ବେଲ୍ ନା ଜେଲ ! ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ୍ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍ ମିଳିବ କି ?

1 min read
Jail Or Bail For Gopalpur MLA Pradeep Panigrahi

ଭୁବନେଶ୍ୱର: ଦେଶରେ ଲାଗୁ ହୋଇଥିଲା ଲକଡାଉନ୍ । କାମଧନ୍ଦା ବନ୍ଦ ଯୋଗୁଁ ଘରମୁହାଁ ହେଉଥିଲେ ଦାଦନ । ଚାକିରି ହରାଇ କର୍ମ ସଂସ୍ଥାନ ସନ୍ଧାନ କରୁଥିଲେ ଅନେକ । ଏହି ସୁଯୋଗର ଫାଇଦା ନେଇଥିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକ । ଆକାଶ ନିଜକୁ ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ ଆରମ୍ଭ କରିଥିଲେ ଠକେଇ । ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ ଶ୍ୱଶୁର । ଚାକିରି ନାଁରେ ଲୋକଙ୍କ ଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା ।

Jail Or Bail For Gopalpur MLA Pradeep Panigrahi

ଠକେଇ ଓ ଷଡ଼ଯନ୍ତ୍ରର ମାଫିଆ ଯିଏ କି ଜଣେ ଜନ ପ୍ରତିନିଧି ପ୍ରଦୀପ ପାଣିଗ୍ରାହୀ । କ୍ରାଇମବ୍ରାଞ୍ଚ ଜେରା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଠକେଇରେ ଭାବି ଜ୍ୱାଇଁଙ୍କୁ ସହଯୋଗ, ଲୋକଙ୍କ ସହ ଚିଟିଂ କରି ପ୍ରଦୀପ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ । ଆଉ ଆକାଶ-ପ୍ରଦୀପଙ୍କ ଆକାଉଣ୍ଟରେ ଅର୍ଥ କାରବାର ହୋଇଥିଲା । ଏହିଭଳି ଭାବେ ଭାବି ଜ୍ୱାଇଁ ଓ ଶ୍ୱଶୁର ଗଞ୍ଜାମର ୬୮ ଜଣଙ୍କୁ ଏମିତି ଠକିଥିବା ଅଭିଯୋଗ ହୋଇଥିଲା ।

ଏଥିସହ ପଢ଼ନ୍ତୁ- ବାହାସ୍ଫୋଟ ମାରୁଥିଲେ, ବନ୍ଧାହେଲେ; ଆକାଶଙ୍କ ସହ ମିଶି ଠକେଇ ଅଭିଯୋଗରେ ପ୍ରଦୀପ ଗିରଫ

ଗତ ୨ ଦିନ ଧରି କ୍ରାଇମବ୍ରାଞ୍ଚ ଟାଟା ମୋଟର୍ସ ଅଭିଯୋଗ ଆଧାରରେ ବ୍ରହ୍ମପୁରରେ ଛାନଭିନ୍ କରିଥିଲା । ପ୍ରଦୀପଙ୍କ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତି ହେମନ୍ତ ରଥ ତାଙ୍କ ଝିଅଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ ବିଧାୟକଙ୍କୁ ୬ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଥିଲେ । କେବଳ ହେମନ୍ତ ନୁହଁନ୍ତି ଏହିଭଳି ଏକାଧିକ ଲୋକଙ୍କୁ ପ୍ରଦୀପ ପାଣିଗ୍ରାହୀ, ଭାବି ଜ୍ୱାଇଁଙ୍କ ସହ ମିଶି ଠକେଇ କରିଥିବା ଅଭିଯୋଗ ହୋଇଛି ।

Jail Or Bail For Gopalpur MLA Pradeep Panigrahi

ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଆକାଶଙ୍କ ଟାଟା ମୋଟର୍ସରେ ଚାକିରି କରାଇବା ମାମଲାକୁ ସାଇବର ଅପରାଧ ଭାବେ ନେଇଛି କ୍ରାଇମବ୍ରାଞ୍ଚ । ଏହି ସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହେଇପାରେ । ଗିରଫ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ସମୟ ମଧ୍ୟରେ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିବ ।

ଏଥିସହ ପଢ଼ନ୍ତୁ- ଆକାଶଙ୍କ ଆକାଉଣ୍ଟରେ ୧୬.୦୫ କୋଟି ଟଙ୍କା ଜମା, ବ୍ରହ୍ମପୁର ଓ ବଲାଙ୍ଗିରରେ ବି ରହିଛି ଆକାଉଣ୍ଟ

Leave a Reply