କିମ୍ ଜୋଙ୍ଗ୍ ଉନଙ୍କ ଦେଶରେ କାହିଁକି କାନ୍ଦିବାର ଅଭ୍ୟାସ କରନ୍ତି ଲୋକେ

ନୂଆଦିଲ୍ଲୀ: ଉତ୍ତର କୋରିଆର ଶାସକ ଭାବେ କିମ୍ ଜୋଙ୍ଗ୍ ଉନ୍ ଖୁବ୍ ଚର୍ଚ୍ଚିତ । ତାଙ୍କ ପୂର୍ବରୁ ଦେଶରେ କିମ୍ ପରିବାରର ଦବଦବା ରହିଥିଲା।

ଏପରିକି ଜନସାଧାରଣ ମାନେ ରାଜପରିବାରକୁ ଡରୁଥିବା ବେଳେ ସେମାନଙ୍କ ଭୟକୁ ଦେଖାଇବା ଲାଗି ମଧ୍ୟ ପରମ୍ପରା ରହିଛି । କିମଙ୍କ ପୂର୍ବରୁ ତାଙ୍କ ବାପା ଓ ଜେଜେବାପା ଶାସନ ଭାର ସମ୍ଭାଳୁଥିଲେ ।

ଏଠାକାର ଶାସକମାନଙ୍କୁ ଜୀବିତ ଅବସ୍ଥାରେ ସମ୍ମାନ ପ୍ରଦର୍ଶନ କରାଯାଉଥିବା ବେଳେ ମୃତ୍ୟୁ ପରେ ମଧ୍ୟ ତାଙ୍କ ପାଇଁ କାନ୍ଦିବାର ପରମ୍ପରା ରହିଛି । ଯଦି ଏହାକୁ କେହି ଅମାନ୍ୟ କରେ ତାହେଲେ ତାଙ୍କୁ କିମ୍ ପରିବାର ଦଣ୍ଡାଦେଶ କରିଥାନ୍ତି।

ତେବେ କୁହାଯାଏ ସେମାନଙ୍କ ମୃତ୍ୟୁ ପରେ ପ୍ରଜା ମାନଙ୍କୁ ଶୋକସଭାରେ ଚିଲ୍ଲାଇ ଚିଲ୍ଲାଇ କାନ୍ଦିବାକୁ କୁହାଯାଇଥିଲା । ଆଉ ଯେଉଁମାନେ ଠିକ୍ ଭାବେ କରିପାରୁନଥିଲେ, ପରବର୍ତ୍ତୀ ସମୟରେ ସେମାନଙ୍କର କୌଣସି ପତ୍ତା ମିଳିପାରୁନଥିଲା । ଏନେଇ ସେ ସମୟରେ ମିଡିଆରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ସବୁଠାରୁ ଖାସ୍ କଥା ହେଉଛି ୨୦୧୧ ମସିହା ଡିସେମ୍ବର ୧୭ ତାରିଖରେ ଯେତେବେଳେ ଉତ୍ତର କୋରିଆର ସୁପ୍ରିମ୍ ଲିଡର କିମ୍ ଜୋଙ୍ଗ୍ ଉଲଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର ଦୁଇ ଦିନ ପରେ ଦେଶବାସୀ ଟେଲିଭିଜନ୍ ଜରିଆରେ ଖବର ପାଇଥିଲେ । ଏପରିକି ପତାକାକୁ ଅଧା ନୁଆଁଯାଇଥିବା ବେଳେ ଦେଶରେ ସମସ୍ତ ପ୍ରକାର ଉତ୍ସବକୁ ବନ୍ଦ କରାଯାଇଥିଲା ।

ସେହିପରି ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିବା ବେଳେ ଶୋକସଭାରେ ଜନସାଧାରଣଙ୍କୁ ନିଜ ଦୁଃଖ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଥିରେ ଶାସକଙ୍କ ମୃତ୍ୟୁ ପରେ ଜନସାଧାରଣ ପୁରୁଣା ରାଜାଙ୍କୁ କେତେ ଭଲ ପାଆନ୍ତି, ତାହାର ପ୍ରମାଣ ଦେବାକୁ ପଡିଥାଏ ।

 

Leave a Reply