spot_img

Latest Posts

ନୂଆ ବର୍ଷରୁ ବେପରୁଆ ଗାଡ଼ି ଚାଳକଙ୍କୁ ମିଳିବନି ନିସ୍ତାର, ପହିଲାରୁ ଚେକିଂ ହେବ କଡ଼ାକଡ଼ି

ଭୁବନେଶ୍ୱର: ତ୍ରାହି ପାଇବେନି ବେପରୁଆ ଗାଡ଼ି ଚାଳକ । ଭୁଲ୍ କଲେ ଆଉ ମିଳିବନି ନିସ୍ତାର । ଆସନ୍ତା ଜାନୁଆରୀ ମାସରୁ ପୁଣି କଡ଼ାକଡ଼ି ଚେକିଂ ହେବ । ୨୦୧୯ରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ୍ ନିୟମକୁ ମହାମାରୀ କରୋନା ପାଇଁ ସାମାୟିକ ଭାବେ କୋହଳ କରାଯାଇଥିଲା । ଏବେ ପୁଣି ଥରେ ଚେକିଂକୁ କଡ଼ାକଡ଼ି କରାଯିବ ।

Traffic Rules May Tight From 2021 January In Odisha

ଜାନୁଆରୀ ପହିଲାରୁ ଦୁଇ ଚକିଆ ଯାନ ପଛରେ ବସୁଥିବା ଲୋକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ନଜର ପକାନ୍ତୁ କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଗଣିବେ ?

ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା
ଅଧିକ ବେଗରେ ଗାଡ଼ି ଚାଳନା ହଜାରେରୁ ୨ ହଜାର ଟଙ୍କା (ଲାଇଟ୍ ଭେଇକିଲ୍)

୨ ହଜାରରୁ– ୪ ହଜାର ଟଙ୍କା (ପାସେଞ୍ଜର ଓ ମାଲବାହୀ)

ଦ୍ୱିତୀୟ ଥର ଧରାପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ଜବତ

ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ୍
ଟ୍ରାଫିକ ନିୟମରେ ବାଧା ଦେଲେ ୫୦୦ ଟଙ୍କା
ଲାଇସେନ୍ସ ନଥାଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା
ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହୋଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା
ଅଥରିଟିଙ୍କୁ ସୂଚନା ନଦେଲେ ୨୦୦୦ ଟଙ୍କା
ରାସ୍ତାରେ ନିୟମ ଭାଙ୍ଗିଲେ ୫ ଶହରୁ ୧ ହଜାର ଟଙ୍କା

ଯଦି ମୋଟା ଅଙ୍କର ଜରିମାନାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆଜିଠୁ ନିୟମ ମାନିବା ଅଭ୍ୟାସ କରନ୍ତୁ । ଘରୁ ଗାଡ଼ି ଧରି ବାହାରିଲେ ମୁଣ୍ଡରେ ହେଲମେଟ ପିନ୍ଧନ୍ତୁ । ପାଖରେ ନିଜର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଆରସି, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି), ଗାଡ଼ିର ବୀମା କାଗଜପତ୍ର ରଖନ୍ତୁ । ଆପଣଙ୍କ ପାଖେ ଏସବୁ କାଗଜପତ୍ର ନଥିଲେ ମଧ୍ୟ ଆପଣ ଡିଜି ଲକର କିମ୍ବା ଏମ୍ ପରିବହନ ଆପରେ ଏସବୁ ରଖି ଯାଞ୍ଚ ବେଳେ ଟ୍ରାଫିକ କର୍ମଚାରୀଙ୍କୁ ଦେଖାଇ ପାରିବେ ।

ଏଥିସହ ପଢ଼ନ୍ତୁ- ଡ୍ରାଇଭର ସହ ପିଲିଅନ୍ ପିନ୍ଧିବେ ହେଲମେଟ୍, ନହେଲେ ରଦ୍ଦ ହେବ DL

Latest Posts

Don't Miss