ଦିଲ୍ଲୀର ବିଜୟ ଆଶା ଏକପ୍ରକାର ମଉଳି ଯାଇଥିଲା । ଜସପ୍ରୀତ ବୁମରା ହିଁ  ଷ୍ଟଏନିସଙ୍କୁ ଆଉଟ କରିଥିଲେ । ଏହା ପରେ ସ୍ୟାମ୍ସ ବିନା ଖାତା ଖୋଲି ଆଉଟ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନ୍ ସଂଗ୍ରହ କରାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୪ ରନ ଅତିରିକ୍ତ ଭାବେ ବ୍ୟୟ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ ଶର୍ମା ଏବଂ ଧୁଆଁଧାର ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ । ହେଲେ ଦଳର ଅନ୍ୟ ଖେଳାଳିମାନେ ଦଳଗତ ପ୍ରଦର୍ଶନ କରିଥିଲେ । ଓପନିଂ ଆସିଥିବା ଡି କ୍ ୪୦ ରନ୍ କରିଥିବା ବେଳେ ସୂର୍ଯ୍ୟ ଯାଦବ ୫୧, ଇଶାନ କିଷନ ୫୫, କୁନାଲ ପାଣ୍ଡ୍ୟା ୧୩ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩୭ ରନ୍ ସଂଗ୍ରହ କରିଥିଲେ । ବୁମରା ୪ ଓଭରରେ ୧୪ ରନ ଦେଇ ୪ ଉଇକେଟ ନେଇଥିଲେ ।

ମୁମ୍ବାଇ ପକ୍ଷରୁ ୧୫ଟି ଚୌକା, ୧୨ଟି ଛକା ବର୍ଷା କରାଯାଇଥିଲା । ଦିଲ୍ଲୀ ପକ୍ଷରୁ ୧୧ରୁ ୧୫ ମଧ୍ୟରେ ମଧ୍ୟରେ ଉଚ୍ଚକୋଟୀର ବୋଲିଂ କରାଯାଇଥିଲା । ହେଲେ ଶେଷ ଆଡକୁ ମୁମ୍ବାଇ ବ୍ୟାଟ୍ସମ୍ୟାନମାନେ ଭଲ ଖେଳିଥିଲେ । ଦିଲ୍ଲୀ ପକ୍ଷରୁ ରବିଚନ୍ଦନ ଅଶ୍ୱିନୀ ସର୍ବାଧିକ ୩ ଉଇକେଟ୍ ନେଇଥିଲେ । ଅବଶ୍ୟ ଏଥିପାଇଁ ତାଙ୍କୁ ୨୯ ରନ୍ ଦେବାକୁ ପଡିଥିଲା । ସେହିପରି ନୋରଟେଜ ୫୦ ରନ୍ ଦେଇ ଗୋଟିଏ ଏବଂ ଷ୍ଟଏନିସ ୫ ରନ୍ ଦେଇ ଗୋଟିଏ ଉଇକେଟ୍ ନେଇଥିଲେ ।

 

ବିଦେଶରେ ଉଇଁଲା ଚାନ୍ଦ, ପ୍ରିୟଙ୍କା ଚୋପଡ଼ା ସେୟାର କଲେ କରୱା ଚୌଥ ଲୁକ୍

ନୂଆଦିଲ୍ଲୀ: ବିଦେଶରେ ଥାଇ ମଧ୍ୟ ଖୁବ ଧୁମଧାମରେ କରୱା ଚୌଥ ପାଳନ କରିଛନ୍ତି ପ୍ରିୟଙ୍କା ଚୋପ୍ରା । ସେ ସ୍ୱାମୀ ନିକ ଜୋନସଙ୍କ ସହିତ ଆମେରିକାରେ ଅଛନ୍ତି । ପ୍ରିୟଙ୍କା ଇଷ୍ଟାଗ୍ରାମରେ କରୱା ଚୌଥର ଫଟୋ ସେୟାର କରିଛନ୍ତି । ରେଡ ସାଢ଼ୀରେ ପ୍ରିୟଙ୍କା ଚୋପ୍ରା ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ପ୍ରିୟଙ୍କା କରୱା ଚୌଥ ସେଲିବ୍ରେସନର ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଭିନେତ୍ରା ଜଣଙ୍କ ପୂଜା ଥାଳି ଥର ହସୁଥିବା ନଜର ଆସୁଛନ୍ତି । ଅନ୍ୟପଟେ ଦ୍ୱିଟୀୟ ଫଟୋରେ ସେ ସ୍ୱାମୀ ନିକ ଜୋନସଙ୍କ ସହିତ ରୋମାଣ୍ଟିକ ପୋଜରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ପାରମ୍ପରିକ ଲୁକରେ ପ୍ରିୟଙ୍କା ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ପ୍ରିୟଙ୍କା ଚୋପ୍ରୋ କରୱା ଚୌଥରେ ଏକ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ଯାହାକୁ ସେ ଗୋଲଡେନ ବ୍ଲାଉଜ ସହ ଟିମଅପ କରିଛନ୍ତି । ରେଡ ବିନ୍ଦି, ଲିପଷ୍ଟିକ, ମଥାରେ ସିନ୍ଦୁର, ଗୋଲଡେନ ଚୁଡ଼ି ପ୍ରିୟଙ୍କାଙ୍କ ଲୁକକୁ କମ୍ପ୍ଲିମେଣ୍ଟ କରୁଛି ।

ପ୍ରିୟଙ୍କା କରୱା ଚୌଥ ସେଲିବ୍ରେସନର ଏହି ଫଟୋ ସେୟାର କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ଅଭିନେତ୍ରୀ ଜଣଙ୍କ ସ୍ୱାମୀ ନିକ ଜୋନସଙ୍କ ପ୍ରତି ନିଜ ଭଲ ପାଇବା ଜାହିର କରି ଲେଖିଛନ୍ତି ‘ଆଇ ଭଲ ୟୁ’  । ନିକ ଜୋନସ ମଧ୍ୟ ନିଡ ଇଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରିୟଙ୍କା ସହ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରିୟଙ୍କା ଏବଂ ନିକଙ୍କ ଏହି ଫଟୋକୁ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି ।