ଠକ ବିଧାୟକ ପ୍ରଦୀପଙ୍କ ଗିରଫଦାରୀକୁ ନେଇ ଗଞ୍ଜାମରେ ଉତ୍ସବ

1 min read
Celebration in Gopalpur after MLA Pradeep Panigrahi Arrested

ବ୍ରହ୍ମପୁର: ବନ୍ଧାହେଲେ ଠକ ବିଧାୟକ ପ୍ରଦୀପ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀ ପରେ ଗଞ୍ଜାମରେ ଦେଖିବାକୁ ମିଳିଛି ଉତ୍ସାହ । ବିଧାୟକଙ୍କ ଗିରଫଦାରୀ ପରେ ବିଶେଷକରି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଶୀତକୁ ଖାତିର୍ ନକରି ବାଣ ଫୁଟାଇ ଖୁସି ମନାଇଛନ୍ତି ।

ଏଥିସହ ପଢ଼ନ୍ତୁ- ବେଲ୍ ନା ଜେଲ ! ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ୍ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ୍ ମିଳିବ କି ?

Celebration in Gopalpur after MLA Pradeep Panigrahi Arrested

ଭାବି ଜ୍ୱାଇଁ ଆକାଶଙ୍କ ସହ ମିଶି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଠକେଇ କରିଥିଲେ । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ପ୍ରାୟ ୬୮ ଜଣଙ୍କ ଠାରୁ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା । ଏନେଇ ଠକେଇର ଶିକାର ହୋଇଥିବା ଯୁବକ, ଯୁବତୀଙ୍କ ସହ ଖୋଦ୍ ଟାଟା ମୋଟର୍ସ ଅଭିଯୋଗ କରିଥିଲା । କ୍ରାଇମବ୍ରାଞ୍ଚର ଖୋଳତାଡ଼ ପରେ ମିଳିଥିଲା ଗୋଟିଏ ପରେ ଗୋଟିଏ ପ୍ରମାଣ । ନା ଆକାଶ ପାଠକ ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ଥିଲେ ନା କାହାକୁ ଦେଇଥିଲେ ଚାକିରି ।

ଏଥିସହ ପଢ଼ନ୍ତୁ- ବାହାସ୍ଫୋଟ ମାରୁଥିଲେ, ବନ୍ଧାହେଲେ; ଆକାଶଙ୍କ ସହ ମିଶି ଠକେଇ ଅଭିଯୋଗରେ ପ୍ରଦୀପ ଗିରଫ

Celebration in Gopalpur after MLA Pradeep Panigrahi Arrested

ବରଂ ଭାବି ଜ୍ୱାଇଁଙ୍କ ସହ ମିଶି ବିଧାୟକ ଶ୍ୱଶୁର ଲୋକଙ୍କୁ ଚାକିରି ଦେବାକୁ କହି ଭୂଆଁ ବୁଲାଉଥିଲେ । କାହାଠୁ ଲକ୍ଷେ ତ କାହାଠୁ ୬ ଲକ୍ଷ ଟଙ୍କା । ଯେମିତି ପାରିଲେ, ଯେତେ ପାରିଲେ ଲୁଟିଲେ । ଏହି ମାମଲାରେ ଆଜି କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା ପରେ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ଗିରଫଦାରୀ ପରେ ଠକାମୀର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଏଥିସହ ପଢ଼ନ୍ତୁ- ଆକାଶଙ୍କ ଆକାଉଣ୍ଟରେ ୧୬.୦୫ କୋଟି ଟଙ୍କା ଜମା, ବ୍ରହ୍ମପୁର ଓ ବଲାଙ୍ଗିରରେ ବି ରହିଛି ଆକାଉଣ୍ଟ

Leave a Reply