କୃଷି ଆନ୍ଦୋଳନ ପାଇଁ ବଲିଉଡରେ ଟ୍ୱିଟର ଝଡ଼, କଙ୍ଗନାଙ୍କ ନାଁରେ ମାନହାନୀ ମାମଲା ରୁଜୁ

ନୂଆଦିଲ୍ଲୀ: କୃଷି ଆଇନ ମାମଲାରେ ପଞ୍ଜାବର ଚାଷୀ ଆନ୍ଦୋଳନ ଦିଲ୍ଲୀରେ ଗତ ଆଠଦିନ ଧରି ଜାରି ରହିଛି । ଦାବି ପୂରଣ ପାଇଁ କୃଷକମାନେ ଅଡ଼ି ବସିଛନ୍ତି । କିନ୍ତୁ ଗୁରୁବାରକୁ କୃଷକମାନଙ୍କ ସହିତ ଜଡ଼ିତ ଏକ ଭିନ୍ନ ଦୃଶ୍ୟ ନଜର ଆସିଛି । ଗୋଟିଏ ପଟେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ସାରିଛି । ଯେଉଁଠାରେ ଶବ୍ଦ ଏବଂ ଭାଷା ଉପରେ ରୋକ ନାହିଁ । ଏକାଧିକ ଭାଷାରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି ବଲିଉଡର ନାମିଦାମି ସେଲିବ୍ରିଟି ।

ଉକ୍ତ ଘଟଣାକୁ ନେଇ ବଲିଉଡ ଆକ୍ଟର ଦିଲଜିତ ଦୋସାଂଝ ଏବଂ କଙ୍ଗନା ରନୌତଙ୍କ ମଧ୍ୟରେ ଗୁରୁବାରକୁ ଟ୍ୱିଟରରେ ଜବରଦସ୍ତ ଯୁଦ୍ଧ ଦେଖିବାକୁ ମିଳିଛି । କୃଷି ଆଇନକୁ ନେଇ ଦୁଇଜଣଙ୍କ ବିଚାର ଭିନ୍ନ ଭିନ୍ନ । ଯାହାର ଝଲକ ଟ୍ୱିଟରରେ ନଜର ଆସିଛି । ଏହି ଟ୍ୱିଟର ଯୁଦ୍ଧ ଦୁଇ ସେଲିବ୍ରିଟିଙ୍କ ମଧ୍ୟରେ ସୀମିତ ହୋଇନାହିଁ । ଏହାର ପ୍ରଭାବ ଉଭୟ ସେଲିବ୍ରିଟିଙ୍କ ଫ୍ୟାନ୍ସଙ୍କ ଉପରେ ମଧ୍ୟ ପଡ଼ିଛି ।

ଗତ କିଛି ଦିନ ପୂର୍ବରୁ ସୋସିଅଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ବୟସ୍କ ମହିଳାଙ୍କର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଫଟୋ ସାମ୍ନାକୁ ଆସିଥିଲା । ସେହି ଫଟୋକୁ କଙ୍ଗନା ଟ୍ୱିଟରରେ ସେୟାର କଲେ ଏବଂ ତାଙ୍କୁ ଶାହିନ ବାଗ୍ ର ବିଲକିସ ଦାଦିଙ୍କ ସହିତ ତୁଳନା କଲେ । ଦିନେ ସିଟିଜେନସିପ ପାଇଁ ଲଢୁଥିବା ଦାଦି ଏବେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା କଙ୍ଗନା ଦାବି କଲେ । ବୃଦ୍ଧା ଜଣକ ମାତ୍ର ୧୦୦ ଟଙ୍କା ପାଇଁ ଏଭଳି କରିଥିବା ଅଭିନେତ୍ରୀ ସୋସିଆଲ ମିଡିଆରେ ଦର୍ଶାଇଲେ । ଯାହା ଦିଲଜିତଙ୍କୁ ପସନ୍ଦ ଆସିଲା ନାହିଁ ଏବଂ କଙ୍ଗନାଙ୍କ ଏଭଳି ଶବ୍ଦରେ ଖପା ହୋଇଗଲେ ଦିଲଜିତ । କଙ୍ଗନା ଲୋକ ଚିହ୍ନିବାରେ ଭୁଲ କରିଥିବା ସେ କହିଛନ୍ତି ।

ତେବେ ଏକ ଭିଡ଼ିଓ ସେୟାର କରି କଙ୍ଗନାଙ୍କୁ ଟ୍ୱିଟରେ ଜବାବ ଦେଇଥିଲେ । ଯାହା ପରଠାରୁ ଦୁଇଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । କିନ୍ତୁ ବାସ୍ତବରେ ୭୩ ବର୍ଷୀୟ ସେହି ମହିଳାଙ୍କ ନାମ ମହିନ୍ଦର କୌର, ଯିଏ ଭତିଣ୍ଡାର ବାହାଦୂରଗଡ଼ ଜଣ୍ଡିଆନ ଗାଁରେ ବାସିନ୍ଦା ବୋଲି ଦିଲଜିତ ଲେଖିଛନ୍ତି । ତେବେ କରିଥିବା ଉକ୍ତ ଟ୍ୱିଟକୁ କଙ୍ଗନା ଡିଲିଟ କରି ଦେଇଥିବା ନଜର ଆସିଛି । ଉକ୍ତ ଘଟଣାକୁ ନେଇ କଙ୍ଗନାଙ୍କ ନାଁରେ ମାନହାନୀ ମାମଲା ରୁଜୁ ହୋଇଛି ।

Leave a Reply