ବିହାରରେ କିଏ କରିବ ରାଜ୍, ଆଜି ଆସିବ ନିର୍ବାଚନ ଫଳାଫଳ
ଆଉ କିଛି ସମୟ ପରେ ଆରମ୍ଭ ହେବ କାଉଣ୍ଟିଂ…ପୋଷ୍ଟାଲ ବାଲାଟ ପରେ ହେବ ଇଭିଏମ୍ ଭୋଟ୍ ଗଣତି
ଆଉ କିଛି ସମୟ ପରେ ଆରମ୍ଭ ହେବ କାଉଣ୍ଟିଂ…ପୋଷ୍ଟାଲ ବାଲାଟ ପରେ ହେବ ଇଭିଏମ୍ ଭୋଟ୍ ଗଣତି
ଗଞ୍ଜେଇ ଚୋରା ଚାଲାଣରେ ମହିଳାଙ୍କୁ ଢାଲ, ଜବତ ହେଲା ୨୬ କେଜିର ଗଞ୍ଜେଇ
ଭୁବନେଶ୍ୱର: ଭୁବନେଶ୍ୱରରେ ରେଳୱେ ଷ୍ଟେନରୁ ଚୋରା ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣରେ ବେପାରୀଙ୍କ ମହିଳାଙ୍କୁ ଢାଲ । ଦିଲ୍ଲୀ ଚାଲାଣ ବେଳେ ଏକ ନମ୍ବର ପ୍ଳାଟଫରେମରୁ ଦୁଇ ମହିଳାଙ୍କୁ ଗିରଫ କରିଛି ଆରପିଏଫ । ନୀଳାଞ୍ଚଳ ଏକ୍ସପ୍ରେସରେ ଦିଲ୍ଲୀ ଚାଲାଣ ବେଳେ ଲଗେଜ୍ ସ୍କାନରେ ଧରା ପଡ଼ିଲା ଚୋରା ଚାଲାଣ । ସେମାନଙ୍କ ଠାରୁ ୨୬ କେଜି ଗଞ୍ଜେଇ ଜବତ ହୋଇଛି ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୮ ହଜାର ଟଙ୍କା । ଦୁଇ ମହିଳାଙ୍କ ଘର ଉତ୍ତରପ୍ରଦେଶ ନୋଇଡା ଅଞ୍ଚଳେର । ଓଡିଶା କୋରାପୁଟ ଅଞ୍ଚଳରୁ ବେପାରୀ ଭୁବନେଶ୍ୱର ପହଞ୍ଚାଇବା ପରେ ଦୁଇ ଜଣ ମହିଳା ଦିଲ୍ଲୀ ନେଇକି ଯାଇଥାନ୍ତେ ।
ଦିଲ୍ଲୀ ପହଞ୍ଚିବା ପରେ କମିଶନ ଆକାରରେ ୧୦ ହଜାର ଟଙ୍କା ମିଳିଥାନ୍ତା ବୋଲି ଜେରା ବେଳେ ଦୁଇ ଜଣ ଆରପିଏଫ ଆଗରେ ମାନିଛନ୍ତି । ଗତ ୪ ତାରିଖରେ ଦିଲ୍ଲୀ ଚାଲାଣ ବେଳେ ୪୧ କେଜି ଗଞ୍ଜେଇ ଓ ୩ ଜଣଙ୍କୁ ଗିରଫ କରିଥିଲା ଆରପିଏଫ ।
ଆରପାରିରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ୱର: ଆକାଶର ସ୍ୱପ୍ନ ସରିଗଲା । ମର୍ତ୍ତ୍ୟର ମାୟା ଛାଡ଼ି ଶିବ ପାଣିଗ୍ରାହୀ ଚାଲିଗଲେ ଶିବଲୋକକୁ । କଟକ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ ଙ୍କ ପରଲୋକ । ୭୮ ବର୍ଷ ବୟସରେ ସିଡିଏ ସ୍ଥିତ ବାସଭବନ ରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ଥିଲେ ।ପାଣିଗ୍ରାହୀ ଓଡ଼ିଶାର ମର୍ଯ୍ୟଜନକ ଓଡିଶା ଲଳିତ କଳା ଏକାଡେମୀ ସମ୍ନାମ ପାଇଥିଲେ ।

ସେ ଏକାଡେମୀର ୩ବର୍ଷ ସଭାପତି ଥିଲେ । ଏଥି ସହିତ ସେ ବିକେ ଆର୍ଟ କଲେଜର ଅଧ୍ୟାପକ ଥିଲେ । ଆକାଶର ସ୍ୱପ୍ନ ତଥା ଅଧୁନିକ ଚିତ୍ରକଳାରେ ରାଜ୍ୟ ତଥା ଦେଶର ଜଣେ ଆଗ ଧାଡ଼ିର ଚିତ୍ରଶିଳ୍ପୀ ଥିଲେ । ତାଙ୍କ ବିୟୋଗରେ ଶିଳ୍ପୀ ମହଲରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଚିତ୍ର ତଥା କଳା ଜଗତରେ ତାଙ୍କ ଉଲ୍ଲେଖନୀୟ କୃତି ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
କରୋନା କାଳରେ ଉନ୍ନତ ସେବା ପାଇଁ CRUTକୁ ମିଳିଲା ଏକ୍ସିଲେନସି ଆଓ୍ୱାର୍ଡ
ଭୁବନେଶ୍ୱର: କରୋନା ବେଳେ ସହରାଞ୍ଚଳରେ ଉନ୍ନତମାନରେ ସେବା ଲାଗି ସମ୍ମାନିତ ହୋଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(CRUT) । ସାରା ଦେଶ ଲକଡାଉନରେ ଥିବା ବେଳେ ଯାତ୍ରୀ ପରିବହନ, ସାମଗ୍ରୀ ନେଣ ଦେଣ ଉପରେ ରୋକ ଲାଗିଥିଲା । ଏହି ସମୟରେ CRUTହିଁ ରାଜ୍ୟରେ ପରିବହନ ପ୍ରକ୍ରିୟାର ମେରୁଦଣ୍ଡ ହୋଇ ଛିଡ଼ା ହୋଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାର ତଥା CRUTକୁ ଏହି ଏକ୍ସିଲେନସି ପୁରସ୍କାର ଦିଆଯାଇଛି । CRUT ଦ୍ୱାରା ହେଉଥିବା ମୋ ବସ୍ ସେବା ଏକ ଲୋକପ୍ରିୟ ସେବା । କଟକ, ପୁରୀ, ଖୋର୍ଦ୍ଧାରେ ଏହି ସେବା ଦେଖିବାକୁ ମିଳିଥାଏ ।
ଧନତେରସରେ ନିଶ୍ଚିତ ସଫା କରନ୍ତୁ ଘରର ଏହି ୪ଟି ସ୍ଥାନ, ଚମକିବ ଭାଗ୍ୟ
ଦାପାବଳି ପୂର୍ବରୁ ଲୋକ ଘରକୁ ସଫା କରିବା ଆରମ୍ଭ କରି ଦିଅନ୍ତି । ତେବେ, କଣ ଆପଣ ଜାଣନ୍ତି ଧନତେରସ୍ ଦିନ ଘରର କିଛି ଖାସ୍ ସ୍ଥାନ ରହିଛି ଯାହାକୁ ସଫା କରିବାର ବଡ଼ ମହତ୍ତ୍ୱ ରହିଛି । ଏମିତି କରିବା ଦ୍ୱାରା ଆପଣଙ୍କ ଆମଦାନୀ, ଆପଣଙ୍କ ଧନ-ସମ୍ପତ୍ତି ଓ ଭାଗ୍ୟରେ ଭଗବାନ ଧନ୍ୱନ୍ତରୀ, କୁବେର ଦେବ ଓ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ି ଚମକି ଉଠିବ ।

ବାସ୍ତୁ ଅନୁସାରେ ଘରର ଐଶାନ କୌଣ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହାକୁ ଦେବତାଙ୍କ ସ୍ଥାନକୁ କୁହନ୍ତି । ଏଥିପାଇଁ ପ୍ରତ୍ୟେକ ଘରେ ସାଧାରଣତଃ ମନ୍ଦିର ଏହି କୋଣରେ ହୋଇଥାଏ । ଘରର ଐଶାନ କୋଣକୁ ଉତ୍ତର-ପୂର୍ବ କୋଣ କୁହନ୍ତୁ ।

ଧନତେରସ୍ ଦିନ ଏହି କୋଣ ସଫା କରିବା ଜରୁରୀ ଅଟେ । ଘରର ଏହି ଭାଗ ମଇଳା ହୋଇ ରହିବା ଅଥବା ଏହି ସ୍ଥାନରେ ଏମିତି ଜିନିଷ ରଖିବା । ଯାହାର ଆପଣ କେବେ ବ୍ୟବହାର କରନ୍ତି ନାହିଁ । ତ ଏହି ଘରେ ମା’ ଲକ୍ଷ୍ମୀଙ୍କ କୃପା ପଡ଼ିବ ନାହିଁ । ଏଥିପାଇଁ ଆପଣଙ୍କ ଘରର ଐଶାନ କୋଣକୁ ସବୁବେଳେ ସଫା ରଖିବା ଉଚିତ୍ ।

ପୂର୍ବ ପାର୍ଶ୍ୱ: ଧନତେରସ୍ ଦିନ ଭୋରରୁ ଉଠି ଘରର ପୂର୍ବ ସ୍ଥାନକୁ ନିହାତି ସଫା କରନ୍ତୁ । ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ସଞ୍ଚାରିତ ହୁଏ । ଘରେ ମା’ ଲକ୍ଷ୍ମୀ ବାସନ୍ତ କରନ୍ତି ।

ଉତ୍ତର ପାର୍ଶ୍ୱ: ଘରର ଉତ୍ତର ଭାଗକୁ ସଫା ରଖିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ । କୁହନ୍ତୁ ଏହାଦ୍ୱାରା ମା’ ଲକ୍ଷ୍ମୀ ଘରେ ବାସ କରନ୍ତି ।

ମଝି ଭାଗ: ସବୁଠୁ ମହତ୍ତ୍ୱପୂର୍ଣ୍ଣ ହେଉଛି ଘରର ମଝି ଭାଗ ବା ବ୍ରହମ ସ୍ଥାନ । ଏଠାରେ ଜରୁରୀ ନଥିବା ସାମାଗ୍ରୀକୁ ହଟାଇ ଭଲ କରି ସଫା କରନ୍ତୁ ।
ଶେଷ ପର୍ଯ୍ୟାୟରେ ମଲ୍ଟି ଲେବେଲ ପାର୍କିଂ କାମ: ଚାରି ମାସ ମଧ୍ୟରେ ଦୂର ହେବ ପାର୍କିଂ ସମସ୍ୟା
ଭୁବନେଶ୍ୱର: ଚାରି ମାସ ମଧ୍ୟରେ ଭୁବନେଶ୍ୱରରେ ଦୂର ହେବାକୁ ଯାଉଛି ପାର୍କିଂ ସମସ୍ୟା । ସେଥିପାଇଁ ସହିଦ ନଗର ଓ ୟୁନିଟ ୨ରେ ଚାଲିଥିବା ମଲ୍ଟି ଲେବେଲ ପାର୍କିଂ କାମ ଶେଷ ପଯ୍ୟାୟରେ । ବିଲଡିଂ କାର୍ଯ୍ୟକ୍ଷମ ହେଲେ ସ୍ମାର୍ଟ ସିଟିର ପାର୍କିଂ ସହ ଟ୍ରାଫିକ ସମସ୍ୟାର ବି ହେବ ସମାଧାନ ।
ଏଣିକି ରାଜଧାନୀ ରାଜରାସ୍ତାରେ ଏଣେତେଣେ କେହି ରଖିପାରିବେନି ଯାନବାହନ । ସ୍ମାର୍ଟ ସିଟିର ପାର୍କିଂ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମସି ପ୍ରସ୍ତୁତ କରିଛି ନୂଆ ପାର୍କିଂ ପଲିସି । ଶହିଦ ନଗର ଓ ୟୁନିଟ-୨ରେ ମୋଟ ୭୮କୋଟି ବିନିଯୋଗରେ ନିର୍ମାଣ ହେଉଛି ଦୁଇଟି ବହୁତଳ ପାର୍କିଂ ପ୍ଲେସ । ଉଭୟ ସ୍ଥାନରେ ଏକକାଳୀନ ରହିପାରିବ ୫ଶହରୁ ଅଧିକ ଗାଡି । ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଏମସି ।
ମଲ୍ଟି ଷ୍ଟୋରେଡ଼ ପାର୍କିଂ ହେବା ଦ୍ୱାରା ଲୋକମାନେ ଅନେକ ସୁବିଧା ପାଇପାରିବେ । ଯାହା ଦ୍ୱାରା ଗାଡି ମାଲିକଙ୍କୁ ଗାଡି ରଖିବା ପାଇଁ ସମସ୍ୟା ହେବନାହିଁ। ବିଏମସିର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ତେବେ ଏଥିପାଇଁ ଲୋକେ ସଚେତନ ହୋଇ ପାର୍କିଂ ପ୍ଲେସରେ ଗାଡି ରଖିବା ଆବଶ୍ୟକତା ରହିଛି । ଅନ୍ୟପଟେ ପାର୍କିଂ ପାଇଁ ଲୋକଙ୍କୁ ସୁବିଧା ମୁତାବକ ଟଙ୍କା ରଖାଗଲେ ଏହି ଯୋଜନା ସଫଳ ହୋଇପାରିବ । ଏହି ବ୍ୟବସ୍ଥା ହେବା ଦ୍ୱାରା ରାଜଧାନୀର ଉଭୟ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।


