ବାକି ଟଙ୍କା ପାଇଁ ବନ୍ଧା ପଡିଲା ମୃତ ଦେହ, ପୋଲିସର ହସ୍ତକ୍ଷେପ ପରେ ଛାଡିଲା ହସ୍ପିଟାଲ

1 min read

ଭୁବନେଶ୍ୱର: ଘରୋଇ ହସ୍ପିଟାଲର ମନମାନି । ବକେୟା ଟଙ୍କା ପାଇଁ ରୋଗୀ ମୃତ୍ୟୁ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କଲେନି ହସପିଟାଲ କର୍ତ୍ତୃପକ୍ଷ । ଏପରି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଉତ୍କଳ ହସ୍ପିଟାଲ ବିରୋଧରେ । ଶେଷରେ କମିଶନରେଟ୍ ପୋଲିସ୍ ଓ ବିଏମସିର ହସ୍ତକ୍ଷେପ ପରେ ମୃତଦେହ ନେଇ ସତ୍ୟନଗରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ ।

ଦୁଇ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡିଲା ଶବ । ୧୦ ଦିନରେ ମେଡିକାଲ ବିଲ ୭ ଲକ୍ଷ ଟଙ୍କା । ପୋଲିସର ହସ୍ତକ୍ଷେପ ପରେ ମିଳିଲା ମୃତଦେହ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଉତ୍କଳ ହସପିଟାଲ ବିରୋଧରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ । ବାଲେଶ୍ୱରର ୪୩ ବର୍ଷୀୟ ଲଲାଟେନ୍ଦୁ ଜେନାଙ୍କ ଗୋଡ଼ରେ ଯନ୍ତ୍ରଣା ଓ ଅର୍ଗାନ ଫେଲ୍ୟୁଅର ଯୋଗୁଁ ନଭେମ୍ବର ୧୯ ତାରିଖରେ ଉତ୍କଳ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଡମିଟ ବେଳେ କୋଭିଡ ନେଗେଟିଭ ଆସିଥିଲା । କିନ୍ତୁ ୧୦ ଦିନ ରହିବା ଆସିଲା ପଜିଟିଭ ।

ଶେଷରେ ଚିକିତ୍ସାଧିନ ଅବସ୍ଥାରେ ୧ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଏହାରି ଭିତରେ ବିଲ ପାଖାପାଖି ୭ ଲକ୍ଷ ଟଙ୍କା ହୋଇଥିଲା । ତେବେ ଇନ୍ସ୍ୟୁରାନ୍ସ ଓ ନଗଦ ଟଙ୍କାକୁ ମିଶାଇ ୪ ଲକ୍ଷ ୯୦ ହଜାର ଟଙ୍କା ପୈଠ କରାଯାଇଥିଲେ ସୁଦ୍ଧା ବାକି ଟଙ୍କା ନଦେବାରୁ ମୃତଦେହ ଛାଡି ନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ କମିଶନରେଟ ପୋଲିସ ଓ ବିଏମସିର ହସ୍ତକ୍ଷେପ ପରେ ମୃତଦେହ ଆଣି ସତ୍ୟନଗରରେ ଶେଷକୃତ୍ୟ କରିଛନ୍ତି ପରିବାର ଲୋକେ ।

ସେପଟେ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । କରୋନାରେ ମୃତ୍ୟୁ ହୋଇଥିବା କାରଣରୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ମୃତଦେହ ହସ୍ତାନ୍ତର କରାଯାଇଥିବା ହସ୍ପିଟାଲ କହିଛି । ମୃତ୍ୟୁ ହେବା ଦିନରୁ BMCକୁ ଜଣାଯାଇଥିଲେ ମଧ୍ୟ ସେମାନେ ବିଳମ୍ବରେ ମୃତଦେହ ନେଇଥିବା କହିଛନ୍ତି ହସ୍ପିଟାଲ ସିଇଓ । ଘରୋଇ ହସ୍ପିଟାଲରେ ଲୋକଙ୍କୁ ଏପରି ଶୋଷଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ତେଣୁ ଘଟଣାର ତଦନ୍ତ କରି ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।

Leave a Reply