ନାବାଳିକା ଦୁଷ୍କର୍ମ ମାମଲା: ମହିଳା କମିଶନଙ୍କ ନିକଟରେ ହାଜର ହେବେ ଓଟିଭି ଏମ୍‌ଡି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ମାମଲା । ଆଜି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମଡି । ଦିନ ୧୧ଟା ବେଳେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନୋଟିସ ହୋଇଛି ।  ଘଟଣାର ବିଭିନ୍ନ ଦିଗ ଉପରେ ଓଟିଭି ଏମଡିଙ୍କୁ ପ୍ରଶ୍ନ କରିପାରନ୍ତି ମହିଳା କମିଶନ । କିଭଳି ଓ କେଉଁ ପରିସ୍ଥିତିରେ ପୀଡିତାଙ୍କ ମାଆ ଚାକିରିରୁ ବହିଷ୍କୃତ ହେଲେ ? ଝିଅକୁ ଦୁଷ୍କର୍ମ ହୋଇଛି ବୋଲି ଜାଣିବା ପରେ ମାଆଙ୍କୁ କାହିଁକି ଡାକୁଥିଲେ ଅଫିସ୍‌କୁ ?  ଥାନାକୁ ଯିବାକୁ କାହିଁକି ଦେଲେନି ପରାମର୍ଶ ?  ଅଫିସର ଆଭ୍ୟନ୍ତରୀଣ କମିଟିରେ କଣ ହୋଇଥିଲା ଆଲୋଚନା ? ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବାକୁ ପଡିପାରେ ଚ୍ୟାନେଲର ଏମଡିଙ୍କୁ । ତେବେ ନୋଟିସ୍‌କୁ ଟାଳି ଦେଇ ଯଦି ଏମ୍‌ଡି ନଆସନ୍ତି, ତେବେ ପରବର୍ତ୍ତି କଥା, ସମୟ କହିବ ବୋଲି ଅଧ୍ୟକ୍ଷା କହିଛନ୍ତି । ଏହାପୂର୍ବରୁ ଶିଶୁ ସୁରକ୍ଷା ଆୟୋଗ ପକ୍ଷ ରଖିବାକୁ ନୋଟିସ୍ କରିଥିଲେ । ହେଲେ ଏଯାଏଁ ଉତ୍ତର ରଖି ନାହାଁନ୍ତି । ଅନ୍ୟପଟେ ଘଟଣାରେ ପୂର୍ବରୁ ଓଟିଭିର ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ମହିଳା ଥାନା ପୋଲିସ । ସେପଟେ ଏହି ସମ୍ବେଦନଶୀଳ ମାମଲାରେ ଏ ପର୍ଯ୍ୟନ୍ତ  କମିଶନରେଟ ପୋଲିସର ହାତ ଖାଲି ରହିଛି ।

Leave a Reply