spot_img

Latest Posts

ଡ୍ରାଇଭର ସହ ପିଲିଅନ୍ ପିନ୍ଧିବେ ହେଲମେଟ୍, ନହେଲେ ରଦ୍ଦ ହେବ DL

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ବାଇକ୍ ଦୁର୍ଘଟଣା । ସଚେତନ ହେଉନାହାଁନ୍ତି ଲୋକ । ବାରମ୍ବାର ସଚେତନତା ସତ୍ତ୍ୱେ ଅନେକ ହେଲମେଟ ନପିନ୍ଧି ବାଇକ୍ ଚଳାଉଛନ୍ତି । ଏପରିସ୍ଥଳେ ଦୁର୍ଘଟଣା ଘଟିଲେ ଚାଳକ ସହ ପଛରେ ବସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ୁଛି । ଅନେକ ସମୟରେ ପ୍ରାଣହାନୀ ଘଟୁଛି । ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପିଲିଅନ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି ।

ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଦୁଇ ଚକିଆ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି (ପିଲିଅନ୍) ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି ଉଭୟ ହେଲମେଟ୍ ପିନ୍ଧି ନଥିବେ ତ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରି ଦିଆଯିବ । ନିଜ ସହ ପଛରେ ବସିଥିବା ବ୍ୟକ୍ତିଙ୍କ ସୁରକ୍ଷା ଲାଗି ହେଲମେଟ୍ ପିନ୍ଧିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।

Diving licence will be suspended if both the ride and person sitting do not wear helmets

ପୂର୍ବରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ହେଲମେଟ ନ ପିନ୍ଧି ଥିଲେ ଡିଏଲ୍ ଜବତ ଲାଗି ପୋଲିସକୁ ବି କ୍ଷମତା ମିଳିଛି । ଆଇନ୍ ଅନୁସାରେ ହେଲମେଟ ନ ପିନ୍ଧି ଗାଡ଼ି ଚାଳନା କରୁଥିଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ଲାଗି ରଦ୍ଦ ହେବ ବୋଲି କୁହାଯାଇଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ରଦ୍ଦ ହୋଇପାରେ ଡିଏଲ୍ ।

୧) ଧାର୍ଯ୍ୟ ଗତିଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକରେ ନାଲିବତି ଡେଇଁବା

୨) ମାଲ ପରିବହନ ଗାଡ଼ିରେ ଓଭରଲୋଡିଂ ଏବଂ ଲୋକଙ୍କୁ ପରିବହନ

୩) ମଦ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା

୪) ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନର ବ୍ୟବହାର କରିବା

୫) ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା

ଅନ୍ୟପଟେ ଆଜି କଟକ ଆରଟିଓ ଓଲଟପୁର ପୋଲିସ ସହ ମିଳିତ ଚେକିଂ କରିଥିଲା । ଚେକିଂ ବେଳେ ୯୨ ଜଣ ବାଇକ୍ ଆରୋହୀଙ୍କୁ ଜରିମାନା ହେଲମେଟ ନ ପିନ୍ଧିଥିବା ଯୋଗୁଁ କରାଯାଇଛି । ୪୨ଟି ଡ୍ରାଇଭିଂ ଲାଇସେନ୍ସକୁ ତିନିମାସ ଲାଗି ବାତିଲ୍ କରାଯାଇଥିବା ବେଳେ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଏଥିସହ ପଢ଼ନ୍ତୁ- ଫୋନରେ କଥା ହୋଇ ଡ୍ରାଇଭିଂ କଲେ ରଦ୍ଦ ହେବ ଲାଇସେନ୍ସ

Latest Posts

Don't Miss