‘ପୁଣିଥରେ ଫେରିବ ପୂର୍ବ ଅର୍ଥବ୍ୟବସ୍ଥା’

1 min read

ନୂଆଦିଲ୍ଲୀ: ଧିରେ ଧିରେ କମୁଛି କୋରୋନା, ସୁଧୁରୁଛି ସ୍ଥିତି । କୋରୋନା କବଳରେ ଥିଲା ଅର୍ଥବ୍ୟବସ୍ଥା ।  ଭାଙ୍ଗି ପଡିଥିବା ଦେଶର ଅର୍ଥ ମେରୁଦଣ୍ଡ ଏବେ ପୁନର୍ବାର ଯୋଡି ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀଙ୍କ ଏହି ବୟାନ ଏବେ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଆଶା ସଞ୍ଚାର କରିବ ବୋଲି କୁହାଯାଉଛି । କରୋନା କାରଣରୁ ଭୁଶୁଡିପଡିଥିବା ଅର୍ଥବ୍ୟବସ୍ଥା ୨୦୨୧-୨୨ ଆର୍ଥିକ ବର୍ଷରେ ବୃଦ୍ଧି ଘଟିବ  । ପୁଣିଥରେ ପୂର୍ବ ସ୍ଥିତି ଫେରିଆସିବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୧-୨୨ ଫେବୃୟାରୀ ମାସରେ ଆସିବାକୁ ଥିବା ପୂର୍ଣ୍ଣକାଳୀନ ବଜେଟ ନୂଆ ଆଶା ନେଇ ଆସୁଛି  । ନିଶ୍ଚିତ ଅର୍ଥବ୍ୟବସ୍ଥା ପାଇଁ ସଞ୍ଜିବନୀ ସାଜିବ ।  କୋଭିଡ-୧୯ କାରଣରୁ କ୍ଷତିଗ୍ରସ୍ତ ହୋଇପଡିଥିବା ଅର୍ଥବିଭାଗ ପୁଣିଥରେ ଠିଆ ହେବ । ଆଗାମୀ ପାଞ୍ଚ ବର୍ଷ ପାଇଁ ଆସୁଥବା ବଜେଟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ ବୋଲି ମଧ୍ୟ କହିଛନ୍ତି ନିର୍ମଳା ।

Leave a Reply