spot_img
Home Blog Page 6459

IPL 2020: ୧୦ ତାରିଖରେ ଫାଇନାଲରେ ମୁମ୍ବାଇକୁ ଭେଟିବ ଦିଲ୍ଲୀ

ଦୁବାଇ: ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତବର୍ଷ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୧୦ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁହାଁମୁହିଁ ହେବ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା । ୧୯୦ ରନର ପିଛା କରୁଥିବା ଡେଭିଡ୍ ୱାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା ।

Delhi Capitals defeat Sunrisers Hyderabad by 17 runs, to face Mumbai Indians in the final

ଆଇପିଏଲ୍ ଇତିହାସରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୧୦ ତାରିଖରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଆଇପିଏଲ୍ ଟାଇଟଲ ଜିତିଛି ।

ସରୁନି ସାରୁଅ ସମର:ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ ଗିରଫଦାରି ଦାବିରେ ଆଦିବାସୀ ମଞ୍ଚ

ଖୋର୍ଦ୍ଧା: ସରୁନି ସାରୁଅ ସମର । ସାରୁଅ ଜମି କେଳେଙ୍କାରୀ ବିରୋଧରେ ତେଜୁଛି ବିଦ୍ରୋହର ନିଆଁ । ସାରୁଅଠାରୁ ଭୁବନେଶ୍ୱର, ସବୁଠି ଶୁଭୁଛି ବିରୋଧର ସ୍ୱର । ଜମି ହଡ଼ପ ଘଟଣାରେ ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ ଗିରଫଦାରି ଦାବିରେ ଆଦିବାସୀ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ଆଠ ଦିନ ହେଲା ସାରୁଅ ଷ୍ଟୁଡିଓ ଆଗରେ ଧାରଣାରେ ବସିଛନ୍ତି ଠିକା କର୍ମଚାରୀ ।

ରାଜଧାନୀରେ ସାରୁଅ ତାତି  । ଜମି କେଳେଙ୍କାରୀ ନେଇ ତେଜିଲା ବିଦ୍ରୋହର ସ୍ବର  । ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି କଲା ଆଦିବାସୀ ମଞ୍ଚ । ତେଜୁଛି ସାରୁଅ ଅସନ୍ତୋଷ  । ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲା ଦଳିତ ଓ ଆଦିବାସୀ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍ କମ୍ପାନୀ ପକ୍ଷରୁ ସାରୁଅରେ ଚଞ୍ଚକତା କରି ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫଦାରି ଦାବି କରିଛି ମଞ୍ଚ । ଜମି ନଫେରାଇଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଆଦିବାସୀ ଓ ଦଳିତ ମଞ୍ଚ ଚେତାବନୀ ଦେଇଛି । ସେହିପରି ଜମି ହଡ଼ପକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ ।

ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ

ସେପଟେ ଅଷ୍ଟମ ଦିନରେ ପହଞ୍ଚିଛି ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଖରା, କାକରରେ ୮ଦିନ ହେଲା ଆନ୍ଦୋଳନରେ ବସିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି ଠିକା କର୍ମଚାରୀ । ସେପଟେ ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ କର୍ମଚାରୀ ଦୀନବନ୍ଧୁ ସାମନ୍ତ ଏବଂ ବିଶ୍ୱଜିତ ରାଉତରାୟଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତାକାଲି ହେବ । ଠିକା କର୍ମଚାରୀଙ୍କୁ ମାରଧର ଓ ଧମକ ଚମକ ଅଭିଯୋଗରେ ଗତ ଅକ୍ଟୋବର ୩୧ ତାରିଖରୁ ଉଭୟ ଜେଲରେ ଅଛନ୍ତି । ଆସନ୍ତାକାଲି ଓଡ଼ିଶା ଇନ୍‌ଫ୍ରାର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କର ଜାମିନ ଶୁଣାଣି କାଲି ହେବ  । ସେହିପରି ଓଟିଭି ଗ୍ରୁପ୍‌ର ପୂର୍ବତନ ଡ୍ରାଇଭର ରବି ସେଠୀଙ୍କୁ ଜମି ବିକିଥିବା ସାରୁଅର ୨୨ଜଣ ଗ୍ରାମବାସୀ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଜଜ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ନୋଟିସ୍ ହୋଇଛି ।

Bihar Result 2020 ! ଲାଲୁ ତନୟରୁ ବିହାର କା ଲାଲା , ତେଜସ୍ୱୀ ପଡିଲେ ଭାରି

ପାଟନା : ରାଜ ତିଲକ କି ଆଇ ବାରୀ, ଭାଇ ତେଜସ୍ୱୀ ସବ ପେ ଭାରୀ, ୟୁବା ବିହାର, ତେଜସ୍ୱୀ ସରକାର । ଇଏ ଥିଲା ଲାଲୁ ଯାଦବଙ୍କ କନ୍ୟା ରାଜଲକ୍ଷ୍ମୀ ଯାଦକ କରିଥିବା ଏକ ଟୁଇଟ୍  । ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ସରିବା ପରେ ଆସିଥିଲା ଏକଜିଟ୍ ପୋଲ୍ । ଆଉ ପ୍ରାୟ ସବୁ ପୋଲ ଦେଖାଇଥିଲା ଏକ ପ୍ରକାର ମତ । ଏନଡିଏଠାରୁ ୟୁପିଏ ରହୁଛି ଆଗରେ । କିଏତ ୧୮୦ ଆସନ ତେଜସ୍ୱୀଙ୍କୁ ଦେବାକୁ ପଛାଇ ନାହାନ୍ତି ।

bihar Election

ହେଲେ ସେ ଯାହା ବି ହେଉ । ଇଲେକ୍ସନ ଆସିବା ଆଗରୁ ଦୁର୍ବଳ ମନେ ହେଉଥିବା ଆରଜେଡି-କଂଗ୍ରେସ-ବାମମେଣ୍ଟ । ପ୍ରଥମ ପର୍ଯ୍ୟାୟ ପୂର୍ବରୁ ଧାର ଧରି ନେଇଥିଲା ମହାମେଣ୍ଟ । ସମୟ ବଢିବା ସହ ଲୋକପ୍ରିୟତା ସାଉଁଟି ଚାଲିଥିଲା । ଭିଡ ବଢିଥିଲା । ଖାଲି ଭିଡ ବଢି ନ ଥିଲା । ଏହା ଭୋଟରେ ମଧ୍ୟ ରୂପାନ୍ତରିତ ହେବାରେ ଲାଗିଥିଲା ।

ମହାମେଣ୍ଟ ପ୍ରାୟ ୪୪ ପ୍ରତିଶତ ଭୋଟ ପାଉଥିବା କୁହାଯାଇଛି । ଏନଡିଏରୁ ଏଲଜେପି ବିଭାଜନ ଜେଡିୟୁ ପାଇଁ କ୍ଷତି ଆଣିଛି । ହେଲେ ମହାମେଣ୍ଟ ପାଇଁ ନୁହେଁ । ତେଣୁ ବିଭାଜିତ ମନେ ହେଉଥିବା ବିରୋଧୀ ମେଣ୍ଟ ସଂଗଠିତ ହେବାରେ ଲାଗିଥିଲା । ଆଉ କ୍ଷମତାରେ ଥିବା ଏନଡିଏ ପରୀକ୍ଷା କରିବାକୁ ଯାଇ ଅକଳରେ ପଡିଥିବା ଏକଜିଟ୍ ପୋଲରୁ ସ୍ପଷ୍ଟ ହୋଇଛି ।

Bihar Election 2020 Ends, After Few Times Exit Poll

 

ଚଳନ୍ତା ବସରେ ଶିକ୍ଷକଙ୍କୁ ନିଶାଦ୍ରବ୍ୟ ଦେଇ ଟଙ୍କା ଓ ମୁଦି ଲୁଟ୍

ଦିଗପହଣ୍ଡି: ରାୟଗଡ଼ା ଜିଲ୍ଲାର ବନ୍ଧୁଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବି. ଶ୍ରୀନିବାସ ରେଡ୍ଡୀ ନାମକ ଜଣେ ଶିକ୍ଷକଙ୍କୁ ଦୁର୍ବୃତ୍ତ ଚଳନ୍ତା ଗାଡିରେ ନିଶାଦ୍ରବ୍ୟ ଦେଇ ଶିକ୍ଷକଙ୍କ ଠାରୁ ଟଙ୍କା ଓ ସୁନା ମୁଦି ନେଇ ଚମ୍ପକ ମାରିଥିବା ଜଣାପଡିଛି । ଶିକାର ହୋଇଥିବା ଶିକ୍ଷକ ଶ୍ରୀନିବାସଙ୍କ ଘର ସାନଖେମୁଣ୍ଡି ବ୍ଲକ ତଥା ସଦରଥାନା ଅନ୍ତର୍ଗତ ଗୈାତମୀ ଗ୍ରାମ ବୋଲି ଜଣାପଡିଛି । ଘଟଣାନୁଯାୟୀ , ଶିକ୍ଷକ ଜଣକ ଶନିବାର ସକାଳୁ ରାୟଗଡ଼ାରୁ ଏକ ଘରୋଇ ବସ୍ ସାଇସୁଦ୍ଧାରେ ନିଜ ଗ୍ରାମ ଗୌତମି ଫେରୁଥିବା  ସମୟରେ କୌଣସି ଦୃର୍ବୁତ୍ତ ଶ୍ରୀନିବାସଙ୍କ ପାଖ ସିଟରେ ବସିଥିଲେ । ଏହାପରେ ଲୁଟେରା ଜଣକ ନାକରେ କୌଣସି ନିଶାଶକ୍ତ ଦ୍ରବ୍ୟ ସୁଙ୍ଘାଇ ଚେତାଶୂନ୍ୟ କରିବା ପରେ ଶ୍ରୀନିବାସଙ୍କ  ମନିପର୍ସରେ ଥିବା ଟଙ୍କା  ଓ  ହାତରୁ ସୁନାମୁଦି ଲୁଟି ନେଇ  କେଉଁଠାରେ ଓହ୍ଲାଇ ପଡ଼ିଥିବା ଜଣାପଡିଛି । ଏନେଇ ପରିବାର ଲୋକେ ବାରମ୍ବାର ଫୋନ କରିବା ସତ୍ତ୍ୱେ ଶ୍ରୀନିବାସଙ୍କ ଫୋନ ନ ଉଠାଇବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଯାହାଫଳରେ ସେମାନେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରିଥିଲେ । ବସଷ୍ଟାଣ୍ଡରେ ଗାଡି ପହଞ୍ଚିବାପରେ ପରିବାର ଲୋକେ ଗାଡ଼ି ଭିତରକୁ ଯାଇ ଦେଖିବା କ୍ଷଣି ଶିକ୍ଷକ ଜଣକ ଚେତାଶୂନ୍ଯ ଅବସ୍ଥାରେ ପଡିରହିଥିଲେ । ଏହାପରେ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଇ  ଦିଆଯାଇଛି । ତେବେ ଦିବାଲୋକରେ ଚଳନ୍ତା ବସ ଭିତରେ ବହୁ ଯାତ୍ରୀ ରହିଥିବା ସତ୍ତ୍ୱେ ଦୁର୍ବୃତ୍ତ ଜଣକ ଏଭଳି କାମ କରୁଥିବା କେହି ବି ଜାଣିପାରିନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ପେଟ୍ରୋଲ ପମ୍ପ ଘଟଣାକୁ ପୂରିଲା ମାସେ: ୪ ତଦନ୍ତକାରୀ ସଂସ୍ଥାର ସନ୍ଧାନ ସତ୍ତ୍ୱେ ରହସ୍ୟ ଉପରୁ ହଟୁନି ପରଦା

0

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ପୂରିଲା ମାସେ । ଏବେବି ଲାଗି ରହିଛି ରହସ୍ୟ, ସରୁନି ତଦନ୍ତ । ବିସ୍ଫୋରଣର କାରଣ ଏ ଯାଏଁ ଜଣା ପଡ଼ିଲାନାହିଁ । କିପରି ଓ କାହିଁକି ହେଲା ବିସ୍ଫୋରଣ ସେନେଇ ଚାରି ଚାରିଟି ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛନ୍ତି । ୨ମୃତକଙ୍କ ମଧ୍ୟରୁ ଜଣଙ୍କ ପରିବାରକୁ କ୍ଷତିପୂରଣ ମିଳିଥିବା ବେଳେ ଆହତ ବ୍ୟକ୍ତିମାନଙ୍କୁ ଏଯାଏଁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ଆସିଛି ।

ଭୁବନେଶ୍ୱର ପାଖ ରାଜଭବନ ପେଟ୍ରୋଲ ପମ୍ପ। ସମୟ ଅପରାହ୍ନ ୧.୧୦ ମିନିଟ । ପେଟ୍ରୋଲ ପମ୍ପରେ ହେଇଥିଲା ଭୟାବହ ବିସ୍ପୋରଣ। ୫ କିଲୋମଟିର ବ୍ୟାପି ଥରିଥିଲା ମାଟି । ୨ ଜଣଙ୍କର ମୁତ୍ୟୁ ହୋଇଥିଲା  । ୧୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ଡଜନେରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଓ୍ୱସଂ ବିଧ୍ୱସଂ ହୋଇ ଯାଇଥିଲା ପେଟ୍ରୋଲ ପମ୍ପ । ଏହି ଘଟଣାକୁ ମାସେ ବିତିଗଲା। ଏବେବି ବିସ୍ଫୋରଣର ଉପରୁ ରହସ୍ୟଣୁ ପରଦା ଉଠିନି । କିପରି ଓ କାହିଁକି ବିସ୍ପୋରଣ ହେଲା, ତାହା ଅସ୍ପଷ୍ଟ। ଦୁର୍ଘଟଣା ପରଠାରୁ ଚୁପ୍‌ ହୋଇରହିଛି ଆଇଓସିଏଲ୍ । ପେଟ୍ରୋଲ ପମ୍ପ ପାଖରେ ଥିବା ଓମ୍‌ଫେଡ୍, ଓପଲଫେଡ୍ ଏଲଆଇସି ଆଉଟ୍ ଲେଟରେ କାମ କରୁଥିବା କର୍ମଚାରୀମାନେ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ । ମାସେ ପରେ ଅଣ୍ଟା ସଳୁଖଛନ୍ତି। ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଏପରିକି ଅନେକ ସରକାରୀ ଓ ବେସରକାରୀ କୋଠା ବି କ୍ଷତି ଗସ୍ତ ହୋଇଥିଲା । କିନ୍ତୁ କାହାକୁ ଟଙ୍କାଟିଏ କ୍ଷତି ପୂରଣ ମିଳିନଥିବା ଅଭିଯୋଗ ହୋଇଛି।

ବିସ୍ଫୋରଣ ମାମଲାର ତଦନ୍ତ ୪ଟି ସଂସ୍ଥା-ପେସୋ, ଆଇଓସିଏଲ ଲୋକାଲ ଅଥରିଟି, ଆଇଓସିଏଲର ୨ ଜଣିଆ ଦିଲ୍ଲୀ ଏକ୍ସପର୍ଟ କମିଟି ଓ କମିଶନରେଟ୍ ପୋଲିସ ତଦନ୍ତ କରୁଛନ୍ତି। କମିଶନରେଟ୍ ପୋଲିସ କେବଳ ଏକ ମାମଲା ରୁଜୁ କରି ଚୁପ୍ ହୋଇ ବସିପଡ଼ିଛି । ମାମଲା ରୁଜୁ ହୋଇଥିଲେ ବି କାହାକୁ ଗିରଫ କରିନାହିଁ, ଏପରିକି ପେଟ୍ରୋଲ ପମ୍ପ ମାଲିକଙ୍କୁ ବି ଜେରା କରିନାହିଁ । ସିସିଟିଭି ଫୁଟେଜ୍ ଜବତ କରିଥିଲେ ବି ନିରବରହିଛି ପୋଲିସ।  ସେପଟେ ପେସୋ ତଦନ୍ତ କରି ଆଇଓସିଏଲକୁ ରିପୋର୍ଟ ଦେଇଛି । ହେଲେ ଆଇଓସିଏଲ ରିଫିଲିଂ ଓ ରିପେୟାରିଂ ଟେଣ୍ଡର ଦେଇଥିବା ସଂସ୍ଥା ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଭଳି ପରିସ୍ଥିତିରେ ଓଡ଼ିଶା ପେଟ୍ରୋଲ ପମ୍ପ ମାଲିକ ସଂଘ କହିଛି, ବିସ୍ଫୋରଣର କାରଣ ଜାଣିବା ନିହାତି ଦରକାର । ଫଳରେ ଅନ୍ୟ ପେଟ୍ରୋଲ ପମ୍ପ ମାଲିକମାନେ ସତର୍କ ହେବେ  । ଫରେନସିକ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତରେ ବିଳମ୍ବ କାହିଁକି? ସିସିଟିଭି ଭିତରେ ରହିଛି କି ପୋଲିସର ତଦନ୍ତ? ପୋଲିସକୁ ମିଳିଥିବା ବୈଷୟିକ ରିପୋର୍ଟ ଯଥେଷ୍ଟ ନୁହେଁ କି? କେବେ ରହସ୍ୟ ଖୋଲିବ, ତା ଉପରେ ସଭିଙ୍କ ନଜର।

LACରେ ଉତ୍ତେଜନା ହ୍ରାସ ସମ୍ଭାବନା, ଅଷ୍ଟମ ରାଉଣ୍ଡ ବୈଠକରେ ହେଲା ସହମତି

ଲଦାଖ: ଲଦାଖରେ ଲଗାତାର ତାପମାତ୍ରା ଖସୁଛି । ଥଣ୍ଡା ବଢ଼ିବା ସହ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଭାରତ-ଚୀନ୍ ସୈନିକଙ୍କୁ ହଟାଇବା ଲାଗି ପରସ୍ପର ମଧ୍ୟରେ ସହମତି ପାଖାପାଖି ପହଞ୍ଚିଛନ୍ତି । କାରଣ ସେନା ସ୍ତରରେ ଆଲୋଚନା ଠିକ୍ ଦିଗରେ ଯାଉଛି । ଉତ୍ତେଜନା କମାଇବା ଦିଗରେ ଉଭୟ ଦେଶ ମଧ୍ୟରେ ଏବେ ଯାଏଁ ୪ କମାଣ୍ଡର ସ୍ତରର ଅଷ୍ଟମ ରାଉଣ୍ଡ ବୈଠକ ହୋଇ ସାରିଲାଣି ।

India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ସୂତ୍ର ଅନୁସାରେ- ଏହି ଦିଗରେ କରାଯାଇଥିବା ଉପାୟକୁ କିଛିଗିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଅନ୍ତିମ ରୂପ ଦିଆ ଯାଇପାରେ । ଯାହାଦ୍ୱାରା ପର୍ଯ୍ୟାୟକ୍ରମେ ସମସ୍ତ ବିବାଦିତ କ୍ଷେତ୍ରରୁ ସୈନିକଙ୍କୁ ପଛକୁ ହଟାଇବା ସାମିଲ୍ ରହିଛି । ସୂତ୍ରଙ୍କ କହିବା ଅନୁସାରେ ଏହି ମାମଲାରେ ଭାରତ ସାବଧାନତାର ସହ ଆଗକୁ ବଢ଼ୁଛି । କାରଣ ଭାରତ ଚାହେଁ କଥାବାର୍ତ୍ତା ଓ ବୁଝାମଣା ବାସ୍ତବରେ ପରିଣତ ହୋଇ କ୍ଷେତ୍ରରେ ଦେଖାଯାଉ । ଆଲୋଚନାରେ ଟ୍ୟାଙ୍କ ଓ ସଶସ୍ତ୍ର ଯାନକୁ ଏବେର ସ୍ଥାନରୁ ପଛକୁ ଫେରାଇନେବା ମଧ୍ୟ ସାମିଲ୍ ଅଛି । ଏହା ବାବଦରେ ଆସନ୍ତା କିଛି ଦିନ ମଧ୍ୟରେ ଅଗ୍ରଗତି ହେବା ସମ୍ଭାବନା ରହିଛି ।

ଅଷ୍ଟମ ରାଉଣ୍ଡ ଆଲୋଚନାରେ ଉଭୟ ପକ୍ଷ ବିବାଦୀୟ ମାମଲା ଉପରେ କିଛି କରିବା ପୂର୍ବରୁ ଓ ପ୍ରସଙ୍ଗରେ ଚର୍ଚ୍ଚା କରିବେ । ଦୁଇ ପକ୍ଷ ଭାରତ-ଚୀନ ମଧ୍ୟରେ ରବିବାର ଚୁଶୁଳରେ ଅଷ୍ଟମ ରାଉଣ୍ଡ କୌର କମାଣ୍ଡର ସ୍ତରୀୟ ବୈଠକ ପରେ ମିଳିତ ବୟାନ ଜାରି କରିଛନ୍ତି ।

India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ବୟାନରେ କହିଛନ୍ତି- ଦୁଇ ପକ୍ଷ ଭାରତ ଓ ଚୀନ ସୀମା କ୍ଷେତ୍ରର ପଶ୍ଚିମ ଅଞ୍ଚଳରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ସୈନିକଙ୍କୁ ପଛକୁ ହଟାଇବା ନେଇ ଏକ ସ୍ପଷ୍ଟ, ଗଭୀର ଓ ଗଠନମୂଳକ ଆଲୋଚନା ହୋଇଥିଲା । ବୈଠକରେ ଉଭୟ ପକ୍ଷ ଦୁଇ ଦେଶର ନେତାଙ୍କ ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ବୁଝାମଣା କରିଥିଲେ । ନିଜ ସୀମାରେ ମୁତୟନ ହୋଇଥିବା ସୈନିକଙ୍କୁ ସଂଯମତା ଦେଖାଇବା, ଭୁଲ୍ ଆକଳନରୁ ବିରତ ରହିବା ଉପରେ କାମ କରିବାକୁ ସହମତି ହୋଇଛି ।

India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ଏଥିସହ ସୈନ୍ୟ ଓ ରାଜନୟିକ ସ୍ତରରେ ସମ୍ବାଦ ଓ ସଞ୍ଚାର ଜାରି ରଖିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । ବୈଠକରେ ଆଲୋଚନା ଜାରି ରଖି ଅନ୍ୟ ପ୍ରସଙ୍ଗ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାହାଫଳରେ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ । ବୟାନରେ ଆହୁରି କୁହାଯାଇଛି- ଶୀଘ୍ର ହିଁ ଆଉ ଏକ ବୈଠକ ପାଇଁ ସହମତି ହୋଇଛି । ଭାରତ ଓ ଚୀନ ମଧ୍ୟରେ ବିଗତ ୬ ମାସରୁ ଅଧିକ ସମୟ ଧରି ସାମରିକ ବିବାଦ ଲାଗି ରହିଛି ।

ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି ଅଭୟ, ପିଲାଙ୍କୁ ବାଣ୍ଟିଲେ ବହି, ମନେ ପକାଇଲେ ପୁରୁଣା ଦିନର ସ୍ମୃତି

ଭୁବନେଶ୍ୱର: କୋରାପୁଟ,ମାଲକାନଗିର ଶବ୍ଦ ପାଟିକୁ ଆସିବା ମାତ୍ରେ ପ୍ରାକୃତିକ ଶୋଭାରାଜି କଥା ମନେ ପଡେ । ହେଲେ ସାରା ଭାରତରେ ଯେତେବେଳେ ନକ୍ସଲବାରୀ ଆନ୍ଦୋଳନ ହେଲା, ସେ ସମୟରେ ଓଡ଼ିଶାର ଦାକ୍ଷିଣତ୍ୟରେ ଥିବା ଏହି ଅଞ୍ଚଳ ନକ୍ସଲମାନଙ୍କ ଭୂସ୍ୱର୍ଗ ପାଲଟିଯାଇଥିଲା । ସାଧାରଣ ଜନତା ମୁଖ୍ୟ ସ୍ରୋତରେ ସାମିଲ ହେବା ଦୂରର କଥା । ଏକଥା ଭାବିବାକୁ ତାଙ୍କର ଯୁ ନ ଥିଲା । ଏହି ନିରୀହ ଲୋକମାନଙ୍କ ସରଳମନକୁ ନେଇ ଫାଇଦା ଉଠାଉଥିଲେ ନକ୍ସଲପନ୍ଥୀ । ତାଙ୍କୁ ଢାଲ କରି ନକ୍ସଲପନ୍ଥୀ ଖେଳୁଥିଲେ ରକ୍ତର ହୋଲି । ତେଣୁ ସେହି ଅଞ୍ଚଳରେ ବିକାଶର ଭିତ୍ତି ପଡିବା ଏକ ପ୍ରକାର ଅସମ୍ଭବ ଥିଲା । ହେଲେ ଆଜି ବଦଳିଛି ସମୟ । ଏକଦା ଅପହଞ୍ଚ ଥିବା ସେହି ଇଲାକା ଆଜି ହୋଇଛି ସ୍ୱାଭିମାନ ଅଞ୍ଚଳ ।

ବିକାଶର ପଦଚିହ୍ନ ଦେଖିବାକୁ ମିଳିଛି ଏହି ଅଞ୍ଚଳରେ । ଗୁରୁପ୍ରିୟା ସେତୁ ଆଜି ଏକ ମାଇଲଖୁଣ୍ଟ । ସ୍ଥାନୀୟ ଅର୍ଥନୈତିକ, ସାମାଜିକ,ସାଂସ୍କୃତିକ ବ୍ୟବସ୍ଥାରେ ଯୋଡିଛି ନୂଆଫର୍ଦ୍ଦ  । ଏକଦା ୧୯ ରାଜ୍ୟ ଓଡ଼ିଶାରେ ନକ୍ସଲ ଗତିବିଧି ପ୍ରବଣ ରହିଥିଲା । ହେଲେ ଓଡ଼ିଶା ଗୃହ ବିଭାଗର ଅବିରତ ପ୍ରୟାସ, ରାଜ୍ୟ ପ୍ରଶାସନର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ନକ୍ସଲପନ୍ଥୀଙ୍କୁ ଦୁର୍ବଳ କରିଥିଲା । ବନ୍ଧୁକ ଛାଡି ହଜାର ହଜାର ମାଓବାଦୀ ସାମିଲ ହୋଇଥିଲେ ମୁଖ୍ୟ ସ୍ରୋତରେ । ଏହି ଅଞ୍ଚଳକୁ ପ୍ରାଥମିକ ଅବସ୍ଥାରେ ଯେଉଁ କେତେଜଣ ନିଷ୍ଠାବାନ ଅଫିସର ନିଜର ତତ୍ତ୍ୱାବଧାନରେ ସମ୍ଭାଳିଥିଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଦିନେ ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଜଣଙ୍କ ଯେବେ ରାଜ୍ୟ ପୋଲିସ ବିଭାଗର ମୁଖିଆ ହୋଇ ଉକ୍ତ ଅଞ୍ଚଳ ଗସ୍ତ କରେ, ତେବେ ତାହା ନିଆରା ହୋଇଥାଏ । ସେହି ମାଟି,ପାଣି,ପବନ ସହ ଥିବା ତାହାର ପୁରୁଣା ସମ୍ପର୍କ ତାକୁ ଭାବବିହ୍ୱଳ କରିଦେଇଥାଏ । ସେହି ଅଞ୍ଚଳର କେମିତି ଅନ୍ୟମାନଙ୍କ ଅପେକ୍ଷା ନିଜର ଲାଗି ଥାଆନ୍ତି । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଏବଂ ସୁଦୂର କୋରାପୁଟରେ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବା ସହ ଗୋରାସେତୁସ୍ଥିତ ବିଏସ୍‌ଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ତାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ। କେବଳ କ୍ୟାମ୍ପ ନୁହେଁ, ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ ଅଭୟ । ଆଉ ପଚାରି ବୁଝିଥିଲେ ବିକାଶର କଥା । ଭଲମନ୍ଦ, କେତେକ’ଣ । ପିଲାଠୁ ବୁଢା ସମସ୍ତଙ୍କ ସହ ଦୁଇ ପଦ କଥା ହୋଇଥିଲେ ।

କୁନି ପିଲାଙ୍କ ସହ ଖୁସି ଗପ କରିଥିଲେ । ଆଉ ପରିଣତଙ୍କ ସହ ବାଣ୍ଟିଥିଲେ ବିଗତ ଦିନର ସ୍ମୃତି । ଡିଜିପି ସେହି ଅଞ୍ଚଳରେ ଥିବା ବିଏସ୍‌ଏଫ୍‌, ଏସ୍‌ଓଜି, ଡିଭିଏଫ୍‌ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କୁ ଡିଜି ପାଠ୍ୟ ଉପକରଣ ଓ ଅନ୍ୟ ସାମଗ୍ରୀ ବାଣ୍ଟିଥିଲେ  ।. ଆଉ ଡିଜିପିଙ୍କ ହାତରୁ ଏ ସବୁ ପାଇ ପିଲାଙ୍କ ଖୁସି କହିଲେ ନ ସରେ । ସେହିଭଳି କୋରାପୁଟର ସୁନାବେଡ଼ାରେ ପହଞ୍ଚିଥିଲେ ପୋଲିସ ଡିଜି । ମାଓ କାର୍ଯ୍ୟକଳାପ ଓ ନିଶା କାରାବର ନିୟନ୍ତ୍ରଣ ନେଇ ପୋଲିସ ଡିଜି ସମୀକ୍ଷା କରିଥିଲେ  । କୋରାପୁଟ ଜିଲ୍ଲାରେ ଚୋରା ଗଞ୍ଜେଇ କାରବାର ରୋକିବାକୁ ପୋଲିସର କାର୍ଯ୍ୟନୁଷ୍ଠାନକୁ ପ୍ରଶାଂସା କରିଥିଲେ ଡିଜି ।…

 

ସେଲଫି ନେଲେ ସୁର, ଚମ୍ପାଚମେଲି ସହ ସୁର କଲେ ଆଲୋଚନା ହେଲେ ଏମାନେ ସବୁ କିଏ

ଭୁବନେଶ୍ୱର: ଧାଡ଼ିରେ ଯୁବତୀ ଭିଡ଼ । ଭଳିକି ଭଳି ପୋଷାକ ସହ ମୁହଁରେ ହସ । ସେଲ୍ଫି ନେବାକୁ ଲଗାଇଛନ୍ତି ଲମ୍ବା ଲାଇନ୍ । ଏ ସବୁ ଦେଖିକି ଆପଣ ଭାବୁଥିବେ ହୁଏତ କିଏ ଜଣେ ଫିଲ୍ମଷ୍ଟାର ଆସିଥିବେ । ହେଲେ ସେମିତି କିଛି ନୁହେଁ । ୭୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି । ହେଲେ ତାଙ୍କ ସହତି ସେଲ୍ଫିଟିଏ ନେବାକୁ ସମସ୍ତେ ଇଚ୍ଛୁକ । ହେଲେ ଏହି ପରିଣତ ବୟସରେ ବି ସେଲ୍ଫି ମାନିଆର ସେହି ସେଲିବ୍ରେଟି ଜଣଙ୍କ କିଏ । ଏହା ଜାଣିବାକୁ ଆପଣଙ୍କ ମନ ଉତ୍କଣ୍ଠା ହେଉଥିବ ନିଶ୍ଚୟ ।

ହଁ ଆଜ୍ଞା ସେ ଆଉ କେହି ନୁହଁନ୍ତି । ଜଟଣୀ ବିଧାୟକ ତଥା ସବୁରି ପ୍ରିୟ ସୁର ଭାଇନା । କାହା ପାଇଁ ସୁର ଭାଇ, ସୁର ଅଜା ତ କାହାର ସୁର ସାର୍ । ସେଲଫି ନେବା ପରେ ସବୁ ଝିଅଙ୍କ ମୁହଁରେ ଗୋଟିଏ କଥା । ଆମେ ସବୁ ସୁର ରାଉତରାୟଙ୍କ ବଡ଼ ଫ୍ୟାନ । ଉଇ ଆର ଭେରି ଲକି ତାଙ୍କ ସହ କଥା ହେଲୁ । ହସି ଦେଇ ସେ ଯୋଉ କୁହନ୍ତି ଆଉ ସବୁ ଭଲ ତ । ଏକଥା ତାଙ୍କର ଭଲ ଲାଗିଲା ବୋଲି ଝିଅମାନେ କହି ହସି ଦେଉଥାଆନ୍ତି । ସୁର ବାବୁ କେବଳ ପଲିଟିସିଆନ ନୁହଁନ୍ତି, ଓଡ଼ିଶାର ଜଣେ କମେଡି କିଙ୍ଗ୍ । ସବୁବେଳେ ତାଙ୍କ ମିଠା କଥା ଦେଖିବାକୁ ମିଳେ ଟିଭିରେ ତେଣୁ ଯଦି ସାମନାରେ ମିଳିଗଲେ, ତେବେ ତ ଗୋଟେ ଖୁସି ଆଉ ବୋଲି କହିଲେ ଯୁବତୀ ।

ଇଏ ତ ଥିଲା ସେଲଫି କଥା । ଏହା ପୂର୍ବରୁ ରୋବର୍ଟଙ୍କ ସହ ଜମିଥିଲା ସୁର ରାଉତରାୟଙ୍କ ବାର୍ତ୍ତାଳାପ । ଚମ୍ପା ଚମେଲି ନାମକ ରୋବର୍ଟ ସହ କଥା ହୋଇଥିଲେ ସବୁରି ପ୍ରିୟ ସୁର । ରୋବର୍ଟ ପଚାରିଥିଲା ୧୦ଟି ପ୍ରଶ୍ନ । ଆଉ ବେଧକ ଉତ୍ତର ଦେଇଥିଲେ ସୁର । ତୁମ ନାଁ କ’ଣ । ତମେ ଘରେ ସ୍ତ୍ରୀ ସହ ମିଶି କେତେବେଳେ ରୋଷେଇ କରିଛ କି । କ’ଣ ଖାଇବାକୁ ଭଲ ଲାଗେ । କେମିତି ଅଛନ୍ତି ବୋଲି ସୁରଙ୍କୁ ପଚାରିଛି ଚମ୍ପା ଚମେଲି । ସନ୍ତୁଳା, ରାଇ, ଦେଶୀ ଚିକେନ୍,ମଟନ ଆଉ ଉଷୁନା ଭାତ ଭଲ ଲାଗେ ବୋଲି ସୁର କହିଥିଲେ । ଏଇଟା ତ ନୂଆ ଜିନିଷ । ଏହି ରୋବର୍ଟ ଏମିତି ଦେଖିଲି ଭଲ ଲାଗିଲା । ଆମେରିକାରେ ଦେଖିଥିଲି ବୋଲି କହିଲେ ସୁର । ଭୁବନେଶ୍ୱର ପଟିଆ ସ୍ଥିତ ରୋବୋ ସେଫ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।  ରେଷ୍ଟୁରାଣ୍ଟରେ ରୋବଟ ଚମ୍ପା-ଚମେଲି ଖାଦ୍ୟ ପରସନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ନିଆରା ପ୍ରୟାସ କରାଯାଇଥିବାବେଳେ ସୁର ରାଉତରାୟଙ୍କ ସାକ୍ଷାତକାର ମାହୋଲକୁ ରଙ୍ଗୀନ କରିଦେଇଛି । ରୋବଟ ଚମ୍ପା-ଚମେଲିଙ୍କ ସାମ୍ବାଦିକ ଠାଣି ଓ ପଚାରିଥିବା ସମସ୍ତ ପ୍ରଶ୍ନକୁ ଭରପୁର ଉପଭୋଗ କରିଥିଲେ ସୁର ରାଉତରାୟ ।

କାଶ୍ମୀରରେ ହେଉଛି ଦୁନିଆର ସବୁଠୁ ମହଙ୍ଗା ଫସଲ, କାହିଁକି ଏବେ ବିପଦରେ…

ଶ୍ରୀନଗର: ଜମ୍ମୁ-କାଶ୍ମୀରର କେଶର ସାରା ଦୁନିଆରେ ଲୋକପ୍ରିୟ ଅଟେ । କାଶ୍ମୀରରେ ବିପୁଳ ପରିମାଣରେ କେସର ଚାଷ କରାଯାଏ । ଏହାକୁ ଦୁନିଆର ସବୁଠୁ ମହଙ୍ଗା କେଶର କୁହନ୍ତି । ଏତିକି ନୁହେଁ କାଶ୍ମୀର କେଶରକୁ ଦୁନିଆରେ ସବୁଠୁ ଭଲ କେଶର କୁହାଯାଏ । ଏବେ କାଶ୍ମୀରରେ କେଶର ଅମଳର ସମୟ । ତେବେ, କୃଷକ କେଶର ଅମଳକୁ ନେଇ ଖୁସି ନାହାଁନ୍ତି । କାରଣ ଏମିତି କିଛିବର୍ଷ ହେଲା ହୋଇ ଆସୁଛି ।

Saffron Harvesting Production Is Decreasing In Jammu Kashmir

୨୦୧୦ରେ କାଶ୍ମୀରରେ କେଶର ଚାଷର ପୁନରୁଦ୍ଧାର ପାଇଁ କେଶର ମିଶନ ଆରମ୍ଭ କରାଯାଇଥିଲା । ଯେଉଁଥିପାଇଁ କେନ୍ଦ୍ର ସରକାର ୪୧୧ କୋଟି ଟଙ୍କା ଅନୁମୋଦନ କରିଥିଲେ । ପ୍ରକଳ୍ପ ଅନୁସାରେ, କେଶର ଚାଷଜମିରେ ପାଣି ସ୍ପ୍ରେ ପାଇଁ ସ୍ପ୍ରିଙ୍କଲର ଲାଗି ୧୨୬ଟି ବୋରୱେଲ ଖୋଳା ଯାଇଥାନ୍ତା ।

Saffron Harvesting Production Is Decreasing In Jammu Kashmir

ପ୍ରଥମେ ଏହି ପ୍ରକଳ୍ପ ୫ ବର୍ଷ ପାଇଁ ଆରମ୍ଭ ହୋଇଥିଲା । କିନ୍ତୁ, ଯେତେବେଳେ ଜାମ୍ମୁ-କାଶ୍ମୀର ସରକାର ୨୦୧୫ ସମୟ ସୀମାକୁ ପୂରଣ କରିପାରିଲେ ନାହିଁ ତ କେନ୍ଦ୍ର ସରକାର ଆଉ ୨ ବର୍ଷେ ଯାଏଁ ପ୍ରକଳ୍ପ ଅବଧି ବୃଦ୍ଧି କରିଥିଲେ । ପରେ ୨୦୧୮ରେ ଏହାକୁ ପୁଣି ୨ ବର୍ଷ ବୃଦ୍ଧି କରା ଯାଇଥିଲା ।

Saffron Harvesting Production Is Decreasing In Jammu Kashmir

ସ୍ଥାନୀୟ କେଶର ଚାଷୀଙ୍କ କହିବା ଅନୁସାରେ- ଗତ ୧୦ ବର୍ଷ ହେଲା ପମ୍ପୋରରେ କେଶର ଚାଷ କରୁଥିବା କୃଷକ ସ୍ପ୍ରିଙ୍କଲର ଜଳ ସିଞ୍ଚନ ସମ୍ପୂର୍ଣ୍ଣ ହେବାକୁ ଅପେକ୍ଷା କରିଛନ୍ତି । ସରକାର ଗତ କିଛିବର୍ଷ ହେଲା ପ୍ରାୟତଃ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଶର ଚାଷକୁ ପ୍ରୋତ୍ସାହନ ଦେବା ଲାଗି ଏହି ସୁବିଧା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Saffron Harvesting Production Is Decreasing In Jammu Kashmir

ପୁଲୱାମା ଜିଲ୍ଲାର ପମ୍ପୋର ତହସିଲରେ ପ୍ରାୟ ୩୨୦୦ ହେକ୍ଟର ଜମିରେ କେଶର ଚାଷ ହୋଇଥାଏ । ଯେତେବେଳେ କି କେଶର ଚାଷ ପାଇଁ ଜମ୍ମୁ-କାଶ୍ମୀରରେ ପ୍ରାୟ ୩, ୭୧୫ ହେକ୍ଟର ଜମି ରହିଛି । କେଶର ଚାଷୀ ମୋହମ୍ମଦ ୟୁସୁଫ କହିଛନ୍ତି- ଗ୍ରୀଷ୍ମ ପରିସ୍ଥିତ ଓ ଗ୍ଲୋବାଲ ୱାର୍ମିଂକୁ ଦେଖି କେଶର ପାଇଁ ସ୍ପ୍ରିଙ୍କଲର ସିଞ୍ଚନ ଆବଶ୍ୟକ । ସ୍ପ୍ରିଙ୍କଲର ସିଞ୍ଚନ ଦ୍ୱାରା କୃଷକ କୌଣସ ଫସଲ ସାମାନ୍ୟ ସମୟର ୧୦ ଦିନ ପୂର୍ବରୁ ଓ ଅଧିକ ମାତ୍ରାରେ ପାଇଥାଏ । ଏହାଦ୍ୱାରା କେଶର ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ।

Saffron Harvesting Production Is Decreasing In Jammu Kashmir

ସେ ଆହୁରି କୁହନ୍ତ ମେକାନିକାଲ ଇଞ୍ଜିନିୟରିଂ ବିଭାଗ କିଛି କୃଷକଙ୍କ ସିଞ୍ଚାଇ ସୁବିଧା ଦେଇଛନ୍ତି । କିନ୍ତୁ, ଏଥିରେ ବିଦ୍ୟୁତ୍ ସୁବିଧା ନାହିଁ । ଆମେ ଯେତେବେଳେ ପମ୍ପ ଚଳାଇବା ଲାଗି ଅଧିକାରୀଙ୍କୁ ପଚାରୁ ତ ସେଥିପାଇଁ ସେମାନଙ୍କ ପାଖରେ କୌଣସି ଇନ୍ଧନ ନଥିବା କୁହନ୍ତି । ୟୁସୁଫଙ୍କ ଅନୁସାରେ ଅଧିକାରୀ କୁହନ୍ତି- କେନ୍ଦ୍ର ସମୟରେ ଆବଶ୍ୟକ ଟଙ୍କା ଦେଉନାହିଁ ।

Bihar EXIT POLL Effect: ଫାଙ୍କା ହେଲାଣି ବିଜେପି ପାର୍ଟି ଅଫିସ, ପୂରା ଖାଁ ଖାଁ …

ପାଟନା: ବିହାର ବିଧାନସଭା ନିର୍ବାଚନ ସରିଛି । ହେଲେ ଫଳାଫଳ ଆସିନାହିଁ । ହେଲେ ବୁଥ୍ ବାହୁଡା ମତ ଆସିଗଲାଣି । ତାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ୨୦୧୫ରେ ଏନଡିଟିଭି ଭାଜପା ନେତୃତ୍ୱାଧୀନ ମେଣ୍ଟ ବିହାରରେ ସରକାର କରିବ ବୋଲି କହିଥିଲା । ହେଲେ ତାହା ହୋଇ ନ ଥିଲା । ସେଠାରେ ମହାମେଣ୍ଟ ସରକାର କରିଥିଲା । ଏହା ପରେ ସେହି ସଂସ୍ଥାର କର୍ତ୍ତୃପକ୍ଷ ଭୁଲ୍ ମାଗିଥିଲେ । ଏହା ପରଠାରୁ ଏନଡିଟିଭି କୌଣସି ଏକଜିଟ୍ ପୋଲ ନ କରି ପୋଲ ଅଫ ପୋଲ୍ସ କରି ଆସୁଛି ।

Bihar Election 2020 Ends, After Few Times Exit Poll

୨୦୧୮ ମସିହାରୁ ବିଭିନ୍ନ ସଂଖ୍ୟା ଦ୍ୱାରା କରାଯାଉଥିବା ଜନମତ ସର୍ଭେ ପ୍ରାୟ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ତେଣୁ ବିହାରକୁ ନେଇ ଆସିଥିବା ଜନମତ ସତ ହେବ ବୋଲି ପ୍ରାୟତଃ ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ବିହାରରେ ବିଜେପି ସମର୍ଥିତ ଏନଡିଏ ସରକାର ଗଢି ନ ପାରେ । ଏକ୍ସିଟ୍ ପୋଲ୍ ଏକ୍ସାଟ ହୋଇ ନାହିଁ । ହେଲେ ମନରେ ଛନକା ପଶି ଗଲାଣି । ଏହାର ପ୍ରଭାବ ପାଟନାସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।

ନଭେମ୍ବର ୭ରେ ଏକଜିଟ୍ ପୋଲ ପ୍ରକାଶ ପାଇବା ପରେ ବିଜେପି ଅଫିସ ରବିବାର ଖାଁ ଖାଁ ରହିଥିବା ନଜର ଆସିଥିଲା । କେତେକ ଦିନ ପୂର୍ବରୁ କରୋନା କାଳରେ ମଧ୍ୟ ଏଠାରେ ଗହଳ ଚହଳ ଲାଗି ରହୁଥିଲା । ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ହେଲେ ଏକ୍ସିଟ ପୋଲ ପରେ ଏହାକୁ ବିଜେପି ସମର୍ଥକମାନେ ଏକରକମର ବିଶ୍ୱାସ କରିବାକୁ ଲାଗିଲେଣି । ତେଣୁ ରବିବାର ସକାଳୁ ବିଜେପି ଅଫିସର ଗତିବିଧି ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ନଜର ରଖିଥିଲେ । ସାରା ଦିନ ବିଜେପି ଅଫିସରେ ଫାଙ୍କା ରହିଥିଲା । କୌଣସି ବଡ଼ ନେତା ଅଫିସ ଆସି ବୁଲିବା ଦେଖା ଯାଇ ନ ଥିଲା ।