spot_img
Home Blog Page 6451

Study: ନିୟମିତ ଗଙ୍ଗା ଜଳ ବ୍ୟବହାର ଦ୍ୱାରା କରୋନାରୁ ସୁରକ୍ଷିତ ୯୦% ଲୋକ

ବାରାଣସୀ: ଜୀବନରେ ଗଙ୍ଗାଜଳର ନିୟମିତ ପ୍ରୟୋଗ କରିବା ଦ୍ୱାରା କରୋନା ଭାଇରସର ପ୍ରଭାବ କମ୍ ହୋଇଯାଏ । ଗଙ୍ଗା ଜଳ ପିଉଥିବା ଓ ସ୍ନାନ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ବହୁତ କମ୍ । ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆଇଏମ୍ଏସ୍ ଟିମ୍ ଗଙ୍ଗା ନଦୀ କୂଳରେ ରହୁଥିବା ଲୋକଙ୍କ ଉପରେ କରୋନାର ପ୍ରଭାବ ନେଇ ଅଧ୍ୟୟନ କରିଥିଲେ । ଗଭୀର ଅନୁସନ୍ଧାନ ଓ ଗବେଷଣା ପରେ ଟିମ୍ ଏପରି ନିଷ୍କର୍ଷରେ ପହଞ୍ଚିଛି । ନିୟମିତ ଗଙ୍ଗା ଜଳର ବ୍ୟବହାର କରୁଥିବା ଲୋକଙ୍କ ଉପରେ କରୋନାର ମାତ୍ର ୧୦ ପ୍ରତିଶତ ପ୍ରଭାବ ରହୁଛି । ଏହି ଅଧ୍ୟୟନକୁ ଆମେରିକାର ଅନ୍ତର୍ଜାତୀୟ ଜର୍ଣ୍ଣାଲ ଅଫ୍ ମାଇକ୍ରୋବାୟୋଲଜିର ଏକ ସଂଖ୍ୟାରେ ପ୍ରକାଶିତ ହୋଇଛି ।

Study Says 90 Percent People Are Safe From Covid-19 With Regular Use Of Ganga Water

ସୂଚନା ମୁତାବକ, IMS ଟିମ୍ ରବିବାର ପଞ୍ଚଗଙ୍ଗା ଘାଟରେ ୪୯ ଜଣ ଲୋକଙ୍କ ନମୁନା ନେଇଥିଲା । ଏହାପରେ ସମସ୍ତଙ୍କ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହୂ ପୂର୍ବରୁ ବୁଧବାର ଦିନ ବଦୈନି, ତୁଳସୀଘାଟ, ହରିଶ୍ଚନ୍ଦ୍ରଘାଟ ଓ ଚେତସିଂହ ଘାଟରେ ୫୪ ଜଣ ଲୋକଙ୍କ ନମୁନା ନିଆଯାଇଥିଲା । ସେତେବେଳେ ସମସ୍ତଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା ।

୯୦% ଲୋକଙ୍କ ଉପରେ କରୋନାର ପ୍ରଭାବ ନାହିଁ

Study Says 90 Percent People Are Safe From Covid-19 With Regular Use Of Ganga Water

ଅଧ୍ୟୟନରୁ ଜଣାପଡ଼ିଛି- ନିୟମିତ ଗଙ୍ଗାରେ ସ୍ନାନ ଓ କୌଣସି ପ୍ରକାରେ ଗଙ୍ଗାଜଳ ସେବନ କରୁଥିବା ୯୦ ପ୍ରତିଶତ ଲୋକଙ୍କ ଉପରେ କରୋନା ସଂକ୍ରମଣର ପ୍ରଭାବ ନାହିଁ । ଏଥିପାଇଁ ଲୋକଙ୍କ ନମୁନା ନିଆଯାଇଥିଲା । ଭିଏଚୟୁର ନ୍ୟୁରୋଲଜ ବିଭାଗ ମୁଖ୍ୟ ଡକ୍ଟର ରାମେଶ୍ୱର ଚୌରସିୟା, ନ୍ୟୁରୋଲଜିଷ୍ଟ ପ୍ରଫେସର ବିଏନ୍ ମିଶ୍ରାଙ୍କ ନେତୃତ୍ୱରେ କାମ କରୁଥିବା ଟିମ୍ ଗବେଷଣା ପରେ ଦାବି କରିଛନ୍ତି ଗଙ୍ଗାଜଳରେ ଗାଧୋଉଥିବା ୯୦ ପ୍ରତିଶତ ଲୋକ କରୋନା ଭାଇରସ ଠାରୁ ସୁରକ୍ଷିତ । ଏଥିସହ ଗଙ୍ଗା କୂଳରେ ବାସ କରୁଥିବା ଲୋକ ଅନ୍ୟ ସହର ତୁଳନାରେ ୫୦ ପ୍ରତିଶତ କମ୍ ସଂକ୍ରମିତ । ସଂକ୍ରମିତ ଲୋକ ଅନ୍ୟ ଅପେକ୍ଷା ଶୀଘ୍ର ସୁସ୍ଥ ବି ହୋଇ ଯାଉଛନ୍ତି ।

୧୦୦ ସ୍ଥାନରେ ନମୁନା ସଂଗ୍ରହ

ରିପୋର୍ଟ ମୁତାବକ. ପ୍ରଫେସର ବିଏନ ମିଶ୍ରଙ୍କ ଅନୁଯାୟୀ ଅଧ୍ୟୟନ ପାଇଁ ଗୋମୁଖଠାରୁ ଗଙ୍ଗା ସାଗର ଯାଏଁ ୧୦୦ଟି ସ୍ଥାନରେ ନମୁନା ସଂଗ୍ରହ କରାଯାଇଥିଲା । କରୋନା ଆକ୍ରାନ୍ତଙ୍କ ଫେଜ ଥେରାପି ପାଇଁ ନୋଜାଲ ସ୍ପ୍ରେ(ନାକ ଡ୍ରପ) ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାର ସମ୍ପୂର୍ଣ୍ଣ ବିବରଣୀ ଆଇଏମଏସ ଇଥିକଲ କମିଟିଙ୍କୁ ପଠାଯାଇଛି । ୧୨ ସଦସ୍ୟ ଇଥିକଲ କମିଟିର ସହମତି ପରେ ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ସହମତି ପରେ ୨୫୦ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ । ଚିହ୍ନଟ କରାଯାଇଥିବା ଲୋକଙ୍କ ନାକରେ ଗଙ୍ଗନାନୀରୁ ଅଣାଯାଇଥିବା ଗଙ୍ଗାଜଳ ଓ ପ୍ଲେନ୍ ଡିଷ୍ଟିଲ୍ ୱାଟର ଦିଆଯିବ । ଏହାପରେ ଫଳାଫଳକୁ ଦେଖିଲା ପରେ ICMRକୁ ରିପୋର୍ଟ ଦିଆଯିବ ।

କୋହଲି – ୱାର୍ଣ୍ଣର ମୁକାବିଲା : ଏଥର ପ୍ରତିଶୋଧ ଲକ୍ଷ୍ୟରେ ଚ୍ୟାଲେଞ୍ଜର୍ସ

ଭୁବନେଶ୍ୱର, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଇପିଏଲ ଦଳ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ନିଜର ପ୍ରଭାବୀ ଅଧିନାୟକତ୍ୱର ଚମକ ବିରାଟ ଆଇପିଏଲରେ ଏତେଟା ପ୍ରଦର୍ଶନ କରି ପାରିନାହାନ୍ତି । ୨୦୧୬ରେ ଶେଷ ଥର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ହେଲେ ଏଯାବତ ଏହି ଦଳ କୌଣସି ଥର ବି ଆଇପିଏଲ ଟାଇଟଲ ହାସଲରେ ସକ୍ଷମ ହୋଇନାହିଁ । ତେଣୁ କୋହଲିଙ୍କୁ ଏକ ଅସଫଳ ଆଇପିଏଲ ଅଧିନାୟକ ଭାବେ ଚିତ୍ରଣ କରାଯାଇଛି ।

କ୍ରିକେଟରେ କେତେବେଳେ ଯେ, ବାଜି ପଲଟିଯିବ, ତାହା କହି ହେବ ନାହିଁ । ତେଣୁ ପୁରୁଣା ରେକର୍ଡକୁ ପଛରେ ପକାଇ ବାଙ୍ଗାଲୋକ ଭଲ ପ୍ରଦର୍ଶନ କରୁ, ଏହା ଦଳର ପ୍ରଶଂସକମାନେ ଚାହିଁଥାଆନ୍ତି । ଆଜି କୋହଲିଙ୍କ ଇଲେଭନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି । ହାଇଦ୍ରାବାଦ ହେଉଛି , ସେହି ଦଳ ଯିଏ କି ଗତଥର ମାତ୍ର ଗୋଟିଏ ପଏଣ୍ଟରେ ବାଙ୍ଗାଲୋରଠାରୁ ଆଗରେ ରହିଥିଲା । ଏଥିସହିତ ଫ୍ଲେ ଅଫ ଖେଳିବାରେ ମଧ୍ୟ ସକ୍ଷମ ହୋଇଥିଲା । ଇତି ମଧ୍ୟରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ହାଇଦ୍ରାବାଦର ପଲ୍ଲା ସାମାନ୍ୟ ଭାରି ଜଣାପଡୁଛି । ହାଇଦ୍ରାବାଦ ୮ ଥର ବାଙ୍ଗାଲୋରକୁ ହରାଇଛି । ସେହିପରି  ବାଙ୍ଗାଲୋର ୬ ଥର ହାଇଦ୍ରାବାଦକୁ ହରାଇଛି ।

କ୍ରିକେଟରେ ରେକର୍ଡ ବହିରେ ଶୋଭା ପାଇଥାଏ । ସବୁ ବିଫଳତାକୁ ଭୁଲାଇ ବିରାଟ ବାହିନୀ ନୂଆ ଆରମ୍ଭ ପାଇଁ ଆଶାବାଦୀ ।  ବିରାଟ କୋହଲିଙ୍କୁ ବାଦ୍ ଦେଲେ ଆଫିକ୍ରୀୟ ଖେଳାଳି ଏବି ଡ୍ରିଭିଲିୟସ ସହ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଅଛନ୍ତି । ତେଣୁ କିଏ ଓପନିଂ ଆସିବ, ସେ ନେଇ ଚର୍ଚ୍ଚା ଜାରି ରହିଛି । କୋହଲିଙ୍କ ସହ ଫିଞ୍ଚ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ପରେ ଏବି ବ୍ୟାଟିଂ କରିପାରିବେ । ହେଲେ ମିଡିଲ ଅର୍ଡରରେ ବାଙ୍ଗାଲୋର ଟିମ୍ ସାମାନ୍ୟ ପଛରେ ରହିଛି । ଷ୍ଟଏନିସ୍ ଆଉ ବାଙ୍ଗାଲୋରରେ ନାହାନ୍ତି, ତେଣୁ ତାଙ୍କ ଅଭାବ କୋହଲିଙ୍କ ଇଲେଭନକୁ ଅନୁଭବ ହେବ । ସେହିପରି ଶେଷ ଡେଥ ଓଭର ଗୁଡିକରେ କିଏ ବୋଲିଂ କରିବ ସେ ନେଇ ମ ଅସୁବିଧା ରହିଛି ।

ଅପରପକ୍ଷରେ ହାଇଦ୍ରାବାଦ ଟିମରେ ମଧ୍ୟ ଭଲ ଖେଳାଳିଙ୍କ ଅଭାବ ନାହିଁ । ଡେଭିଡ ୱର୍ଣ୍ଣର ପ୍ରତିଥର ୫୦୦ରୁ ଅଧିକ ରନ ସଂଗ୍ରହ କରିଥାଆନ୍ତି । ତେଣୁ ଡେଭିଡଙ୍କୁ ଫର୍ମ ଫେରିବା ଆବଶ୍ୟକ ରହିଛି । ସେହିପରି ନ୍ୟୁଜଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସଙ୍କ ମଧ୍ୟ ଦଳକୁ ଯୋଗାଦାନ ରହିବ । କମ୍ ସ୍କୋର କରି ଭଲ ବୋଲିଂ କରିବା ଏହି ଦଳର ଦକ୍ଷତା । ରସିଦ ଖାନ, ଭୁବନେଶ୍ୱର କୁମାର, ମହମ୍ମଦନବୀଙ୍କ ଯୋଗଦାନ ମଧ୍ୟ ରହିବ । କେବଳ ଲୋ ସ୍କୋରିଂ ନୁହେଁ, ବଡ ବଡ ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ହାଇଦ୍ରାବାଦ ସଫଳ ହୋଇଥାଏ । ତେଣୁ ସୋମବାର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱ ବହନ କରିଥାଏ ।

୨୦୧୩ରୁ ସିଜିନ ଆରମ୍ଭ କରିଥିବା ଏହି ହାଇଦ୍ରାବାଦ ଟିମ୍ ୪ ନମ୍ବର ସ୍ଥାନରେ ରହିଥିଲା । ଏହା ପର ୨ ବର୍ଷ ୬ ନମ୍ବରରେ ରହିଥିଲା । ସେହିପରି ୨୦୧୬ରେ ଦଳ ଚମ୍ପିୟାନ ହୋଇଥିଲା । ଏହା ପରବର୍ଷ ପୁନର୍ବାର ନମ୍ବର ୪, ୨୦୧୮ରେ ଫାଇନାଲିଷ୍ଟ ହୋଇଥିଲା । ଗତଥର ମଧ୍ୟ ୪ ନମ୍ବରରେ ରହି ସିଜିନ୍ ସମାପ୍ତ କରିଥିଲା ।

 

RCBକୁ ଭେଟିବ ହାଇଦ୍ରାବାଦ, କୋହଲିଙ୍କ ପାଇଁ ମ୍ୟାଚକୁ ହାତେଇବା ଏକ ବଡ଼ ଆହ୍ୱାନ

କରୋନା କାଳରେ ଜମୁଛି ଆଇପିଏଲ୍‌ ମ୍ୟାଚ । ଆଇପିଏଲ୍‌ ବିଗୁଲରେ କମ୍ପୁଛି ଦୁବାଇ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୩ ତମ ସିଜନରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦକ । ଯଦି ଦେଖିବା ୨୦୧୬ ରେ ସନରାଇଜର୍ସ ଆଇପିଏଲ୍ ଟାଇଟଲ୍ ଜିତିଥିବା ବେଳେ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ଏପର୍ଯ୍ୟନ୍ତ ଟ୍ରଫିଠାରୁ ଦୂରରେ ରହିଛନ୍ତି । ତେବେ ଉଭୟ ଦଳରେ ରହିଛନ୍ତି ଦମଦାର ଖଳାଳୀ । ବିରାଟ କୋହଲିଙ୍କ ଦମଦାର କ୍ୟାପଟେନ୍‌ସିପ ଆଗରେ ସନରାଇଜର୍ସ ହାଇଦ୍ରାବାଦକୁ ଜିତିବା ପାଇଁ ବୁହୁତ କଷ୍ଟ କରିବାକୁ ପଡ଼ିବ । କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ତାର ପ୍ଲେୟାର ମାନଙ୍କୁ ନେଇ ମ୍ୟାଚ୍‌ ଜିତିବା ପାଇଁ ବହୁତ ସକରାତ୍ମକ ରହିଛି ।

ୱାର୍ଣ୍ଣର ଏବଂ ବେୟରଷ୍ଟୋ ବିପଜ୍ଜନକ ଯୋଡ଼ି ହେବେ ଆରସିବି ପାଇଁ

କ୍ୟାପଟେନ୍ ୱାର୍ଣ୍ଣର ଏବଂ ଜନି ବେୟରଷ୍ଟୋଙ୍କ ଓପନିଂ ଯୋଡ଼ି ସବୁଠାରୁ ଭଲ ଯୋଡ଼ି ବୋଲି ଗଣାଯାଏ । ଯଦି ଏହି ଯୋଡ଼ି ଓପନିଂରେ କ୍ଲିକ୍‌ କରନ୍ତି ତେବେ ଆଇପିଏଲରେ କୌଣସି ଦଳ ପାଇଁ ଏକ ବଡ଼ ବିପଦ ଆଣିପାରିବେ । ସେପଟେ ଟିମ୍ ସନରାଇଜର୍ସ ପାଇଁ ଆଇପିଏଲରେ ୱାର୍ଣ୍ଣର ହେଉଛନ୍ତି ଏକ ବଡ଼ ସ୍କୋର । ୱାର୍ଣ୍ଣର ଦଳ ପାଇଁ ହାରାହାରି ୫୫.୪୪ ରେ ୭୧ ଟି ମ୍ୟାଚରେ ୩୨୭୧ ରନ୍ ସଂଗ୍ରହ କରିଛନ୍ତି । ଗତ ସିଜିନରେ ସନରାଇଜର୍ସ ସହିତ ଜଡ଼ିତ ବେୟରଷ୍ଟୋ ହାରାହାରି ୫୫.୬୨ ରେ ୧୦ ଟି ମ୍ୟାଚ୍ ରେ ୪୪୫ ରନ୍ ସ୍କୋର କରିଛନ୍ତି ।

ଖାଲି ବ୍ୟାଟିଂ ନୁହେଁ, ବୋଲିଂର ଦାୟୀତ୍ୱ ଭୁବନେଶ୍ୱର କୁମାରଙ୍କ ଉପରେ ରହିଛି । କିନ୍ତୁ ଡିସେମ୍ବର ୨୦୧୯ ଠାରୁ ଭୁବନେଶ୍ୱର କୌଣସି ବୃତ୍ତିଗତ ମ୍ୟାଚ୍ ଖେଳି ନାହାଁନ୍ତି । ୩୦ ବର୍ଷୀୟ ଭୁବନେଶ୍ୱର ଦଳ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି । ସେ ୮୬ ଟି ମ୍ୟାଚରେ ୧୦୯ ୱିକେଟ୍ ନେଇଛନ୍ତି । ବୋଲିଂରେ କମାଲ ଦେଖାଇବା ପାଇଁ ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ବେସିଲ ଥାମ୍ପି ଏବଂ ସିଦ୍ଧାର୍ଥ କୌଲଙ୍କ ସାହାଯ୍ୟ ଆବଶ୍ୟକ ହେବ ।

RCB ବ୍ୟାଟ୍ସମ୍ୟାନ୍, ସନରାଇଜର୍ସ ହାଇଦ୍ରାବାଦ ପାଇଁ ମଧ୍ୟ ଭାରି ପଡ଼ିବ

ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ ଲିଗରେ ଏହି ତିନୋଟି ଦଳ ମଧ୍ୟରେ ଅଛି ଯେଉଁମାନେ ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ୍ ଜିତି ନାହାଁନ୍ତି । କୋହଲିଙ୍କ ଅଧିନାୟକତ୍ୱ ହେଉଛି ରୟାଲ ଚ୍ୟାଲେଞ୍ଜର୍ସର ସବୁଠାରୁ ବଡ଼ ଶକ୍ତି । ଏବଂ ତାଙ୍କ ଅଧିନାୟକ ବର୍ତ୍ତମାନ ସମୟରେ ଧଳା ବଲରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଅଟନ୍ତି । କୋହଲିଙ୍କ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ଟି -୨୦ ର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସ ଅଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସଙ୍କ ବ୍ୟାଟିଂ କୋହଲି ଏବଂ ଏବିଙ୍କ ଉପରେ ପୁରା ନିର୍ଭର କରେ । ଯଦି ମ୍ୟାଚରେ ଦୁଇଜଣ କ୍ଲିକ୍‌ କରନ୍ତି ତେବେ ଟିମ୍‌ ବହୁତ ରନ୍‌ ସଂଗ୍ରହ କରିପାରିବ । ଏ ଦୁଇଜଣ ପଡ଼ିଆରେ ଭଲ ଫିଲ୍ଡିଂ ଭାବେ ମଧ୍ୟ ବିପକ୍ଷ ଦଳ ଉପରେ ଭାରି ପଡ଼ିବ । ସେପଟେ ଟିମ୍‌କୁ ଆରୋନ ଫିଞ୍ଚଙ୍କ ଆସିବା ପରେ ଦଳର ଟପ ଅଡ଼ର ଅଧିକ ମଜବୁତ ହୋଇଛି ।

ଯୁବ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ ଫିଞ୍ଚଙ୍କ ସହ ଏଥର ଓପନିଂ କରିପାରନ୍ତି । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ପାଖରେ ଓପନିଂରେ ଆସିବା ପାଇଁ ଜୋଶୁଆ ଫିଲିପଙ୍କ ବିକଳ୍ପ ମଧ୍ୟ ରହିଛି । ଅଲରାଉଣ୍ଡର କ୍ରିସ୍ ମୋରିସ ଦଳକୁ ଆସିବା ପରେ ଦଳ ପାଇଁ ଭଲ ସ୍ଥିତି ହୋଇଛି । ତାଙ୍କୁ ଫିନିଶରଙ୍କ ଭୂମିକାରେ ଦେଖିବାକୁ ମିଳେ ଯାହାର ଦଳ ରୟାଲ ଚ୍ୟାଲେଞ୍ଜର୍ସରେ ଖୋଜୁଥିଲା । ମିଡିଲ ଅର୍ଡରେ  ରୟାଲ ଚ୍ୟାଲେଞ୍ଜର୍ସ ପାଖରେ ମୋଇନ୍ ଅଲି, ଶିବମ୍ ଦୁବେ ଏବଂ ମରିସ୍ ଅଛନ୍ତି ସମସ୍ତେ ଦ୍ରୁତ ବୋଲିଂରେ ସ୍କୋର କରିବାର କ୍ଷମତା ରଖିଛନ୍ତି।

ଚୀନରେ ଏହି ବ୍ୟାକ୍ଟେରିଆ ପାଇଁ ନପୁସଂକତାର ଶିକାର ହେଉଛନ୍ତି ରୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଗୋଟିଏ ପକ୍ଷରେ ସମସ୍ୟା ବଢାଇଥିବା ବେଳେ ଏବେ ଚୀନର ଏକ ନୂଆ ରୋଗ ଜନଜୀବନ ଉପରେ ପ୍ରଭାବ ପକାଇବାରେ ଲାଗିଛି । ଏଠାରେ ଏକାଧିକ ଲୋକ ବ୍ୟାକ୍ଟେରିୟା ଜନିତ ଏକ ଭୟାନକ ରୋଗରେ ସଂକ୍ରମିତ ହେଉଛନ୍ତି । ଯାହା ସେମାନଙ୍କ ନପୁସଂକତାର କାରଣ ସାଜୁଛି । ଗାଂଶୁର ଏକ ବଡ଼ ସହର ଲାଞ୍ଝୋଉରେ ହେଲଥ କମିଶନ ଅନୁସାରେ ଏପର୍ଯ୍ୟନ୍ତ ୩,୨୪୨ ଲୋକ ବ୍ରୁସେଲସିସ ନାମକ ଏକ ଗମ୍ଭୀର ରୋଗ ସମ୍ପର୍କରେ ଆସିଛନ୍ତି, ଯାହା ଏକ ବ୍ୟାକ୍ଟେରିୟାଲ ଇନଫେକ୍ସନ । ଏକ୍ସପର୍ଟଙ୍କ କହିବା ଅନୁସାରେ ଏହି ରୋଗ ପଶୁ ମାନଙ୍କ ସମ୍ପର୍କରେ ଆସିବା ଦ୍ୱାରା ହେଉଛି । ଅବଶ୍ୟ ଏହାକୁ ନେଇ ଅଧିକ କିଛି ଖବର ସାମ୍ନାକୁ ଆସିନାହିଁ । ତେବେ ଏକ ବାୟୋ ଫାର୍ମାସିଟିକାଲ କମ୍ପାନୀର ଲିକ କାରଣରୁ ଏହା ହୋଇଥିଲା ।

ସୂଚନା ଅନୁଯାୟୀ ଏହି ରୋଗ ରିପ୍ରଡକ୍ଟିଭ ସିଷ୍ଟମକୁ ଦୁର୍ବଳ କରି ଦେଉଛି । ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ ତେବେ ଉକ୍ତ ବ୍ୟକ୍ତି ନପୁସଂକତାର ଶୀକାର ହେବାର ସମ୍ଭାବନା ରହିଛି । ଏହି ରୋଗକୁ ମାଲ୍ଟା ଫିବର ବା ମିଡିଟେରାନିୟନ ଫିବର ମଧ୍ୟ କୁହାଯାଏ । ଅଧିକାଂଶ ସମୟରେ ଲୋକ ଘୁଷୁରୀ, ଛେଳି,କୁକର ଓ ମେଣ୍ଢା ସମ୍ପର୍କରେ ଆସିବା ଦ୍ୱାରା ହୋଇଥାଏ । ତେବେ ମଣିଷ ଠାରୁ ମଣିଷକୁ ଏହି ରୋଗ ସଂକ୍ରମଣ ହେବାର ଖୁବ କମ ସମ୍ଭାବନା ରହିଛି ।

କରୋନା ଭଳି ଉକ୍ତ ରୋଗର ଲକ୍ଷଣ ଖୁବ ବିଳମ୍ବରେ ଜଣାପଡ଼ୁଛି । ଏହାର ଲକ୍ଷଣ ଏକ ସାମାନ୍ୟ ଫ୍ଲୁ ଭଳି । ଅବଶ୍ୟ କିଛି ପୁରୁଷଙ୍କ ନିକଟରେ ଏହି ରୋଗ ଇନ୍ସେଫଲାଇଟିସ ଏବଂ ମେନିଞ୍ଜାଇଟିସ କାରଣରୁ ମଧ୍ୟ ହୋଇପାରେ । ତେବେ ମଣିଷ ଠାରୁ ମଣିଷକୁ ଏହି ରୋଗ ସଂକ୍ରମିତ ହେବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏହା ଏକ ବାୟୁଜନିତ ରୋଗ ।

 

କିଭଳି ପାଇବେ ରକ୍ଷା:

ପଶୁଙ୍କ ଠାରୁ ଦୂରେଇ ରହୁନ୍ତୁ
ଦୁଗ୍ଧକୁ ଫୁଟାଇ ପିଅନ୍ତୁ
ଦୁଗ୍ଧରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ସାବଧାନତାର ସହ ଖାଆନ୍ତୁ ।
ସଂକ୍ରମଣକୁ କମ୍ କରିବା ପାଇଁ ମୁହଁରେ ମାସ୍କ ପିନ୍ଧନ୍ତୁ ।

ଖବର ଅନୁସାରେ ଗତବର୍ଷ ଗାଂଶୁର ଏକ ବଡ଼ ସହର ଲାଞ୍ଝୋଉରେ ଥିବା ଫାର୍ମାସିଟିକାଲ କମ୍ପାନୀରେ ଲିକ ପରେ ଏହି ମସସ୍ୟା ଦେଖା ଦେଇଥିଲା । ଜୁଲାଇରୁ ଅଗଷ୍ଟ ମଧ୍ୟରେ ପଶୁ ମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବ୍ରୁସେଲା ଭ୍ୟାକସିନ ପ୍ରସ୍ତୁତ ପାଇଁ ଆଉଟ ଡେଟେଡ କୀଟାଣୁନାଶକ ଏବଂ ସାନିଟାଇଜରର ବ୍ୟବହାର କରାଯାଇଥିଲା ।

ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ, କୃଷି ବିଲରେ ଦସ୍ତଖତ ନକରି ରାଜ୍ୟସଭା ଫେରାଇବାକୁ କରିବେ ଦାବି

ନୂଆଦିଲ୍ଲୀ: କୃଷି ବିଲକୁ ସଂସଦରୁ ସଡ଼କ ସବୁଠି ବିରୋଧ ଜାରି ରହିଛି । ବିପକ୍ଷ ଦଳ ବିଲ୍ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ରାଷ୍ଟ୍ରପତି ୨ଟି ଯାକ କୃଷି ବିଲରେ ଦସ୍ତଖତ ନକରି ରାଜ୍ୟସଭା ପଠାଇଦେବାକୁ ବିରୋଧୀ ପକ୍ଷରୁ ଅପିଲ୍ କରାଯିବ ।

 Farmer Bill Protest Opposition Meeting With President Ramnath Kovind No Sign On Bill

ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ବିରୋଧୀ ରବିବାର ରାଜ୍ୟସଭାରେ କଣ ହୋଇଥିଲା । ସେ ବିଷୟରେ ପୂରା ତଥ୍ୟ ଦେବେ । ରବିବାର ବିରୋଧୀଙ୍କ ହଙ୍ଗାମା ବେଳେ ରାଜ୍ୟସଭାରେ ଧ୍ୱନିମତରେ ୨ଟି କୃଷି ବିଲକୁ ପାରିତ କରାଯାଇଥିଲା । ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସାଂସଦଙ୍କ ପ୍ରସଙ୍ଗ ମଧ୍ୟ ଉଠାଇବେ । ଏଥିସହ ପ୍ରସଙ୍ଗକୁ ଆସନ୍ତାକାଲି ବିରୋଧୀ ପୁଣି ରାଜ୍ୟସଭାରେ ଉଠାଇବେ ।

 Farmer Bill Protest Opposition Meeting With President Ramnath Kovind No Sign On Bill

କୃଷି ବିଲକୁ ନେଇ ଦେଶରେ ବିରୋଧ ଲାଗି ରହିଛି । ରବିବାର ବିରୋଧୀଙ୍କ ହୋହଲ୍ଲା ଭିତରେ ବିଲ୍ ପାରିତ ହୋଇଥିଲା । ଏହି ସମୟରେ ସଂସଦରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧୀ ଦଳର କିଛି ସାଂସଦ ଉପସଭାପତିଙ୍କ ଚେୟାରରେ ରଖାଯାଇଥିବା କାଗଜ ଚିରିବା ସହ ମାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ ।

 Farmer Bill Protest Opposition Meeting With President Ramnath Kovind No Sign On Bill

ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ୮ ଜଣ ସାଂସଦଙ୍କୁ ଅଧିବେଶନରୁ ନିଲମ୍ବିତ କରିଥିଲେ । ଏଥିରେ ସଂଜୟ ସିଂହ, ଡେରେକ ଓବ୍ରାୟନଙ୍କ ଅନ୍ୟ ସାଂସଦ ରହିଛନ୍ତି । ନିଲମ୍ବିତ ସାଂସଦମାନେ ସୋମବାର ସକାଳେ ଧାରଣାରେ ବସିଥିଲେ । ପ୍ରଥମେ ଧାରଣା ସଂସଦ ଭିତରେ ଦିଆଯାଇଥିବା ବେଳେ ଏବେ ପରିସରରେ ଦେଇଛନ୍ତି ।

କୃଷକ ବିଲକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସମ୍ବୋଧନ କରିବା ବେଳେ ବିରୋଧୀଙ୍କୁ ଜବାବ ଦେଇଛନ୍ତି । କୃଷକଙ୍କୁ ଭ୍ରମିତ କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆଇନ୍ ଆସିବା ପରେ କୃଷକ ନିଜେ ଅମଲ କରିଥିବା ଫସଲ ବିକ୍ରି କରିବାର ସ୍ୱାଧୀନତା ପାଇବେ, କିନ୍ତୁ ବିପକ୍ଷ କୃଷକଙ୍କ ମିଛ କହୁଛନ୍ତି ।

ରିୟା ଚକ୍ରବର୍ତ୍ତୀ: ସାରାଙ୍କ ସହିତ ପ୍ରଥମ ଥର ସୁଶାନ୍ତ ନେଇଥିଲେ ଡ୍ରଗ୍ସର ହେଭି ଡୋଜ୍!

ମୁମ୍ବାଇ: ସୁଶାନ୍ତଙ୍କ ଡ୍ରଗ୍ସ ଆଙ୍ଗେଲରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ବୟାନ୍ ସାମ୍ନାକୁ ଆସିଛି । ଗିରଫ ପୂର୍ବରୁ ଏନସିବିର ପଚରାଉଚରା ସମୟରେ ରିୟା ସୁଶାନ୍ତଙ୍କ ଘର ଛାଡ଼ିବାର ପ୍ରକୃତ କାରଣ କହିଥିଲେ । ଏନସିବିକୁ ଦେଇଥିବା ଇଣ୍ଟରଭ୍ୟୁରେ ରିୟା କହିଛନ୍ତି କି ସୁଶାନ୍ତ ନିଶାସକ୍ତ ହୋଇ ଯାଇଥିଲେ । ଯେଉଁଥିରୁ ସେ ବାହାରି ପାରୁ ନଥିଲେ । ଏହା ମଧ୍ୟରେ ସୁଶାନ୍ତଙ୍କ ନାମରେ ଦିଲ ବେଚେରାର ନାୟିକା ମି ଟୁ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେବାପରେ ରିୟା ସୁଶାନ୍ତଙ୍କ ସହିତ ରହି କ୍ୟାରିଅର ବରବାଦ କରିବାକୁ ଚାହୁଁନଥିଲେ ଏବଂ ତା ପରେ ସେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ବୋଲି ବୟାନରେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ ଦିଲ ବେଚାରାର ଅଭିନେତ୍ରୀ ଅଷ୍ଟ୍ରେଲିୟାରୁ ଫେରିବା ପରେ ସେହି ସମସ୍ତ ଅଭିଯୋଗ ଖଣ୍ଡନ କରି ମିଛ ବୋଲି କହିଥିଲେ । ଏହା ସହିତ ସେ ଅଷ୍ଟ୍ରେଲିୟାରେ ତାଙ୍କ ମା’ଙ୍କ ସହିତ ଥିବାରୁ କୌଣସି ପ୍ରକାରର ବୟାନ ଦେଇପାରିନଥିଲେ ବୋଲି ମଧ୍ୟ କହିଥିଲେ । କେବଳ ସେତିକି ନୁହେଁ ବରଂ ସୁଶାନ୍ତ ଖୁବ ଭଲ ବୋଲି ବୟାନ ଦେଇଥିଲେ ଅଭିନେତ୍ରୀ ।

ନିଜ ଷ୍ଟେଟମେଣ୍ଟରେ ରିୟା ସୁଶାନ୍ତ ଏବଂ ସାରାଙ୍କ ଡ୍ରଗ୍ସ ଅଭ୍ୟାସ ବିଷୟରେ ଖୁଲାସା କରିଥିଲେ । ତାଙ୍କ କହିବା ଅନୁସାରେ କେଦାରନାଥ ଫିଲ୍ମ ପରେ ସୁଶାନ୍ତଙ୍କ ଡ୍ରଗ୍ସ ନେବା ଅଭ୍ୟାସ ବଢି ଯାଇଥିଲା । କେଦାରନାଥ ଫିଲ୍ମ ସେଟରେ ଉଭୟ ଡ୍ରଗ୍ସ ନେଉଥିଲେ । ତେବେ କେବଳ ସୁଶାନ୍ତ ଏବଂ ସାରା ନୁହଁନ୍ତି ବରଂ ଫିଲ୍ମ ସୁଟିଂ ସେଟରେ ସମସ୍ତେ ଡ୍ରଗ୍ସ ନେଉଥିଲେ ବୋଲି ରିୟା ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ଏହି କଥାରେ କେତେ ସତ୍ୟାସତ୍ୟ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ।

ତମାଣ୍ଡୋରେ ନବବଧୂର ସନ୍ଦେହଜନକ ମୃତ୍ୟୁ ଘଟଣା: ଗିରଫ ହେଲେ ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋରେ ନବବଧୂକୁ ହତ୍ୟା ଅଭିଯୋଗ ଘଟଣା । ଗିରଫ ହେଲେ ମୃତ ବନ୍ଦନା ଜେନାଙ୍କ ସ୍ୱାମୀ ଯାମିନୀ ଜେନା  । ତମାଣ୍ଡ ପୋଲିସ ତାଙ୍କୁ ଗିରଫ କରିଛି ।  ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ବନ୍ଦନା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହାପରେ ହତ୍ୟା ଅଭିଯୋଗ ଆଣିଥିଲେ ବାପାଘର ଲୋକ । ତମାଣ୍ଡୋ ଥାନାରେ ଏତଲା ପରେ ସ୍ୱାମୀ ଯାମିନୀ ଜେନାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଆଜି ପୋଲିସ ତାଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ ବିବାହର ଏକ ମାସ ପରେ ବନ୍ଦନାଙ୍କୁ ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବିବାହରେ ଯୌତୁକ ଓ ଅନ୍ୟ ବାବଦରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିବାହ ପରେ ଶାଶୂଘର ଲୋକ ଅଧିକ ଟଙ୍କା ଦାବି କରୁଥିଲେ ବୋଲି ବନ୍ଦନାଙ୍କ ମା’ କହିଛନ୍ତି । ଶ୍ୱଶୁରଙ୍କୁ କରୋନା ହେବାରୁ ମେଡିକାଲରେ ଥିଲେ । ଏହାପରେ ବନ୍ଦନାଙ୍କୁ ବାପଘରେ ରହିବାକୁ ଶାଶୂଘର ଲୋକ କହିଥିଲେ । ଶ୍ୱଶୁର ଭଲ ହେବା ପରେ ଗତ ଶୁକ୍ରବାର ଶାଶୁଘରକୁ ଫେରିଥିଲେ ବନ୍ଦନା । ଶନିବାର ସକାଳେ ବନ୍ଦନା ବାପଘର ଲୋକଙ୍କ ସହ କଥା ହେଉଥିଲେ  । କିନ୍ତୁ ୧୦ଟା ପରେ ମୋବାଇଲ ସୁଇଚ୍‌ଅଫ୍‌ ହୋଇଯାଇଥିଲା । ତା’ପରେ ବନ୍ଦନା ଚେତାଶୂନ୍ୟ ଅଛି, ତାକୁ ମେଡିକାଲ ନେଇଛୁ ବୋଲି ଶାଶୁଘର ଲୋକ କହିଥିଲେ । ଆଉ ତା’ପରେ ବନ୍ଦନାଙ୍କର ମୃତ୍ୟୁ ହୋଇଥିଲା ।

ବନ୍ଦନାଙ୍କ ପରିବାର ତମାଣ୍ଡୋ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା  । ସ୍ୱାମୀ ଯାମିନୀ ଜେନାଙ୍କୁ ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରିଛି ପୋଲିସ । ବୋହୂ ମରିବା ପରେ ମାମଲା ରଫା ଦଫା କରିବାକୁ ଶ୍ୱଶୁର କରିଥିଲେ ମେସେଜ୍‌ । ସମୁଦି ଯାହା ହୋଇଛି, ମୁଁ ମେଡିକାଲରୁ ଫେରିବା ପରେ ସବୁ ଜିନିଷ ଫେରଇଦେବି । ଆଉ ଯାହା ପଇସା ଦେଇଦେବି । କେସ୍‌ କଲେ କିଛି ଲାଭ ନାହିଁ, ଓକିଲ ପଇସା ନେବ । ତୁମର ବି ପଇସା ଖର୍ଚ୍ଚ ହେବ । ମୋ କଥା ମାନି ଥାନାରେ କେସ୍‌ କରନି ବୋଲି ଏଭଳି ବନ୍ଦନାଙ୍କ  ପରିବାରକୁ ଶ୍ୱଶୁର ମୋବାଇଲେ ମେସେଜ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଓଡ଼ିଶୀ ସଂଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା, ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ

ଭୁବନେଶ୍ୱର, ଓଡ଼ିଶୀ ସଂଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା । ଏ ନେଇ ସଂସଦର ଉଚ୍ଚ ସଦନ ରାଜ୍ୟ ସଭାରେ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ପକ୍ଷରୁ ସଦନରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ଏହି ଦାବି ଉଠାଇଥିଲେ । ରାଜ୍ୟ ସଭାରେ ଏହି ଦାବି ଉଠାଇବା ପରେ ଟୁଇଟ୍ କରି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ଅମର କହିଛନ୍ତି ଯେ, ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶୀ ସଂଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତାଙ୍କ ଏହି ଦାବିକୁ ରାଜ୍ୟ ସଭାରେ ଆଉ ଥରେ ଉପସ୍ଥାପନ କରାଯାଇଛି । ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକି ସଂଗୀତ ଅପେକ୍ଷା ଓଡ଼ିଶୀ ସଂଗୀତ ଅତି ପ୍ରାଚୀନ ବୋଲି ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ରେ ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ରାଜ୍ୟ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପକୁ ଜୋରଦାର କରାଯାଇଛି । ଉଲ୍ଲେଖଯୋଗ୍ୟ, ଭରତମୁନିଙ୍କ ରଚିତ ନାଟ୍ୟ ଶାସ୍ତ୍ର ଉଡ୍ର ମଗଧୀ ସଂଗୀତର ଅବତାରଣା କରାଯାଇଛି । ଉଡ୍ର ମଗଧୀ ସଂଗୀତ ହିଁ ପରବର୍ତ୍ତୀ ସମୟରୋ କଳିଙ୍ଗ ସଂଗୀତ ତଥା ଉତ୍କଳ ସଂଗୀତ ଭାବେ ପରିଚିତ ଲାଭ କରିଛି । ତେଣୁ ଓଡ଼ିଶୀ ସଙ୍ଗୀତକୁ ଅନ୍ୟ ମୁଖ୍ୟ ପାରମ୍ପରିକ ସଙ୍ଗୀତ ଭାବେ ଗ୍ରହଣ କରିବା ଉଚିତ । ଏ କ୍ଷେତ୍ରରେ ଉତ୍କର୍ଷତା ପ୍ରଦାନ କରୁଥିବା କଳାକାରଙ୍କୁ ପୁରସ୍କୃତ କରାଯାଉଛି ।

ଓଡ଼ିଆ ଭାଷା ଭାରତର ଷଷ୍ଠ ତମ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ତେଣୁ ସମକାଳୀନ ଓଡ଼ିଶୀ ସଙ୍ଗୀତ ଏଯାଏ ମାନ୍ୟତା ପାଇ ନାହିଁ । ତେଣୁ ଓଡ଼ିଶୀ ସଙ୍ଗୀତର ପୁରାତନ ଓ ମୌଳିକ ରାଗ ରାଗିଣୀ, ବୈଶିଷ୍ଟ୍ୟ, ଗାୟନ ପଦ୍ଧତି, ଐତିହ୍ୟବନ୍ତ ପୃଷ୍ଠଭୂମି ଏବଂ ଜନାଦୃତି ପରିପ୍ରେକ୍ଷୀରେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।

 

ପ୍ରଶିକ୍ଷଣ ପାଇଁ ଉଦ୍ଧିଷ୍ଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ପାଇଲଟ ମୃତ

0

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ରେ ଅଘଟଣ । ପ୍ରଶିକ୍ଷଣ ପାଇଁ ଉଦ୍ଧିଷ୍ଟ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତରେ ଜଣେ ପାଇଲଟଙ୍କ ମୃତ୍ୟୁ । ଖୁସଓ୍ୱାପୁରାଓ୍ୱା ଗାଁର ସରାଇମୀରା ପୋଲିସ ଷ୍ଟେସନ ଅନ୍ତର୍ଗତ ଆଜମଗଡ଼ ଜିଲ୍ଲାରେ ଘଟିଛି ଦୁର୍ଘଟଣା । ରବିବାର ପ୍ରାୟ ଦିନ ୧୧ ବେଳେ ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ପ୍ରକାଶ ।

Pilot killed after trainer aircraft crashes in Uttar Pradesh's Azamgarh -  india news - Hindustan Times

          ଦୁର୍ଘଟଣାଗ୍ରସ୍ତ ବିମାନ ଟି ହଠାତ୍ ନିୟନ୍ତ୍ରଣା ହରାଇ ଜମିରେ ପଡ଼ିଯାଇ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଏ ନେଇ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଭାଙ୍ଗରୁ ପ୍ରସ୍ତୁତ କରୋନା ଔଷଧକୁ ଭାରତୀୟ ରୋଗୀଙ୍କ ଉପରେ ପରୀକ୍ଷା କରିବାକୁ ଚାହୁଁଛି କାନାଡା କମ୍ପାନୀ

ନୂଆଦିଲ୍ଲୀ:  କାନାଡ଼ାର କମ୍ପାନୀ ଅକସିରା ଫାର୍ମା ଭାଙ୍ଗରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି । କମ୍ପାନୀର ଦାବି ଅନୁସାରେ ଏହି ଔଷଧରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସିବ ନାହିଁ । ଏହା ସହିତ କରୋନା ସମ୍ବଦ୍ଧୀୟ ହେଉଥିବା ହୃତପିଣ୍ଡ ଜନିତ ସମସ୍ୟାରୁ ମଧ୍ୟ ଏହି ଔଷଧ ରକ୍ଷା କରିବ । ଔଷଧର ନାମ ହେଉଛି କ୍ୟାନାଭିଡିଓଲ ।


ମିଡିଆ ରିପୋର୍ଟ ଅନୁସାରେ କାନ୍ନାଡ଼ାର ଔଷଧ କମ୍ପାନୀର ଦାବି ଅନୁସାରେ ଶରୀର ମଧ୍ୟରେ ହେଉଥିବା ଯନ୍ତ୍ରଣାରୁ ଏହି ଔଷଧ ରକ୍ଷା କରିଥାଏ । ଗବେଷଣାରେ ଜଣାପଡ଼ିଛି କି କରୋନା ରୋଗୀଙ୍କୁ ହୃତପିଣ୍ଡ ଜନିତ ରୋଗ ଏରିଥମିୟା ମଧ୍ୟ ହେଉଛି । ଏହାଦ୍ୱାରା ହୃତପିଣ୍ଡର ସ୍ପନ୍ଦନ ଠିକ ଭାବରେ ଚାଲି ନଥାଏ । ଯଦି ଠିକ ସମୟରେ ଚିକିତ୍ସା ନ ହୁଏ ତେବେ ହାର୍ଟ ଆଟାକ ଆସିପାରେ । କେବଳ ସେତିକି ନୁହେଁ ଆଣ୍ଟି ଭାଇରାଲ ସମସ୍ୟା ମଧ୍ୟ ଦେଖା ଯାଉଛି । ତେବେ ଉକ୍ତ ଔଷଧ କରୋନା ରୋଗରୁ ସୁସ୍ଥ କରିପାରିବ ବୋଲି କମ୍ପାନୀ ଦାବି କରୁଛି ।