ନରେନ୍ଦ୍ର ପୁଷ୍କରଣୀର ହେବ ପୁନରୁଦ୍ଧାର: ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ

ପୁରୀ: ନରେନ୍ଦ୍ର ପୁଷ୍କରଣୀ ପ୍ରଦୂଷଣ ନେଇ ହେବ ତଦନ୍ତ । ଏଥିପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରାଯାଇଛି । ଏହାକୁ ସଫା କରାଯିବା ସହ ଏହାର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପବିତ୍ର ତୀର୍ଥ ପୁଷ୍କରିଣୀ ଏବେ ପ୍ରଦୂଷିତ ହୋଇଛି । ସହରର ନଳା ପାଣି ପଶିବାଦ୍ୱାରା ଏହାର ଜଳ ବିଷାକ୍ତ ହୋଇଛି । ପରିବେଶ ଅପରିଷ୍କାର ରହିବା ସହ ପୁଷ୍କରିଣୀରେ ମାଛ ମଡକ ଦେଖାଦେଇଛି । ତେଣୁ ଏହାର ପୂନଋଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ନରେନ୍ଦ୍ର ପୁଷ୍କରିଣୀର ହେବ ପୂନଋଦ୍ଧାର । ଅନୁଧ୍ୟାନ କରିବା ପାଇଁ ଟିମ୍ ଗଠିତ । ସଫା ସହ ରକ୍ଷଣାବେକ୍ଷଣ ନେଇ ହେବ ଅନୁଧ୍ୟାନ । କାହିଁକି ଦୂଷିତ ହେଉଛି ତଦନ୍ତ କରିବ ଟିମ୍ । ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡିତ ପୁରୀର ନରେନ୍ଦ୍ର ତୀର୍ଥ ପୂଷ୍କରିଣୀ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳ ହେବେ ବିଷାକ୍ତ ହୋଇଛି । ନଳା ପାଣି ମିଶିବା ଦ୍ୱାରା ପାଣିର ରଙ୍ଗ ବଦଳିଯାଇଛି । ସ୍ନାନ କଲେ ଦେହ କୁଣ୍ଡାଇ ହେବା ସହ ଏଥିରେ ଥିବା ମାଛ ମରି ଯାଉଛନ୍ତି । ଦୂଷିତ ପରିବେଶ ସାଙ୍ଗକୁ ମାଛ ମଡକ ହେବାରୁ ଅଞ୍ଚଳ ଦୁର୍ଗନ୍ଧମୟ ହୋଇଛି । ଯାହାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ଅଭିଯୋଗ ଆସିବାପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଅଧକ୍ଷତାରେ ଏକ ଟିମ ଏହାର ତଦନ୍ତ କରିଛି । ତେବେ ଏଠାରେ 24 ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା କରିବା ସମ୍ଭବ ନୁହେଁ, ବରଂ ଖୁବଶିଘ୍ର ଏହାକୁ ସଫା କରାଯିବା ସହ ରକ୍ଷଣାବେକ୍ଷଣ ପାଇଁ ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । କରୋନା କଟକଣା ପରେ ଦେଶ ବିଦେଶରୁ ପୁଣି ପର୍ଯ୍ୟଟକଙ୍କ ଏଠାକୁ ସୂଅ ଛୁଟିବ । ତେଣୁ ଏହାର ପୂନଋଦ୍ଧାର ତୁରନ୍ତ ହେବା ଆବଶ୍ୟକ ହୋଇପଡିଛି ।

Leave a Reply