ରିୟା ଚକ୍ରବର୍ତ୍ତୀ: ସାରାଙ୍କ ସହିତ ପ୍ରଥମ ଥର ସୁଶାନ୍ତ ନେଇଥିଲେ ଡ୍ରଗ୍ସର ହେଭି ଡୋଜ୍!

ମୁମ୍ବାଇ: ସୁଶାନ୍ତଙ୍କ ଡ୍ରଗ୍ସ ଆଙ୍ଗେଲରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ବୟାନ୍ ସାମ୍ନାକୁ ଆସିଛି । ଗିରଫ ପୂର୍ବରୁ ଏନସିବିର ପଚରାଉଚରା ସମୟରେ ରିୟା ସୁଶାନ୍ତଙ୍କ ଘର ଛାଡ଼ିବାର ପ୍ରକୃତ କାରଣ କହିଥିଲେ । ଏନସିବିକୁ ଦେଇଥିବା ଇଣ୍ଟରଭ୍ୟୁରେ ରିୟା କହିଛନ୍ତି କି ସୁଶାନ୍ତ ନିଶାସକ୍ତ ହୋଇ ଯାଇଥିଲେ । ଯେଉଁଥିରୁ ସେ ବାହାରି ପାରୁ ନଥିଲେ । ଏହା ମଧ୍ୟରେ ସୁଶାନ୍ତଙ୍କ ନାମରେ ଦିଲ ବେଚେରାର ନାୟିକା ମି ଟୁ ଅଭିଯୋଗ ଆଣିଥିବା ଚର୍ଚ୍ଚା ହେବାପରେ ରିୟା ସୁଶାନ୍ତଙ୍କ ସହିତ ରହି କ୍ୟାରିଅର ବରବାଦ କରିବାକୁ ଚାହୁଁନଥିଲେ ଏବଂ ତା ପରେ ସେ ସୁଶାନ୍ତଙ୍କ ଘର ଛାଡ଼ି ଚାଲି ଯାଇଥିଲେ ବୋଲି ବୟାନରେ ଉଲ୍ଲେଖ କରିଥିଲେ ।

ସୂଚନାଯୋଗ୍ୟ ଦିଲ ବେଚାରାର ଅଭିନେତ୍ରୀ ଅଷ୍ଟ୍ରେଲିୟାରୁ ଫେରିବା ପରେ ସେହି ସମସ୍ତ ଅଭିଯୋଗ ଖଣ୍ଡନ କରି ମିଛ ବୋଲି କହିଥିଲେ । ଏହା ସହିତ ସେ ଅଷ୍ଟ୍ରେଲିୟାରେ ତାଙ୍କ ମା’ଙ୍କ ସହିତ ଥିବାରୁ କୌଣସି ପ୍ରକାରର ବୟାନ ଦେଇପାରିନଥିଲେ ବୋଲି ମଧ୍ୟ କହିଥିଲେ । କେବଳ ସେତିକି ନୁହେଁ ବରଂ ସୁଶାନ୍ତ ଖୁବ ଭଲ ବୋଲି ବୟାନ ଦେଇଥିଲେ ଅଭିନେତ୍ରୀ ।

ନିଜ ଷ୍ଟେଟମେଣ୍ଟରେ ରିୟା ସୁଶାନ୍ତ ଏବଂ ସାରାଙ୍କ ଡ୍ରଗ୍ସ ଅଭ୍ୟାସ ବିଷୟରେ ଖୁଲାସା କରିଥିଲେ । ତାଙ୍କ କହିବା ଅନୁସାରେ କେଦାରନାଥ ଫିଲ୍ମ ପରେ ସୁଶାନ୍ତଙ୍କ ଡ୍ରଗ୍ସ ନେବା ଅଭ୍ୟାସ ବଢି ଯାଇଥିଲା । କେଦାରନାଥ ଫିଲ୍ମ ସେଟରେ ଉଭୟ ଡ୍ରଗ୍ସ ନେଉଥିଲେ । ତେବେ କେବଳ ସୁଶାନ୍ତ ଏବଂ ସାରା ନୁହଁନ୍ତି ବରଂ ଫିଲ୍ମ ସୁଟିଂ ସେଟରେ ସମସ୍ତେ ଡ୍ରଗ୍ସ ନେଉଥିଲେ ବୋଲି ରିୟା ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ତେବେ ଏହି କଥାରେ କେତେ ସତ୍ୟାସତ୍ୟ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ।

Leave a Reply