ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ୭ ପରିବାରର ୫୪ ହିତାଧିକାରୀ

1 min read

ଉମରକୋଟ: ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଝରିଗାଁ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି । ଗାଁର ଲୋକସଂଖ୍ୟାଠାରୁ ଢେର୍‌ ଅଧିକ ଲୋକଙ୍କ ନାଁ ରହିଛି ହିତାଧିକାରୀଙ୍କ ତାଲିକାରେ ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ପଞ୍ଚାୟତର ଏକ ଛୋଟିଆ ଗାଁ ବନ୍ଧିଗୁଡ଼ା  । ଏଠାରେ ରହନ୍ତି ମାତ୍ର ୭ଟି  ପରିବାର । କିନ୍ତୁ ଆଶ୍ଚର୍ଯ୍ୟର କଥା, RTI ତଥ୍ୟ କହୁଛି, ପାଇଖାନା ହିତାଧିକାରୀ ତାଲିକାରେ ଅଛି ୫୪ଜଣଙ୍କ ନାଁ । କେଉଁଠୁ ଆସିଲେ ଏତେ ହିତାଧିକାରୀ ତାକୁ ନେଇ ଉଠିଛି ପ୍ରଶ୍ନ  । ଗାଁରେ ଗୋଟିଏ ପାଇଖାନା ନିର୍ମାଣ ହୋଇଛି । ତାହା ପୁଣି ନିଜସ୍ବ ଟଙ୍କାରେ  ତିଆରି ହୋଇଛି। କିନ୍ତୁ ୫୪ଜଣଙ୍କ ନାଁରେ ବିଲ୍‌ ହୋଇଥିବା ବନ୍ଧିଗୁଡା ଗାଁର ଭାଗୀରଥି ଦାସ ଅଭିଯୋଗ କରିଛନ୍ତି ।

 

ସେପଟେ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟର କଥା । ତଥ୍ୟରେ ସମସ୍ତ ହିତାଧିକାରୀଙ୍କ ନାଁ ସମାନ ଥିବା ବେଳେ କେବଳ ବାପାଙ୍କ ନାଁ ଓ ଗାଁ ନାଁ ଅଲଗା ରହିଛି । ଏଥିରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି । ଘଟଣା ସଂପର୍କରେ ନବରଙ୍ଗପୁର ଡିଆର୍‌ଡିଏ ପ୍ରୋଜେକ୍ଟ ଡାଇରେକ୍ଟର କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply