spot_img
Home Blog Page 6453

ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାର ୮ ସଦସ୍ୟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ରାଜ୍ୟସଭାର ୮ ସାଂସଦ ସସପେଣ୍ଡ । ବିଶୃଙ୍ଖଳ ଆଚରଣ ପାଇଁ ସେମାନଙ୍କୁ ସପ୍ତାହେ ପାଇଁ ସସପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁ । ଡେରେକ ଓ ବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ କରିମଙ୍କୁ ସସପେଣ୍ଡ କରାଯାଇଛି । ଗତକାଲି କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ୮ ସାଂସଦଙ୍କୁ ସସପେଣ୍ଡ କରାଯାଇଛି ।

୮ ସାଂସଦ ନିଲମ୍ବିତ:

ହଟ୍ଟଗୋଳ କରିଥିବା ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବିତ କରିଦିଆଯାଇଛି । ୮ ସାଂସଦଙ୍କୁ ବାକି ଥିବା ଅଧିବେସନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ସାଂସଦଙ୍କୁ ମଧ୍ୟରୁ ଡେରେକ ଓ ବ୍ରାଏନ୍, ସଞ୍ଜୟ ସିଂ, ରାଜୁ ସତଭ, କେକେ ରାଗେଶ, ରିପୁନ୍ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ୍ ଓ ଏଲାମରନ୍ ସାମିଲ ଅଛନ୍ତି ।

ଘଟଣାକୁ ନେଇ ମତ ରଖିଲେ ରାଜ୍ୟସଭା ଅଧ୍ୟକ୍ଷ

କାଲିର ଘଟଣା ଉପରେ ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ, ‘ଏହା ରାଜ୍ୟସଭା ପାଇଁ ସବୁଠୁ ଖରାପ ଦିନ ଥିଲା । କିଛି ସାଂସଦ ପେପର ଫିଙ୍ଗାଫୋପଡ଼ା କରିଥିଲେ । ମାଇକକୁ ଭାଙ୍ଗାରୁଜା କରିଥିଲେ । ଉପସଭାପତିଙ୍କୁ ଧମକ ଦିଆ ଯାଇଥିଲା । ତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରାଯାଇଥିଲା । ଏହି ଘଟଣାରେ ମୁଁ ଖୁବ ଦୁଃଖିତ ।’

ନାବାଳିକା ଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେବେ ଓଟିଭି ଏମ୍‌ଡି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା । ଆଜି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମଡି । ଦିନ ୧୧ଟା ବେଳେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନୋଟିସ ହୋଇଛି ।  ଘଟଣାର ବିଭିନ୍ନ ଦିଗ ଉପରେ ଓଟିଭି ଏମଡିଙ୍କୁ ପ୍ରଶ୍ନ କରିପାରନ୍ତି ମହିଳା କମିଶନ । କିଭଳି ଓ କେଉଁ ପରିସ୍ଥିତିରେ ପୀଡିତାଙ୍କ ମାଆ ଚାକିରିରୁ ବହିଷ୍କୃତ ହେଲେ ? ଝିଅକୁ ଦୁଷ୍କର୍ମ ହୋଇଛି ବୋଲି ଜାଣିବା ପରେ ମାଆଙ୍କୁ କାହିଁକି ଡାକୁଥିଲେ ଅଫିସ୍‌କୁ ?  ଥାନାକୁ ଯିବାକୁ କାହିଁକି ଦେଲେନି ପରାମର୍ଶ ?  ଅଫିସର ଆଭ୍ୟନ୍ତରୀଣ କମିଟିରେ କଣ ହୋଇଥିଲା ଆଲୋଚନା ? ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ପଡିପାରେ ଚ୍ୟାନେଲର ଏମଡିଙ୍କୁ । ତେବେ ନୋଟିସ୍‌କୁ ଟାଳି ଦେଇ ଯଦି ଏମ୍‌ଡି ନଆସନ୍ତି, ତେବେ ପରବର୍ତ୍ତି କଥା, ସମୟ କହିବ ବୋଲି ଅଧ୍ୟକ୍ଷା କହିଛନ୍ତି । ଏହାପୂର୍ବରୁ ଶିଶୁ ସୁରକ୍ଷା ଆୟୋଗ ପକ୍ଷ ରଖିବାକୁ ନୋଟିସ୍ କରିଥିଲେ । ହେଲେ ଏଯାଏଁ ଉତ୍ତର ରଖି ନାହାଁନ୍ତି । ଅନ୍ୟପଟେ ଘଟଣାରେ ପୂର୍ବରୁ ଓଟିଭିର ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ମହିଳା ଥାନା ପୋଲିସ । ସେପଟେ ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ  କମିଶନରେଟ ପୋଲିସର ହାତ ଖାଲି ରହିଛି ।

ଆଜିଠୁ ଖୋଲୁଛି ସ୍କୁଲ: ଅଭିଭାବକ ଚାହିଁଲେ ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠୁ ଖୋଲିଛି ସ୍କୁଲ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଏଥିପାଇଁ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନ ଆସିବା ନିଷ୍ପତ୍ତି ଅଭିଭାବକଙ୍କ ହାତରେ ଛଡାଯାଇଛି । ସେହିପରି ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସେହିପରି ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଓଡ଼ିଶାରେ ଦଶହରା ଛୁଟି ପରେ ସ୍କୁଲ ଖୋଲିବାକୁ ଯାଉଛି । ସେହିପରି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ,ଗୁଜୁରାଟ ଓ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲିବା ଉପରରେ କଟକଣା ଜାରି ହୋଇଛି । ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି ।

ନରେନ୍ଦ୍ର ପୁଷ୍କରଣୀର ହେବ ପୁନରୁଦ୍ଧାର: ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ

0

ପୁରୀ: ନରେନ୍ଦ୍ର ପୁଷ୍କରଣୀ ପ୍ରଦୂଷଣ ନେଇ ହେବ ତଦନ୍ତ । ଏଥିପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରାଯାଇଛି । ଏହାକୁ ସଫା କରାଯିବା ସହ ଏହାର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପବିତ୍ର ତୀର୍ଥ ପୁଷ୍କରିଣୀ ଏବେ ପ୍ରଦୂଷିତ ହୋଇଛି । ସହରର ନଳା ପାଣି ପଶିବାଦ୍ୱାରା ଏହାର ଜଳ ବିଷାକ୍ତ ହୋଇଛି । ପରିବେଶ ଅପରିଷ୍କାର ରହିବା ସହ ପୁଷ୍କରିଣୀରେ ମାଛ ମଡକ ଦେଖାଦେଇଛି । ତେଣୁ ଏହାର ପୂନଋଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ନରେନ୍ଦ୍ର ପୁଷ୍କରିଣୀର ହେବ ପୂନଋଦ୍ଧାର । ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ । ସଫା ସହ ରକ୍ଷଣାବେକ୍ଷଣ ନେଇ ହେବ ଅନୁଧ୍ୟାନ । କାହିଁକି ଦୂଷିତ ହେଉଛି ତଦନ୍ତ କରିବ ଟିମ୍ । ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡିତ ପୁରୀର ନରେନ୍ଦ୍ର ତୀର୍ଥ ପୂଷ୍କରିଣୀ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳ ହେବେ ବିଷାକ୍ତ ହୋଇଛି । ନଳା ପାଣି ମିଶିବା ଦ୍ୱାରା ପାଣିର ରଙ୍ଗ ବଦଳିଯାଇଛି । ସ୍ନାନ କଲେ ଦେହ କୁଣ୍ଡାଇ ହେବା ସହ ଏଥିରେ ଥିବା ମାଛ ମରି ଯାଉଛନ୍ତି । ଦୂଷିତ ପରିବେଶ ସାଙ୍ଗକୁ ମାଛ ମଡକ ହେବାରୁ ଅଞ୍ଚଳ ଦୁର୍ଗନ୍ଧମୟ ହୋଇଛି । ଯାହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ଅଭିଯୋଗ ଆସିବାପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧକ୍ଷତାରେ ଏକ ଟିମ ଏହାର ତଦନ୍ତ କରିଛି । ତେବେ ଏଠାରେ 24 ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା କରିବା ସମ୍ଭବ ନୁହେଁ, ବରଂ ଖୁବଶିଘ୍ର ଏହାକୁ ସଫା କରାଯିବା ସହ ରକ୍ଷଣାବେକ୍ଷଣ ପାଇଁ ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । କରୋନା କଟକଣା ପରେ ଦେଶ ବିଦେଶରୁ ପୁଣି ପର୍ଯ୍ୟଟକଙ୍କ ଏଠାକୁ ସୂଅ ଛୁଟିବ । ତେଣୁ ଏହାର ପୂନଋଦ୍ଧାର ତୁରନ୍ତ ହେବା ଆବଶ୍ୟକ ହୋଇପଡିଛି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି: ୭ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ

0

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ  ଜାରି ରହିଛି ପ୍ରବଳ ବର୍ଷା ।  ଏ ନେଇ ୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରଭାବରେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଅରେଞ୍ଜ ୱାର୍ଣ୍ଣିଂରେ ଅଛନ୍ତି ୫ ଜିଲ୍ଲା । ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।  ସେହିପରି ୨୨ ତାରିଖରେ ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗଡା, ବରଗଡ, କୋରାପୁଟ ଓ ମାଲକନାଗିରିରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରିଛି ପାଣିାପାଗ ବିଭାଗ ।

କୋଭିଡ ସହ ଯୁଝୁଛି କମିଶନରେଟ୍ ପୋଲିସ: ୧୧ଶହ ପୋଲିସ କର୍ମଚାରୀ ଏବେ କରୋନା କବଳିତ

ଏଲଏସି ବିବାଦ ମଧ୍ୟରେ ଆଜି ଭାରତ ଓ ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ପୂର୍ବ ଲଦାଖ ସୀମା ମୋଲଡୋରେ ବୈଠକ ବସୁଛି । ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନାରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ନବୀନ ଶ୍ରୀବାସ୍ତବ ଯୋଗ ଦେଉଛନ୍ତି ।

ଅଗଷ୍ଟ ୨ ପରେ ବରିଷ୍ଠ କମାଣ୍ଡର ଲେଫ୍‌ଟେନେଣ୍ଟ ଜେନରଲ ହରିନ୍ଦର ସିଂହ ଓ ତାଙ୍କ ଚୀନ୍ ପ୍ରତିପକ୍ଷ ମେଜର ଜେନେରାଲ ଲିୟୁ ଲିନ୍‌ଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ନିଜ ମାଟିରୁ ଇଞ୍ଚେ ବି ପଛକୁ ହଟିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଆଜିର ବୈଠକରେ ଫୋକସ୍‌ରେ ରହିଛି ପେଙ୍ଗୋଙ୍ଗ ଓ ଦେପସାଙ୍ଗ ଅଞ୍ଚଳ ।

ଗଲୱାନ୍ ପରି ସେଠାରୁ ମଧ୍ୟ ସେନା ଅପସାରଣ ଉପରେ ଗୁରୁତ୍ୱ ଦେବ ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ହୋଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ଦାବି ରଖାଯିବ । ମସ୍କୋରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ପଞ୍ଚସୂତ୍ରୀ ସହମତି ହୋଇଥିଲା । ଏହାପରେ ଆଜି ପ୍ରଥମ ବୈଠକ ବସୁଛି ।

ଆଜିଠୁ ୨ ଦିନ ପାଇଁ ହାଇକୋର୍ଟ ବନ୍ଦ

0

କଟକ: ଆଜିଠୁ ଦୁଇ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ । ଆଜି ଓ ଆସନ୍ତାକାଲି ୨ ଦିନ ଧରି କୋର୍ଟର ସମସ୍ତ କାର୍ଯ୍ୟାଳୟ ସାନିଟାଇଜ ହେବ । ଏଥିପାଇଁ ହାଇକୋର୍ଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ହାଇକୋର୍ଟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୧ତାରିଖର ସମସ୍ତ ମାମଲା ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା , କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ହାଇକୋର୍ଟ କାର୍ଯ୍ୟାଳୟ ।

ମହାରାଷ୍ଟ୍ରର ଭିୱଣ୍ଡୀ ସହରରେ ଭୁଶୁଡ଼ିଲା ୩ ମହଲା କୋଠା, ୮ ମୃତ

ବ୍ୟର୍ଥ ଗଲା ମୟଙ୍କ ଅଗ୍ରୱାଲଙ୍କ ୮୯ ରନ, ସୁପର ଓଭରରେ ଦିଲ୍ଲୀ ଏମିତି ମାରିଲା ବାଜି

0

ଦୁବାଇ: ଆଇପିଏଲ୍‌ ୧୩ର ଦ୍ୱିତୀୟ ମ୍ୟାଚ୍‌କୁ ସୁପର ଓଭରରେ ବାଜି ମାରିନେଇଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍‌ସ ଏବଂ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା । ଟସ୍‌ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଥିଲା । ଉଭୟ ଦଳ ନିର୍ଦ୍ଧାରିତ ଓଭରରେ ୧୫୭ କରିଥିଲେ । ମ୍ୟାଚ୍‌ ଟାଇ ରହିବା ପରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ପ୍ରଥମେ ପଞ୍ଜାବ ବ୍ୟାଟିଂ କରିଥିଲା । ପଞ୍ଜାବ ୨ ୱିକେଟ୍‌ ବିନିମୟରେ ମାତ୍ର ୨ ରନ୍‌ କରିପାରିଥିଲା । ମାତ୍ର ୩ ରନର ବିଜୟ ଲକ୍ଷ ଦିଲ୍ଲୀ ପାଇଁ ସହଜ ହୋଇଯାଇଥିଲା । ମାର୍କସ୍‌ ଷ୍ଟୋଇନିସ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନସ୍ ସର୍ବାଧିକ ୫୩ ରନ୍ କରିଥିଲାବେଳେ ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ୍ ୮୯ରନ୍ କରିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିଲା । ପଞ୍ଜାବ ଟିମକୁ ଲକ୍ଷ ମିଳିଥିବା ୧୫୮ ରନ୍ । କିନ୍ତୁ ପଞ୍ଜାବ ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ୍ କରିପାରିଥିଲା ଏବଂ ସୁପର ଓଭରରେ କିଙ୍ଗସ୍ ଇଲେଭେନ ପଞ୍ଜାବ ମାତ୍ର ୨ ରନ କରିପାରିଥିଲା ।  ଏହା ପରେ ଦିଲ୍ଲୀ ଟିମ୍ ସୁପର ଓଭରରେ ୩ ରନ କରି ମ୍ୟାଚକୁ ହାତେଇ ଥିଲା । ମୟଙ୍କ ଅଗ୍ରୱାଲ ୬୦ ବଲରେ ୭ଟି ଚଉକା ଏବଂ ୪ଟି ଛକ୍କା ମାରିଥିଲେ । ଦିଲ୍ଲୀ ପାଇଁ କୈଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ୱିନ ଏବଂ ମର୍କସ ଷ୍ଟୋଇନିସ ୨-୨ଟି ୱିକେଟ ନେଇଥିଲେ । ଅନ୍ୟପଟେ ମୋହିତ ଶର୍ମା ଏବଂ ଅକ୍ଷୟ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପ୍ରଥମେ ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ପ୍ଲେୟର ମାର୍କସ ଷ୍ଟୋଇନିସଙ୍କ ଜବରଦସ୍ତ ବ୍ୟାଟିଂରେ କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ୮ ୱିକେଟରେ ୧୫୭ ସ୍କୋର କରିଥିଲା । ଦିଲ୍ଲୀ କ୍ୟାପିଟାଲ ଶେଷ ୩ ଓଭରରେ ୫୭ ରନ କରିବାରେ ସଫଳ ହୋଇଥିଲା । ଏଥିରେ ଷ୍ଟୋଇନିସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ୨୧ ବଲରେ କରିଥିଲେ ୫୩ ରନ୍, ଯେଉଁଥିରେ ସାମିଲ ଥିଲା ୭ଟି ଚଉକା ଏବଂ ୩ଟି ଛକ୍କା ।

ପାୱର ପ୍ଲେରେ ଦିଲ୍ଲୀ କ୍ୟାପିଟାଲ ୩ ୱିକେଟରେ ୨୩ ରନ କରିପାରିଥିଲା । ପନ୍ଥ ଏବଂ ଐୟର ୧୦ ଓଭର ଯାଏଁ ମାତ୍ର ୪୯ ରନ କରିପାରିଥିଲେ । ଏଥିରେ ଗୌତମ ଉପରେ ଐୟରଙ୍କର ଦର୍ଶନୀୟ ଛକ୍କା ମଧ୍ୟ ଶାମିଲ ରହିଛି । ପରବର୍ତ୍ତୀ ସମୟରେ ଏହି ବୋଲର ବିପକ୍ଷରେ ଲଗାତାର ଦୁଇଟି ଛକ୍କା ମାରି ରନର ଗତି ବଢ଼ାଇଥିଲେ । କିନ୍ତୁ ମାତ୍ର ୩ ବଲରେ ଏହି ଦୁଇଜଣ ବ୍ୟାଟସମ୍ୟାନଙ୍କ ଆଉଟ ହେଇଯିବା ଦିଲ୍ଲୀକୁ ପୁଣି ଥରେ ଗେମକୁ ଫେରାଇଦେଇଥିଲା ।

ବିଶନୋଇ ପନ୍ଥଙ୍କୁ ଗୁଗଲିରେ ବୋଲ୍ଡ କରିଥିଲେ । ଏହାପରେ ଶାମୀ ନିଜର ଶେଷ ଓଭରରେ ବୋଲିଂ କରିବା ପାଇଁ ଆସିଲେ ଏବଂ ଆସିବା ମାତ୍ରେ ଐୟରଙ୍କୁ ମିଡୱିକେଟରେ କ୍ୟାଚ ଦେବା ପାଇଁ ବାଧ୍ୟ କରିଦେଇଥିଲେ । ତେବେ ଦିଲ୍ଲୀର ସ୍କୋର ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଁଞ୍ଚି ସାରିଥିଲା । କିନ୍ତୁ ତା ପରେ ଷ୍ଟୋଇନିସ ପୁରା ମ୍ୟାଚ ବଦଳାଇ ଦେଲେ ।

ଏହା ପୂର୍ବରୁ କ୍ୟାପଟେନ ଶ୍ରେୟସ ଐୟର (୩୨ ବଲରେ ୩୯, ୩ ଛକ୍କା) ଏବଂ ଋଷଭ ପନ୍ଥ (୨୯ ବଲରେ ୩୧, ୪ ଚଉକା) ୪ ୱିକେଟ ସହ ୭୩ ରନ କରିଥିଲେ । ଶାମୀ ୧୫ ରନ ଦେଇ ୪ ୱିକେଟ ହାସଲ କରିଥିଲେ । ଅନ୍ୟପଟେ ଆଇପିଏଲରେ ନୂଆ କରି ପାଦ ଦେଇଥିବା ଲେଗ ସ୍ପିନର ରବି ବିଶୋନୋଇ ମଧ୍ୟ ନିଜର ପ୍ରଭାବ ଛାଡ଼ିଛନ୍ତି ଏବଂ ୨୨ ରନ ଦେଇ ଗୋଟେ ୱିକେଟ ନେଇଛନ୍ତି ।